ସୁନା ତସ୍କରୀଙ୍କ ନଜରରେ ଓଡ଼ିଶା; କିପରି କରାଯାଉଛି ସୁନା କଳାବଜାରୀ, କେଉଁଠୁ ଆସୁଛି ଏତେ ପରିମାଣର ସୁନା
ଭୁବନେଶ୍ୱର(ତ୍ରିନାଥ): ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାମାନେ ଅଳଙ୍କାର ପିନ୍ଧିବାର ସଉକ୍ ରଖିଥାନ୍ତି। ଅନ୍ୟ ଅଳଙ୍କାର ଅପେକ୍ଷା ସୁନାର ଚାହିଦା ବେଶି। ବିଶେଷକରି ବିବାହ, ବ୍ରତଘରଠାରୁ ଆରମ୍ଭଠାରୁ ଧନ୍ତେରାସ୍ ଆଦି ପର୍ବପର୍ବାଣୀରେ ଭାରତୀୟ ମହିଳାମାନେ ସୁନା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଅନ୍ୟରାଜ୍ୟ ଅପେକ୍ଷା ଓଡ଼ିଶାର ମହିଳାମାନଙ୍କର ମଧ୍ୟ୍ୟ ସୁନା ଅଳଙ୍କାର ପ୍ରତି ଅହେତୁକ ଦୁର୍ବଳତା ରହିଛି। ଦକ୍ଷିଣ ଓଡ଼ିଶାର ଘରେ ଘରେ ଏବେ ବି ସୁନା ଅଳଙ୍କାର ମହଜୁଦ ରହିଛି। ଓଡ଼ିଶା ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ସୁନାର […]
ଭୁବନେଶ୍ୱର(ତ୍ରିନାଥ): ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାମାନେ ଅଳଙ୍କାର ପିନ୍ଧିବାର ସଉକ୍ ରଖିଥାନ୍ତି। ଅନ୍ୟ ଅଳଙ୍କାର ଅପେକ୍ଷା ସୁନାର ଚାହିଦା ବେଶି। ବିଶେଷକରି ବିବାହ, ବ୍ରତଘରଠାରୁ ଆରମ୍ଭଠାରୁ ଧନ୍ତେରାସ୍ ଆଦି ପର୍ବପର୍ବାଣୀରେ ଭାରତୀୟ ମହିଳାମାନେ ସୁନା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଅନ୍ୟରାଜ୍ୟ ଅପେକ୍ଷା ଓଡ଼ିଶାର ମହିଳାମାନଙ୍କର ମଧ୍ୟ୍ୟ ସୁନା ଅଳଙ୍କାର ପ୍ରତି ଅହେତୁକ ଦୁର୍ବଳତା ରହିଛି। ଦକ୍ଷିଣ ଓଡ଼ିଶାର ଘରେ ଘରେ ଏବେ ବି ସୁନା ଅଳଙ୍କାର ମହଜୁଦ ରହିଛି। ଓଡ଼ିଶା ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ସୁନାର ଚାହିଦା ଥିବାରୁ ସୁନା ତସ୍କରୀମାନେ ସ୍ମଗ୍ଲିଂ କରିବା ପାଇଁ ସୁଯୋଗ ପାଉଛନ୍ତି।
ବିଶେଷଜ୍ଞଙ୍କ ମତ ଅନୁସାରେ, ବାର୍ଷିକ ୧ ହଜାର ଟନ୍ ସୁନା ଭାରତକୁ ଆସିଥାଏ। ସେଥିରୁ ୧୫୦ରୁ ୨ଶହ ଟନ୍ ସୁନା କେବଳ କଳାବଜାରୀଙ୍କ ମାଧ୍ୟ୍ୟମରେ ଭାରତକୁ ଆସିଥାଏ। ବିଶ୍ବର ଅନ୍ୟ ଦେଶକୁ ଯେତିକି ସୁନା ଚାଲାଣ ହୋଇଥାଏ, ସେଥିରୁ ୧/୩ ସୁନା ଭାରତ ଦେଇ ଯାଇଥାଏ। ତେଣୁ ବିଶ୍ବରେ ଭାରତ ସୁନା ବ୍ୟବସାୟର ଏକ ବଡ଼ ବଜାର ହୋଇଛି। ହେଲେ ଓଡ଼ିଶାରେ ଅନେକ ବଡ଼ ବଡ଼ ସୁନା ଦୋକାନ ଖୋଲିବା ସହ ବିମାନ ବନ୍ଦର ଏବଂ ସ୍ଥଳପଥରେ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା ନ ଥିବାରୁ ସୁନା ତସ୍କରୀଙ୍କ ନଜର ଓଡ଼ିଶା ଉପରେ ରହିଛି। ତେଣୁ ସୁନା କଳାବଜାର କିପରି କରାଯାଉଛି, କେଉଁଠୁ ଆସୁଛି ସେ ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା।
ସୁନା ଆସୁଛି କେଉଁଠୁ
ଆଫ୍ରିକା, ଦକ୍ଷିଣ ଆମେରିକାର ଅନେକ ଖଣିରୁ ସୁନା ଉତ୍ତୋଳନ କରାଯାଉଛି। ଏହା ବିଶୋଧନ ପାଇଁ ଆରବ ଦେଶକୁ ଆସିଥାଏ। ସେଠାରୁ ବିଶୋଧନ ହେବା ପରେ ଅନ୍ୟ ଦେଶକୁ ପଠାଯାଇଥାଏ। ଏହା ଭାରତ ଏବଂ ଅନ୍ୟ ଦେଶକୁ ସ୍ମଗଲରମାନେ ପଠାଇଥାନ୍ତି। ବିଶେଷକରି ଭାରତ ସରକାର ସୁନା ଉପରେ କଷ୍ଟମ୍ ଡ୍ୟୁଟି, ଜିଏସ୍ଟି ଏବଂ ଅନ୍ୟ ଟ୍ୟାକ୍ସକୁ ବଢ଼ାଇ ଦେଇଥିବାରୁ ସୁନା ସ୍ମଗଲିଂ ବଢୁଛି। ୧୯୯୦ ପର୍ଯ୍ୟନ୍ତ ଭାରତର ଅର୍ଥନୀତି ଏତେଟା ଭଲ ନ ଥିଲା। ତେଣୁ ସରକାର ସୁନା ଆଣିବା ଉପରେ କଟକଣା ଲଗାଇଥିଲେ। ୧୯୯୧ ପରେ ସରକାର ସୁନା ଆଣିବା ଉପରେ କଟକଣା ଉଠାଇ ଦେଇଥିଲେ। କିନ୍ତୁ ୧ ପ୍ରତିଶତ ଟ୍ୟାକ୍ସ ଲଗାଇଥିଲେ। ଫଳରେ ସୁନା ସ୍ମଗଲିଂ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। କିନ୍ତୁ ଗତବର୍ଷ କେନ୍ଦ୍ର ସରକାର ସୁନା ଉପରେ କଷ୍ଟମ ଡ୍ୟୁଟି, ଜିଏସ୍ଟି ଏବଂ ଅନ୍ୟ ଟ୍ୟାକ୍ସ ବଢ଼ାଇ ଦେଇଥିବାରୁ ସୁନା ଚାଲାଣ ବଢୁଛି।
ସ୍ଥଳପଥରେ ଅଧିକ ଚାଲାଣ
ଆକାଶ ପଥ ଅପେକ୍ଷା ଏବେ ସ୍ଥଳପଥରେ ସୁନା ବେଶି ପରିମାଣର ଚାଲାଣ ହେଉଛି। ବିଶେଷକରି ବାଂଲାଦେଶ, ନେପାଳ, ମିଆଁମାର, ଭୁଟାନ ଏବଂ ଚାଇନା ଦେଇ ସୁନା ଭାରତକୁ ଆସୁଛି। ଅଧିକାଂଶ ସୁନା ନେପାଳ ସୀମା ଦେଇ ଭାରତକୁ ପ୍ରବେଶ କରୁଛି। କାରଣ ନେପାଳ ଏବଂ ଭାରତସୀମା ମୁକ୍ତ ଥିବାରୁ ସୁନା ତସ୍କରୀମାନେ ଚୋରା ସୁନା ନେଇ ଏହି ବାଟରେ ଭାରତକୁ ପ୍ରବେଶ କରୁଛନ୍ତି। କୋଲକାତାରେ ସୁନା ପହଞ୍ଚିବା ପରେ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦରାବାଦ, ଭୁବନେଶ୍ବର ଓ କଟକକୁ ସୁନା ଚାଲାଣକାରୀ ବସ୍ ଓ ଟ୍ରେନ୍ରେ ସୁନା ଚାଲାଣ କରିଥାନ୍ତି। ଯାହାକୁ କଷ୍ଟମ୍ ବିଭାଗର ଅଧିକାରୀମାନେ ଜାଣିବାରେ କଷ୍ଟକର ହୋଇଥାଏ।
ବିମାନରେ ଅଭିନବ ଚାଲାଣ
ସ୍ଥଳପଥ ଅପେକ୍ଷା ବିମାନରେ କମ୍ ପରିମାଣର ସୁନା ଚାଲାଣ କରାଯାଇଥାଏ। ବିମାନରେ ସୁନା ଚାଲାଣକାରୀ ଅଭିନବ ଉପାୟରେ ସୁନା ଚାଲାଣ କରିଥାନ୍ତି। ବିଶେଷ କରି ସେମାନେ ମଳଦ୍ବାର, ପାଟି, ଟର୍ଚ୍ଚ, ଗ୍ରାଇଣ୍ଡର, ବେଲ୍ଟ ,ଜୋତା, ଟ୍ରଲି ବ୍ୟାଗ୍ ଚକା ଆଦି ଅନେକ ସ୍ଥାନରେ ସୁନା ଲୁଚାଇ ରଖି ଚାଲାଣ କରିଥାନ୍ତି। ଅନେକ ଖସି ଯାଉଥିବା ବେଳେ ହାତ ଗଣତି କେତେ ଜଣ କଷ୍ଟମ ବିଭାଗ ହାତରେ ଧରାପଡ଼ନ୍ତି। ଚାଲାଣକାରୀମାନେ ସୁନା ଉପରେ ଏକ ପ୍ଲାଷ୍ଟିକ୍ର ସ୍ୱତନ୍ତ୍ର ଲେପ ଦେଇଥାନ୍ତି। ଫଳରେ ବିମାନ ବନ୍ଦର ଭିତରକୁ ପ୍ରବେଶ କଲେ ସ୍କାନରରେ ଧରାପଡ଼ନ୍ତି ନାହିଁ। ତେଣୁ ସହଜରେ ସେମାନେ କଷ୍ଟମ ଏବଂ ସୁରକ୍ଷା କର୍ମୀ ହାତରୁ ଖସି ଯାଇଥାନ୍ତି। ଭାରତରେ ମାତ୍ର ୨ ପ୍ରତିଶତ ସୁନା କଷ୍ଟମ ବିଭାଗ ହାତରେ ଧରାପଡ଼ିଥାଏ। କିନ୍ତୁ ବାକି ଚାଲାଣକାରୀ ଖସିଯିବାରେ ସଫଳ ହେଉଥାନ୍ତି। ଓଡ଼ିଶାକୁ ମୁଖ୍ୟତଃ ବ୍ୟାଙ୍କ୍କକ୍, ଦୁବାଇ, କ୍ବାଲାଲାମ୍ପୁରରୁ ବିମାନରେ ସୁନା ଏଠାକୁ ଆସିଥାଏ।
ସୁନା ଚାଲାଣ ପାଇଁ ଚାକିରି
ସୁନା ଚାଲାଣ କରୁଥିବା ମାଫିଆମାନେ ନିଜେ ଚାଲାଣ କରି ନ ଥାନ୍ତି। ସେମାନେ ରାଜ୍ୟ ବାହାରେ ବସି ଫୋନ୍ରେ ଯୋଗାଯୋଗ କରନ୍ତି। ବିମାନ ଏବଂ ସ୍ଥଳପଥରେ ସୁନା ଚାଲାଣ ପାଇଁ ଦରମା ଦେଇ ଯୁବକମାନଙ୍କୁ ରଖିଛନ୍ତି। ଏହି ଯୁବକମାନେ ମାସିକ ଦରମା ଦିଆଯାଇ ସୁନା ଓଡ଼ିଶାକୁ ଚାଲାଣ କରାଯାଉଛି। ସୁନାକୁ ସଫଳତାର ସହ ଜାଗା ମୁଣ୍ଡରେ ପହଞ୍ଚାଇଦେଲେ ତାଙ୍କୁ ଲାଭ ପ୍ରତିଶତରୁ ସ୍ୱଳ୍ପ ପରିମାଣର ଅର୍ଥ ମିଳୁଥିଲା। ବିଶେଷ କରି ମାଷ୍ଟରମାଇଣ୍ଡମାନେ ଯୁବତୀଙ୍କୁ ସୁନା ଚାଲାଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। କାରଣ ସେମାନେ ବିମାନ ବନ୍ଦର ଦେଇ ଯିବା ସମୟରେ କଷ୍ଟମ ବିଭାଗ ଏବଂ ସୁରକ୍ଷା କର୍ମୀଙ୍କ ସନ୍ଦେହ ହୋଇନଥାଏ। ସେମାନେ ସହଜରେ ସୁନା ଚାଲାଣ କରିବାରେ ସଫଳ ହୋଇଥାନ୍ତି।
କାହାକୁ ମିଳିଛି ଅନୁମତି
ସାଧାରଣ ଲୋକଙ୍କୁ ସୁନା ଚାଲାଣ ଉପରେ ସରକାର କଟକଣା ଲଗାଇଛନ୍ତି। କେବଳ ଏସ୍ବିଆଇ,ଏମ୍ଏମ୍ଟିସି ଏବଂ ଆର୍ବିଆଇ ଆଦି କେନ୍ଦ୍ରୀୟ ସଂସ୍ଥାକୁ ସୁନା ଚାଲାଣ ଅନୁମତି ମିଳିଛି। ସେମାନେ ଆଣୁଥିବା ସୁନାକୁ ଦୋକାନୀମାନେ କିଣି ଅନ୍ୟ ଟ୍ୟାକ୍ସ ଦେଇ ନେଇପାରିବେ। କିନ୍ତୁ ଜଣେ ସାଧାରଣଲୋକ ସୁନା ଆଣିବାକୁ ହେଲେ କେତୋଟି ସର୍ତ୍ତ ରଖାଯାଇଛି। ବିଦେଶରେ ୬ମାସ ରହିଥିବା ଜଣେ ବ୍ୟକ୍ତି ନିଜ ସାଥୀରେ ମାତ୍ର ୧୦୦ ଗ୍ରାମ ସୁନା ଆଣିପାରିବେ। ତେବେ ଏହି ସୁନା ଆଣିବା ପାଇଁ ତାଙ୍କୁ କେତେକ ସରକାରୀ ଫର୍ମ ପୂରଣ କରିବାକୁ ପଡ଼ିବ।
ସ୍ମଗ୍ଲିଂରେ ୨୪ କ୍ୟାରେଟ୍
ବିଦେଶରୁ ସ୍ମଗ୍ଲିଂ ହେଉଥିବା ସୁନା ୨୪ କ୍ୟାରେଟର। କିନ୍ତୁ ସରକାରୀ ହିସାବରେ ଆସୁଥିବା ସୁନା ହେଉଛି ୨୧ କ୍ୟାରେଟର। ତେଣୁ ଓଡ଼ିଶାର ଅନେକ ବଡ଼ ବଡ଼ ସୁନା ଦୋକାନୀ ସ୍ମଗ୍ଲରଙ୍କ ନିକଟରୁ ଏଜେଣ୍ଟମାନଙ୍କ ଜରିଆରେ ସୁନା ନେଇଥାନ୍ତି। ସେମାନେ ଶସ୍ତାରେ ୨୪ କ୍ୟାରେଟର ସୁନା ଦେଉଥିବାରୁ ଏହାର ଚାହିଦା ବେଶି। ବିଶେଷକରି ରାଜଧାନୀରେ ଥିବା ବଡ଼ ବଡ଼ ସୁନା ଦୋକାନୀ ଏହି ତସ୍କରୀଙ୍କ ଠାରୁ ସୁନା ନେଇଥାନ୍ତି। ବିମାନ ଏବଂ ସ୍ଥଳପଥରେ ସୁନା ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ଏଜେଣ୍ଟମାନେ ସୁନା ନେଇ ଦୋକାନୀମାନଙ୍କୁ ଦେଇଥାନ୍ତି। ବିଶେଷ କରି ସୁନା କାରବାର ଅର୍ଥ ନଗଦ ରାଶିରେ କାରବାର ହୋଇଥାଏ।
ଜବତ ସୁନା ଯାଉଛି କୁଆଡ଼େ
କଷ୍ଟମ ବିଭାଗ ଜବତ କରୁଥିବା ପୁଳା ପୁଳା ସୁନା କୁଆଡ଼େ ଯାଉଥିବା ଅନେକ ଲୋକେ ଭାବନ୍ତି। କିନ୍ତୁ ସୁନା ଜବତ ହେବା ପରେ ଏହାର ପରିମାଣ ଓଜନର କରାଯାଇ କାଗଜପତ୍ର କରାଯାଏ। ପରେ ଏହି ଜବତ ସୁନାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବିକ୍ରି କରି ଦିଆଯାଇଥାଏ। ସେଥିରୁ ଯେଉ ଅର୍ଥ ମିଳେ, ତାହା କେନ୍ଦ୍ର ସରକାରଙ୍କ ଟ୍ରେଜେରୀକୁ ଚାଲିଯାଇଥାଏ। ତେଣୁ ଏଭଳି ସୁନା ସ୍ମଗ୍ଲିଂ ହେଉଥିବାରୁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ସହିଥାନ୍ତି। ତେଣୁ ଅନେକ ସ୍ମଗଲର ସୁନାର ଜାଲ୍ କାଗଜପତ୍ର କରି ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀଙ୍କୁ ଚକ୍ମା ଦେଇ ଖସିଯାଉଛନ୍ତି। ଏନେଇ ପୂର୍ବତନ ଡିଆରଆଇ ଡି.ପି ଦାଶ କହିଛନ୍ତି ଯେ, ସୁନା ସ୍ମଗଲିଂ ରୋକିବାକୁ ହେଲେ ପ୍ରଥମେ ବିମାନ ବନ୍ଦର ଏବଂ ଭାରତର ସୀମା ପ୍ରବେଶ ପଥରେ କଡା ଯାଞ୍ଚ ହେବା ଦରକାର। ଯାଞ୍ଚ ହେଲେ ତସ୍କରୀଙ୍କ ବେପାର ବନ୍ଦ ହୋଇଯିବ।
କରୋନା ମାଡ଼ରେ ସୁନା ତସ୍କରୀଙ୍କ ବେପାର ମାନ୍ଦା
କରୋନା ମାଡ଼ ମଧ୍ୟ ସୁନା ତସ୍କରୀଙ୍କ ଉପରେ ପଡ଼ିଛି। ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ହେବା ଯୋଗୁଁ ବିମାନ ଏବଂ ଗାଡି ଚଳଚଳ ବନ୍ଦ ରହିଥିଲା। ସୁନା ଚାଲାଣକାରୀମାନେ ଯାତାୟତ କରିପାରି ନ ଥିଲେ। ଫଳରେ ସୁନା ଦେକାନୀଙ୍କ ସହ ତସ୍କରୀମାନେ କ୍ଷତି ସହିଥିଲେ। କାରଣ ୨୦୧୯ରେ ୮ କେଜି ସୁନା ଜବତ କରାଯାଇଥିବା ବେଳେ ୧୩ ଜଣ ସୁନା ଆଣିବା ସମୟରେ ଧରାପଡ଼ିଛନ୍ତି। ସେହିପରି ୨୦୧୮ରେ ୧୬ ଜଣ ଧରାପଡିଥିବା ବେଳେ ୭ କେଜି ସୁନା ଜବତ କରାଯାଇଥିଲା। ହେଲେ ୨୦୨୦ ଜାନୁୟାରୀରୁ ଜଣେ ଯାତ୍ରୀ ସୁନା ନେବା ସମୟରେ ଧରାପଡିଛନ୍ତି। ୨୦୨୨-୨୩ରେ ୭ଜଣ ଧରା ପଡିଛନ୍ତି।
୪ଶହ ଗ୍ରାମ୍ ତଳକୁ ମିଳିଲେ କୋହଳ
ଯେଉଁମାନେ ବିମାନରେ ସୁନା ଚାଲାଣ କରୁଛନ୍ତି, ସେମାନଙ୍କଠାରୁ ୪ ଶହ ଗ୍ରାମରୁ କମ୍ ସୁନା ମିଳୁଥିବାରୁ ଅଧିକାଂଶ ସମୟରେ ଜେଲ ଯାଉନାହାଁନ୍ତି। ନିୟମାନୁଯାୟୀ, ୨୦ ଲକ୍ଷ ଟଙ୍କାର ସୁନା ଆଣୁଥିବା ଯାତ୍ରୀ ଧରାପଡ଼ିଲେ ତାଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଜାମିନ୍ ମିଳିଯାଉଛି। କିନ୍ତୁ ଯେଉମାନେ ୪ଶହ ଗ୍ରାମରୁ ଊର୍ଦ୍ଧ୍ବ ପରିମାଣର ସୁନା ଆଣି ଧରାପଡୁଛନ୍ତି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି। କୋର୍ଟ ସମସ୍ତ ସୁନାର ପରିମାଣ ଏବଂ ପ୍ରମାଣ ଦେଖି ବିଚାର କରିବେ। ତେଣୁ ଅଧିକାଂଶ ସମୟରେ ଚାଲାଣକାରୀ କମ୍ ପରିମାଣର ସୁନା ଆଣି କଷ୍ଟମ ବିଭାଗର ଅଧିକାରୀଙ୍କୁ ଚକ୍ମା ଦେଉଛନ୍ତି।