ଅତି ଆପଣାର ଆପ୍‌‌

The Sakala Picture
Published On

ଆଙ୍ଗୁଠି ଟିପରେ ଅନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ସେବା। ନା ଏଥିପାଇଁ ପରିଶ୍ରମ ପଡ଼ୁଛି, ନା କାହାର ଆବଶ୍ୟକତା। ବାସ୍‌‌ କେବଳ ସ୍ମାର୍ଟଫୋନ୍‌‌ରୁ ଦରକାର ଗୋଟିଏ କ୍ଲିକ୍‌‌। ଆଉ କ୍ଲିକ୍‌‌ ମାତ୍ରକେ ପୂରଣ ହେଉଛି ଆବଶ୍ୟକତା। ଲୋକଙ୍କର ଜୀବନ ଶୈଳୀକୁ ଏଭଳି ସହଜ ଓ ସରଳ କରିଛି ଆପ୍‌‌ ବା ମୋବାଇଲ୍‌‌ ଆପ୍ଲିକେସନ୍‌‌। ବିବାହଠାରୁ ଆରମ୍ଭ କରି ଆର୍ଥÒକ କାରବାର ଓ ଦୂର ସ୍ଥାନକୁ ଯାତ୍ରା; ସବୁଥିରେ ଏବେ ମୋବାଇଲ୍‌‌ ଆପ୍‌‌ର ପ୍ରଭାବ ବିସ୍ତାର ହେବାରେ ଲାଗିଛି। ଯିଏ […]

ଆଙ୍ଗୁଠି ଟିପରେ ଅନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ସେବା। ନା ଏଥିପାଇଁ ପରିଶ୍ରମ ପଡ଼ୁଛି, ନା କାହାର ଆବଶ୍ୟକତା। ବାସ୍‌‌ କେବଳ ସ୍ମାର୍ଟଫୋନ୍‌‌ରୁ ଦରକାର ଗୋଟିଏ କ୍ଲିକ୍‌‌। ଆଉ କ୍ଲିକ୍‌‌ ମାତ୍ରକେ ପୂରଣ ହେଉଛି ଆବଶ୍ୟକତା। ଲୋକଙ୍କର ଜୀବନ ଶୈଳୀକୁ ଏଭଳି ସହଜ ଓ ସରଳ କରିଛି ଆପ୍‌‌ ବା ମୋବାଇଲ୍‌‌ ଆପ୍ଲିକେସନ୍‌‌। ବିବାହଠାରୁ ଆରମ୍ଭ କରି ଆର୍ଥÒକ କାରବାର ଓ ଦୂର ସ୍ଥାନକୁ ଯାତ୍ରା; ସବୁଥିରେ ଏବେ ମୋବାଇଲ୍‌‌ ଆପ୍‌‌ର ପ୍ରଭାବ ବିସ୍ତାର ହେବାରେ ଲାଗିଛି। ଯିଏ ଯେତେ ଆପ୍‌‌ ସମ୍ପର୍କରେ ଅବଗତ, ସେ ସେତେ ପ୍ରଭାବୀ। ଏଥିପାଇଁ ପ୍ରତ୍ୟେକଙ୍କ ମୋବାଇଲ୍‌‌ରେ ବଢ଼଼ିବାରେ ଲାଗିଛି ଆପ୍‌‌ ସଂଖ୍ୟା। ଅନ୍ୟପଟେ ସୁବିଧା ଭିତରେ ଦିନକୁ ଦିନ ଆପ୍‌‌ ମାଧ୍ୟମରେ ଠକେଇ ଏକ ବଡ଼ ଆହ୍ୱାନ ସାଜିଛି। ଆପ୍‌‌ ଦ୍ୱାରା ମିଳୁଥିବା ସୁବିଧା, ସୁଯୋଗ ଓ ଆହ୍ୱାନକୁ ନେଇ ‘ସକାଳ’ ପକ୍ଷରୁ ସ୍ୱତନ୍ତ୍ର ଉପସ୍ଥାପନା। ପ୍ରସ୍ତୁତି: ପ୍ରଦୀପ, ପ୍ରସନ୍‌‌ଜିତ୍‌‌

ଆହୁରି ପଢ଼ନ୍ତୁ: ହୋଲି କାହିଁକି ପାଳନ କରାଯାଏ? ଜାଣନ୍ତୁ ରଙ୍ଗର ପର୍ବ ପଛରେ ଥିବା ପୌରାଣିକ କଥାବସ୍ତୁ ଓ ଗୁରୁତ୍ୱ

ଡେଟିଂରୁ ଜୀବନସାଥୀ

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ପାଶ୍ଚାତ୍ୟ ରାଷ୍ଟ୍ରରେ ବହୁ ପୂର୍ବରୁ ଡେଟିଂ ସଂସ୍କୃତ ପ୍ରଚଳିତ ଥିଲା। ଭାରତରେ ମଧ୍ୟ ଏହା ଏବେ ଗ୍ରହଣୀୟ ହେବାରେ ଲାଗିଛି। ଅଜଣା ଓ ଅପରିଚିତ ଲୋକଙ୍କୁ ଭେଟିବା, କଥାବାର୍ତ୍ତା ହେବା ଓ ନିଜର ପସନ୍ଦ ଅପସନ୍ଦ ବିଷୟରେ ଆଲୋଚନା କରି ବନ୍ଧୁ କିମ୍ୱା ବାନ୍ଧବୀ ହୋଇ ଆଗକୁ ବଢ଼଼ିବାର ପ୍ରକ୍ରିୟା ହେଉଛି ଡେଟିଂ। ଏହା ଜରିଆରେ ଦୁଇ ଅପରିଚିତ ଯୁବକଯୁବତୀ ପରସ୍ପରକୁ ଜାଣିବା ଲାଗି ଉଦ୍ୟମ କରନ୍ତି। ସବୁ କିଛି ଠିକ୍‌‌ ରହିଲେ ବନ୍ଧୁ ହୋଇ ଆଗକୁ ବଢ଼଼ନ୍ତି। ବିଶେଷକରି ନୂଆ ପିଢ଼ିର ଯୁବକଯୁବତୀମାନଙ୍କ ମଧ୍ୟ ଡେଟିଂ ଲୋକପ୍ରିୟ ହେବାରେ ଲାଗିଛି। ସେଥିପାଇଁ ଡେଟିଂ ଆପ୍‌‌ର ବ୍ୟବହାର ମଧ୍ୟ ବଢ଼଼ିବାରେ ଲାଗିଛି। ଦେଶରେ ଟିଣ୍ଡର, ବମ୍ୱଲ, ଟ୍ରୁଲିମ୍ୟାଡ୍‌‌ଲି ଓ ଆଇସଲ୍‌‌ ଭଳି ଆପ୍‌‌ ଲୋକପ୍ରିୟ ହେବାରେ ଲାଗିଛି। ଏହି ଆପ୍‌‌ଗୁଡ଼ିକୁ ବ୍ୟବହାର କରିବା ପାଇଁ ପ୍ରଥମେ ନିଜର ବିବରଣୀ ଓ ଫଟୋ ଦେଇ ପ୍ରୋଫାଇଲ୍‌‌ ଖୋଲିବାକୁ ପଡ଼ୁଛି। ମାଟ୍ରିମୋନି ସାଇଟ୍‌‌ ଭଳି ସେଥିରେ ସୁବିଧା ରହିଛି। ପ୍ରଥମେ ବିଭିନ୍ନ ପ୍ରୋଫାଇଲ୍କୁ ଦେଖିବା ପରେ ଡେଟିଂ ସୁଯୋଗ ସୃଷ୍ଟି କରିବା ଲାଗି ଆଗ୍ରହ ପ୍ରକାଶ କରିବାକୁ ପଡ଼େ। ଯଦି ଅପରପକ୍ଷ ସେଥିରେ ସହମତ ହୁଅନ୍ତି ତେବେ ପରସ୍ପରକୁ ଭେଟିବା ଓ ଜାଣିବାର ସୁଯୋଗ ସୃଷ୍ଟି ହୁଏ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ

ସେହିପରି ବର୍ତ୍ତମାନ ଅଧିକାଂଶ ଯୁବପିଢ଼଼ି ଆପ୍‌‌ ଜରିଆରେ ବିବାହ ପାଇଁ ପସନ୍ଦ କରୁଛନ୍ତି। ଆପ୍‌‌ ଜରିଆରେ ନିଜକୁ ପ୍ରଥମେ କେଉଁ ଯୁବକ ଯୁବତୀଙ୍କ ସହିତ ଫିଟ୍‌‌ କରିବ ତାହା ଜାଣିବାର ଅଧିକ ସୁବିଧା ହେଉଛି। ଦୀର୍ଘଦିନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ କରୁଛନ୍ତି। ଏହା ପରେ ସମ୍ପର୍କ ଆଗକୁ ବଢ଼଼ାଇବାକୁ ଚାହିଁଲେ ପରେ ଘର ଲୋକଙ୍କ ଅବଗତ କରାଇ ବାହାଘର କରାଯାଉଛି। ଏଥିପାଇଁ ଭାରତ ମେଟ୍ରିମୋନି, ସାଦିଡଟ୍‌‌ କମ୍‌‌, ସମ୍ପ୍ଲି ମେରୀ, ଏମ୍‌‌ଫର୍‌‌ମେରୀଡଟ୍‌‌କମ୍‌‌ ଇତ୍ୟାଦି ଆପ୍‌‌ ରହିଛି।

ଘରେ ପୂଜା ପାଇଁ ‘ମୋ ପୂଜାରୀ

ଏଣିକି ଜଜମାନମାନେ ଘରେ ବସି ନିଜ ନିଜ ଆଞ୍ଚଳିକ ଓ ଭିନ୍ନଭିନ୍ନ ପୂଜା କାର୍ଯ୍ୟ ପାଇଁ ପୂଜାରୀଙ୍କ ସହ ଯୋଗାଯୋଗ କରିପାରିବେ। ‘ମୋ ପୂଜାରୀ’ ଆପ୍‌‌ ଲଞ୍ଚ ହୋଇଛି। ଏଥିରେ ଏବେ ୩ ପ୍ରକାର, ଯଥା ହୋମଯଜ୍ଞ, ବ୍ୟକ୍ତିଗତ ଉତ୍ସବ ଓ ଅନ୍ୟାନ୍ୟ ପୂଜା କରୁଥିବା ପୂଜାରୀଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ପୂଜାରୀଙ୍କୁ ପଞ୍ଜୀକରଣ କରାଯିବ ବୋଲି ଏହି ଆପ୍‌‌ ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ପୂଜାରୀଙ୍କୁ ରୋଜଗାରର ଏକ ପନ୍ଥା ଯୋଗାଇବା ସହ ଜଜମାନଙ୍କ ଆବଶ୍ୟକତା ମଧ୍ୟ ପୂର୍ଣ୍ଣ କରିବ। ଏହି ୱେବସାଇଟ୍‌‌ରେ ଭୁବନେଶ୍ୱରର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପୂଜାରୀଙ୍କ ଲିଷ୍ଟ ରହିଛି।

ଅଣସଂରକ୍ଷିତ ଟିକଟ ପାଇଁ ୟୁଟିଏସ୍‌‌

ଏଣିକି ଯେକୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ହେଲେ ଟ୍ରାଭେଲ୍‌‌ ଏଜେନ୍ସି, କିମ୍ବା ରେଳ ଓ ବିମାନ ଟିକଟ କରିବା ପାଇଁ ଉକ୍ତ ସଂସ୍ଥାଙ୍କ ନିକଟକୁ ଯିବାର ଆବଶ୍ୟକତା ନାହିଁ। ଘରେ ବସି କେବଳ ଜାଗା ପସନ୍ଦ କରିବା ପରେ ସମସ୍ତ ପ୍ରକାର ଟିକଟ୍‌‌ ସହିତ ହୋଟେଲ ବୁକ୍‌‌ କରାଯାଇପାରୁଛି। ଏଥିପାଇଁ ଗୋ-ଆଇବିବୋ, ମେକ୍‌‌ ମାଇଁ ଟ୍ରିପ୍‌‌ ଭଳି ଆପ୍‌‌ର ବେଶ ଚାହିଦା ରହିଥିବା ବେଳେ ଅନ୍ୟ କେତେକ ଆପ୍‌‌ ମଧ୍ୟ ଏହି ସବୁଧା ଯୋଗାଇ ଦେଉଛନ୍ତି।

ସେହିପରି ରେଳ ଓ ବିମାନ ଟିକଟ ପାଇଁ ଏବେ ବହୁ ଆପ୍‌‌ରେ ଏହି ସୁବିଧା ମିଳିପାରୁଛି। ଭାରତୀୟ ରେଳ ନିଜସ୍ୱ ଆଇଆରସିଟିସି ଆପ୍‌‌ ରଖିଥିବା ବେଳେ ବିମାନ କମ୍ପାନୀଗୁଡ଼ିକ ନିଜସ୍ୱ ଆପ୍‌‌ ଓ ଥାର୍ଡ ପାର୍ଟି ଜରିଆରେ ଗ୍ରାହକଙ୍କୁ ଟିକ୍‌‌ଟ ଯୋଗାଇ ଦେଇ ପାରୁଛନ୍ତି। ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ କେବଳ ସଂରକ୍ଷିତ ଟିକ୍‌‌ଟ ଅନ୍‌‌ଲାଇନ୍‌‌ରେ ମିଳୁଥିବା ବେଳେ ଏବେ ୟୁଟିଏସ୍‌‌ ଆପ୍‌‌ ଜରିଆରେ ଅଣ ସଂରକ୍ଷିତ ଟିକଟ୍‌‌ ମଧ୍ୟ ଆପ୍‌‌ ମାଧ୍ୟମରେ କରି ହେଉଛି। ଅଣ ସଂରକ୍ଷିତ ଟିକଟ ବା ଜେନେରାଲ୍‌‌ ଟିକଟ ସାଧାରଣତଃ ଷ୍ଟେସନ କାଉଣ୍ଟରରୁ କରିବାକୁ ପଡ଼ିଥାଏ। ମାତ୍ର ଏହି ଆପ୍‌‌ ସହାୟତାରେ ଅନ୍‌‌ଲାଇନ୍‌‌ରେ ଜେନେରାଲ ଟିକଟ୍‌‌ କରିପାରୁଛୁ। ଯାତ୍ରୀ ଅନୁଯାୟୀ ନିର୍ଦ୍ଧାରିତ ଦରକୁ ଏହି ଆପ୍‌‌ ସହାୟତାରେ ୟୁପିଆଇ ଆକାଉଣ୍ଟକୁ ଲିଙ୍କ୍‌‌ କରି ପଇଠ ମଧ୍ୟ କରାଯାଇଥାଏ। ମୋବାଇଲର ପ୍ଲେ ଷ୍ଟୋରରୁ ଏହାକୁ ଡାଉନ୍‌‌ଲୋଡ କରି ଏହାରୁ ସୁବିଧା ନିଆଯାଇଥାଏ। ମାତ୍ର ଏହି ଆପ୍‌‌ର ବ୍ୟବହାର ଲାଗି ଉକ୍ତ ଯାତ୍ରୀଙ୍କୁ ଷ୍ଟେସନରୁ ଅତିକମ୍‌‌ରେ ୧ କିଲୋମିଟର ଦୂରରେ ରହିବାକୁ ପଡ଼ିବ।

୩ ଶ୍ରେଣୀର ଆପ୍‌‌

ଆପ୍‌‌କୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି। ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ, ବାଣିଜ୍ୟ କାରବାର ବା ଫାଇନାନ୍‌‌ସିଆଲ୍‌‌ ଓ ଗେମ୍‌‌ିଙ୍ଗ୍‌‌ ଆପ୍‌‌। ସୋସିଆଲ ମିଡିଆ ଆପ୍‌‌ ଜରିଆରେ ବର୍ତ୍ତମାନ ଅନେକ ଦୂରରେ ଥାଇ ମଧ୍ୟ ଜଣେ ଅନ୍ୟ ସ୍ଥାନରେ ନିଜର ଉପସ୍ଥିତି ଜାହିର କରିବାରେ ସକ୍ଷମ ହୋଇପାରୁଛି। ଭିଡିଓ କଲିଂର ସୁବିଧା ସୁଯୋଗ ଅଧିକାଂଶ ଆପ୍‌‌ରେ ମିଳିପାରୁଛି। ଗୁଗଲ୍‌‌ ମିଟ୍‌‌, ଜୁମ୍‌‌, ହ୍ୱାଟ୍‌‌ସଆପ୍‌‌ ସହିତ, ମେସେଞ୍ଜର ଆଦି ଏହି ସୁବିଧା ଯୋଗାଇ ଦେଉଛନ୍ତି। ନିକଟରେ ‘ଏକ୍ସ’ ମଧ୍ୟ ଏହି ସେବା ପ୍ରଦାନ କରିବ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଫଟୋରେ ଲାଇକ, କମେଣ୍ଟ ଓ ସେୟାର ଏବେ ଯୁବପିଢ଼ିଙ୍କ ପାଇଁ ଉତ୍ସାହବର୍ଦ୍ଧକ ସାଜିଛି। ମୁଖ୍ୟତଃ ଇନ୍‌‌ଷ୍ଟାଗ୍ରାମ୍‌‌ ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଥିବା ବେଳେ ପ୍ରତିଦିନ ଏଥିରେ ଯୁବ ପିଢ଼ିଲକ୍ଷାଧିକ ରିଲ୍ସ କରି ଅପ୍‌‌ଲୋଡ୍‌‌ କରୁଛନ୍ତି।

ଆପ୍‌‌ରେ ଖେଳ ସହ ଅର୍ଥ ଉପାର୍ଜନ

ବର୍ତ୍ତମାନ ଅଧିକାଂଶ ଗେମିଂ ଆପ୍‌‌ ଅର୍ଥ ରୋଜଗାର ପାଇଁ ବାଟ ବାହାର କରିଛନ୍ତି। ଯେଉଁ ଏହି ଆପ୍‌‌ଗୁଡ଼ିକ ବ୍ୟବହାର କରି ଖେଳିବେ, ସେମାନେ ଚାହିଁଲେ ଅନ୍‌‌ଲାଇନ୍‌‌ରେ ଅର୍ଥ ମଧ୍ୟ ରୋଜଗାର କରିପାରିବେ। ଏହି ଆପ୍‌‌ ମଧ୍ୟରେ ୱିନ୍‌‌ଜୋ, ପେଟିଏମ୍‌‌ ଫାଷ୍ଟ ଗେମ୍ସ, ଆସଟୁଥ୍ରି, ଜୁପି, ଏଇଓ ଗେମ୍ସ, ସ୍କିଲକ୍ୟାସ, ଗେମିଜୀ, ଗେଟ୍‌‌ମେଗା, ପୋକରବାଜ୍‌‌, ରୁମିସର୍କଲ, ଆଡ୍ଡା୫୨, ହଙ୍ଗାମା ଗେମ୍ସ, ଏମ୍‌‌ଗାମେର୍‌‌, ଗାମେଥନ୍‌‌, ପ୍ଲେୟାରର୍ଜପଟ୍‌‌ ଭଳି ଆପ୍‌‌ ରହିଛି। ମୁଖ୍ୟତଃ ଏଥିରେ ଅନ୍‌‌ଲାଇନ୍‌‌ରେ ଜଣେ ପ୍ରତିପକ୍ଷକୁ ଚୟନ କରି, ତାଙ୍କ ସହ ଗେମ୍‌‌ ଖେଳିବାକୁ ପଡ଼ିବ। ଏହି ଖେଳରେ ଯିଏ ବିଜୟୀ ହେବେ ତାଙ୍କୁ ନିର୍ଦ୍ଧାରିତ ଅର୍ଥ ଦେବାକୁ ପଡ଼ିବ।

ତଦନ୍ତରେ ବଳ ଯୋଗାଉଛି ‘ଆପ୍‌‌’

ଓଡ଼ିଶାରେ ‘୫-ଟି’ ଉପକ୍ରମରେ ପୁଲିସ ବ୍ୟବସ୍ଥା ଯୋଡ଼ିହେବା ପରେ ନୂଆ ପରିକଳ୍ପନା ସ୍ୱରୂପ ନୂଆ ଆପ୍‌‌ ଖୋଲା ଯାଇ ଅପରାଧୀଙ୍କ ବିଷୟରେ ତଥ୍ୟ ରଖାଯାଉଛି। ପ୍ରମାଣ ଯୋଗାଡ଼ ଓ ତଦନ୍ତରେ ମଧ୍ୟ ପୁଲିସକୁ ବିଭିନ୍ନ ଆପ୍‌‌ ବଳ ଯୋଗାଉଛି। କମିସନରେଟ ପୁଲିସ ଓ ଏସ୍‌‌ସିଆର୍‌‌ବି ପକ୍ଷରୁ କୁଣ୍ଡଳୀ, ସନ୍ଧାନ, ହାଜିରା, ସରାଇ, ସ୍ୱାଗତ, ‘ପ୍ରାରମ୍ଭ’ ‘ଇ-ପ୍ରିଜନ୍‌‌ ଆପ୍‌‌’ ଆଦି ବର୍ତ୍ତମାନ ବହୁ ମାତ୍ରାରେ ବ୍ୟବହାର କରାଯାଉଛି। ସେହିପରି ଏସ୍‌‌ସିଆର୍‌‌ବି ସହାୟତା ଓ ଆରକ୍ଷୀ ଭଳି ଆପ୍‌‌ରେ ସର୍ବସାଧାରଣଙ୍କ ଲାଗି ବିଭିନ୍ନ ସୂଚନା ଜାରି କରାଯାଇ ପାରୁଛି। ଜେଲ ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ‘ଇ-ପ୍ରିଜନ୍‌‌ ଆପ୍‌‌’ ଖୋଲାଯାଇଥିବା ବେଳେ ନାବାଳିକା ଓ ନାବାଳକଙ୍କ ଖୋଜିବା ଲାଗି ‘ପ୍ରାରମ୍ଭ’ ଆପ୍‌‌ର ବ୍ୟବହାର କରାଯାଉଛି। ସେପରି ଲୋକାଭିମୁଖୀ କାମ କରିବା ଓ ପିପୁଲ ଫ୍ରେଣ୍ଡ୍‌‌ଲି ହେବା ଲାଗି ନୂଆ ଯୋଜନା ‘ସ୍ୱାଗତ’ ଆପ୍‌‌ କାର୍ଯ୍ୟକ୍ଷମ ହେଉଛି। ସହାୟତା ଆପ୍‌‌ରେ ଗୋଟିଏ କ୍ଲିକ କଲେ ଥାନାରେ ହୋଇଥିବା ଅଭିଯୋଗ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଓ ‘ଆରକ୍ଷୀ’ରେ ଅଭିଯୁକ୍ତଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ରଖାଯାଇଛି।

ହାଉ ଯାଉ ନକଲି ଋଣ ଆପ୍‌‌

ଟିକିଏ ଭୁଲ୍‌‌ କଲେ ସାଇବର୍‌‌ ଠକ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେବେ ସାଇବର୍‌‌ ଠକ। ଏଥିପାଇଁ ସାଇବର୍‌‌ ଠକମାନେ ମୁଖ୍ୟତଃ ହନିଟ୍ରାପ୍‌‌କୁ ଅସ୍ତ୍ର କରୁଥିବା ବେଳେ ଏଥିପାଇଁ ମୋବାଇଲ୍‌‌ ବ୍ୟବହାରକାରୀଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାର ଅଛି। ମୁଖ୍ୟତଃ ଯେଉଁ ଆପ୍‌‌ଗୁଡ଼ିକୁ ସରକାରୀ ଭାବେ ବୈଧ କରାଯାଇ ନାହିଁ ତାହାଠାରୁ ଦୂରେଇ ରହିବା ପାଇଁ ଉଭୟ ପୁଲିସ ଓ ସାଇବର ଏକ୍ସପର୍ଟମାନେ ପରାମର୍ଶ ଦେଉଛନ୍ତି। ଏହି ଆପ୍‌‌ଗୁଡ଼ିକ ପ୍ରଥମେ ଋଣନେବାର ଲୋଭ ଦେଖାଇ ଗ୍ରାହକଙ୍କଠାରୁ ଠକି ନେବା ଭଳି ଘଟଣା ଘଟୁଛି। ଏଥିରେ ମୁଖ୍ୟତଃ କ୍ୟାସ୍‌‌ ଆଡଭାନ୍ସ ଆପ୍‌‌, କ୍ୟାଶ୍‌‌ ଫିସ ଆପ୍‌‌, କ୍ୟାସ୍‌‌ ଲାଇଟ୍‌‌ ଆପ୍‌‌, କ୍ୟାସ୍‌‌ ରେ’ ଆପ୍‌‌, କ୍ୟାସ୍‌‌ ରୁମ୍‌‌ ଆପ୍‌‌, କ୍ୟାସ୍‌‌ ଟ୍ରି ଆପ୍‌‌, ସିବି ଲୋନ୍‌‌ ଆପ୍‌‌, ଷ୍ଟୋର ଲୋନ୍‌‌, ମାଟିରୋ ଫାଇନାନ୍ସ, କ୍ୟାସ୍‌‌ ହୋଷ୍ଟ, ଗୋଲ୍ଡ କ୍ୟାସ୍‌‌, ମୋବାଇଲ କ୍ୟାସ୍‌‌, ଇଜି କ୍ରେଡିଟ୍‌‌, ମନି ଟ୍ରି, ଲୋନ୍‌‌ ଫର୍‌‌ଟ୍ୟୁନ୍‌‌, ରୁପି ସ୍ମାର୍ଟ, ଫ୍ଲାସ୍‌‌ ରୁପି, ଜୋ ଜୋ କ୍ୟାସ୍‌‌, କ୍ୟାସ୍‌‌ ପାର୍କ, ଲାଇଭ କ୍ୟାସ୍‌‌, ସନ କ୍ୟାସ୍‌‌, ଇନ୍‌‌କଲ୍‌‌ ଲୋନ୍‌‌, ୟୁନିଟ୍‌‌ କ୍ୟାସ୍‌‌, ବ୍ରାଇଟ୍‌‌ କ୍ୟାସ୍‌‌, ମ୍ୟାଜିକ ମନି ଭଳି ଆପ୍‌‌ ରହିଛନ୍ତି।

ଆପ୍‌‌ରେ ଚାକିରି ଖୋଜା

ପୂର୍ବରୁ ଚାକିରି ଖଣ୍ଡେ ପାଇବା ପାଇଁ ହେଲେ ଏ ଅଫିସ୍‌‌ରୁ ସେ ଅଫିସ୍‌‌କୁ ଦୌଡ଼ିବାକୁ ପଡ଼ୁଥିଲା। ଏବେ ଆପ୍‌‌ ଦ୍ୱାରା ନିଜର ମନ ପସନ୍ଦର ଚାକିରି ଖୋଜି ପାଉଛନ୍ତି ଆଶାୟୀ। ଏଥିପାଇଁ, ନୌକ୍ରି-ଡଟ୍‌‌କମ୍‌‌, ଲିଙ୍କଡିନ୍‌‌, ଫ୍ରି ଜଭ୍‌‌ ଆଲର୍ଟ, କ୍ୟାରିଅର ବିଲ୍ଡର ଭଳି ଆପ୍‌‌ରେ ଆଶାୟୀମାନେ ପ୍ରୋଫାଇଲ୍‌‌ ଖୋଲି ଚାକିରି ପାଇପାରୁଛନ୍ତି। ସେହିପରି କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ଏହି ଭଳି ଆପ୍‌‌ରୁ ଆଶାୟୀଙ୍କ ଯୋଗ୍ୟତା ଦେଖି ଚୟନ କରୁଛନ୍ତି।

ଭାରତୀୟଙ୍କ ଲାଗି ନିଷେଧ ଆପ୍‌‌

ଦେଶର ସୁରକ୍ଷା ବ୍ୟବସ୍ଥା ଓ ଆର୍ଥÒକ ଠକେଇ ସହିତ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁଥିବା କିଛି ଆପ୍‌‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଯେଉଁ ଆପ୍‌‌ଗୁଡ଼ିକ ପୂର୍ବରୁ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଉଥିଲେ ମଧ୍ୟ ଏବେ ଏହାକୁ ଆପ୍‌‌ ଡାଉନ୍‌‌ଲୋଡ୍‌‌କାରୀ ସଂସ୍ଥା ପ୍ଲେ ଷ୍ଟୋର୍‌‌ରୁ ହଟାଇ ଦିଆଯାଇଛି। ଏଥିରେ କ୍ୟାସ୍‌‌ ଆପ୍‌‌ କିଙ୍ଗ୍‌‌ସ, ହାଗୋ ପ୍ଲେ ୱିଥ୍‌‌, ନ୍ୟୁ ଫେଣ୍ଡ୍‌‌ର୍ସ, ସାଇବର ହଣ୍ଟର୍‌‌, ସାଇବର୍‌‌ ହଣ୍ଟର ଲାଇଟ୍‌‌, କ୍ନିଭେସ୍‌‌ ଆଉଟ୍‌‌-ନୋ ରୁଲ୍ସ, ଜଷ୍ଟ ଫାଇଟ୍‌‌!, ସୁପର ମେକା ଚାମ୍ପିଅନ୍ସ, ଲାଇଭ୍‌‌ ଅଫଟର, ଲୁଡୋ ୱାଲ୍ଡ-ଲୁଡୋ ସୁପରଷ୍ଟା, ଚେସ୍‌‌ ରସ୍‌‌, ପବ୍‌‌ଜି ମୋବାଇଲ ନର୍ଡିକ ମ୍ୟାପ୍‌‌: ଲିଭିକ, ପବ୍‌‌ଜି ମୋବାଇଲ ଲାଇଟ୍‌‌, ରାଇଜ୍‌‌ ଅଫ୍‌‌ କିଙ୍ଗ୍‌‌ଡମ୍ସ: ଲଷ୍ଟ ହୋରିଜୋନ, ଡ୍ୟାଙ୍କ୍‌‌ ଟ୍ୟାଙ୍କ୍‌‌ସ, ୱାରର୍ପାଥ, ଗେମ୍‌‌ ଅଫ୍‌‌ ସୁଲତାନ୍‌‌ସ, କ୍ୟାରମ୍‌‌ ଫ୍ରେଣ୍ଡସ୍‌‌: କ୍ୟାରମ୍‌‌ ବୋର୍ଡ ଆଣ୍ଡ୍‌‌ ପୁଲ ଗେମ୍‌‌, ଲୁଡୋ ଅଲ୍‌‌ ଷ୍ଟାର୍‌‌-ପ୍ଲେ ଅନ୍‌‌ଲାଇନ୍‌‌, ଲୁଡୋ ଗେମ୍‌‌ ଆଣ୍ଡ୍‌‌ ବୋର୍ଡ ଗେମ୍ସ, ବାଇକ୍‌‌ ରେସିଂ: ମୋଟୋ ଟ୍ରାଫିକ୍‌‌ ରାଇଡର ବାଇକ୍‌‌ ରେସିଂ ଗେମ୍ସ, ରେଞ୍ଜର୍ସ ଅଫ୍‌‌ ଅବଲିଭିଅନ୍‌‌- ଅନ୍‌‌ଲାଇନ୍‌‌ ଆକ୍ସନ୍‌‌ ଏମ୍‌‌ଏମ୍‌‌ଓ ଆର୍‌‌ପିଜି ଗେମ୍‌‌, ରୋଡ ଅଫ୍‌‌ କିଙ୍ଗସ୍‌‌, ମର୍ଡରସ୍‌‌ ପୁର୍‌‌ସୁଇଟ୍ସ, ଫାଇଟିଙ୍ଗ୍‌‌ ଲ୍ୟାଣ୍ଡ୍‌‌ଲଡ୍ସ, ମୋବାଇଲ୍‌‌ ଲେଜେଣ୍ଡସ୍‌‌: ପକେଟ୍‌‌, ଏ ଡ୍ରିମ୍‌‌ ଅଫ୍‌‌ ଜିଆଙ୍ଗହୁ, ଚିଫ୍‌‌ ଅଲମାଇଟ୍‌‌: ଫାଷ୍ଟ ଥଣ୍ଡର୍‌‌ ବିସି, ମାର୍ଭେଲ ସୁପର ୱାର, ଏଏଫ୍‌‌କେ ଆରେନା, କ୍ରିଏଟିଭ୍‌‌ ଡିସ୍‌‌ଟରେକ୍ସନ୍‌‌, କ୍ରୁସେଡର୍ସ ଅଫ୍‌‌ ଲାଇଟ୍‌‌, ମାଫିଆ ସିଟି, ଅନ୍‌‌ମୋଉଜି, ରାଇଡ୍‌‌ ଆଉଟ୍‌‌ ହିରୋର୍ସ, ଲିଜେଣ୍ଡ: ରାଇଜିଙ୍ଗ୍‌‌ ଇମ୍ପ୍‌‌ପ୍ୟାଇରି, ଅରେନା ଅଫ୍‌‌ ଭାଲୋର: ୫ଭି ଅରିନା ଗେମ୍ସ ଓ ସୋଲ ହଣ୍ଟର୍ସ, ରୁଲ ଅଫ୍‌‌ ସର୍‌‌ଭାଇଭାଲ, ଆଇଡିଣ୍ଟି ଭି, ଆଇସୋଲାଣ୍ଡ ଟୁ: ଆସେର୍ସ ଅ୍‌‌ ଟାଇମ୍‌‌; ବକ୍ସଷ୍ଟାର(ୟର୍‌‌ଲିଆସେସ), ହିରୋର୍ସ ଇଭୋଲଭ୍‌‌ଡ, ହାପି ଫିସ୍‌‌, ଜେଲିପପ୍‌‌ ମ୍ୟାଚ୍‌‌- ଡିକୋରେଟ୍‌‌ ୟୋର ଡ୍ରିମ ଆଇଲ୍ୟାଣ୍ଡ୍‌‌!, ମୁଞ୍ଚକିନ୍‌‌ ମ୍ୟାଚ୍‌‌: ମ୍ୟାଜିକ୍‌‌ ହୋମ ବିଲ୍ଡିଂ, କନକ୍ୟୁଷ୍ଟା ଅନଲାଇନ୍‌‌ ଆଇଆଇ, ଆଇସୋଲାଣ୍ଡ ଟୁ: ଆସେର୍ସ ଅଫ୍‌‌ ଟାଇମ୍‌‌ ଲାଇଟ୍‌‌, ରାଇଜ୍‌‌ ଅଫ୍‌‌ କିଙ୍ଗ୍‌‌ଡମ୍‌‌: ଲଷ୍ଟ କୃସେଡ୍‌‌, ଅନ୍‌‌ମୋଜି ଚେସ୍‌‌, ଅନ୍‌‌ମୋଜି ଆରିନା, କନ୍‌‌କ୍ୟୁର୍‌‌ ଅନଲାଇନ୍‌‌-ଏମଏମ୍‌‌ଓଆର୍‌‌ପିଜି ଗେମ୍‌‌, ଇଭି ଇଚ୍‌‌ଅର୍ସ, ଆଷ୍ଟ୍ରାକ୍ରାଫ୍ଟ, ଏକ୍ସଟ୍ରାଅଡିନାରି ୱାର୍ନ୍ସ, ବଦଲାଣ୍ଡର୍ସ, ଷ୍ଟିକ୍‌‌ ଫାଇଟ୍‌‌: ଦ ଗେମ୍‌‌ ମୋବାଇଲ୍‌‌, ଟ୍ୱିଲାଇଟ୍‌‌ ପିଅନର୍ସ, ଗାରେନା ଫ୍ରି ଫାୟାର ଓ ବଟଲଗ୍ରାଉଣ୍ଡର୍ସ ମୋବାଇଲ ଇଣ୍ଡିଆ ଭଳି ଆପ୍‌‌ ରହିଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp