ଜାଣନ୍ତୁ ଗର୍ଭାବସ୍ଥାରେ କ’ଣ ରହିଛି ଫଲିକ୍‌ ଏସିଡ୍‌ର ଆବଶ୍ୟକତା

The Sakala Picture
Published On

ଗର୍ଭସ୍ଥ ଶିଶୁର ଶରୀର ଗଠନରେ ଫୋଲିକ୍‌ ଏସିଡ୍‌ର ଆବଶ୍ୟକତା ପଡ଼ିଥାଏ। ଏହାର ଅଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ମଧ୍ୟ ହୋଇପାରେ। ସେଥିପାଇଁ ପ୍ରତ୍ୟେକ ମହିଳା ପ୍ରଜନନ ବୟସରେ ଗର୍ଭଧାରଣର ତିନିମାସ ପୂର୍ବରୁ ଓ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ଦୈନିକ ୪୦୦ ମାଇକ୍ରୋଗ୍ରାମ୍‌ ଫଲିକ୍‌ ଏସିଡ୍‌ ସେବନ କରିବା ଆବଶ୍ୟକ। ତେଣୁ ଏ ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ ୩ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ୍‌ ଫୋଲିକ୍‌ ଏସିଡ୍‌ ସପ୍ତାହ ପାଳନ […]

ଗର୍ଭସ୍ଥ ଶିଶୁର ଶରୀର ଗଠନରେ ଫୋଲିକ୍‌ ଏସିଡ୍‌ର ଆବଶ୍ୟକତା ପଡ଼ିଥାଏ। ଏହାର ଅଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ମଧ୍ୟ ହୋଇପାରେ। ସେଥିପାଇଁ ପ୍ରତ୍ୟେକ ମହିଳା ପ୍ରଜନନ ବୟସରେ ଗର୍ଭଧାରଣର ତିନିମାସ ପୂର୍ବରୁ ଓ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ଦୈନିକ ୪୦୦ ମାଇକ୍ରୋଗ୍ରାମ୍‌ ଫଲିକ୍‌ ଏସିଡ୍‌ ସେବନ କରିବା ଆବଶ୍ୟକ। ତେଣୁ ଏ ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ ୩ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ୍‌ ଫୋଲିକ୍‌ ଏସିଡ୍‌ ସପ୍ତାହ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: Blogger Vs Vlogger: ବ୍ଲଗର୍ କିଏ ଏବଂ ଭ୍ଲଗର୍ କିଏ? ଜାଣନ୍ତୁ ଏମାନଙ୍କ ମଧ୍ୟରେ ଥିବା ପ୍ରକୃତ ଫରକ

ଫଲିକ୍‌ ଏସିଡ୍‌ ଭିଟାମିନ୍ ଜୀବସାର ଖ(ଭିଟାମିନ୍ ବି) ଦଳର ସଦସ୍ୟ। ଏହାକୁ ମଧ୍ୟ ଭିଟାମିନ୍ ୯ ବା ଫୋଲିକ୍‌ କୁହାଯାଏ। ହେମାଟୋଲୋଜିଷ୍ଟ ଲୁସି ଭବାଲିସ୍‌ ଦ୍ବାରା ଆବିଷ୍କୃତ ଏହି ଭିଟାମିନ୍‌ର ନାମକରଣ ୧୯୪୧ ମସିହାରେ କରାଯାଇଥିଲା। ଫଲିକ୍‌ ଏକ ଅତ୍ୟାବଶ୍ୟକୀୟ ପୋଷକତତ୍ତ୍ବ, ଯାହା ଡିଏନ୍‌ଏ ଓ ଆର୍‌ଏନ୍‌ଏ ଗଠନରେ ସାହାଯ୍ୟ କରିଥାଏ। ଜୀବକୋଷଗୁଡ଼ିକର ବୃଦ୍ଧି ତଥା ବିଭାଜନ ପ୍ରକ୍ରିୟାରେ ବ୍ୟବହୃତ ହେଉଥÒବା ଆମିନୋ ଏସିଡ୍‌ ଗୁଡ଼ିକର ମେଟାବୋଲିଜମ୍‌ ଏହି ଭିଟାମିନ୍‌ ଦ୍ବାରା ହୋଇଥାଏ। ଏହାର ଅଭାବରେ ରକ୍ତହୀନତା, ବନ୍ଧ୍ୟା ଦୋଷ, କ୍ୟାନସର୍‌ ଓ ହୃଦରୋଗ ଆଦି ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଗର୍ଭଧାରଣ ପାଇଁ ଶୁକ୍ରାଣୁ ଓ ଡିମ୍ବାଣୁର ବୃଦ୍ଧି ତଥା ଗର୍ଭସ୍ଥ ଶିଶୁର ଶରୀର ଗଠନରେ ଫଲିକ୍‌ ଏସିଡ୍‌ର ଆବଶ୍ୟକତା ପଡ଼ିଥାଏ। ଏହାର ଅଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ମଧ୍ୟ ହୋଇପାରେ। ଶିଶୁର ମସ୍ତିଷ୍କ ତଥା ସୁଷୁମ୍ନା କାଣ୍ଡର ବୃଦ୍ଧି ଜନିତ ରୋଗକୁ ନିଉରାଲ୍‌ ଟ୍ୟୁବ୍‌ ଡିଫେକ୍ଟ କୁହାଯାଏ। ସେଥିପାଇଁ ପ୍ରତ୍ୟେକ ମହିଳା ପ୍ରଜନନ ବୟସରେ ଗର୍ଭଧାରଣର ତିନିମାସ ପୂର୍ବରୁ ଓ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ଦୈନିକ ଫଲିକ୍‌ ଏସିଡ୍‌ ୪୦୦ ମାଇକ୍ରୋଗ୍ରାମ୍‌ ସେବନ କରିବା ନିତାନ୍ତ ଆବଶ୍ୟକ। ଯେଉଁ ଦେଶଗୁଡ଼ିକରେ ଏହି ରୋଗର ମାତ୍ରା ଅଧିକ, ସେଠାରେ ଖାଦ୍ୟ ସହିତ ଫଲିକ୍ ମିଶାଇ (ଫଟିଫିକେସନ୍‌ ସେବନ ପାଇଁ ପରାମର୍ଶ ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

ଫଲିକ୍‌ ଅଭାବରେ ଲୋହିତ ରକ୍ତ କଣିକା ଗୁଡ଼ିକର ବୃଦ୍ଧି ତଥା ବିଭାଜନ ପ୍ରକ୍ରିୟାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ଏହାଦ୍ବାରା ମେଗାଲୋବ୍ଲାଷ୍ଟିକ୍‌ ଏନିମିଆ ରୋଗ ହୋଇଥାଏ। ଶାରୀରିକ ଦୁର୍ବଳତା ସହିତ ପାଟି ଓ ଜିଭରେ ଘାଆ ତଥା ଚର୍ମ ଓ ଲୋମର ରଙ୍ଗ ବଦଳି ଯାଇଥାଏ। ଏହାର ଅଭାବରେ ଅନ୍ତନଳୀ, ସ୍ତନ, ଅଗ୍ନାଶୟ, ଡିମ୍ବାଶୟ, ଓ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ହୋଇଥାଏ। ଦୃଦ୍‌ରୋଗ (ଷ୍ଟ୍ରୋକ୍‌), ମାନସିକ ବିଷାଦ, ବିସ୍ମରଣ ଓ ଆଲ୍‌ଜିମର୍‌ ଆଦି ରୋଗ ଏହାର ଅଭାବ ଦ୍ବାରା ହୋଇଥାଏ। ଫଲେଟ୍‌ ମନୁଷ୍ୟ ଶରୀରରେ ତିଆରି ହୋଇନଥାଏ। ଏହା ଖାଦ୍ୟରୁ ମିଳିଥାଏ। ସବୁଜ ପନିପରିବା, ଗଜାମୁଗ, ଶାଗ, ଫଳ, କୋବି, ବିନ୍‌, ବାଦାମ, ଡାଲି, ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ମାଂସ (କଲିଜା) ଓ କ୍ଷୀର ଜାତୀୟ ଖାଦ୍ୟରେ ଏହି ଭିଟାମିନ୍‌ ପ୍ରଚୁର ପରିମାଣରେ ଥାଏ। ଫଲିକ୍‌ ସହିତ ଭିଟାମିନ୍‌ ୧୨ ଓ ଆଇରନ୍‌ ମିଶାଇ ସେବନ କଲେ ଲୋହିତ ରକ୍ତ କଣିକାଗୁଡ଼ିକର ସର୍ବାଙ୍ଗିନ ବୃଦ୍ଧି ହୋଇଥାଏ। ଏହି ବଟିକା ବଜାରରେ ଉପଲବ୍ଧ ହୋଇଥାଏ। ହୃଦ୍‌ରୋଗରେ ପୀଡ଼ିତ ଲୋକମାନଙ୍କୁ ଏହି ଭିଟାମିନ୍‌ ପ୍ରତିଷେଧକ ଭାବରେ ଦିଆଯାଇଯାଏ।

(ଡାକ୍ତର ଗୋପାଳଚନ୍ଦ୍ର ଦାଶ ,ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ, ଭାରତୀୟ ରେଲୱେ)

08 Jan 2022 By The Sakala

ଜାଣନ୍ତୁ ଗର୍ଭାବସ୍ଥାରେ କ’ଣ ରହିଛି ଫଲିକ୍‌ ଏସିଡ୍‌ର ଆବଶ୍ୟକତା

ଗର୍ଭସ୍ଥ ଶିଶୁର ଶରୀର ଗଠନରେ ଫୋଲିକ୍‌ ଏସିଡ୍‌ର ଆବଶ୍ୟକତା ପଡ଼ିଥାଏ। ଏହାର ଅଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ମଧ୍ୟ ହୋଇପାରେ। ସେଥିପାଇଁ ପ୍ରତ୍ୟେକ ମହିଳା ପ୍ରଜନନ ବୟସରେ ଗର୍ଭଧାରଣର ତିନିମାସ ପୂର୍ବରୁ ଓ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ଦୈନିକ ୪୦୦ ମାଇକ୍ରୋଗ୍ରାମ୍‌ ଫଲିକ୍‌ ଏସିଡ୍‌ ସେବନ କରିବା ଆବଶ୍ୟକ। ତେଣୁ ଏ ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ ୩ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ୍‌ ଫୋଲିକ୍‌ ଏସିଡ୍‌ ସପ୍ତାହ ପାଳନ କରାଯାଉଛି।

ଫଲିକ୍‌ ଏସିଡ୍‌ ଭିଟାମିନ୍ ଜୀବସାର ଖ(ଭିଟାମିନ୍ ବି) ଦଳର ସଦସ୍ୟ। ଏହାକୁ ମଧ୍ୟ ଭିଟାମିନ୍ ୯ ବା ଫୋଲିକ୍‌ କୁହାଯାଏ। ହେମାଟୋଲୋଜିଷ୍ଟ ଲୁସି ଭବାଲିସ୍‌ ଦ୍ବାରା ଆବିଷ୍କୃତ ଏହି ଭିଟାମିନ୍‌ର ନାମକରଣ ୧୯୪୧ ମସିହାରେ କରାଯାଇଥିଲା। ଫଲିକ୍‌ ଏକ ଅତ୍ୟାବଶ୍ୟକୀୟ ପୋଷକତତ୍ତ୍ବ, ଯାହା ଡିଏନ୍‌ଏ ଓ ଆର୍‌ଏନ୍‌ଏ ଗଠନରେ ସାହାଯ୍ୟ କରିଥାଏ। ଜୀବକୋଷଗୁଡ଼ିକର ବୃଦ୍ଧି ତଥା ବିଭାଜନ ପ୍ରକ୍ରିୟାରେ ବ୍ୟବହୃତ ହେଉଥÒବା ଆମିନୋ ଏସିଡ୍‌ ଗୁଡ଼ିକର ମେଟାବୋଲିଜମ୍‌ ଏହି ଭିଟାମିନ୍‌ ଦ୍ବାରା ହୋଇଥାଏ। ଏହାର ଅଭାବରେ ରକ୍ତହୀନତା, ବନ୍ଧ୍ୟା ଦୋଷ, କ୍ୟାନସର୍‌ ଓ ହୃଦରୋଗ ଆଦି ସୃଷ୍ଟି ହୋଇଥାଏ।

ଗର୍ଭଧାରଣ ପାଇଁ ଶୁକ୍ରାଣୁ ଓ ଡିମ୍ବାଣୁର ବୃଦ୍ଧି ତଥା ଗର୍ଭସ୍ଥ ଶିଶୁର ଶରୀର ଗଠନରେ ଫଲିକ୍‌ ଏସିଡ୍‌ର ଆବଶ୍ୟକତା ପଡ଼ିଥାଏ। ଏହାର ଅଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ମଧ୍ୟ ହୋଇପାରେ। ଶିଶୁର ମସ୍ତିଷ୍କ ତଥା ସୁଷୁମ୍ନା କାଣ୍ଡର ବୃଦ୍ଧି ଜନିତ ରୋଗକୁ ନିଉରାଲ୍‌ ଟ୍ୟୁବ୍‌ ଡିଫେକ୍ଟ କୁହାଯାଏ। ସେଥିପାଇଁ ପ୍ରତ୍ୟେକ ମହିଳା ପ୍ରଜନନ ବୟସରେ ଗର୍ଭଧାରଣର ତିନିମାସ ପୂର୍ବରୁ ଓ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ଦୈନିକ ଫଲିକ୍‌ ଏସିଡ୍‌ ୪୦୦ ମାଇକ୍ରୋଗ୍ରାମ୍‌ ସେବନ କରିବା ନିତାନ୍ତ ଆବଶ୍ୟକ। ଯେଉଁ ଦେଶଗୁଡ଼ିକରେ ଏହି ରୋଗର ମାତ୍ରା ଅଧିକ, ସେଠାରେ ଖାଦ୍ୟ ସହିତ ଫଲିକ୍ ମିଶାଇ (ଫଟିଫିକେସନ୍‌ ସେବନ ପାଇଁ ପରାମର୍ଶ ଦିଆଯାଇଥାଏ।

ଫଲିକ୍‌ ଅଭାବରେ ଲୋହିତ ରକ୍ତ କଣିକା ଗୁଡ଼ିକର ବୃଦ୍ଧି ତଥା ବିଭାଜନ ପ୍ରକ୍ରିୟାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ଏହାଦ୍ବାରା ମେଗାଲୋବ୍ଲାଷ୍ଟିକ୍‌ ଏନିମିଆ ରୋଗ ହୋଇଥାଏ। ଶାରୀରିକ ଦୁର୍ବଳତା ସହିତ ପାଟି ଓ ଜିଭରେ ଘାଆ ତଥା ଚର୍ମ ଓ ଲୋମର ରଙ୍ଗ ବଦଳି ଯାଇଥାଏ। ଏହାର ଅଭାବରେ ଅନ୍ତନଳୀ, ସ୍ତନ, ଅଗ୍ନାଶୟ, ଡିମ୍ବାଶୟ, ଓ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ହୋଇଥାଏ। ଦୃଦ୍‌ରୋଗ (ଷ୍ଟ୍ରୋକ୍‌), ମାନସିକ ବିଷାଦ, ବିସ୍ମରଣ ଓ ଆଲ୍‌ଜିମର୍‌ ଆଦି ରୋଗ ଏହାର ଅଭାବ ଦ୍ବାରା ହୋଇଥାଏ। ଫଲେଟ୍‌ ମନୁଷ୍ୟ ଶରୀରରେ ତିଆରି ହୋଇନଥାଏ। ଏହା ଖାଦ୍ୟରୁ ମିଳିଥାଏ। ସବୁଜ ପନିପରିବା, ଗଜାମୁଗ, ଶାଗ, ଫଳ, କୋବି, ବିନ୍‌, ବାଦାମ, ଡାଲି, ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ମାଂସ (କଲିଜା) ଓ କ୍ଷୀର ଜାତୀୟ ଖାଦ୍ୟରେ ଏହି ଭିଟାମିନ୍‌ ପ୍ରଚୁର ପରିମାଣରେ ଥାଏ। ଫଲିକ୍‌ ସହିତ ଭିଟାମିନ୍‌ ୧୨ ଓ ଆଇରନ୍‌ ମିଶାଇ ସେବନ କଲେ ଲୋହିତ ରକ୍ତ କଣିକାଗୁଡ଼ିକର ସର୍ବାଙ୍ଗିନ ବୃଦ୍ଧି ହୋଇଥାଏ। ଏହି ବଟିକା ବଜାରରେ ଉପଲବ୍ଧ ହୋଇଥାଏ। ହୃଦ୍‌ରୋଗରେ ପୀଡ଼ିତ ଲୋକମାନଙ୍କୁ ଏହି ଭିଟାମିନ୍‌ ପ୍ରତିଷେଧକ ଭାବରେ ଦିଆଯାଇଯାଏ।

(ଡାକ୍ତର ଗୋପାଳଚନ୍ଦ୍ର ଦାଶ ,ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ, ଭାରତୀୟ ରେଲୱେ)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର