ଋତୁର ନାଁ ପ୍ରେମ

The Sakala Picture
Published On

ପ୍ରେମର ପରିଭାଷାକୁ ପରିପ୍ରକାଶ ପାଇଁ ପାଳନ ହେଉଛି ଭାଲେଣ୍ଟାଇନ୍ସ ଡେ’।  ଫେବୃୟାରୀ ୭ ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। କେବେ ଏହା ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର । ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖୀରେ ଆଖି […]

ପ୍ରେମର ପରିଭାଷାକୁ ପରିପ୍ରକାଶ ପାଇଁ ପାଳନ ହେଉଛି ଭାଲେଣ୍ଟାଇନ୍ସ ଡେ’।  ଫେବୃୟାରୀ ୭ ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। କେବେ ଏହା ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର । ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖୀରେ ଆଖି ତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ, ହାରିବା ଭିତରେ ଯେଉଁଠି ଜିତିବା ଦେଖାଯାଏ,ତାହା ପ୍ରେମ। ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ- ବିସ୍ମୃତ କରେ।

ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ। ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ। ଏହି ବାର୍ତ୍ତାନେଇ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମୀ ଯୁଗଳମାନେ ଭାଲଣ୍ଟୋଇନ୍ସ ଡେ’ ଭାବେ ପାଳନ କରିଥାନ୍ତି। ଇତିହାସ ହେଉ କି କିମ୍ବଦନ୍ତୀ । ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ । କେଦାର ଗୌରୀ ହୁଅନ୍ତୁ କି ହୀର ରାଞ୍ଝା, ଲୈଲା ମଜନୁ। ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା। ପ୍ରେମ ହେଉଛି କମା ଶୂନ୍ୟ କବିତା। ଯାହା କେବେ ସରେନି ବରଂ ପୂରଣ କରିଚାଲେ ହୃଦୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଭଲ ପାଇବା ପାଇଁ ପ୍ରେମର ପରିଭାଷା ପାଇଁ ଗୋଟିଏ ଜୀବନ ବି କମ୍ ପଡିଯାଏ। ଦିନଟିଏ ତ କିଛି ବି ନୁହେଁ। ତଥାପି ହସଖୁସି ଭିତରେ ସାଥୀ ସହ ଏକାନ୍ତରେ ସମୟ ବିତାଇବା ପାଇଁ ଭାଲେଣ୍ଟାଇନ୍ସ ଡେ’ର ପରିକଳ୍ପନା।

ଭାଲେଣ୍ଟାଇନ୍ସ ଡେ’ରେ କୌଣସି ଦିବସର ନାଁ ନୁହେଁ, ବରଂ ରୋମ୍‌ର ଜଣେ ସନ୍ଥଙ୍କ ନାମ। କ୍ଲାଉଡିୟସ୍ ଦ୍ବିତୀୟ ନାମକ ଜଣେ ଶାସକ ରୋମ୍ ଉପରେ ରାଜୁତି କରୁଥିଲେ। ସେ ପ୍ରେମ ଓ ବିବାହକୁ ପସନ୍ଦ କରୁ ନଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ ବୋଲି ସେ ଭାବୁଥିଲେ। ଏଥିପାଇଁ ରୋମାନ୍ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚିଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍।

ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟାଦ୍ଦ ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା। ସେହିପରି ମୃତ୍ୟୁ ପୂର୍ବରୁ ଭାଲେଣ୍ଟାଇନ୍‌ ରୋମାନ୍‌ ଜେଲର୍‌ ଅଷ୍ଟେରିୟସ୍‌ଙ୍କ ଦୃଷ୍ଟିହୀନ କନ୍ୟାଙ୍କ ଦୃଷ୍ଟିଶକ୍ତି ଫେରାଇ ଦେଇଥିଲେ। ଯେଉଁଥିପାଇଁ ସମୟକ୍ରମେ ଭାଲେଣ୍ଟାଇନ୍‌ ଏବଂ ଅଷ୍ଟେରିୟସ୍‌ଙ୍କ କନ୍ୟାଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ନିଜ ପ୍ରେମକୁ ପାଇପାରି ନ ଥିଲେ ସନ୍ଥ ଭାଲେଣ୍ଟାଇନ୍‌। ମୃତ୍ୟୁଦଣ୍ଡ ପୂର୍ବରୁ ସେ ନିଜ ପ୍ରେମିକାଙ୍କ ପାଖକୁ ଏକ ଚିଠି ଲେଖିଥିଲେ, ଯାହାର ଶେଷରେ ଲେଖାଥିଲା ‘ଫ୍ରମ୍‌ ୟୋର ଭାଲେଣ୍ଟାଇନ୍‌’। ପ୍ରେମର ଦୂତ ଭାଲେଣ୍ଟାଇନ୍‌ଙ୍କ ବଳିଦାନ ଦିବସକୁ ସେବେଠାରୁ ପ୍ରେମ ଦିବସ ଭାବେ ପାଳନ କରାଯାଇ ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର