ରୋଜଗାରର ମାଧ୍ୟମ ସାଜିଲା ୟୁଟ୍ୟୁବ୍‌: ଅଦରକାରୀ ଜିନିଷରେ କଳାକୃତି କରି ଏବେ ଲକ୍ଷପତି

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ତରାଗୋ ଗ୍ରାମର ଅର୍ପିତା ପ୍ରିୟଦର୍ଶିନୀ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କୁହନ୍ତି । କଳାକୃତି କରି ଏବେ ଚର୍ଚ୍ଚାରେ । ଚିରା ଖବରକାଗଜ, ବ୍ୟବହୃତ ଆଇସ୍‌କ୍ରିମ୍ କାଠି ଏବଂ ପ୍ଲାଷ୍ଟିକ୍ ଚାମଚରେ ସେ ତିଆରି କରୁଛନ୍ତି ଆକର୍ଷଣୀୟ ଫଟୋଫ୍ରେମ୍ ଓ ଫୁଲଦାନି । ଏହି ସାମଗ୍ରୀଗୁଡ଼ିକ ତିଆରି କରିବା କୌଶଳକୁ ସେ ୟୁଟ୍ୟୁବ୍‌ରେ ପ୍ରଦର୍ଶିତ କରି ମାସକୁ ଲକ୍ଷାଧୂକ ଟଙ୍କା ରୋଜଗାର କରିପାରୁଛନ୍ତି । ବର୍ତ୍ତମାନ ଅର୍ପିତା ‘କ୍ରାଫ୍ଟ ଗ୍ୟାଲେରୀ’ […]

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ତରାଗୋ ଗ୍ରାମର ଅର୍ପିତା ପ୍ରିୟଦର୍ଶିନୀ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କୁହନ୍ତି । କଳାକୃତି କରି ଏବେ ଚର୍ଚ୍ଚାରେ । ଚିରା ଖବରକାଗଜ, ବ୍ୟବହୃତ ଆଇସ୍‌କ୍ରିମ୍ କାଠି ଏବଂ ପ୍ଲାଷ୍ଟିକ୍ ଚାମଚରେ ସେ ତିଆରି କରୁଛନ୍ତି ଆକର୍ଷଣୀୟ ଫଟୋଫ୍ରେମ୍ ଓ ଫୁଲଦାନି । ଏହି ସାମଗ୍ରୀଗୁଡ଼ିକ ତିଆରି କରିବା କୌଶଳକୁ ସେ ୟୁଟ୍ୟୁବ୍‌ରେ ପ୍ରଦର୍ଶିତ କରି ମାସକୁ ଲକ୍ଷାଧୂକ ଟଙ୍କା ରୋଜଗାର କରିପାରୁଛନ୍ତି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ବର୍ତ୍ତମାନ ଅର୍ପିତା ‘କ୍ରାଫ୍ଟ ଗ୍ୟାଲେରୀ’ ଦ୍ଵାରା ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ପିଲାଟି ଦିନରୁ ସରକାରୀ ଶିକ୍ଷୟିତ୍ରୀ ହେବାକୁ ସ୍ବପ୍ନ ଦେଖିଥିଲେ। ସ୍ନାତକ କରିବା ପରେ ସେ ସିଟି କରି ଓଟିଇଟି ମଧ୍ୟ ପାସ୍ କରିଥିଲେ। ଚାକିରି ଲାଗି ଦୀର୍ଘ ଦିନରୁ ଅପେକ୍ଷା କରି ଅତିଷ୍ଠ ହୋଇ ପଡିଥିବା ଅର୍ପିତା ଖାଲି ସମୟରେ ପୁରୁଣା ଖବରକାଗଜକୁ ନେଇ କିଛି କିଛି ବନାଇବା ଆରମ୍ଭ କରିଥିଲେ । ଏ ନେଇ ସେ କେଉଁଠି ବି ତାଲିମ ନେଇନାହାଁନ୍ତି। ଧୀରେଧୀରେ ଖବରକାଗଜ, ଆଇସକ୍ରିମ୍ କାଠି, ରଙ୍ଗିନ କାଗଜ ଦିଆସିଲ କାଠି,ଚାମଚ ଆଦିକୁ ବ୍ୟବହାର କରି ସେ ଅନେକ ସାମଗ୍ରୀ ତିଆରି କରି ଘର ସଜାଇବାକୁ ଲାଗିଲେ । ସେ ଖବରକାଗଜରୁ ଫଟୋଫ୍ରେମ୍, ଚୁଡି ବାକ୍ସ, ପରିବା ରଖିବା ପାଇଁ ଥାକ, ଯନ୍ତ୍ରବାକ୍ସ, ଫୁଲଦାନି ଆଦି ତିଆରି କଲେ । ଏମିତିକି ତାଙ୍କର ଯୌଥ ପରିବାର ହୋଇଥିବାରୁ ସମସ୍ତଙ୍କ ଜନ୍ମଦିନ ପାର୍ଟିରେ ଅର୍ପିତ ନିଜେ ତିଆରି କରିଥିବା ସାମଗ୍ରୀରେ ଘରକୁ ସଜାଇ ଦିଅନ୍ତି। ଏହାପରେ ଭାଇଙ୍କ ପରାମର୍ଶରେ ଅର୍ପିତା ନିଜର କଳାକୃତିକୁ ୟୁଟ୍ୟୁବ୍‌ରେ ଛାଡିଥିଲେ। ଏହି ୟୁଟ୍ୟୁବ୍‌ ହିଁ ତାଙ୍କ ଭାଗ୍ୟକୁ ବଦଳାଇ ଦେଲା । ଧୀରେ ଧୀରେ ତାଙ୍କ ଦ୍ବାରା ପୋଷ୍ଟ କରାଯାଉଥିବା ସମସ୍ତ ଭିଡିଓକୁ ଅଧିକ ଲୋକ ଲାଇକ୍ କରିବା ସହିତ ସେୟାର ମଧ୍ୟ କରିଥିଲେ। ଏଥିରୁ ସେ ତାଙ୍କ ପାରିଶ୍ରମିକ ବାବଦକୁ ଲକ୍ଷେ ଟଙ୍କା ପାଇଥିଲେ |

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଗାଁରେ ବେକାର ହୋଇ ବସି ରହିଥିବା ଅର୍ପିତା ନିଜର କଳାକୃତି ଜରିଆରେ ମାସକୁ ସେ ଏବେ ୭୦-୮୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଅର୍ଥରେ ସେ ତାଙ୍କ ପରିବାରକୁ ସାହାଯ୍ୟ କରିବା ସହିତ ସାନ ଭାଇ ଭଉଣୀଙ୍କୁ ମଧ୍ୟ ପାଠ ପଢ଼ାଉଛନ୍ତି। ଏନେଇ ଅର୍ପିତା କୁହନ୍ତି ଯେ, ‘ସାଧାରଣତଃ ଗାଁ ଗହଳିର ଝିଅମାନେ ପାଠ ପଢ଼ା ସାରି ଘରେ ବସି ରୁହନ୍ତି। ସେମାନେ ସେମାନଙ୍କ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣକୁ ଚିହ୍ନି କାମରେ ଲଗାଇବା ଉଚିତ। କାରଣ ବର୍ତ୍ତମାନ ସମସ୍ତେ ଚାକିରି ପଛରେ ଧାଇଁ ହତୋତ୍ସାହିତ ହେବା ବଦଳରେ ୟୁଟ୍ୟୁବ୍‌ରେ ନିଜ କାରୁକାର୍ଯ୍ୟ ଦେଖାଇ ଘରେ ବସି ମଧ୍ୟ ରୋଜଗାର କରିବା ସହଜ ହୋଇଯାଇଛି। ନିଜର ଉପସ୍ଥିତି ବୁଦ୍ଧି ଦ୍ୱାରା ସମସ୍ତେ ଆଗକୁ ଯାଇପାରିବେ ।’

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp