ଆଜି ବିଶ୍ବ ଖାଦ୍ୟ ଦିବସ

The Sakala Picture
Published On

ମଣିଷର ସାଧାରଣ ଆବଶ୍ୟକତା ବା ମୌଳିକ ଅଧିକାର ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। ଏବେ କିନ୍ତୁ ସାରା ବିଶ୍ବରେ ଅନେକ ଲୋକଙ୍କୁ ଗଣ୍ଡିଏ ଖାଇବାକୁ ମିଳୁନାହିଁ। ଭୋକିଲାକୁ ଖାଦ୍ୟ ଯୋଗାଇବା, ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କରିବା, ଖାଦ୍ୟ ଉତ୍ପାଦନ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ‘ବିଶ୍ବ ଖାଦ୍ୟ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରୁ କ୍ଷୁଧା ଦୂର […]

ମଣିଷର ସାଧାରଣ ଆବଶ୍ୟକତା ବା ମୌଳିକ ଅଧିକାର ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। ଏବେ କିନ୍ତୁ ସାରା ବିଶ୍ବରେ ଅନେକ ଲୋକଙ୍କୁ ଗଣ୍ଡିଏ ଖାଇବାକୁ ମିଳୁନାହିଁ। ଭୋକିଲାକୁ ଖାଦ୍ୟ ଯୋଗାଇବା, ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କରିବା, ଖାଦ୍ୟ ଉତ୍ପାଦନ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ‘ବିଶ୍ବ ଖାଦ୍ୟ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରୁ କ୍ଷୁଧା ଦୂର କରି ସଭିଁଙ୍କୁ ଆହାର ଯୋଗାଇବା ପାଇଁ ପ୍ରୟାସ କରିବା। ଏହାସହ ଲୋକଙ୍କୁ ଖାଦ୍ୟ ନଷ୍ଟ ନ କରିବା ଦିଗରେ ସଚେତନ କରାଇବା ମିଳିତ ଜାତିସଂଘ ଦ୍ବାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ବ ଖାଦ୍ୟ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ମାଇକ୍ରୋମାକ୍ସର ଉତ୍ଥାନ ଓ ପତନ: କିପରି ଏକ ବିଲିୟନ ଡଲାରର ଭାରତୀୟ ବ୍ରାଣ୍ଡ୍‌ ହଠାତ୍ ବଜାରରୁ ହଜିଗଲା?

୧୯୭୯ ନଭେମ୍ବର ମାସରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ଏହି ସଂଗଠନର ୨୦ତମ ସମ୍ମିଳନୀରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହଙ୍ଗେରୀର କୃଷି ଏବଂ ଖାଦ୍ୟମନ୍ତ୍ରୀ ଡଃ ପାଲ ରମାନୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହାପରେ ବିଶ୍ବର ୧୫୦ରୁ ଅଧିକ ଦେଶ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ବ ଖାଦ୍ୟ ଦିବସ ରୂପେ ପାଳନ କରୁଛନ୍ତି। ଖାଦ୍ୟାଭାବ ଏବଂ ଦାରିଦ୍ର୍ୟଜନିତ ସମସ୍ୟା ଓ ଏହାର ନିରାକରଣ ଦିଗରେ ବିଶ୍ବବାସୀଙ୍କ ଦୃଷ୍ଟିଆକର୍ଷଣ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ପ୍ରତି ବର୍ଷ ଏହି ଦିନ ପାଳନ ନେଇ ଏକ ବିଷୟବସ୍ତୁ ରଖାଯାଇଥାଏ। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି- ‘Water is Life, Water is Food. Leave No One Behind’।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଥିବା ପଥରରେ କାହିଁକି ଥାଏ କଳା ଓ ଧଳା ରଙ୍ଗ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp