ରେସ୍ତୋରାଁ ମାଲିକଙ୍କ ଅଭିନବ ପ୍ରୟାସ: ବଳକା ଖାଦ୍ୟରେ ଗରିବ ଓ ଭୋକିଲାଙ୍କ ଭୋକ ମେଣ୍ଟାଇବା ପାଇଁ ବାହାରେ ରଖିଛନ୍ତି ଫ୍ରିଜ୍‌

The Sakala Picture
Published On

ଭାରତରେ ହଜାର ହଜାର ଲୋକ ଏଭଳି ଅଛନ୍ତି, ଯେଉଁମାନଙ୍କୁ ଦୁଇଓଳି ପେଟପୂରା ଖାଦ୍ୟ ମିଳି ନ ଥାଏ। ଅପରପକ୍ଷରେ ଦେଶର ଖାଦ୍ୟ ଅପଚୟର ପରିସଂଖ୍ୟାନ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏକ ଆକଳନ ଅନୁଯାୟୀ, ସଚେତନତା, ରକ୍ଷଣାବେକ୍ଷଣ ଓ ଯୋଗାଣ ବ୍ୟବସ୍ଥାରେ ବାଧା ଯୋଗୁ ଦେଶରେ ଉତ୍ପାଦିତ ହେଉଥିବା ଖାଦ୍ୟର ୪୦ ପ୍ରତିଶତ ନଷ୍ଟ ହୋଇଥାଏ। ତେବେ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଉତ୍ତର ପ୍ରଦେଶର ଗୋରଖପୁରଠାରେ ଥିବା ଏକ ରେସ୍ତୋରାଁର ମାଲିକ ସୁପ୍ରିୟା ଦ୍ବିବେଦୀ ଅଭିନବ ଉପାୟ ଅବଲମ୍ବନ […]

ଭାରତରେ ହଜାର ହଜାର ଲୋକ ଏଭଳି ଅଛନ୍ତି, ଯେଉଁମାନଙ୍କୁ ଦୁଇଓଳି ପେଟପୂରା ଖାଦ୍ୟ ମିଳି ନ ଥାଏ। ଅପରପକ୍ଷରେ ଦେଶର ଖାଦ୍ୟ ଅପଚୟର ପରିସଂଖ୍ୟାନ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏକ ଆକଳନ ଅନୁଯାୟୀ, ସଚେତନତା, ରକ୍ଷଣାବେକ୍ଷଣ ଓ ଯୋଗାଣ ବ୍ୟବସ୍ଥାରେ ବାଧା ଯୋଗୁ ଦେଶରେ ଉତ୍ପାଦିତ ହେଉଥିବା ଖାଦ୍ୟର ୪୦ ପ୍ରତିଶତ ନଷ୍ଟ ହୋଇଥାଏ। ତେବେ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଉତ୍ତର ପ୍ରଦେଶର ଗୋରଖପୁରଠାରେ ଥିବା ଏକ ରେସ୍ତୋରାଁର ମାଲିକ ସୁପ୍ରିୟା ଦ୍ବିବେଦୀ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେ ତାଙ୍କ ରେସ୍ତୋରାଁର ସମ୍ମୁଖରେ ଏକ ଫ୍ରିଜ୍‌ ରଖିଛନ୍ତି, ଯାହା ‘ଜନତା ଫ୍ରିଜ୍‌’ ଭାବେ ଲୋକପ୍ରିୟ ହେବାରେ ଲାଗିଛି। ଏହି ଫ୍ରିଜ୍‌ରେ ଗରିବ ଓ ଭୋକିଲାଙ୍କ ପାଇଁ ଖାଦ୍ୟ ରଖାଯାଇଥାଏ। ଯାହାଦ୍ବାରା ଅନେକ ଲୋକ ଉପକୃତ ହୋଇ ପାରୁଛନ୍ତି।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

ସୁପ୍ରିୟା ୨୦୧୮ ମସିହାରେ ଏହି ରେସ୍ତୋରାଁ ଖୋଲିଥିଲେ। ସେ ଦେଖନ୍ତି ଯେ, ପ୍ରତିଦିନ ରୋସ୍ତୋରାଁରେ କିଛି ନା କିଛି ଖାଦ୍ୟ ବଳକା ରହୁଛି। ତେଣୁ ଏହାକୁ ଗରିବଙ୍କ ମଧ୍ୟରେ ବାଣ୍ଟିବା ପାଇଁ ରେସ୍ତୋରାଁ ବାହାରେ ଏକ ଫ୍ରିଜ୍‌ ରଖିଲେ। ଏହି ଫ୍ରିଜ୍‌ରେ ବଳକା ଖାଦ୍ୟକୁ ଅଲଗା ଅଲଗା ପ୍ୟାକେଟ୍‌ କରି ରଖିଲେ। ଏହାଦ୍ବାରା ଅନେକ ଗରିବ ଓ ଅଭାବୀ ଲୋକ ଉପକୃତ ହେବାକୁ ଲାଗିଲେ। ଯେତେବେଳେ ଜନତା ଫ୍ରିଜ୍‌ ବିଷୟରେ ସାଧାରଣ ଲୋକେ ଜାଣିବାକୁ ପାଇଲେ,ସେମାନେ ମଧ୍ୟ ସହଯୋଗର ହାତ ବଢ଼ାଇଲେ। ବାହାଘର, ଜନ୍ମଦିନ ଆଦି ସମାରୋହରେ ବଳକା ଖାଦ୍ୟକୁ ଆଣି ଲୋକମାନେ ଏହି ଫ୍ରିଜ୍‌ରେ ରଖିଲେ।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଖାଦ୍ୟକୁ ଖାଇ ଯେପରି କେହି ଅସୁସ୍ଥ ନ ହେବେ ସେଥିପ୍ରତି ସୁପ୍ରିୟା ଧ୍ୟାନ ଦିଅନ୍ତି। କୌଣସି ସମାରୋହରୁ ଆସୁଥିବା ଖାଦ୍ୟକୁ ରେସ୍ତୋରାଁର ରୋଷେୟା ପ୍ରଥମେ ଯାଞ୍ଚ କରନ୍ତି। ଏହାପରେ ଖାଦ୍ୟକୁ ଫ୍ରିଜ୍‌ରେ ରଖାଯାଏ। ବର୍ତ୍ତମାନ ସୁପ୍ରିୟା ଲୋକଙ୍କ ଘରକୁ ଯାଇ ବଳକା ଖାଦ୍ୟ ସଂଗ୍ରହ କରୁଛନ୍ତି। ଏଥିପାଇଁ ସେ ୧୨ ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସୁପ୍ରିୟା କୁହନ୍ତି ଯେ, ‘ଗୋରଖପୁରରେ ପ୍ରାୟ ୨୦୦ ରୋସ୍ତୋରାଁ ଅଛି। ଯଦି ସମସ୍ତ ରେସ୍ତୋରାଁ ଏଭଳି କିଛି ପଦକ୍ଷେପ ନିଅନ୍ତି ତେବେ କେହି ଭୋକିଲା ଶୋଇବେ ନାହିଁ ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ଏକ ରିପୋର୍ଟ ଅନୁଯାୟୀ ଦେଶରେ ବାର୍ଷିକ ୯୨ ହଜାର କୋଟି ଟଙ୍କା ମୂଲ୍ୟର ଖାଦ୍ୟ ନଷ୍ଟ ହେଉଛି। ଏଭଳି କ୍ଷେତ୍ରରେ ‘ଜନତା ଫ୍ରିଜ୍’ ନିଶ୍ଚିତ ଭାବେ ଏକ ସମୟୋପଯୋଗୀ ପଦକ୍ଷେପ।

05 Sep 2022 By The Sakala

ରେସ୍ତୋରାଁ ମାଲିକଙ୍କ ଅଭିନବ ପ୍ରୟାସ: ବଳକା ଖାଦ୍ୟରେ ଗରିବ ଓ ଭୋକିଲାଙ୍କ ଭୋକ ମେଣ୍ଟାଇବା ପାଇଁ ବାହାରେ ରଖିଛନ୍ତି ଫ୍ରିଜ୍‌

ଭାରତରେ ହଜାର ହଜାର ଲୋକ ଏଭଳି ଅଛନ୍ତି, ଯେଉଁମାନଙ୍କୁ ଦୁଇଓଳି ପେଟପୂରା ଖାଦ୍ୟ ମିଳି ନ ଥାଏ। ଅପରପକ୍ଷରେ ଦେଶର ଖାଦ୍ୟ ଅପଚୟର ପରିସଂଖ୍ୟାନ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏକ ଆକଳନ ଅନୁଯାୟୀ, ସଚେତନତା, ରକ୍ଷଣାବେକ୍ଷଣ ଓ ଯୋଗାଣ ବ୍ୟବସ୍ଥାରେ ବାଧା ଯୋଗୁ ଦେଶରେ ଉତ୍ପାଦିତ ହେଉଥିବା ଖାଦ୍ୟର ୪୦ ପ୍ରତିଶତ ନଷ୍ଟ ହୋଇଥାଏ। ତେବେ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଉତ୍ତର ପ୍ରଦେଶର ଗୋରଖପୁରଠାରେ ଥିବା ଏକ ରେସ୍ତୋରାଁର ମାଲିକ ସୁପ୍ରିୟା ଦ୍ବିବେଦୀ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେ ତାଙ୍କ ରେସ୍ତୋରାଁର ସମ୍ମୁଖରେ ଏକ ଫ୍ରିଜ୍‌ ରଖିଛନ୍ତି, ଯାହା ‘ଜନତା ଫ୍ରିଜ୍‌’ ଭାବେ ଲୋକପ୍ରିୟ ହେବାରେ ଲାଗିଛି। ଏହି ଫ୍ରିଜ୍‌ରେ ଗରିବ ଓ ଭୋକିଲାଙ୍କ ପାଇଁ ଖାଦ୍ୟ ରଖାଯାଇଥାଏ। ଯାହାଦ୍ବାରା ଅନେକ ଲୋକ ଉପକୃତ ହୋଇ ପାରୁଛନ୍ତି।

ସୁପ୍ରିୟା ୨୦୧୮ ମସିହାରେ ଏହି ରେସ୍ତୋରାଁ ଖୋଲିଥିଲେ। ସେ ଦେଖନ୍ତି ଯେ, ପ୍ରତିଦିନ ରୋସ୍ତୋରାଁରେ କିଛି ନା କିଛି ଖାଦ୍ୟ ବଳକା ରହୁଛି। ତେଣୁ ଏହାକୁ ଗରିବଙ୍କ ମଧ୍ୟରେ ବାଣ୍ଟିବା ପାଇଁ ରେସ୍ତୋରାଁ ବାହାରେ ଏକ ଫ୍ରିଜ୍‌ ରଖିଲେ। ଏହି ଫ୍ରିଜ୍‌ରେ ବଳକା ଖାଦ୍ୟକୁ ଅଲଗା ଅଲଗା ପ୍ୟାକେଟ୍‌ କରି ରଖିଲେ। ଏହାଦ୍ବାରା ଅନେକ ଗରିବ ଓ ଅଭାବୀ ଲୋକ ଉପକୃତ ହେବାକୁ ଲାଗିଲେ। ଯେତେବେଳେ ଜନତା ଫ୍ରିଜ୍‌ ବିଷୟରେ ସାଧାରଣ ଲୋକେ ଜାଣିବାକୁ ପାଇଲେ,ସେମାନେ ମଧ୍ୟ ସହଯୋଗର ହାତ ବଢ଼ାଇଲେ। ବାହାଘର, ଜନ୍ମଦିନ ଆଦି ସମାରୋହରେ ବଳକା ଖାଦ୍ୟକୁ ଆଣି ଲୋକମାନେ ଏହି ଫ୍ରିଜ୍‌ରେ ରଖିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଖାଦ୍ୟକୁ ଖାଇ ଯେପରି କେହି ଅସୁସ୍ଥ ନ ହେବେ ସେଥିପ୍ରତି ସୁପ୍ରିୟା ଧ୍ୟାନ ଦିଅନ୍ତି। କୌଣସି ସମାରୋହରୁ ଆସୁଥିବା ଖାଦ୍ୟକୁ ରେସ୍ତୋରାଁର ରୋଷେୟା ପ୍ରଥମେ ଯାଞ୍ଚ କରନ୍ତି। ଏହାପରେ ଖାଦ୍ୟକୁ ଫ୍ରିଜ୍‌ରେ ରଖାଯାଏ। ବର୍ତ୍ତମାନ ସୁପ୍ରିୟା ଲୋକଙ୍କ ଘରକୁ ଯାଇ ବଳକା ଖାଦ୍ୟ ସଂଗ୍ରହ କରୁଛନ୍ତି। ଏଥିପାଇଁ ସେ ୧୨ ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସୁପ୍ରିୟା କୁହନ୍ତି ଯେ, ‘ଗୋରଖପୁରରେ ପ୍ରାୟ ୨୦୦ ରୋସ୍ତୋରାଁ ଅଛି। ଯଦି ସମସ୍ତ ରେସ୍ତୋରାଁ ଏଭଳି କିଛି ପଦକ୍ଷେପ ନିଅନ୍ତି ତେବେ କେହି ଭୋକିଲା ଶୋଇବେ ନାହିଁ ।

ଏକ ରିପୋର୍ଟ ଅନୁଯାୟୀ ଦେଶରେ ବାର୍ଷିକ ୯୨ ହଜାର କୋଟି ଟଙ୍କା ମୂଲ୍ୟର ଖାଦ୍ୟ ନଷ୍ଟ ହେଉଛି। ଏଭଳି କ୍ଷେତ୍ରରେ ‘ଜନତା ଫ୍ରିଜ୍’ ନିଶ୍ଚିତ ଭାବେ ଏକ ସମୟୋପଯୋଗୀ ପଦକ୍ଷେପ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp