୨୧,୩୧୨ ଫୁଟ୍‌ ଉଚ୍ଚ ପାହାଡ ଉପରେ ଟି’ ପାର୍ଟି କରି ସୃଷ୍ଟି କଲେ ୱାର୍ଲଡ ରେକର୍ଡ

The Sakala Picture
Published On

ଚାହା ପିଉଥିବା ଲୋକେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଚା’ କପ୍‌କୁ ଖୋଜୁଥାନ୍ତି। ଅନେକ ଲୋକ ଉଦୁଉଦିଆ ଖରାବେଳରେ ମଧ୍ୟ ଚାହା ପିଇଥାନ୍ତି। କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରକୁ ଯାଇ ଚାହା ପିଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ଏହାର ଏକ ଭିଡିଓ ଏବେ ‘ଗିନିଜ୍‌ ୱାଲର୍ଡ ରେକର୍ଡ’ର ନିଜସ୍ବ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ପୋଷ୍ଟ କରାଯାଇଛି ଏବଂ ଏହାକୁ ବିଶ୍ବର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମାନ୍ୟତା ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଉଣ୍ଟ ଏଭରେଷ୍ଟ୍‌ ଚଢ଼ିଥିବା […]

ଚାହା ପିଉଥିବା ଲୋକେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଚା’ କପ୍‌କୁ ଖୋଜୁଥାନ୍ତି। ଅନେକ ଲୋକ ଉଦୁଉଦିଆ ଖରାବେଳରେ ମଧ୍ୟ ଚାହା ପିଇଥାନ୍ତି। କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରକୁ ଯାଇ ଚାହା ପିଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ଏହାର ଏକ ଭିଡିଓ ଏବେ ‘ଗିନିଜ୍‌ ୱାଲର୍ଡ ରେକର୍ଡ’ର ନିଜସ୍ବ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ପୋଷ୍ଟ କରାଯାଇଛି ଏବଂ ଏହାକୁ ବିଶ୍ବର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମାନ୍ୟତା ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଉଣ୍ଟ ଏଭରେଷ୍ଟ୍‌ ଚଢ଼ିଥିବା ପର୍ବତାରୋହୀମାନେ ୨୧,୩୧୨ ଫୁଟ୍‌ ଉଚ୍ଚରେ ଟି’ ପାର୍ଟି କରୁଛନ୍ତି। ଏହି ଟି’ ପାର୍ଟିକୁ ଆଣ୍ଡ୍ରିୟୁ ହଗସ୍‌ ନାମକ ଜଣେ ପର୍ବତାରୋହୀ ଆୟୋଜନ କରିଥିଲେ। ଟି ପାର୍ଟିରେ ଚାହା ସହିତ ଜଳଖିଆ ମଧ୍ୟ ଥିଲା। ୧୪ ଜଣ ପର୍ବତାରୋହୀ ଏହି ଟି’ ପାର୍ଟିର ମଜା ନେଇଥିଲେ। ହଗସ୍‌ଙ୍କ କହିବା ଅନୁଯାୟୀ,‘ ସବୁ ପର୍ବତାରୋହୀଙ୍କୁ ଏକଜୁଟ୍‌ କରିବା ପାଇଁ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ୧୪ ଜଣଙ୍କ ଭିତରେ ସମନ୍ବୟ ଓ ସ୍ନେହଶ୍ରଦ୍ଧା ବଢ଼ାଇବା ଏହି ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପାର୍ଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଲା।’

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

10 May 2022 By The Sakala

୨୧,୩୧୨ ଫୁଟ୍‌ ଉଚ୍ଚ ପାହାଡ ଉପରେ ଟି’ ପାର୍ଟି କରି ସୃଷ୍ଟି କଲେ ୱାର୍ଲଡ ରେକର୍ଡ

ଚାହା ପିଉଥିବା ଲୋକେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଚା’ କପ୍‌କୁ ଖୋଜୁଥାନ୍ତି। ଅନେକ ଲୋକ ଉଦୁଉଦିଆ ଖରାବେଳରେ ମଧ୍ୟ ଚାହା ପିଇଥାନ୍ତି। କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରକୁ ଯାଇ ଚାହା ପିଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ଏହାର ଏକ ଭିଡିଓ ଏବେ ‘ଗିନିଜ୍‌ ୱାଲର୍ଡ ରେକର୍ଡ’ର ନିଜସ୍ବ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ପୋଷ୍ଟ କରାଯାଇଛି ଏବଂ ଏହାକୁ ବିଶ୍ବର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମାନ୍ୟତା ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଉଣ୍ଟ ଏଭରେଷ୍ଟ୍‌ ଚଢ଼ିଥିବା ପର୍ବତାରୋହୀମାନେ ୨୧,୩୧୨ ଫୁଟ୍‌ ଉଚ୍ଚରେ ଟି’ ପାର୍ଟି କରୁଛନ୍ତି। ଏହି ଟି’ ପାର୍ଟିକୁ ଆଣ୍ଡ୍ରିୟୁ ହଗସ୍‌ ନାମକ ଜଣେ ପର୍ବତାରୋହୀ ଆୟୋଜନ କରିଥିଲେ। ଟି ପାର୍ଟିରେ ଚାହା ସହିତ ଜଳଖିଆ ମଧ୍ୟ ଥିଲା। ୧୪ ଜଣ ପର୍ବତାରୋହୀ ଏହି ଟି’ ପାର୍ଟିର ମଜା ନେଇଥିଲେ। ହଗସ୍‌ଙ୍କ କହିବା ଅନୁଯାୟୀ,‘ ସବୁ ପର୍ବତାରୋହୀଙ୍କୁ ଏକଜୁଟ୍‌ କରିବା ପାଇଁ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ୧୪ ଜଣଙ୍କ ଭିତରେ ସମନ୍ବୟ ଓ ସ୍ନେହଶ୍ରଦ୍ଧା ବଢ଼ାଇବା ଏହି ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପାର୍ଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଲା।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp