ଆଜି ବିଶ୍ୱ ଅଙ୍ଗଦାନ ଦିବସ: ନୂଆ ଜୀବନ ଦେଉଛି ମୃତକଙ୍କ ଅଙ୍ଗ

The Sakala Picture
Published On

ଭୁବନେଶ୍ୱର: ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ସତ୍ତ୍ବେ ମଣିଷର ଅଙ୍ଗ ତିଆରି କରିବାରେ ଚିକିତ୍ସା ବିଜ୍ଞାନ ସଫଳ ହୋଇନାହିଁ। କିନ୍ତୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ, ଅନ୍ୟ ଶରୀରରୁ (ଜୀବିତ କିମ୍ବା ମୃତ) ଅଙ୍ଗ ସଂଗ୍ରହ ଓ ପ୍ରତିରୋପଣ ଜରିଆରେ ଚିକିତ୍ସା ବିଜ୍ଞାନ ଅନେକ ବାଟ ଆଗେଇ ଯାଇଛି। ଚିକିତ୍ସା ବିଜ୍ଞାନରେ ଅଙ୍ଗଦାନ ଏକ ନୂଆ କ୍ଷେତ୍ର, ଯେଉଁଠି ମୃତ୍ୟୁ ପରେ ଗୋଟିଏ ମଣିଷର ହୃଦୟ, ଫୁସ୍‌‌ଫୁସ୍‌‌, ବୃକ୍‌‌କ, ଯକୃତ, ଆଖି ମୂଲ୍ୟବାନ୍‌ ଅଙ୍ଗକୁ ଅନ୍ୟ ଲୋକଙ୍କ ଦେହରେ ପ୍ରତିରୋପଣ […]

ଭୁବନେଶ୍ୱର: ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ସତ୍ତ୍ବେ ମଣିଷର ଅଙ୍ଗ ତିଆରି କରିବାରେ ଚିକିତ୍ସା ବିଜ୍ଞାନ ସଫଳ ହୋଇନାହିଁ। କିନ୍ତୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ, ଅନ୍ୟ ଶରୀରରୁ (ଜୀବିତ କିମ୍ବା ମୃତ) ଅଙ୍ଗ ସଂଗ୍ରହ ଓ ପ୍ରତିରୋପଣ ଜରିଆରେ ଚିକିତ୍ସା ବିଜ୍ଞାନ ଅନେକ ବାଟ ଆଗେଇ ଯାଇଛି। ଚିକିତ୍ସା ବିଜ୍ଞାନରେ ଅଙ୍ଗଦାନ ଏକ ନୂଆ କ୍ଷେତ୍ର, ଯେଉଁଠି ମୃତ୍ୟୁ ପରେ ଗୋଟିଏ ମଣିଷର ହୃଦୟ, ଫୁସ୍‌‌ଫୁସ୍‌‌, ବୃକ୍‌‌କ, ଯକୃତ, ଆଖି ମୂଲ୍ୟବାନ୍‌ ଅଙ୍ଗକୁ ଅନ୍ୟ ଲୋକଙ୍କ ଦେହରେ ପ୍ରତିରୋପଣ କରାଯାଉଛି। ଏହାଦ୍ବାରା ବହୁ ଲୋକ ନୂଆ ଜୀବନ ପାଉଛନ୍ତି। କିନ୍ତୁ ଏ ଦିଗରେ ଅନେକ ପ୍ରତିବନ୍ଧକ ରହିଛି। ସେସବୁର ପ୍ରତିକାର କରାଯାଇପାରିଲେ ଅଙ୍ଗଦାନ ମାନବ ସଭ୍ୟତାରେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ। ଅଙ୍ଗଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ୧୩ ତାରିଖରେ ‘ବିଶ୍ୱ ଅଙ୍ଗ ଦାନ ଦିବସ’ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହରାଇ ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ଷକୁ ପ୍ରାୟ ୨ଲକ୍ଷ ଲୋକେ ଯକୃତ ହରାଇବାରେ ମୃତ୍ୟୁବରଣ କରୁଥିବା ବେଳେ ପ୍ରାୟ ୫୦ ହଜାର ଲୋକେ ହୃଦ୍‌‌ଘାତରେ ପ୍ରାଣ ହରାଉଛନ୍ତି। ସେହିପରି କିଡ୍‌‌ନୀ, ଅଗ୍ନାଶୟ, ଫୁସଫୁସ୍‌, ଅମାଶୟ ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହରାଇ ଅନେକଙ୍କ ପ୍ରାଣ ଯାଉଛି। କିନ୍ତୁ ଏହି ସବୁ ଅଙ୍ଗ ଆବଶ୍ୟକତା ଅନୁସାରେ ପ୍ରତିରୋପଣ ହୋଇପାରୁନାହିଁ। ଅଙ୍ଗଦାନ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା କରାଯାଉଛି। ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ବହୁ ଆଗରେ ରହିଛି। ଓଡ଼ିଶାରେ ଅଙ୍ଗଦାତାଙ୍କ ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ସହ ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ‘ସୂରଜ ସମ୍ମାନ’ ପ୍ରଦାନ ଆରମ୍ଭ କରିଥିଲେ। ଏହି ସମ୍ମାନ ଭାରତରେ ପ୍ରଥମ। କିନ୍ତୁ ଏଥିପାଇଁ ଏବେ ବି ସଚେତନତାର ଅଭାବ ରହିଛି।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କମୃତ୍ୟୁ (ବ୍ରେନ୍‌‌ ଡେଡ୍‌‌) ହେବା ପରେ ଏକ ଗୋଲଡେନ୍‌‌ ପିରିୟଡ୍‌ ରହିଥାଏ। ଏହି ସମୟ ଅବଧି ମଧ୍ୟରେ ମରଶରୀରରୁ ଅଙ୍ଗ କଢ଼ାଯାଇ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥାଏ। କିନ୍ତୁ ଏହି ସୁବର୍ଣ୍ଣ ସମୟଟି ପ୍ରତି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ହାତରେ ରହିଥିବା ବେଳେ ସେମାନେ ଏହାକୁ ପାଳନ କରୁନଥିବା କୁହାଯାଉଛି। ପ୍ରତି ହସ୍ପିଟାଲରେ ଆଇସିୟୁରେ ବ୍ରେନ୍‌‌ ଡେଡ୍‌‌ ଚିହ୍ନଟ ପାଇଁ ୪ ଜଣିଆ କମିଟି ରହିଥାନ୍ତି। ସେମାନେ ଏ ସମ୍ପର୍କରେ ଘୋଷଣା କରିଥାନ୍ତି। ପରେ ମୃତକଙ୍କ ପରିବାରଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରସ୍ତାବ ଦିଆଯାଇ ଏକ ଫର୍ମ ପୂରଣ କରାଯାଇଥାଏ। ରୋଗୀର ବ୍ରେନ୍‌‌ ଡେଡ୍‌‌ ହେବାପରର ଗୋଲଡେନ୍‌‌ ପିରିୟଡ୍‌‌ ଅବଧି ଏବଂ ଗ୍ରିନ୍‌‌ କରିଡର ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରେନ୍‌‌ ଡେଡ୍‌‌ ସମୟକୁ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଘୋଷଣା କରୁନଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହୋଇ ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତ୍ୟାରୋପଣ ହୋଇପାରୁ ନଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

ସୂଚନା ଅନୁସାରେ, ଅଙ୍ଗ ପ୍ରତିରୋପଣ ନିମନ୍ତେ ରାଜ୍ୟରେ ମୋଟ୍‌‌ ୧୨ଟି ହସ୍ପିଟାଲକୁ ସରକାରୀ ସ୍ୱୀକୃତି ମିଳିଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ୱରରେ ୧୧ଟି ଏବଂ କଟକରେ ଗୋଟିଏ ରହିଛି। ସେହିପରି ଟିସୁ ପ୍ରତିରୋପଣ ନିମନ୍ତେ ଭୁବନେଶ୍ୱର ୨ଟି ହସ୍ପିଟାଲକୁ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଛି। ୨୦୧୯ ମସିହାରେ ଓଡ଼ିଶାରେ ‘ଓଡ଼ିଶା ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ସଂଗଠନ’ (ସୋଟୋ) ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଅଙ୍ଗ ହରାଇଥିବା ଅନେକ ବ୍ୟକ୍ତି ଅଙ୍ଗ ପାଇଁ ନୂଆ ଜୀବନ ପାଇ ପାରିଛନ୍ତି। ଏଥିପାଇଁ ଆବଦନକାରୀଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିଥାଏ। ଏହାପରେ(ନୋଟୋ)(ନ୍ୟାସନାଲ ଅରଗାନ୍‌‌ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅରଗାନାଇଜେସନ୍‌‌) ନିୟମ ଅନୁସାରେ, ରୋଗୀଙ୍କ ସ୍ଥିତି, ବ୍ଲଡଗ୍ରୁପ୍‌‌ ଏବଂ ଅନ୍ୟନ ପରୀକ୍ଷା କରାଯାଇ ଅଙ୍ଗ ପ୍ରତ୍ୟାରୋପଣ କରାଯାଇଥାଏ।

ପ୍ରତିବର୍ଷ ପ୍ରାୟ ୮୦ଜଣ ଲୋକେ ଅଙ୍ଗ ପ୍ରତିରୋପଣ କରୁଥିବା ବେଳେ ଏପର୍ଯ୍ୟନ୍ତ ୧୭ଜଣ ଅଙ୍ଗଦାନ କରିଥିବା ଜଣାପଡ଼ିଛି। କେବଳ ୨୦୨୪ ମସିହା ଅଗଷ୍ଟ ମାସ ସୁଦ୍ଧା ୯ଜଣ ଅଙ୍ଗଦାନ କରିଛନ୍ତି। ସେଥିମଧ୍ୟରେ ୪ଜଣ ଶିଶୁ ମଧ୍ୟ ରହିଥିବା ବେଳେ ଚଳିତ ବର୍ଷବ୧୦ ଜଣଙ୍କୁ ‘ସୂରଜ ସମ୍ମାନ’ ପ୍ରଦାନ କରାଯିବ ବୋଲି ସୋଟୋ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ଭାରତ ଶରୀର ଓ ଅଙ୍ଗଦାନ ସମିତି, ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ କହିଛନ୍ତି ଯେ ସେ ପ୍ରଥମେ ଓଡ଼ିଶାରେ ୨୦୧୨ ମସିହାରୁ ଭାରତ ଶରୀର ଅଙ୍ଗଦାନ ସମିତି ମାଧ୍ୟମରେ ସଚେତନତା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଲୋକେ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିସାରିଛନ୍ତି। ଏହାସହ ଅନଲାଇନ୍‌‌ (angadanna.com) ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ସୁବିଧା ରହିଛି। କିନ୍ତୁ ସରକାର କେବଳ ମେଟ୍ରୋ ସିଟି କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଅଙ୍ଗ ପ୍ରତ୍ୟାରୋପଣ ସୁବିଧା କରିଥିବା ବେଳେ ସମସ୍ତ ଅଙ୍ଗ ପ୍ରତ୍ୟାରୋପଣ ସୁବିଧା ଏପର୍ଯ୍ୟନ୍ତ ହୋଇ ପାରିନଥିବାରୁ ବାହାର ରାଜ୍ୟର ହସ୍ପିଟାଲକୁ ନିର୍ଭର କରିବାକୁ ପଡ଼ୁଛି। ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସୁବିଧା ଯୋଗାଇଦେବା ଉଚିତ। କାରଣ ବିଭିନ୍ନ ଜିଲ୍ଲାରେ ପ୍ରତିଦିନ ଅନେକ ଲୋକେ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିଲେ ବି ସେମାନଙ୍କ ଅଙ୍ଗଦାନ କିମ୍ବା ପ୍ରତ୍ୟାରୋପଣ କରାଯାଇପାରୁ ନାହିଁ। ଏଥିପାଇଁ ସରକାରୀ ଭିତ୍ତିଭୂମିର ଆବଶ୍ୟକତା ଅତ୍ୟନ୍ତ ଜରୁରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp