ବିଶ୍ୱରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା; ଅନିୟନ୍ତ୍ରିତ ମଧୁମେହ ରୋଗର କ’ଣ ରହିଛି ସମୟପୋଯୋଗୀ ଉପଚାର, ଆସନ୍ତୁ ଜାଣିବା…
ଭୁବନେଶ୍ୱର(ବିଶ୍ୱଜିତ୍, ସତ୍ୟବ୍ରତ): କେବଳ ଭାରତ ନୁହେଁ; ସାରାବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼଼ିବାରେ ଲାଗିଛି। ଆଗରୁ ବୟସ୍କ ଲୋକଙ୍କ ନିକଟରେ ଦେଖା ଯାଉଥିବାବେଳେ ଏବେ ଆବାଳବୃଦ୍ଧବନିତା ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ବଂଶାନୁଗତ, ଅନିୟମିତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ। ଯଦି ଶରୀରରେ ରକ୍ତ ଶର୍କରା ଅତ୍ୟଧିକ ବୃଦ୍ଧି ପାଉଥାଏ, ତେବେ ମଧୁମେହ ହୋଇଥିବା ଆଶଙ୍କା କରାଯାଏ। ଦୀର୍ଘ ସମୟ ଧରି ରକ୍ତ ଶର୍କରାସ୍ତର ଅଧିକ ରହିଲେ, ଏହା ଆଖି […]
ଭୁବନେଶ୍ୱର(ବିଶ୍ୱଜିତ୍, ସତ୍ୟବ୍ରତ): କେବଳ ଭାରତ ନୁହେଁ; ସାରାବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼଼ିବାରେ ଲାଗିଛି। ଆଗରୁ ବୟସ୍କ ଲୋକଙ୍କ ନିକଟରେ ଦେଖା ଯାଉଥିବାବେଳେ ଏବେ ଆବାଳବୃଦ୍ଧବନିତା ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ବଂଶାନୁଗତ, ଅନିୟମିତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ। ଯଦି ଶରୀରରେ ରକ୍ତ ଶର୍କରା ଅତ୍ୟଧିକ ବୃଦ୍ଧି ପାଉଥାଏ, ତେବେ ମଧୁମେହ ହୋଇଥିବା ଆଶଙ୍କା କରାଯାଏ। ଦୀର୍ଘ ସମୟ ଧରି ରକ୍ତ ଶର୍କରାସ୍ତର ଅଧିକ ରହିଲେ, ଏହା ଆଖି ଉପରେ ଗଭୀର ପ୍ରଭାବ ପକାଇଥାଏ। ଶର୍କରା ବୃଦ୍ଧି ଯୋଗୁଁ ବୃକକ୍, ହୃତ୍ପିଣ୍ଡ, ଚକ୍ଷୁ, ସ୍ନାୟୁ ଆଦି ଶରୀରର ଅନେକାଂଶକୁ ରୋଗଗ୍ରସ୍ତ କରିଥାଏ। ଫଳରେ ଏହିସବୁ ଅଂଶ ଦୁର୍ବଳ ହୋଇପଡ଼େ ଏବଂ କାର୍ଯ୍ୟ କରିବାର ଶକ୍ତି ହ୍ରାସ ହୁଏ। ଅନିୟନ୍ତ୍ରିତ ମଧୁମେହ ଭୟଙ୍କର ଓ ସ୍ଥଳ ବିଶେଷରେ ପ୍ରାଣଘାତୀ ମଧ୍ୟ ହୋଇଥାଏ। ତେଣୁ ତା’ର ସମୟପୋଯୋଗୀ ଉପଚାର ଅତ୍ୟନ୍ତ ଆବଶ୍ୟକ।
ଔଷଧ ଉପଚାର
ମଧୁମେୟ ରୋଗରେ ରକ୍ତ ଶର୍କରା, ଗ୍ଲାଇକୋ ସିଲେଟେଡ୍ ହିମୋଗ୍ଲୋବିନ୍ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ସୁସ୍ଥ ମାତ୍ରାରେ ରହିବା ସର୍ବାଦା ଆବଶ୍ୟକ। ସେଥିପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକ ହେଲା – ଇନ୍ସୁଲିନ, ମେଟ୍ଫରମିନ୍, ସଲେ୍ଫାନିଲ ୟୁରିଆ, ଡିପିପିଫୋର୍ ଇନ୍ହିବିଟର୍, ଇନ୍କ୍ରିଟିନ୍।
ଇନ୍ସୁଲିନ୍ କ’ଣ ?
୧୯୨୧ ମସିହାରେ ଡକ୍ଟର ବ୍ୟାଣ୍ଟିଙ୍ଗ୍ ଏବଂ ଡକ୍ଟର ବେଷ୍ଟ ଇନ୍ସୁଲିନ୍ ଆବିଷ୍କାର କରିଥିଲେ ଏବଂ ଏହି ଯୁଗାନ୍ତକାରୀ ଆବିଷ୍କାର ପାଇଁ ୧୯୨୩ ମସିହାରେ ଉଭୟ ଡକ୍ଟର ନୋବେଲ୍ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ଆବିଷ୍କାର ପାଇଁ କୋଟି କୋଟି ଡାଇବେଟିସ୍ ରୋଗୀ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଉଛନ୍ତି। ଟାଇପ୍ -୧ ଡାଇବେଟିସ୍ ରୋଗୀ ସମସ୍ତେ ଇନ୍ସୁଲିନ ଇଞ୍ଜେକସନ୍ ଦ୍ୱାରା ଚିକିତ୍ସିତ ହୁଅନ୍ତି ଏବଂ ସମସ୍ତ ଜଟିଳ ଟାଇପ୍-୨ ଡାଇବେଟିସ୍ ରୋଗୀ ମଧ୍ୟ ଇନ୍ସୁଲିନ୍ ଦ୍ୱାରା ଚିକିତ୍ସିତ ହୁଅନ୍ତି।
ବିନା ଇନ୍ସୁଲିନ୍ରେ ନିୟନ୍ତ୍ରଣ
ଇନ୍ସୁଲିନ୍ ହେଉଛି ଏକ ହର୍ମୋନ୍। ପାଚନଗ୍ରନ୍ଥୀରୁ ଏହା ଉତ୍ପନ୍ନ ହୋଇଥାଏ। ଏହା ପୂର୍ବରୁ ମଧୁମେହ ରୋଗୀଙ୍କ ଚିକିତ୍ସା ପାଇଁ ଅଧିକ ସୁବିଧା ନ ଥିଲା। ଇନ୍ସୁଲିନର ଆବିଷ୍କାର ପରେ ମଧୁମେହ ପୀଡ଼ିତଙ୍କ ପାଇଁ ଏହା ଜୀବନଦାୟୀ ଔଷଧ ଭାବେ କାର୍ଯ୍ୟ କରୁଛି। ମଧୁମେହ ପୀଡ଼ିତ ବ୍ୟକ୍ତିଙ୍କୁ ଇନସୁଲିନ୍ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଯଦି ଡାଇବେଟିସ୍ ପୀଡ଼ିତ ବ୍ୟକ୍ତି ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ୱନ କରିବା ସହିତ ନିର୍ଦ୍ଧାରିତ ମାତ୍ରାର ଇନସୁଲିନ୍ ଇଞ୍ଜେକସନ୍ ନିଅନ୍ତି, ତେବେ ମଧୁମେହକୁ ନିୟନ୍ତ୍ରିତ କରାଯାଇପାରେ। ରକ୍ତରେ ଶର୍କରାର ସ୍ତର ଅଧିକ କମିଗଲେ, ତାହାକୁ ହାଇପୋଗ୍ଲାଇସେମିଆ କୁହାଯାଏ। ଯଦି ଶରୀରରେ ଶର୍କରାସ୍ତର ନିୟନ୍ତ୍ରଣ ନ ରୁହେ, ତେବେ ମୁଣ୍ଡ ବୁଲାଇବା, ଦେହ ଥରିବା, ଦେହରୁ ଝାଳ ନିର୍ଗତ ହେବା, ଅଧିକ ଭୋକ ଲାଗିବା ପରି ସମସ୍ୟା ଦେଖାଦେଇଥାଏ। ତେଣୁ ଶରୀରରେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବା ପାଇଁ ଇନସୁଲିନ୍ ଇଞ୍ଜେକସନ୍ ବ୍ୟବହାର କରାଯାଏ।
ଇନ୍ସୁଲିନକୁ ନା’
ଔଷଧ ଦ୍ୱାରା ଏ ରୋଗକୁ ସମ୍ପୂର୍ଣ୍ଣ ରୂପେ ଭଲ କରାଯାଇ ପାରେନାହିଁ, କେବଳ ରୋଗକୁ ନିୟନ୍ତ୍ରିତ କରାଯାଇପାରେ। ଔଷଧ ସହିତ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। ନିୟମିତ ସୁଷମ ଖାଦ୍ୟ ଖାଇବା, ବ୍ୟାୟାମ କରିବା, ନିଶା ସେବନଠାରୁ ଦୂରେଇ ରହିବା, ସଠିକ୍ ସମୟରେ ଶୋଇବା, ମାନସିକ ଚାପକୁ ନିୟନ୍ତ୍ରଣ କରିବା ଦ୍ୱାରା, ଏହି ରୋଗଠାରୁ ଦୂରେଇ ରହିପାରିବେ। ବାପା ମା’ଙ୍କ ଡାଇବେଟିସ୍ ଥିଲେ ବଂଶାନୁଗତ ଭାବରେ ଶିଶୁକୁ ମଧୁମେହ ହେବାର ଆଶଙ୍କା ଅଧିକ ରହିଥାଏ। ଇନସୁଲିନର ବ୍ୟବହାର ନ କରି ମଧ୍ୟ ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ। ସେଥିପାଇଁ ମଇଦା ଯୁକ୍ତ ଖାଦ୍ୟ ଓ ତେଲମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ। ଦୈନିକ ୬୦% କାର୍ବୋହାଇଡ୍ରେଟ୍, ୩୦% ଫ୍ୟାଟ୍ ଓ ୧୦% ପ୍ରୋଟିନ୍ ଖାଦ୍ୟ ଖାଇବା ଉଚିତ। ଡାକ୍ତର ଓ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ, ଇନସୁଲିନର ଆବଶ୍ୟକତା ପଡ଼ିବ ନାହିଁ।
ହାଇପୋଗ୍ଲାଇସିମିଆ କ’ଣ?
ରକ୍ତରେ ଶର୍କରାର ମାତ୍ରା ଶତକଡ଼ା ୬୦ ମିଲିଗ୍ରାମ୍ରୁ କମିଗଲେ, ଶରୀରରେ ଶର୍କରାର ଅଭାବ ସୃଷ୍ଟି ହୁଏ। ଏହାକୁ ଡାକ୍ତରୀ ଭାଷାରେ ହାଇପୋଗ୍ଲାଇସିମିଆ କୁହାଯାଏ। ଏହି ଅବସ୍ଥା ଡାଇବେଟିସ୍ ଔଷଧ ଚିକିତ୍ସାର ପାର୍ଶ୍ବ ପ୍ରତିକ୍ରିୟା ଭାବେ ଦେଖା ଦେଇପାରେ। ଏହାକୁ ଚିହ୍ନିବା ପାଇଁ ରୋଗୀ ସତର୍କ ରହିବା ଆବଶ୍ୟକ। ଏଭଳି ଅବସ୍ଥା ସୃଷ୍ଟି ହେଲେ ଦେହରୁ ଗମ୍ଗମ୍ ଝାଳ ବାହାରେ। ହୃତ୍ପିଣ୍ଡର ଗତି ବଢ଼଼ିଯାଇ ଛାତି ଧଡ୍ଧଡ୍ ହେବା ପରି ଅନୁଭୂତ ହୋଇଥାଏ। ଭୋକ ଲାଗିବା ସହ ଦେହ ଥରିବା, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ଦୁର୍ବଳ ଲାଗିଥାଏ। ଏହି ଲକ୍ଷଣ ଅଧିକ ହେଲେ ରୋଗୀ ଅଚେତ ହୋଇଯାଏ ବୋଲି ଭେଷଜ ବିଶେଷଜ୍ଞ ପ୍ରଫେସର୍ ନିରଞ୍ଜନ ତ୍ରିପାଠୀ କହିଛନ୍ତି।
ମଧୁମେହ ଦୂର ପାଇଁ ଔଷଧ ଓ ସେବନ ବିଧି
- ଜାମୁକୋଳି ମଞ୍ଜି ୧୦୦ଗ୍ରାମ, ମେଥଳ ୫୦ ଗ୍ରାମ, ହରିତକି ୧୦ ଗ୍ରାମ, ବାହାଡ଼ା ୧୦ ଗ୍ରାମ, ଅଁଳା ୧୦ ଗ୍ରାମକୁ ନେଇ ସୂକ୍ଷ୍ମ ଭାବେ ଚୂର୍ଣ୍ଣ କରି, ତହିଁରୁ ସକାଳେ ଓ ସନ୍ଧ୍ୟାରେ ଅଧଚାମଚ ସେବନ କଲେ ଉପକାର ହୋଇଥାଏ।
- କୁଆମଇତା ପତ୍ରରସ ୫ ମିଲିଲିଟର ଗୁଡ଼ମାରି ପତ୍ରରସ ୫ ମିଲିଲିଟର, ସଦାବିହାରୀ ପତ୍ରରସ ୫ ମିଲିଲିଟରକୁ ମିଶାଇ ଦିନକୁ ଦୁଇଥର ସେବନ କଲେ ମଧୁମେହ ଦୂର ହୋଇଥାଏ।
- ବସନ୍ତ କୁସୁମାକର ରସ, ବୃହତ ପୂର୍ଣ୍ଣଚନ୍ଦ୍ର ରସ, ଚନ୍ଦ୍ରପ୍ରଭା ବଟୀ, ଆରୋଗ୍ୟ ବର୍ଦ୍ଧନୀ ଗୁଟିକା ଆଦି ଚିକିତ୍ସକଙ୍କ ପରାମର୍ଶରେ ଗ୍ରହଣ କରାଯାଇପାରେ।
- ଚିନି, ରିଫାଇନ୍ ତେଲ, ପ୍ୟାକେଟ୍ ଲୁଣ ଆଦି ସମ୍ପୂର୍ଣ୍ଣ ବର୍ଜନୀୟ। ଆଳୁ ଭଳି ମାଟିତଳ ଖାଦ୍ୟ ସାମଗ୍ରୀ, ଗୁଡ଼ ଓ ମହୁ ଆଦି ଖୁବ୍ କମ୍ ମାତ୍ରାରେ ଗ୍ରହଣ କରାଯାଇପାରେ।
- ପାଚିଲା ମଧୁର ଫଳ ମଧ୍ୟ ନିଜର ଚିକିତ୍ସକଙ୍କ ପରାମର୍ଶରେ ସ୍ୱଳ୍ପ ମାତ୍ରାରେ ଗ୍ରହଣ କରାଯାଇପାରେ।
- ଶାଗ, ପରିବା ଭଳି ତନ୍ତୁଜାତୀୟ ଖାଦ୍ୟକୁ ଭୋଜନରେ ସାମିଲ୍ କରିବା ହିତକର ହୋଇଥାଏ ଏବଂ ତୈଳାକ୍ତ ଭୋଜନ ଅହିତକର।
- ତେବେ ମୋଟାମୋଟି କହିବାକୁ ଗଲେ, ସନ୍ତୁଳିତ ପରିଶ୍ରମ ଓ ସ୍ୱଳ୍ପାହାର ସହିତ ଉପଯୁକ୍ତ ଜୀବନଶୈଳୀ ମଧୁମେହ ରୋଗୀକୁ ସାମର୍ଥ୍ୟବାନ ଓ ଦୀର୍ଘଜୀବୀ କରିଥାଏ।
ଅନ୍ୟାନ୍ୟ ଔଷଧ
ମଧୁମେହ ସହ ସ୍ନାୟବିକ ଦୁର୍ବଳତା କ୍ଷେତ୍ରରେ କ୍ରୁରାରୀ ଔଷଧ ଦିଆଯାଏ। ଏସବୁ ବ୍ୟତୀତ ଏସିଡ୍ ଫସ୍, ଥାଇରୋଜିନମ୍, କାଲକାରିୟା ଓ କାର୍ବ ଆଦି ଔଷଧ ଲକ୍ଷଣଭିତ୍ତିରେ ଭଲ କାମ କରେ। ତେବେ ଔଷଧ ନିୟମିତ ନେବା ସହ ଖାଦ୍ୟପେୟରେ ସତର୍କତା, ବ୍ୟାୟାମ, ନିୟମିତ ଡାକ୍ତରୀ ଯାଞ୍ଚ୍, ସଚେତନତା ଓ ଅବହେଳା ନ କରି ପ୍ରାଥମିକ ସ୍ତରରେ ଚିକିତ୍ସା କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ରୋଗ ପାଇଁ ଭଲମନ୍ଦ
- ତିକ୍ତ, କଷାୟ ଓ କଟୁରସଯୁକ୍ତ ଭୋଜନ ହିତକର ହୋଇଥାଏ। ଅଧିକ ମଧୁର, ଅମ୍ଳ ଓ ଲବଣରସ ଯୁକ୍ତ ଭୋଜନ ହିତକର ହୋଇ ନ ଥାଏ।
- ରୋଗୀର ଶାରୀରିକ କ୍ଷମତାନୁସାରେ ପ୍ରାତଃଭ୍ରମଣ, ସନ୍ତରଣ ପରି ସାଧାରଣ ବ୍ୟାୟାମ ହିତକର। ଗରମ ଦିନ ଅପେକ୍ଷା ଶୀତଦିନେ ଅଧିକ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଥାଏ।
- ପ୍ରାତଃଭ୍ରମଣରୁ ଫେରିବା ପରେ ସାମାନ୍ୟ ବିଶ୍ରାମ ନେଇ ଗୋଟିଏ ଲେଖାଏଁ ଛୋଟ କାକୁଡ଼ି, କଲରା ଓ ଟମାଟକୁ ଗ୍ରାଇଣ୍ଡିଂ କରି ଗୋଲମରିଚ ଗୁଣ୍ଡ, ଜୀରାଗୁଣ୍ଡ, ସୈନ୍ଧବ ଲବଣ ଆଦି ମିଶାଇ ନିୟମିତ ସେବନ କଲେ ହିତକର ହୋଇଥାଏ।
- ସକାଳ ଜଳଖିଆରେ ଗଜାମୁଗ, ଗଜାବୁଟ, ଗଜା ଗହମ, ୨ରୁ ୪ଟି ପେସ୍ତା ବାଦାମ୍, ଗୋଟିଏରୁ ଦୁଇଟି ଅଖ୍ରୋଟ୍ ଆଦିକୁ ସାମିଲ କରିବା ଆବଶ୍ୟକ। – ଜଳଖଳଆ ଓ ମଧ୍ୟାହ୍ନ ଭୋଜନ ମଝି ସମୟରେ ଭୋକ ହେଲେ ଅଳ୍ପ ତଟକା ଫଳ ସେବନ କରାଯାଇପାରେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଖଣ୍ଡିଏ ଅଦା ସହିତ ଅଳ୍ପ ସୈନ୍ଧବ ଲବଣ ଚୋବାଇ ଖାଇବା ହିତକର ହୋଇଥାଏ।
- ମଧ୍ୟାହ୍ନ ଭୋଜନରେ ଅଳ୍ପ ଭାତ, ରୁଟି, ଡାଲି, ସିଝା ତରକାରି ଆଦି ସାମିଲ କରିବା ସହିତ ସାଲାଡ୍ ନିହାତି ରହିବା ଦରକାର ଏବଂ ଭୋଜନ କରିବା ପୂର୍ବରୁ ସାଲାଡ୍ ଖାଇବା ପରେ ରନ୍ଧାଖାଦ୍ୟ ଗ୍ରହଣ କରିବା ବିଧେୟ।
- ଅପରାହ୍ଣରେ ଭୋକ ହେଲେ ହାଲୁକା ଖାଦ୍ୟ ଗ୍ରହଣ କରାଯାଇପାରେ। ରାତ୍ରିର ପ୍ରଥମ ପ୍ରହରରେ ରାତ୍ରିଭୋଜନ ଶେଷ କରିବା ଦରକାର। ଏଥିପାଇଁ ରୁଟି ଓ ପରିବା ସିଝା ଯଥେଷ୍ଟ ହୋଇଥାଏ।
- ରାତ୍ରିଭୋଜନ ପରେ ଅତିକମ୍ରେ ଶହେରୁ ଦୁଇଶହ ପାଦ ଧୀରେ ଧୀରେ ଚାଲିବା ଦରକାର। ଏହାପରେ ଶାନ୍ତ ମନରେ ସାତରୁ ଆଠଘଣ୍ଟା ଶୋଇବା ଆବଶ୍ୟକ। ଦିବା ଶୟନକୁ ସର୍ବଦା ପରିତ୍ୟାଗ କରିବା ଦରକାର।
ରୋଗ ପାଇଁ ଯୋଗ
ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର ବ୍ୟାୟାମ ହେଉଛି ଯୋଗ। ମଧୁମେହ ଉପଚାର ସ୍ୱରୁପ ପଶ୍ଚିମୋତ୍ତାନାସନ, ଗୋମୁଖାସନ, ହଳାସନ, ପର୍ବତାସନ, ଅର୍ଦ୍ଧ ମତ୍ସ୍ୟନ୍ଦ୍ରାସନ ପରି ଯୋଗାସନ ନିୟମିତ ଅଭ୍ୟାସ କଲେ ଏଣ୍ଡୋକ୍ରାଇନ୍ ସିଷ୍ଟମର ଦକ୍ଷତା ବୃଦ୍ଧି କରିଥାଏ। ଯକୃତ, ଅଗ୍ନାଶୟ, ପ୍ରିହା, ବୃକକ ଓ ଆଡ୍ରିନାଲ ଗ୍ରନ୍ଥି ମାଲିସ୍ ହୋଇ ହୋଇ ଓଜନ କମାଇବା ସହ ଯନ୍ତ୍ରଣା ଓ କଠିନତା କମିଥାଏ। ରକ୍ତ ସଞ୍ଚାଳନ ସହ ଇନସୁଲିନ୍ ବୃଦ୍ଧି ପାଏ। ଫଳରେ ଯୋଗ ମଧୁମେହ ରୋଗ ପାଇଁ ସଞ୍ଜିବନୀ ସଦୃଶ ହୋଇଥାଏ। ଅସ୍ତ୍ରୋପଚାର କିମ୍ୱା ଆଘାତ ପ୍ରାପ୍ତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ପରେ ଯୋଗ କରିବା ଉଚିତ।
ହୋମିଓପାଥି ଚିକିତ୍ସା
ହୋମିଓପାଥି ଏକ ଲକ୍ଷଣଭିତ୍ତିକ ଚିକିତ୍ସା ପ୍ରଣାଳୀ ହୋଇଥିବାରୁ ମଧୁମେହର ଲକ୍ଷଣ ଅନୁସାରେ ଔଷଧ ଦିଆଯାଏ। ରୋଗୀର ଶାରୀରିକ, ମାନସିକ ସ୍ଥିତି ଓ ଲକ୍ଷଣ ବିଚାରକୁ ନେଇ ଔଷଧ ଚୟନ ହୋଇଥାଏ। ଏହା ବ୍ୟତୀତ ତୁରନ୍ତ ରକ୍ତ ଶର୍କରା ହ୍ରାସ କରିବାକୁ ସ୍ଥଳବିଶେଷରେ କିଛି ଔଷଧ ରହିଛି। ଏହା ମୂଳ ଅର୍କ (କ୍ୟୁ) ହିସାବରେ ପ୍ରୟୋଗ କରାଯାଏ। ସେହିଭଳି ହୋମିଓପାଥି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଲେ, ଶର୍କରାସ୍ତରକୁ ସୁନିୟନ୍ତ୍ରିତ କରାଯାଇପାରେ। ରୋଗର ଜଟିଳତାକୁ ମଧ୍ୟ କମାଯାଇଥାଏ ବୋଲି ରାଉରକେଲାସ୍ଥିତ ରେଳବାଇ ହସ୍ପିଟାଲ୍ର ହୋମିଓପାଥି ବିଶେଷଜ୍ଞ ଡାକ୍ତର ସମରେନ୍ଦ୍ର ପ୍ରସାଦ ମିଶ୍ର କହିଛନ୍ତି।
ହୋମିଓପାଥି ଔଷଧ ଓ ସେବନ ମାତ୍ରା-:
ମଧୁମେହ ଦୂର କରିବା ପାଇଁ କେତେକ ହୋମିଓପାଥି ଔଷଧ ରହିଛି। ରୋଗୀଙ୍କ ରକ୍ତ ଶର୍କରାର ସ୍ତର, ରୋଗର ଗମ୍ଭୀରତା, ଲକ୍ଷଣ ସମୂହ ଓ ବୟସକୁ ଦୃଷ୍ଟିରେ ରଖି ଔଷଧର ମାତ୍ରାରେ ପରିବର୍ତ୍ତନ କରାଯାଏ। ତେଣୁ ହୋମିଓପାଥି ଡାକ୍ତରଙ୍କ ସହ ପରାମର୍ଶ ନ କରି କୌଣସି ଔଷଧ ସେବନ କରନ୍ତୁ ନାହିଁ।
ସିଜିଜିୟମ୍ ଜାମ୍ୱୋଲାନମ୍
ହୋମିଓପାଥି ଔଷଧ ପସ୍ତୁତ ପ୍ରଣାଳୀ ମାଧ୍ୟମରେ ସିଜିଜିୟମ୍ ଜାମ୍ୱୋଲାନମ୍ ଔଷଧ ପ୍ରକୃତରେ ଜାମୁକୋଳି ମଞ୍ଜିରୁ ତିଆରି ହୋଇଥାଏ। ଏହା ରକ୍ତ ଶର୍କରା ବୃଦ୍ଧିକୁ ତୁରନ୍ତ କମ୍ କରିଥାଏ। ଅତ୍ୟଧିକ ଶୋଷ, ବାରମ୍ୱାର ପରିସ୍ରା, ଦୁର୍ବଳବୋଧ ଏବଂ ଘା’ ଶୁଖିବାରେ ବିଳମ୍ୱ ହେଉଥିଲେ, ରୋଗୀକୁ ଏହି ଔଷଧର ମୂଳଅର୍କ (କ୍ୟୁ), ୧୦ରୁ ୧୫ ଟୋପା ଲେଖାଏଁ ଦିନକୁ ୨/୩ ଥର ଦିଆଯାଏ। ଏହାକୁ ଖାଲିପେଟରେ ବୟସ୍କଙ୍କୁ ଦିଆଯାଇଥାଏ। ଶିଶୁଙ୍କ କ୍ଷେତ୍ରରେ ଏହାର ଅର୍ଦ୍ଧାଧିକ ପରିମାଣରେ ଦିନକୁ ୨ଥର ଦିଆଯାଇଥାଏ।
ଆବ୍ରୋମା ଅଗଷ୍ଟା
ଓଲଟ କମଳ ଗଛର ପତ୍ରରୁ ପ୍ରସ୍ତୁତ ଏହି ଔଷଧଟି ରକ୍ତ ଶର୍କରା ମାତ୍ରାକୁ କମ୍ କରେ। ରୋଗୀର ପରିସ୍ରାରେ ଆଲ୍ବୁମିନ୍ ଆସିଲେ, ଅତ୍ୟଧିକ ଶୋଷ ଲାଗି ଓଠ ଓ ପାଟି ଶୁଖିଗଲେ, ବାରମ୍ୱାର ପରିସ୍ରା ହେଉଥିଲେ ଏହି ଔଷଧ ଦିଆଯାଏ। ଏହି ଔଷଧର ମୂଳଅର୍କ (କ୍ୟୁ)ରୁ ୧୦-୧୫ ଟୋପା ମାତ୍ରାରେ ଦିନକୁ ୨ରୁ ୩ ଥର ଅଧାକପ୍ ପାଣିରେ ମିଶାଇ ଖାଲିପେଟରେ ଦିଆଯାଏ। ଶିଶୁମାନଙ୍କ କ୍ଷେତ୍ରରେ ଏହାର ମାତ୍ରା ଅଧା ହୋଇଥାଏ।
ଜିମ୍ନେମା ସିଲଭେଷ୍ଟ୍ରି ଏବଂ କେଫାଲେ ନଡ୍ରା ଇଣ୍ଡିକା
ରୋଗୀଠାରେ ବାରମ୍ୱାର ପରିସ୍ରା ସହ ରକ୍ତରେ ଶର୍କରା ବଢ଼଼ୁଥିଲେ, ଜିମ୍ନେମା ସିଲଭେଷ୍ଟ୍ରିର ମୂଳ ଅର୍କ (କ୍ୟୁ)କୁ ଦିଆଯାଏ। ସେହିପରି ପରିସ୍ରା କରିବା ପରେ ବିଶେଷ ଭାବେ ଶାରୀରିକ ଦୁର୍ବଳତା ଅନୁଭବ କରିବା, ରକ୍ତ ଶର୍କରା ବୃଦ୍ଧି ସହ ଦେହହାତ ଜଳାପୋଡ଼ା କରୁଥିଲେ କେଫାଲେ ନଡ୍ରା ଇଣ୍ଡିକା ଉପଯୋଗୀ। ଜିମ୍ନେମା ସିଲଭେଷ୍ଟ୍ରି ଓ କେଫାଲେ ନଡ୍ରା ଇଣ୍ଡିକାକୁ ସିଜିଜିୟମ୍ ଜାମ୍ୱୋଲାନମ୍ ପରି ସଠିକ୍ ମାତ୍ରାରେ ଦିଆଯାଏ।
ୟୁରାନିୟମ୍ ନାଇଟ୍ରିକମ୍
ମଧୁମେହ ସହ ଶରୀରର ଓଜନ ହ୍ରାସର ସମସ୍ୟା ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ। ଏହାର ୟୁରାନିୟମ୍ ନାଇଟ୍ରିକମ୍-୨୦୦ରୁ ଦିନକୁ ୩ ବୁନ୍ଦା ଲେଖାଏଁ ୨ରୁ ୩ ଥର ଖାଲିପେଟରେ ଦିଆଯାଏ। ପିଲାମାନଙ୍କୁ ଏହାର ଅଧା ଦିଆଯାଇପାରେ।
ମଧୁମେହ ରୋଗୀଙ୍କ ଖାଦ୍ୟପେୟ
ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ
ରୋଗୀଙ୍କୁ ସବୁବେଳେ ଖାଦ୍ୟପଦାର୍ଥ ଉପରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ସେମାନେ ଖାଉଥିବା ଖାଦ୍ୟ ଯେମିତି ଶରୀରରେ ସୁଗାର୍ ପରିମାଣକୁ ବୃଦ୍ଧି ନ କରିବ, ସେ ପ୍ରତି ସଚେତନ ଓ ସତର୍କ ରୁହନ୍ତୁ। ତନ୍ତୁଜାତୀୟ ଖାଦ୍ୟ ଖାଇବା ଦିଗରେ ଗୁରୁତ୍ୱ ଦେବା ଉଚିତ। ସେହିପରି କମ୍ପେ୍ଲକ୍ସ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇପାରିବେ। ଡାଏଟେରେ ମିଲେଟ୍ ସାମିଲ କରନ୍ତୁ। ବାଜରାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ପରିମାଣ କମ୍।
ସାଇଟ୍ରସ୍ ଖାଦ୍ୟ ପଦାର୍ଥ ଖାଆନ୍ତୁ
ସବୁଜ ପନିପରିବା ସମେତ ସେଓ, କମଳା, ନାସପାତି, ମୌସମ୍ୱି ଆଦି ଫଳ ଖାଇପାରିବେ। ସାଇଟ୍ରସ୍ ଖାଦ୍ୟପଦାର୍ଥରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ରହୁଥିବାରୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଉଚିତ। ସେହିପରି ଯେଉଁ ସବୁ ଖାଦ୍ୟପଦାର୍ଥରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ରହୁଛି, ସେସବୁ ସେମାନଙ୍କୁ ଖାଇବା ଦରକାର।
ଉପବାସ କରନ୍ତୁ ନାହିଁ
ଅନେକ ସମୟରେ ମଧୁମେହ ରୋଗୀଙ୍କର ସୁଗାର୍ କମି ଯାଏ। ଫଳରେ ମୁଣ୍ଡ ବୁଲାଏ, ଦେହ ହାତ ଥରେ ଓ ଶରୀରରୁ ଝାଳ ବୁହେ। ଏହି ସବୁ ଲକ୍ଷଣକୁ ଲୋ-ସୁଗାର୍ ଲେବଲ୍ ବୋଲି କହିଥାଉ। ଏସବୁ ସମସ୍ୟା ଦେଖାଦେଲେ, ସେମାନେ ସୁଗାର୍ ସହ ଗ୍ଲୁକୋଜ୍ ବି ନେଇପାରିବେ। ଏହି ସବୁ ପରେ ଅଳ୍ପ ଅଳ୍ପ କରି ବାରମ୍ବାର ଖାଆନ୍ତୁ ଓ ପେଟ ଖାଲି ରଖନ୍ତୁ ନାହିଁ।
– ନିହାରିକା ଦାସ