ଆଜିଠୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା’କ୍ଷୀରରୁ ବଞ୍ଚିତ ୩୦ ପ୍ରତିଶତ ଶିଶୁ, ସ୍ତନ୍ୟପାନ ନ କରାଇବା ସ୍ତନ କର୍କଟର ବଡ଼ କାରଣ

The Sakala Picture
Published On

ଭୁବନେଶ୍ୱର: ଶିଶୁ ପାଇଁ ମା’ କ୍ଷୀର ହେଉଛି ଅମୃତ ସଞ୍ଜିବନୀ। ମା କ୍ଷୀର ଖାଇଥିବା ଶିଶୁର ରୋଗପ୍ରତିରୋଧକ ଶକ୍ତି ଅନ୍ୟ ଶିଶୁମାନଙ୍କ ତୁଳନାରେ ଅଧିକ ଥାଏ। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ଏଥିପାଇଁ ସଚେତନ କରିଆସୁଛନ୍ତି। ତଥାପି ସହରାଞ୍ଚଳର ଶିକ୍ଷିତ ମହିଳାଙ୍କ ଅପେକ୍ଷା ଗ୍ରାମୀଣ ମହିଳାମାନେ ସ୍ତନ୍ୟପାନ କରାଇବାରେ ଆଗୁଆ ଅଛନ୍ତି। ସହରୀ ମହିଳାଙ୍କର ଦୁର୍ବଳ ପ୍ରଦର୍ଶନ ପାଇଁ ଜନ୍ମରୁ ୬ ମାସର ପ୍ରାୟ ୩୦ ପ୍ରତିଶତ ଶିଶୁ ମା କ୍ଷୀରରୁ ବଞ୍ଚିତ ରହୁଛନ୍ତି। […]

ଭୁବନେଶ୍ୱର: ଶିଶୁ ପାଇଁ ମା’ କ୍ଷୀର ହେଉଛି ଅମୃତ ସଞ୍ଜିବନୀ। ମା କ୍ଷୀର ଖାଇଥିବା ଶିଶୁର ରୋଗପ୍ରତିରୋଧକ ଶକ୍ତି ଅନ୍ୟ ଶିଶୁମାନଙ୍କ ତୁଳନାରେ ଅଧିକ ଥାଏ। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ଏଥିପାଇଁ ସଚେତନ କରିଆସୁଛନ୍ତି। ତଥାପି ସହରାଞ୍ଚଳର ଶିକ୍ଷିତ ମହିଳାଙ୍କ ଅପେକ୍ଷା ଗ୍ରାମୀଣ ମହିଳାମାନେ ସ୍ତନ୍ୟପାନ କରାଇବାରେ ଆଗୁଆ ଅଛନ୍ତି। ସହରୀ ମହିଳାଙ୍କର ଦୁର୍ବଳ ପ୍ରଦର୍ଶନ ପାଇଁ ଜନ୍ମରୁ ୬ ମାସର ପ୍ରାୟ ୩୦ ପ୍ରତିଶତ ଶିଶୁ ମା କ୍ଷୀରରୁ ବଞ୍ଚିତ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ଶିଶୁକୁ ମା’ କ୍ଷୀର ସୁନିଶ୍ଚିତ କରିବା ପାଇଁ ଇନଫାଣ୍ଟ ମିଲ୍କ ସବ୍‌‌ଷ୍ଟିଚ୍ୟୁଟ୍‌‌, ଫିଡିଂ ବଟଲ୍ସ ଆଣ୍ଡ ଇନ୍‌‌ଫାଣ୍ଟ ଫୁଡ୍‌‌ (ଆଇଏମ୍‌‌ଏସ୍‌‌) ଆଇନ୍‌‌ ରହିଛି। ଅର୍ଥାତ୍‌‌ ଯଦି କେହି ଶିଶୁକୁ ମା’ କ୍ଷୀର ପ୍ରଦାନ କରିବାରେ ଅବହେଳା କରନ୍ତି ତା ହେଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ନେଇ ଆଇନ୍‌‌ରେ ପ୍ରବଧାନ ରହିଛି। ବ୍ୟାପକ ସଚେତନ କରାଯାଉଛି। କିନ୍ତୁ ଏହା ସତ୍ତ୍ବେ ସ୍ତନ୍ୟପାନ ହାରରେ ଉନ୍ନତି ଆସୁ ନାହିଁ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍‌‌ଏଫ୍‌‌ଏଚ୍‌‌ଏସ୍‌‌)-୫ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରେ ଜନ୍ମରୁୁ ୬ ମାସ ମଧ୍ୟରେ କେବଳ ସ୍ତନ୍ୟପାନ କରିଥିବା ଶିଶୁଙ୍କ ହାର ହେଉଛି ୭୨.୯ ପ୍ରତିଶତ। ୨୦୧୫-୧୬ରେ ଏହି ହାର ୬୫.୬ ପ୍ରତିଶତ ଥିଲା। ସହରାଞ୍ଚଳରେ ୬୮.୩ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୭୩.୭ ପ୍ରତିଶତ ମା’ ଜନ୍ମରୁ ୬ ମାସ ଭିତରେ ନିଜ ଶିଶୁଙ୍କୁ କେବଳ ସ୍ତନ୍ୟପାନ କରାଇଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ମା’ କ୍ଷୀର ଦେବା ଏକାନ୍ତ ଜରୁରୀ। ତେବେ ମାତ୍ର ୬୮.୫ ପ୍ରତିଶତ ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ମା’ କ୍ଷୀର ପାଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ଏନ୍‌‌ଏଫ୍‌‌ଏଚ୍‌‌ଏସ୍‌‌-୫ ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ୫ ବର୍ଷରୁ କମ୍‌‌ ୩୧.୦ ପ୍ରତିଶତ ଶିଶୁଙ୍କର ଆବଶ୍ୟକତା ଅନୁସାରେ ଉଚ୍ଚତା ବୃଦ୍ଧି ହୋଇ ନାହିଁ। ୨୯.୭ ପ୍ରତିଶତ ପିଲାଙ୍କର ଆବଶ୍ୟକତା ଠାରୁ କମ୍‌‌ ଓଜନ ରହିଛି। ୫ ବର୍ଷର କମ୍‌‌ ବର୍ଗରେ ୩.୫ ପ୍ରତିଶତ ପିଲାଙ୍କର ଆବଶ୍ୟକତା ଠାରୁ ଅଧିକ ଓଜନ ରହିଛି।

ଆହୁରି ପଢ଼ନ୍ତୁ: Blogger Vs Vlogger: ବ୍ଲଗର୍ କିଏ ଏବଂ ଭ୍ଲଗର୍ କିଏ? ଜାଣନ୍ତୁ ଏମାନଙ୍କ ମଧ୍ୟରେ ଥିବା ପ୍ରକୃତ ଫରକ

ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି କହିଛନ୍ତି, ଏବେ ଅଧିକାଂଶ ଶିଶୁ ଅସ୍ତ୍ରୋପଚାର ଜରିଆରେ ଜନ୍ମ ହେଉଥିବାରୁ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ଆଇସିୟୁରେ ନେଇ ଭର୍ତ୍ତି କରି ଦିଆଯାଉଛି। ପ୍ରସବ ସମୟରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଉପସ୍ଥିତ ରହୁନଥିବାରୁ ଅଧିକ ସମସ୍ୟା ହେଉଛି। ଫଳରେ ସେହି ପିଲାଟି ମା’ କ୍ଷୀର ପାଇବାରୁ ବଞ୍ଚିତ ହେଉଛି। ଅପରପକ୍ଷେ ପ୍ରସବ ପରେ ପରେ ସ୍ତନ୍ୟପାନର ଆବଶ୍ୟକତା ସମ୍ପର୍କରେ ଡାକ୍ତରଖାନାରେ ଉପଯୁକ୍ତ ସୂଚନା ଦିଆଯାଉ ନାହିଁ। ଯଦି ପ୍ରସବ ପରେ ତୁରନ୍ତ ସ୍ତନ୍ୟପାନ କରାନଯାଏ ତା ହେଲେ ପରବର୍ତ୍ତୀ ଅବସ୍ଥାରେ ମା’ଙ୍କର କ୍ଷୀର ଉତ୍ପାଦନ କ୍ଷମତା ହ୍ରାସ ପାଏ। ଏହା ଦ୍ୱାରା ଉଭୟ ମା’ ଓ ଶିଶୁ ପ୍ରତି ଗୁରୁତର ବିପଦ ଆଶଙ୍କା ରହିଛି। ଶିଶୁଙ୍କୁ ସ୍ତନ୍ୟପାନ ନ କରାଇବା ସ୍ତନକର୍କଟର ଏକ ବଡ଼ କାରଣ।

ସେହିପରି ସମ୍ପ୍ରତି ଅଧିକାଂଶ କର୍ମଜୀବୀ ମହିଳା କିଛି ମାସ ସ୍ତନ୍ୟପାନ କରାଇବା ପରେ ବନ୍ଦ କରି ଦେଉଛନ୍ତି। ଗର୍ଭାବସ୍ତାରେ ମହିଳାଙ୍କର ସ୍ତନର ପରୀକ୍ଷା ହେବା ଆବଶ୍ୟକ। ଯଦ୍ଦ୍ୱାରା ପ୍ରସବ ପରେ ସ୍ତନ୍ୟପାନ କରାଇବାରେ ସମସ୍ୟା ଉପୁଜିବ ନାହିଁ। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବାପେକ୍ଷା ସ୍ତନ୍ୟପାନରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି। ସ୍ତନ୍ୟପାନର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇବା ପାଇଁ ଏବେ ଦୁଇଟି କାର୍ଯ୍ୟକ୍ରମ ଜାରି ରହିଛି। ଇନ୍‌‌ଫାଣ୍ଟ ଆଣ୍ଡ ୟଙ୍ଗ ଚାଇଲ୍ଡ ଫିଡିଂ (ଆଇୱାଇସିଏଫ୍‌‌) ଏବଂ ମଦର ଅବସୋଲ୍ୟୁଟ ଆଫେକ୍ସନ୍‌‌ (ମା) କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। ଏଥିପାଇଁ ଆଶା, ଅଙ୍ଗନବାଡ଼ି କର୍ମୀ ତଥା ଏଏନ୍‌‌ଏମ୍‌‌ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଗତବର୍ଷ ଏନ୍‌‌ଏଫ୍‌‌ଏଚ୍‌‌ଏସ୍‌‌-୪ ସର୍ଭେରେ ଓଡ଼ିଶା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ତଥାପି ଏହି କ୍ଷେତ୍ରରେ ଆହୁରି ସୁଧାର ଆଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି କହିଛନ୍ତି।

01 Aug 2023 By The Sakala

ଆଜିଠୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା’କ୍ଷୀରରୁ ବଞ୍ଚିତ ୩୦ ପ୍ରତିଶତ ଶିଶୁ, ସ୍ତନ୍ୟପାନ ନ କରାଇବା ସ୍ତନ କର୍କଟର ବଡ଼ କାରଣ

ଭୁବନେଶ୍ୱର: ଶିଶୁ ପାଇଁ ମା’ କ୍ଷୀର ହେଉଛି ଅମୃତ ସଞ୍ଜିବନୀ। ମା କ୍ଷୀର ଖାଇଥିବା ଶିଶୁର ରୋଗପ୍ରତିରୋଧକ ଶକ୍ତି ଅନ୍ୟ ଶିଶୁମାନଙ୍କ ତୁଳନାରେ ଅଧିକ ଥାଏ। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ଏଥିପାଇଁ ସଚେତନ କରିଆସୁଛନ୍ତି। ତଥାପି ସହରାଞ୍ଚଳର ଶିକ୍ଷିତ ମହିଳାଙ୍କ ଅପେକ୍ଷା ଗ୍ରାମୀଣ ମହିଳାମାନେ ସ୍ତନ୍ୟପାନ କରାଇବାରେ ଆଗୁଆ ଅଛନ୍ତି। ସହରୀ ମହିଳାଙ୍କର ଦୁର୍ବଳ ପ୍ରଦର୍ଶନ ପାଇଁ ଜନ୍ମରୁ ୬ ମାସର ପ୍ରାୟ ୩୦ ପ୍ରତିଶତ ଶିଶୁ ମା କ୍ଷୀରରୁ ବଞ୍ଚିତ ରହୁଛନ୍ତି।

ଶିଶୁକୁ ମା’ କ୍ଷୀର ସୁନିଶ୍ଚିତ କରିବା ପାଇଁ ଇନଫାଣ୍ଟ ମିଲ୍କ ସବ୍‌‌ଷ୍ଟିଚ୍ୟୁଟ୍‌‌, ଫିଡିଂ ବଟଲ୍ସ ଆଣ୍ଡ ଇନ୍‌‌ଫାଣ୍ଟ ଫୁଡ୍‌‌ (ଆଇଏମ୍‌‌ଏସ୍‌‌) ଆଇନ୍‌‌ ରହିଛି। ଅର୍ଥାତ୍‌‌ ଯଦି କେହି ଶିଶୁକୁ ମା’ କ୍ଷୀର ପ୍ରଦାନ କରିବାରେ ଅବହେଳା କରନ୍ତି ତା ହେଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ନେଇ ଆଇନ୍‌‌ରେ ପ୍ରବଧାନ ରହିଛି। ବ୍ୟାପକ ସଚେତନ କରାଯାଉଛି। କିନ୍ତୁ ଏହା ସତ୍ତ୍ବେ ସ୍ତନ୍ୟପାନ ହାରରେ ଉନ୍ନତି ଆସୁ ନାହିଁ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍‌‌ଏଫ୍‌‌ଏଚ୍‌‌ଏସ୍‌‌)-୫ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରେ ଜନ୍ମରୁୁ ୬ ମାସ ମଧ୍ୟରେ କେବଳ ସ୍ତନ୍ୟପାନ କରିଥିବା ଶିଶୁଙ୍କ ହାର ହେଉଛି ୭୨.୯ ପ୍ରତିଶତ। ୨୦୧୫-୧୬ରେ ଏହି ହାର ୬୫.୬ ପ୍ରତିଶତ ଥିଲା। ସହରାଞ୍ଚଳରେ ୬୮.୩ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୭୩.୭ ପ୍ରତିଶତ ମା’ ଜନ୍ମରୁ ୬ ମାସ ଭିତରେ ନିଜ ଶିଶୁଙ୍କୁ କେବଳ ସ୍ତନ୍ୟପାନ କରାଇଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ମା’ କ୍ଷୀର ଦେବା ଏକାନ୍ତ ଜରୁରୀ। ତେବେ ମାତ୍ର ୬୮.୫ ପ୍ରତିଶତ ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ମା’ କ୍ଷୀର ପାଇଛନ୍ତି।

ଏନ୍‌‌ଏଫ୍‌‌ଏଚ୍‌‌ଏସ୍‌‌-୫ ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ୫ ବର୍ଷରୁ କମ୍‌‌ ୩୧.୦ ପ୍ରତିଶତ ଶିଶୁଙ୍କର ଆବଶ୍ୟକତା ଅନୁସାରେ ଉଚ୍ଚତା ବୃଦ୍ଧି ହୋଇ ନାହିଁ। ୨୯.୭ ପ୍ରତିଶତ ପିଲାଙ୍କର ଆବଶ୍ୟକତା ଠାରୁ କମ୍‌‌ ଓଜନ ରହିଛି। ୫ ବର୍ଷର କମ୍‌‌ ବର୍ଗରେ ୩.୫ ପ୍ରତିଶତ ପିଲାଙ୍କର ଆବଶ୍ୟକତା ଠାରୁ ଅଧିକ ଓଜନ ରହିଛି।

ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି କହିଛନ୍ତି, ଏବେ ଅଧିକାଂଶ ଶିଶୁ ଅସ୍ତ୍ରୋପଚାର ଜରିଆରେ ଜନ୍ମ ହେଉଥିବାରୁ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ଆଇସିୟୁରେ ନେଇ ଭର୍ତ୍ତି କରି ଦିଆଯାଉଛି। ପ୍ରସବ ସମୟରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଉପସ୍ଥିତ ରହୁନଥିବାରୁ ଅଧିକ ସମସ୍ୟା ହେଉଛି। ଫଳରେ ସେହି ପିଲାଟି ମା’ କ୍ଷୀର ପାଇବାରୁ ବଞ୍ଚିତ ହେଉଛି। ଅପରପକ୍ଷେ ପ୍ରସବ ପରେ ପରେ ସ୍ତନ୍ୟପାନର ଆବଶ୍ୟକତା ସମ୍ପର୍କରେ ଡାକ୍ତରଖାନାରେ ଉପଯୁକ୍ତ ସୂଚନା ଦିଆଯାଉ ନାହିଁ। ଯଦି ପ୍ରସବ ପରେ ତୁରନ୍ତ ସ୍ତନ୍ୟପାନ କରାନଯାଏ ତା ହେଲେ ପରବର୍ତ୍ତୀ ଅବସ୍ଥାରେ ମା’ଙ୍କର କ୍ଷୀର ଉତ୍ପାଦନ କ୍ଷମତା ହ୍ରାସ ପାଏ। ଏହା ଦ୍ୱାରା ଉଭୟ ମା’ ଓ ଶିଶୁ ପ୍ରତି ଗୁରୁତର ବିପଦ ଆଶଙ୍କା ରହିଛି। ଶିଶୁଙ୍କୁ ସ୍ତନ୍ୟପାନ ନ କରାଇବା ସ୍ତନକର୍କଟର ଏକ ବଡ଼ କାରଣ।

ସେହିପରି ସମ୍ପ୍ରତି ଅଧିକାଂଶ କର୍ମଜୀବୀ ମହିଳା କିଛି ମାସ ସ୍ତନ୍ୟପାନ କରାଇବା ପରେ ବନ୍ଦ କରି ଦେଉଛନ୍ତି। ଗର୍ଭାବସ୍ତାରେ ମହିଳାଙ୍କର ସ୍ତନର ପରୀକ୍ଷା ହେବା ଆବଶ୍ୟକ। ଯଦ୍ଦ୍ୱାରା ପ୍ରସବ ପରେ ସ୍ତନ୍ୟପାନ କରାଇବାରେ ସମସ୍ୟା ଉପୁଜିବ ନାହିଁ। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବାପେକ୍ଷା ସ୍ତନ୍ୟପାନରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି। ସ୍ତନ୍ୟପାନର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇବା ପାଇଁ ଏବେ ଦୁଇଟି କାର୍ଯ୍ୟକ୍ରମ ଜାରି ରହିଛି। ଇନ୍‌‌ଫାଣ୍ଟ ଆଣ୍ଡ ୟଙ୍ଗ ଚାଇଲ୍ଡ ଫିଡିଂ (ଆଇୱାଇସିଏଫ୍‌‌) ଏବଂ ମଦର ଅବସୋଲ୍ୟୁଟ ଆଫେକ୍ସନ୍‌‌ (ମା) କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। ଏଥିପାଇଁ ଆଶା, ଅଙ୍ଗନବାଡ଼ି କର୍ମୀ ତଥା ଏଏନ୍‌‌ଏମ୍‌‌ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଗତବର୍ଷ ଏନ୍‌‌ଏଫ୍‌‌ଏଚ୍‌‌ଏସ୍‌‌-୪ ସର୍ଭେରେ ଓଡ଼ିଶା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ତଥାପି ଏହି କ୍ଷେତ୍ରରେ ଆହୁରି ସୁଧାର ଆଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର