ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଉଛନ୍ତି କି ?

The Sakala Picture
Published On

ପାଣି ପିଇବା ଲାଗି ପ୍ଲାଷ୍ଟିକ୍‌ ବୋତଲର ବ୍ୟବହାର କିଛି ବର୍ଷ ହେଲା ବଢ଼ିଯାଇଛି। ଏହି ଅଭ୍ୟାସ କେବଳ ପରିବେଶ ପାଇଁ କ୍ଷତିକାରକ ନୁହେଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଏ। ତେବେ ଅନେକ କମ୍ପାନୀ ବିପିଏ ଫ୍ରି ପ୍ଲାଷ୍ଟିକ୍‌ ବୋତଲ ବଜାରକୁ ଛାଡ଼ୁଛନ୍ତି। ଏହା ସତ୍ତ୍ବେ ପ୍ଲାଷ୍ଟିକ୍‌ ବୋତଲ ତିଆରି କରିବା ପାଇଁ ଯେଉଁ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ, ତାହା ମାନବ ଶରୀର ପାଇଁ ଆଦୌ ହିତକାରୀ ନୁହେଁ। ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକ ଯେତେବେଳେ […]

ପାଣି ପିଇବା ଲାଗି ପ୍ଲାଷ୍ଟିକ୍‌ ବୋତଲର ବ୍ୟବହାର କିଛି ବର୍ଷ ହେଲା ବଢ଼ିଯାଇଛି। ଏହି ଅଭ୍ୟାସ କେବଳ ପରିବେଶ ପାଇଁ କ୍ଷତିକାରକ ନୁହେଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଏ। ତେବେ ଅନେକ କମ୍ପାନୀ ବିପିଏ ଫ୍ରି ପ୍ଲାଷ୍ଟିକ୍‌ ବୋତଲ ବଜାରକୁ ଛାଡ଼ୁଛନ୍ତି। ଏହା ସତ୍ତ୍ବେ ପ୍ଲାଷ୍ଟିକ୍‌ ବୋତଲ ତିଆରି କରିବା ପାଇଁ ଯେଉଁ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ, ତାହା ମାନବ ଶରୀର ପାଇଁ ଆଦୌ ହିତକାରୀ ନୁହେଁ।

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକ ଯେତେବେଳେ ଜଳ ଏବଂ ଉତ୍ତାପ ସଂସ୍ପର୍ଶରେ ଆସେ, ସେତେବେଳେ ଏହାର କ୍ଷତିକାରକ ରାସାୟନିକ ପଦାର୍ଥ ପାନୀୟ ଜଳରେ ମିଶି ଆମ ଶରୀରର ଏଣ୍ଡୋକ୍ରାଇନ୍ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ। ଏହାର ପ୍ରଭାବ ଆମ ହରମୋନ୍ ଉପରେ ପଡ଼େ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରତିଦିନ ଆଠ ପ୍ରକାର ପ୍ଲାଷ୍ଟିକ୍‌ ଉତ୍ପାଦନ କରାଯାଏ। ଏଥିମଧ୍ୟରୁ ୭୪ ପ୍ରତିଶତ ଉତ୍ପାଦ ବିଷାକ୍ତ ଅଟେ। ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ୱାରା ଶରୀରକୁ ଯାଉଥିବା ହାନିକାରକ ରାସାୟନିକ ପଦାର୍ଥ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ। ଏଥିରେ ଥିବା ଥାଲେଟ୍ସ ନାମକ ରସାୟନ ମାରାତ୍ମକ ଲିଭର୍‌ କର୍କଟ ରୋଗର କାରଣ ହୋଇଥାଏ। ପ୍ଲାଷ୍ଟିକ୍‌ ବୋତଲରେ ଅଧିକ ସମୟ ପାଣି ରଖିଲେ ସେଥିରୁ ଫ୍ଲୋରାଇଡ୍‌, ଆର୍ସେନିକ୍‌ ଏବଂ ଆଲୁମିନିୟମ୍‌ ଭଳି ଅନେକ ଅନିଷ୍ଟକାରୀ ଉପାଦାନ ନିର୍ଗତ ହୋଇଥାଏ। ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ୱାରା ଶରୀରକୁ ବାଇଫେନିଲ୍‌-ଏ ନାମକ ମାରାତ୍ମକ ରସାୟନ ଯାଇଥାଏ। ଏହା ମେଦବହୁଳତା, ମଧୁମେହ୍‌, ପ୍ରଜନନ ସମସ୍ୟା ଭଳି ଅନେକ ରୋଗର କାରଣ ଅଟେ।

ଆହୁରି ପଢ଼ନ୍ତୁ: ୟୁପିଆଇ ଏମଡିଆର (UPI MDR) ଶୁଳ୍କ ଲାଗୁ ନେଇ ବଡ଼ ଖବର: ଅକ୍ଟୋବର ୧୫ ବଦଳରେ ଜାନୁଆରୀକୁ ଘୁଞ୍ଚିପାରେ ନିୟମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp