ଇତିହାସର ସବୁଠାରୁ ଧନୀ ବ୍ୟକ୍ତି

The Sakala Picture
Published On

ଏବେ ମୁକେଶ ଅମ୍ବାନୀଙ୍କ ସମେତ ବିଲ୍‌ ଗେଟସ୍, ଏଲନ୍ ମସ୍କ ଓ ମାର୍କ ଜୁକର୍‌ବର୍ଗ ଆଦି ଅନେକ ବ୍ୟକ୍ତି ସର୍ବୋଚ୍ଚ ଧନୀ ତାଲିକାରେ ସାମିଲ ଅଛନ୍ତି। କିନ୍ତୁ ବିଶ୍ବ ଇତିହାସରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଉଥିଲା। ‘ଧନକୁବେର’ ଭାବେ ପରିଚିତ ସେହି ବ୍ୟକ୍ତିଙ୍କ ନାଁ ହେଉଛି ମନସା ମୁସା। ଏକ ଐତିହାସିକ ରିପୋର୍ଟରୁ ପ୍ରକାଶ ପାଇଛି ଯେ, ମନସା ରାଜ୍ୟ ଭ୍ରମଣରେ ବାହାରିବାବେଳେ ନିଜ ପାଖରେ ସୁନା […]

ଏବେ ମୁକେଶ ଅମ୍ବାନୀଙ୍କ ସମେତ ବିଲ୍‌ ଗେଟସ୍, ଏଲନ୍ ମସ୍କ ଓ ମାର୍କ ଜୁକର୍‌ବର୍ଗ ଆଦି ଅନେକ ବ୍ୟକ୍ତି ସର୍ବୋଚ୍ଚ ଧନୀ ତାଲିକାରେ ସାମିଲ ଅଛନ୍ତି। କିନ୍ତୁ ବିଶ୍ବ ଇତିହାସରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଉଥିଲା। ‘ଧନକୁବେର’ ଭାବେ ପରିଚିତ ସେହି ବ୍ୟକ୍ତିଙ୍କ ନାଁ ହେଉଛି ମନସା ମୁସା। ଏକ ଐତିହାସିକ ରିପୋର୍ଟରୁ ପ୍ରକାଶ ପାଇଛି ଯେ, ମନସା ରାଜ୍ୟ ଭ୍ରମଣରେ ବାହାରିବାବେଳେ ନିଜ ପାଖରେ ସୁନା ରଖ୍ ଲୋକଙ୍କୁ ବାଣ୍ଟିବାଣ୍ଟି ଯାଉଥିଲେ। ମନସା ମୁସା ଥିଲେ ମାଲି ରାଜ୍ୟର ରାଜା ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ମୁସା କୀଟା। ସେ ୧୨୮୦ ମସିହାରେ ମାଲିରେ ଜନ୍ମଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀ ଓ ଶ୍ରାବଣ ସୋମବାରର ଦୁର୍ଲଭ ସଂଯୋଗ: ଜାଣନ୍ତୁ କାହିଁକି ନାଗ ଦେବତାଙ୍କୁ ଭାଇ ରୂପେ ପୂଜା କରାଯାଏ

ମୁସା ପ୍ରାୟ ୧୩୧୨ ରୁ ୧୩୩୭ ପର୍ଯ୍ୟନ୍ତ ଶାସନ କରିଥିଲେ । ପ୍ରାୟ ୨୫ ବର୍ଷ ଶାସନ କାଳରେ ସେ ଅନେକ ମସ୍‌ଜିଦ୍ ନିର୍ମାଣ କରିଥିଲେ। ଆଜିର ସମୟରେ ମାଲି ପଶ୍ଚିମ ଆଫ୍ରିକାର ଏକ ଦେଶ ଭାବେ ପରିଗଣିତ । ମନସା ମୁସାଙ୍କ ଧନ ବିଷୟରେ କୁହାଯାଏ, ତାଙ୍କର ଏତେ ସମ୍ପରି ଥିଲା ଯେ ଆଜିକା ଦିନରେ ଏହାର ଆକଳନ ଲଗାଇବା କଷ୍ଟକର। କୁହାଯାଏ ଯେ, ମନସା ମୁସା ସେହି ସମୟରେ ଲୁଣ ଓ ସୁନା ବ୍ୟବସାୟ କରୁଥିଲେ। ଯେତେବଳେ ମୁସା ମକ୍କା ଯାତ୍ରାରେ ବାହାରନ୍ତି, ତାଙ୍କ ଆଗରେ ୫୦୦ ଲୋକଙ୍କର ଏକ ଦଳ ଯାଏ।

ଆହୁରି ପଢ଼ନ୍ତୁ: ଜର୍ମାନୀ ଠାରୁ ୬ଟି ଅତ୍ୟାଧୁନିକ ବୁଡ଼ାଜାହାଜ କିଣିବ ଭାରତ: ସମୁଦ୍ରରେ ବଢ଼ିବ ନୌସେନାର ଶକ୍ତି, ଚୀନ୍‌ର ବଢ଼ିବ ଚିନ୍ତା

ସେମାନଙ୍କ ସମସ୍ତଙ୍କ ଦେହରେ ସୁନାର ଅଳଙ୍କାର ରହିଥାଏ । ସେ ରାସ୍ତାରେ ଲୋକଙ୍କୁ ସୁନା ବାଣ୍ଟିବାଣ୍ଟି ଯାଉଥିଲେ। ଅନେକ ରିପୋର୍ଟରୁ ଜଣାପଡ଼ିଛି ଯେ ସେତେବେଳେ ମନ ସା ମୁସାଙ୍କର ୪ ଲକ୍ଷ ମିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ଥିଲା । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ସହ ସମାନ। ସେଥୁରୁ ଅନୁମାନ କରିହେଉଥିବ ଯେ, ତାଙ୍କ ପାଖରେ କେତେ ସୁନା ସଂରକ୍ଷିତ ହୋଇ ରହୁଥିଲା। ସେଥ୍‌ପାଇଁ ତାଙ୍କୁ ଇତିହାସର ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଏ । ଏଥ୍ ସହିତ ଅନେକ ରିପୋର୍ଟରେ ମଧ୍ୟ କୁହାଯାଏ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଥିଲେ ଜ୍ୟାକ୍ଲବ୍ ଫଗର୍।

18 Oct 2021 By The Sakala

ଇତିହାସର ସବୁଠାରୁ ଧନୀ ବ୍ୟକ୍ତି

ଏବେ ମୁକେଶ ଅମ୍ବାନୀଙ୍କ ସମେତ ବିଲ୍‌ ଗେଟସ୍, ଏଲନ୍ ମସ୍କ ଓ ମାର୍କ ଜୁକର୍‌ବର୍ଗ ଆଦି ଅନେକ ବ୍ୟକ୍ତି ସର୍ବୋଚ୍ଚ ଧନୀ ତାଲିକାରେ ସାମିଲ ଅଛନ୍ତି। କିନ୍ତୁ ବିଶ୍ବ ଇତିହାସରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଉଥିଲା। ‘ଧନକୁବେର’ ଭାବେ ପରିଚିତ ସେହି ବ୍ୟକ୍ତିଙ୍କ ନାଁ ହେଉଛି ମନସା ମୁସା। ଏକ ଐତିହାସିକ ରିପୋର୍ଟରୁ ପ୍ରକାଶ ପାଇଛି ଯେ, ମନସା ରାଜ୍ୟ ଭ୍ରମଣରେ ବାହାରିବାବେଳେ ନିଜ ପାଖରେ ସୁନା ରଖ୍ ଲୋକଙ୍କୁ ବାଣ୍ଟିବାଣ୍ଟି ଯାଉଥିଲେ। ମନସା ମୁସା ଥିଲେ ମାଲି ରାଜ୍ୟର ରାଜା ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ମୁସା କୀଟା। ସେ ୧୨୮୦ ମସିହାରେ ମାଲିରେ ଜନ୍ମଗ୍ରହଣ କରିଥିଲେ।

ମୁସା ପ୍ରାୟ ୧୩୧୨ ରୁ ୧୩୩୭ ପର୍ଯ୍ୟନ୍ତ ଶାସନ କରିଥିଲେ । ପ୍ରାୟ ୨୫ ବର୍ଷ ଶାସନ କାଳରେ ସେ ଅନେକ ମସ୍‌ଜିଦ୍ ନିର୍ମାଣ କରିଥିଲେ। ଆଜିର ସମୟରେ ମାଲି ପଶ୍ଚିମ ଆଫ୍ରିକାର ଏକ ଦେଶ ଭାବେ ପରିଗଣିତ । ମନସା ମୁସାଙ୍କ ଧନ ବିଷୟରେ କୁହାଯାଏ, ତାଙ୍କର ଏତେ ସମ୍ପରି ଥିଲା ଯେ ଆଜିକା ଦିନରେ ଏହାର ଆକଳନ ଲଗାଇବା କଷ୍ଟକର। କୁହାଯାଏ ଯେ, ମନସା ମୁସା ସେହି ସମୟରେ ଲୁଣ ଓ ସୁନା ବ୍ୟବସାୟ କରୁଥିଲେ। ଯେତେବଳେ ମୁସା ମକ୍କା ଯାତ୍ରାରେ ବାହାରନ୍ତି, ତାଙ୍କ ଆଗରେ ୫୦୦ ଲୋକଙ୍କର ଏକ ଦଳ ଯାଏ।

ସେମାନଙ୍କ ସମସ୍ତଙ୍କ ଦେହରେ ସୁନାର ଅଳଙ୍କାର ରହିଥାଏ । ସେ ରାସ୍ତାରେ ଲୋକଙ୍କୁ ସୁନା ବାଣ୍ଟିବାଣ୍ଟି ଯାଉଥିଲେ। ଅନେକ ରିପୋର୍ଟରୁ ଜଣାପଡ଼ିଛି ଯେ ସେତେବେଳେ ମନ ସା ମୁସାଙ୍କର ୪ ଲକ୍ଷ ମିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ଥିଲା । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ସହ ସମାନ। ସେଥୁରୁ ଅନୁମାନ କରିହେଉଥିବ ଯେ, ତାଙ୍କ ପାଖରେ କେତେ ସୁନା ସଂରକ୍ଷିତ ହୋଇ ରହୁଥିଲା। ସେଥ୍‌ପାଇଁ ତାଙ୍କୁ ଇତିହାସର ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଏ । ଏଥ୍ ସହିତ ଅନେକ ରିପୋର୍ଟରେ ମଧ୍ୟ କୁହାଯାଏ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଥିଲେ ଜ୍ୟାକ୍ଲବ୍ ଫଗର୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp