ଜାଣନ୍ତୁ ଜାତକ ଅଙ୍କ ବା ଜନ୍ମ ଅଙ୍କକୁ ନେଇ ୨୦୨୨ରେ କିଭଳି ରହିବ ମହିଳାଙ୍କ ଭାଗ୍ୟ
ଅନେକ ଆଶା ଓ ଆକାଂକ୍ଷା ନେଇ ଆସିଯାଇଛି ନୂତନ ବର୍ଷ ୨୦୨୨। ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ ଚଳିତବର୍ଷ ୪ଟି ରାଶିର ଝିଅମାନେ ବେଶ୍ ସୌଭାଗ୍ୟବତୀ ହେବେ। ସେମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁବେ। ଏବେ ଜାଣିବା ସେହି ୪ଟି ରାଶି ସମ୍ପର୍କରେ…. ମେଷ : ମେଷ ରାଶିର ଝିଅମାନଙ୍କ ପାଇଁ ୨୦୨୨ ଅନେକ କିଛି ସଫଳତା ନେଇ ଆସିଛି। ଚାକିରି ସନ୍ଧାନରେ ଥିବା ଝିଅମାନଙ୍କୁ ଭଲ ସଂସ୍ଥାରେ ମନପସନ୍ଦର ଚାକିରି ମିଳିବ। ଚଳିତବର୍ଷ ସେମାନେ ସମୟକ୍ରମେ […]
ଅନେକ ଆଶା ଓ ଆକାଂକ୍ଷା ନେଇ ଆସିଯାଇଛି ନୂତନ ବର୍ଷ ୨୦୨୨। ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ ଚଳିତବର୍ଷ ୪ଟି ରାଶିର ଝିଅମାନେ ବେଶ୍ ସୌଭାଗ୍ୟବତୀ ହେବେ। ସେମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁବେ। ଏବେ ଜାଣିବା ସେହି ୪ଟି ରାଶି ସମ୍ପର୍କରେ….
ମେଷ :
ମେଷ ରାଶିର ଝିଅମାନଙ୍କ ପାଇଁ ୨୦୨୨ ଅନେକ କିଛି ସଫଳତା ନେଇ ଆସିଛି। ଚାକିରି ସନ୍ଧାନରେ ଥିବା ଝିଅମାନଙ୍କୁ ଭଲ ସଂସ୍ଥାରେ ମନପସନ୍ଦର ଚାକିରି ମିଳିବ। ଚଳିତବର୍ଷ ସେମାନେ ସମୟକ୍ରମେ ବହୁତ କିଛି ଶିକ୍ଷା ପାଇବେ। ବିଦେଶରେ ଶିକ୍ଷାଗ୍ରହଣ କରିବାର ସ୍ବପ୍ନ ପୂରଣ ହେବ। କିନ୍ତୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସଚେତନ ରହିବା ଆବଶ୍ୟକ।
କର୍କଟ :
୨୦୨୨ରେ କର୍କଟ ରାଶି ପାଇଁ ସୌଭାଗ୍ୟଲାଭର ଯୋଗ ରହିଛି। ସମସ୍ତ ଅଧୁରା କାର୍ଯ୍ୟ ପୂରଣ ହେବ। ଚଳିତବର୍ଷ ଭଗବାନ ଭୋଳାନାଥଙ୍କ ପୂଜା ବେଶ୍ ଲାଭଦାୟକ। ବିବାହ କ୍ଷେତ୍ରରେ ଥ୍ଖବା ସବୁ ବାଧାବିଘ୍ନ ଦୂର ହୋଇଯିବ।
କନ୍ୟା:
୨୦୨୨ ଅନେକ କ୍ଷେତ୍ରରେ କନ୍ୟା ରାଶିର ଝିଅମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ। ଶିକ୍ଷା କ୍ଷେତ୍ରରେ ଉତ୍ତମ ଫଳପ୍ରାପ୍ତି ହେବ। ସବୁ ଅଧୁରା କାର୍ଯ୍ୟ ପୂରଣ ହେବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଉତ୍ତମ ଜୀବନସାଥୀ ମିଳିବାର ଆଶା ମଧ୍ୟ ଅବିଳମ୍ବେ ପୂରଣ ହେବ। ଏହି ନୂତନ ବର୍ଷରେ ଅଫିସ୍ରେ ପଦୋନ୍ନତିର ଯୋଗ ମଧ୍ୟ ରହିଛି। ବିଘ୍ନବିନାଶକ ଗଣେଶଙ୍କ ପୂଜା କରନ୍ତୁ। ପ୍ରତ୍ୟେକ କାର୍ୟ୍ୟରେ ସଫଳତା ମିଳିବା ସହ ବିଘ୍ନ ନାଶ ହେବ।
ଧନୁ :
୨୦୨୨ ଧନୁ ରାଶିଙ୍କ ଝିଅମାନଙ୍କ ପାଇଁ ବହୁତ ଖୁସି ନେଇ ଆସିଛି। ଏହି ନୂଆବର୍ଷରେ ସମସ୍ତଙ୍କ ଭରପୂର ସହଯୋଗ ଓ ସମର୍ଥନ ମିଳିବ। ଘର ଓ ପରିବାର ମଧ୍ୟରେ ଖୁସିର ପରିବେଶ ରହିବ। କିନ୍ତୁ ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଲାଭାଦି ଯୋଗ ରହିଛି। ବିବାହ ଯୋଗ ମଧ୍ୟ ଅଛି। ଅନ୍ଲାଇନ୍ରେ କିଣାବିକା ଓ ଖର୍ଚ୍ଚ କ୍ଷେତ୍ରରେ ଧ୍ୟାନ ଦେବା ଆବଶ୍ୟକ। ଜୀବନରେ ଅନୁଶାସନ ହେବାର ସମୟ ଆସିଯାଇଛି ବୋଲି ଗଣନା କରାଯାଇଛି।
ଜନ୍ମ ଅଙ୍କ ଅନୁଯାୟୀ ମହିଳାଙ୍କ ଭାଗ୍ୟ
ଜାତକ ଅଙ୍କ ବା ଜନ୍ମ ଅଙ୍କକୁ ନେଇ ୨୦୨୨ରେ କିଭଳି ରହିବ ମହିଳାଙ୍କ ଭାଗ୍ୟ? ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ଭବିଷ୍ୟତ କଣ ହେବ? ଜାତକ ଅଙ୍କ ଅନୁସାରେ ଚଳିତ ବର୍ଷ କିଭଳି କଟିବ ମହିଳାଙ୍କ ଦିନ, ଆସନ୍ତୁ ଜାଣିବା।
ଅଙ୍କ ୧:
୧ ତାରିଖରେ ଜନ୍ମ ହୋଇଥିବା ମହିଳାମାନେ ୨୦୨୨ରେ ପୁରୁଷଙ୍କ ଅପେକ୍ଷା ଅଧିକ ଲାଭାନ୍ବିତ ହେବେ। ବ୍ୟବସାୟ , ଚାକିରି ଓ ପଦୋନ୍ନତି ହେବାର ସମ୍ଭାବନା ଅଧିକ ରହିଛି।
ଅଙ୍କ ୨:
ଯେଉଁ ମହିଳାଙ୍କ ଜନ୍ମ ତାରିଖ ୨, ୧୧, ୨୦ ଓ ୨୯ ରହିଛି, ସେମାନଙ୍କ ପାଇଁ ୨୦୨୨ ଅନେକ ଶୁଭଫଳ ନେଇଆସିଛି। ମହିଳାମାନଙ୍କର କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ତାଙ୍କର ବିଭାଗ, ବୈଠକ ଓ ଟିମ୍ରେ ମଧ୍ୟ ପରିବର୍ତ୍ତନ ଆସିବ। ତେଣୁ ଧୈର୍ଯ୍ୟର ସହିତ କାମ କରିବାକୁ ହେବ। ଚାକିରି ଖୋଜୁଥିବା ଝିଅ ବା ମହିଳାଙ୍କୁ ରୋଜଗାରର ସୁପରିଣାମ ମିଳିବ।
ଅଙ୍କ ୩:
ଜନ୍ମ ଅଙ୍କ ବା ଜନ୍ମତାରିଖ ୩, ୧୨, ୨୧ ଓ ୩୦ ହୋଇଥିଲେ, ମହିଳାମାନଙ୍କ କ୍ଷେତ୍ରରେ ପଦୋନ୍ନତି ଓ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଧନ ଓ ସମ୍ମାନ ଲାଭର ଯୋଗ ରହିଛି। ସନ୍ତାନମାନଙ୍କ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ।
ଅଙ୍କ ୪:
ଯେଉଁମାନଙ୍କର ଜନ୍ମ ତାରିଖ ୪, ୧୩, ୨୨ କିମ୍ବା ୩୧ ଅଛି, ସେମାନଙ୍କ ପାଇଁ ଚଳିତ ବର୍ଷ ମିଶ୍ରିତ ଫଳପ୍ରାପ୍ତିର ଯୋଗ ରହିଛି। ସରକାରୀ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିବାଦୀୟ ପରିସ୍ଥିତିର ସାମ୍ନା କରିପାରନ୍ତି। ତେଣୁ ସତର୍କ ରହିବା ଉଚିତ। ଭୈରବଙ୍କ ପୂଜା କରିବା ଦ୍ବାରା ଅନେକାଂଶରେ ସଫଳତା ମିଳିପାରିବ।
ଅଙ୍କ ୫:
୫, ୧୪ ଓ ୨୩ ତାରିଖରେ ଜନ୍ମଗ୍ରହଣ କରିଥିବା ମହିଳାମାନେ ଚାକିରି କ୍ଷେତ୍ରରେ ବିଶେଷ ଲାଭାନ୍ବିତ ହେବେ। ମନ ପସନ୍ଦର ସ୍ଥାନକୁ ବଦଳି ହୋଇଯିବାର ସମ୍ଭାବନା ରହିଛି। କପଡ଼ା ଓ କୃଷି କ୍ଷେତ୍ରରେ କାମ କରୁଥ୍ଖବା ମହିଳାମାନଙ୍କୁ ସଫଳତା ଓ ଧନପ୍ରାପ୍ତିର ଯୋଗ ରହିଛି। ସେୟାର୍ ମାର୍କେଟିଂରେ ଲାଭ ପାଇପାରିବେ।
ଅଙ୍କ ୬:
ଯେଉଁମାନଙ୍କର ଜନ୍ମ ତାରିଖ ୬,୧୫ କିମ୍ବା ୨୪ ରହିଛି, ସେମାନେ ଚଳିତବର୍ଷ ସଫଳତା ପାଇଁ ଅଧିକ ପ୍ରୟାସ କରିବାକୁ ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ ଏବଂ ସେୟାର୍ ମାର୍କେଟ୍ରେ ଫାଇନାନ୍ସ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ସ୍ବାସ୍ଥ୍ୟ ସମ୍ପର୍କିତ କିଛି ସମସ୍ୟା ଆସିପାରେ। ତେଣୁ ବିଶେଷ ଭାବେ ଖାଦ୍ୟ ପ୍ରତି ସଚେତନ ହୁଅନ୍ତୁ।
ଅଙ୍କ ୭ :
୭, ୧୬ ଓ ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ମହିଳାମାନଙ୍କୁ କମ୍ପ୍ୟୁଟର୍, ସୂଚନା ଓ ପ୍ରସାରଣ ବିଭାଗ, ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ ମିଳିବ। ଘରବାଡ଼ି କ୍ରୟ କରିବାରେଯୋଗ ମଧ୍ୟ ଅଛି। ସୌନ୍ଦର୍ଯ୍ୟ ଓ ପ୍ରଶାସନ ସହିତ ଜଡ଼ିତ ମହିଳାଙ୍କୁ ବିଶେଷ ଭାବେ ୨୦୨୨ ଅନେକ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। କିନ୍ତୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସତର୍କ ରହିବାକୁ ହେବ।
ଅଙ୍କ ୮:
ଜନ୍ମ ତାରିଖ ୮, ୧୭ ଓ ୨୬ ହୋଇଥିଲେ ଚଳିତବର୍ଷ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ହେବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ମତଭେଦ ହେବାର ଆଶଙ୍କା ଅଛି। ଏହା ସହିତ ପରିବାରରେ ବାପା କିମ୍ବା ଭାଇଙ୍କ ସହିତ ମତଭେଦ ହୋଇପାରେ। କିନ୍ତୁ ଧନଲାଭର ଯୋଗ ରହିଛି।
ଅଙ୍କ ୯:
୯, ୧୮ ଓ ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ମହିଳାମାନେ ଆର୍ଥିକ କ୍ଷେତ୍ରରେ ସାବଧାନ ରୁହନ୍ତୁ। କୌଣସି ବଡ଼ ଧରଣର ନିବେଶ କରନ୍ତୁ ନାହିଁ। ସୁରକ୍ଷା ବିଭାଗରେ କାମ କରୁଥ୍ଖବା ମହିଳାମାନଙ୍କୁ ପଦୋନ୍ନତି ମିଳିପାରେ। ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ବାରା ଅନେକ ସମସ୍ୟା ଦୂର ହୋଇପାରିବ।






