ଭିଟାମିନ୍ ଅଭାବ ଆଣେ ଆତ୍ମହତ୍ୟା ପ୍ରବଣତା

The Sakala Picture
Published On

ଆଜିର ସମୟରେ ଅନେକ ଲୋକ ଅବସାଦ ଓ ଚିନ୍ତା ଦେଇ ଗତି କରୁଛନ୍ତି। ଏଥି ଯୋଗୁଁ କେହି କେହି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀରରେ ଏକ ବିଶେଷ ପ୍ରକାର ଭିଟାମିନ୍‌ର ଅଭାବ ହେଲେ ଏହା ଅବସାଦ ସ୍ତରକୁ ବଢ଼ାଇ ଦିଏ। ଫଳରେ ଏହା ଯୋଗୁଁ ଜଣେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ। ମିଶିଗନ ଷ୍ଟେଟ୍ ବିଶ୍ବବିଦ୍ୟାଳୟର କଲେଜ ଅଫ୍ ହ୍ୟୁମାନ ମେଡିସିନ୍‌ ଏବଂ ସ୍ବିଡେନର […]

ଆଜିର ସମୟରେ ଅନେକ ଲୋକ ଅବସାଦ ଓ ଚିନ୍ତା ଦେଇ ଗତି କରୁଛନ୍ତି। ଏଥି ଯୋଗୁଁ କେହି କେହି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀରରେ ଏକ ବିଶେଷ ପ୍ରକାର ଭିଟାମିନ୍‌ର ଅଭାବ ହେଲେ ଏହା ଅବସାଦ ସ୍ତରକୁ ବଢ଼ାଇ ଦିଏ। ଫଳରେ ଏହା ଯୋଗୁଁ ଜଣେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ। ମିଶିଗନ ଷ୍ଟେଟ୍ ବିଶ୍ବବିଦ୍ୟାଳୟର କଲେଜ ଅଫ୍ ହ୍ୟୁମାନ ମେଡିସିନ୍‌ ଏବଂ ସ୍ବିଡେନର ଲୁଣ୍ଡ ୟୁନିର୍ଭସିଟିର ଗବେଷକମାନେ କରିଥିବା ଏକ ଗବେଷଣାରୁ ଏହି କଥା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଉକ୍ତ ଗବେଷଣାରେ ୫୯ ସ୍ବିଡେନ ନାଗରିକଙ୍କୁ ସାମିଲ କରାଯାଇଥିଲା। ଯେଉଁମାନେ କି ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ଉପରେ ଗବେଷଣା କରାଯିବା ସହ ସେମାନଙ୍କର ମାନସିକ ଏବଂ ଶାରୀରିକ ପରୀକ୍ଷା କରାଯାଇଥିଲା। ସମସ୍ତ ସ୍ବାସ୍ଥ୍ୟ ଭିତ୍ତିକ ତଥ୍ୟକୁ ତିନିଟି ଗ୍ରୁପ୍‌ ମଧ୍ୟରେ ତୁଳନା କରାଯାଇଥିଲା। ଏଥିରୁ ଗୋଟିଏ ଗ୍ରୁପ୍‌ ମାନସିକ ସ୍ତରରେ ସୁସ୍ଥ ଥିବା ବେଳେ ଅବସାଦକୁ ସାମ୍ନା କରୁଥିଲେ। ଅନ୍ୟ ଏକ ଗ୍ରୁପ୍ ଅବସାଦରେ ପୀଡ଼ିତ ଥିଲେ ହେଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରି ନ ଥିଲେ। ସେହିପରି ତୃତୀୟ ଗ୍ରୁପ୍‌ ଆତ୍ମହତ୍ୟା କରିବା ଲୋକେ ଥିଲେ। ତେବେ ଯେଉଁମାନେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ, ସେମାନଙ୍କଠାରେ ଭିଟାମିନ୍- ଡିର ଅଭାବ ଥିଲା। ତେଣୁ ଏହି ଅଭାବ ଦୂର କରିବା ଲାଗି ଭିଟାମିନ୍- ଡି ସପ୍ଲିମେଣ୍ଟର ଆବଶ୍ୟକତା ଅଛି। ଏହାଦ୍ବାରା ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଉକ୍ତ ଗବେଷଣାରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp