ସାମାଜିକ ଗଣମାଧ୍ୟମର ସ୍ମୃତିରୁ ବଢ଼ୁଛି ଚିନ୍ତା

The Sakala Picture
Published On

ସାମାଜିକ ଗଣମାଧ୍ୟମ ଏବେ ଜୀବନର ଏକ ବଡ଼ ଅଂଶ ପାଲଟିଥିବା ବେଳେ ଏହାକୁ ନେଇ ଏକ ନୂଆ ଟ୍ରେଣ୍ଡ ଆସିଛି। ଏହାର ନାଁ ‘ଡିଜିଟାଲ ହଣ୍ଟିଂ’। ଏହାର ଅର୍ଥ ହେଉଛି ଡିଜିଟାଲ ଅତୀତ, ଯାହା କଦାପି ନଷ୍ଟ ହୋଇ ନ ଥାଏ। ଏହାଦ୍ବାରା ଜଣେ ଚାହୁଁ ବା ନ ଚାହୁଁ ତା’ର ଅତୀତର କିଛି ସ୍ମୃତି ଡିଜିଟାଲ ମାଧ୍ୟମରେ ବାରମ୍ବାର ତା’ର ଆଖି ସାମ୍ନାକୁ ଆସିଥାଏ। ପୁରୁଣା ଫଟୋ, ପୋଷ୍ଟ, ଚାଟ୍‌, ସ୍ମୃତି, ତ୍ରୁଟି ଯାହା ପୂର୍ବରୁ […]

ସାମାଜିକ ଗଣମାଧ୍ୟମ ଏବେ ଜୀବନର ଏକ ବଡ଼ ଅଂଶ ପାଲଟିଥିବା ବେଳେ ଏହାକୁ ନେଇ ଏକ ନୂଆ ଟ୍ରେଣ୍ଡ ଆସିଛି। ଏହାର ନାଁ ‘ଡିଜିଟାଲ ହଣ୍ଟିଂ’। ଏହାର ଅର୍ଥ ହେଉଛି ଡିଜିଟାଲ ଅତୀତ, ଯାହା କଦାପି ନଷ୍ଟ ହୋଇ ନ ଥାଏ। ଏହାଦ୍ବାରା ଜଣେ ଚାହୁଁ ବା ନ ଚାହୁଁ ତା’ର ଅତୀତର କିଛି ସ୍ମୃତି ଡିଜିଟାଲ ମାଧ୍ୟମରେ ବାରମ୍ବାର ତା’ର ଆଖି ସାମ୍ନାକୁ ଆସିଥାଏ। ପୁରୁଣା ଫଟୋ, ପୋଷ୍ଟ, ଚାଟ୍‌, ସ୍ମୃତି, ତ୍ରୁଟି ଯାହା ପୂର୍ବରୁ ମଣିଷ କରିଥାଏ ଡିଜିଟାଲ ହଣ୍ଟିଂ ମାଧ୍ୟମରେ ବାରମ୍ବାର ଆଖି ସାମ୍ନାକୁ ଆସି ମାନସିକ ଶାନ୍ତି ଭଙ୍ଗ କରେ।

ଏପରିକି ଅନେକ ସମୟରେ ଏହା ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି କରେ। ସରଳ ଭାଷାରେ କହିଲେ, କୌଣସି ପୁରୁଣା ସମ୍ପର୍କ ତଥା ଫଟୋ ଅଚାନକ ଟାଇମଲାଇନ୍‌ରେ ଦେଖାଇଲେ ମସ୍ତିଷ୍କ ସେହି ପୁରୁଣା କଥାକୁ ମନେପକାଇ ଅବସାଦ ମଧ୍ୟରେ ରୁହେ। ସେହିପରି ସାମାଜିକ ଗଣମାଧ୍ୟମ, ଦୁଇ ବର୍ଷ ତଳର ପୁରୁଣା ସ୍ମୃତିର ନୋଟିଫିକେସନ ପ୍ରେରଣ କରେ। ହେଲେ ସବୁ ସ୍ମୃତି ସୁଖଦ ହୋଇ ନ ଥାଏ। କିଛି ଫଟୋ ଅତୀତର କିଛି ତିକ୍ତ ଅନୁଭୂତି, ବ୍ରେକ୍‌ଅପ୍, ଏକାକୀତ୍ବ କଥାକୁ ମନେ ପକାଇଦିଏ। ଏହା ଅତୀତର ସେହି ଯନ୍ତ୍ରଣାକୁ ପୁଣି ଥରେ ମନେ ପକାଇ ଦିଏ। ସେହିପରି ଏହାକୁ ଅତିକ୍ରମ କରି ଆଗକୁ ବଢ଼ୁଥିବା ଲୋକ ପୁଣି ଭାବପ୍ରବଣ ହୋଇ ଚିନ୍ତାରେ ବୁଡ଼ି ରହନ୍ତି। ଅବଶ୍ୟ ସମୟ ସହିତ ମଣିଷ ବଦଳୁଛି, ହେଲେ ଇଣ୍ଟରନେଟ୍ ନୁହେଁ। ମଣିଷ ବଦଳିଗଲେ ବି ପୋଷ୍ଟ କରାଯାଇଥିବା ପୁରୁଣା ଫଟୋ, ପୋଷ୍ଟ ବାରମ୍ବାର ସାମ୍ନାକୁ ଆସେ।

ବେଳେ ବେଳେ ପୁରୁଣା ପରିଚୟ ବର୍ତ୍ତମାନ ସମୟ ସହିତ ମେଳ ଖାଇ ନ ଥାଏ। ପୁରୁଣା ଫଟୋ ତଥା ପୋଷ୍ଟ ଦେଖି ଲୋକେ ଜୀବନରେ ଆଗକୁ ବଢ଼ିଥିବା ଲୋକଟିକୁ ନେଇ ମନରେ ଭୁଲ ଧାରଣା ଆଣିଥାନ୍ତି। ଡିଜିଟାଲ ହଣ୍ଟିଂ କେବଳ ପୁରୁଣା ପୋଷ୍ଟ ପର୍ଯ୍ୟନ୍ତ ସୀମିତ ନାହିଁ, ଲାଷ୍ଟ ସିନ୍‌, ନୋଟିଫିକେସନ, ଟ୍ୟାଗ କରାଯାଇଥିବା ଫଟୋ ସେହିମାନଙ୍କୁ ମନେ ପକାଇ ଦିଏ, ଯେଉଁମାନଙ୍କଠାରୁ ଆମେ ଦୂରେଇ ଯାଇଥାଉ। ତେଣୁ ଏଥିରୁ ଦୂରେଇ ରହିବା ଲାଗି ପୁରୁଣା ପୋଷ୍ଟ, ଚାଟ୍‌, ଫଟୋ ଆଦିଗୁଡ଼ିକୁ ଡିଲିଟ୍ କରିଦେବା ଦରକାର। ସବୁଠୁ ବଡ଼ କଥା ହେଲା ସାମାଜିକ ଗଣମାଧ୍ୟମରେ ନୋଟିଫିକେସନକୁ ନିୟନ୍ତ୍ରିତ କରିବା ଉଚିତ। ଏହାବାଦ୍ ମଝିରେ ମଝିରେ ଡିଜିଟାଲ ଡିଟକ୍ସ ଆପଣାଇବା ଉପରେ ଗୁରୁତ୍ବ ଦେବା ଦରକାର।

About The Author