ସଉରା ଭାଷାକୁ ସାମ୍ବିଧାନିକ ମର୍ଯ୍ୟାଦା ଶୀଘ୍ର ମିଳୁ

The Sakala Picture
Published On

ପ୍ରତି ଦୁଇ ସପ୍ତାହରେ ବିଶ୍ୱର ଗୋଟିଏ ଭାଷା ନିଶ୍ଚିହ୍ନ ହୋଇଯାଉଛି ବୋଲି ବିଶେଷଜ୍ଞ ଓ ସମୀକ୍ଷକଙ୍କ ମତ। ଥରେ ଭାଷାଟିଏ ହଜିଗଲେ ତାହା ଆଉ ମିଳେନାହିଁ ଏବଂ ସମଗ୍ର ମାନବଜାତି ନିଜର ଏକ ସମୃଦ୍ଧ ଐତିହ୍ୟର ଅଂଶଟିଏ ଚିରଦିନ ପାଇଁ ହରାଏ। ସୁତରାଂ ବିପନ୍ନ ବା ବିସ୍ମୃତପ୍ରାୟ ଭାଷାର ସଂରକ୍ଷଣ ପାଇଁ ଉଦ୍ୟମ କରାଯିବା ଅର୍ଥ ଏକ ପରମ୍ପରାକୁ ବଞ୍ଚାଇ ରଖିବା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜନଜାତିଙ୍କ ନିଜସ୍ୱ ଭାଷାକୁ ବଞ୍ଚାଇ ରଖିବା ବିଶେଷ ମହତ୍ତ୍ୱ […]

ପ୍ରତି ଦୁଇ ସପ୍ତାହରେ ବିଶ୍ୱର ଗୋଟିଏ ଭାଷା ନିଶ୍ଚିହ୍ନ ହୋଇଯାଉଛି ବୋଲି ବିଶେଷଜ୍ଞ ଓ ସମୀକ୍ଷକଙ୍କ ମତ। ଥରେ ଭାଷାଟିଏ ହଜିଗଲେ ତାହା ଆଉ ମିଳେନାହିଁ ଏବଂ ସମଗ୍ର ମାନବଜାତି ନିଜର ଏକ ସମୃଦ୍ଧ ଐତିହ୍ୟର ଅଂଶଟିଏ ଚିରଦିନ ପାଇଁ ହରାଏ। ସୁତରାଂ ବିପନ୍ନ ବା ବିସ୍ମୃତପ୍ରାୟ ଭାଷାର ସଂରକ୍ଷଣ ପାଇଁ ଉଦ୍ୟମ କରାଯିବା ଅର୍ଥ ଏକ ପରମ୍ପରାକୁ ବଞ୍ଚାଇ ରଖିବା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜନଜାତିଙ୍କ ନିଜସ୍ୱ ଭାଷାକୁ ବଞ୍ଚାଇ ରଖିବା ବିଶେଷ ମହତ୍ତ୍ୱ ରଖେ।

ଓଡ଼ିଶା ସରକାର ଏକ କ୍ୟାବିନେଟ୍‌‌ ନିଷ୍ପତ୍ତିକ୍ରମେ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରାଇ ଏହାକୁ ଉପଯୁକ୍ତ ମର୍ଯ୍ୟାଦା ଦେବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସୁପାରିସ ଓ ନିଷ୍ପତ୍ତି ଯଥୋଚିତ ତଥା ସମୟ ଉପଯୋଗୀ। ସମ୍ବିଧାନର ଅଷ୍ଟମ ସୂଚୀରେ ଥରେ ଗୋଟିଏ ଭାଷା ସ୍ଥାନିତ ହେଲେ ତାହାର ସଂରକ୍ଷଣ, ପ୍ରୋତ୍ସାହନ, ବିକାଶ, ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ପ୍ରକାର ସରକାରୀ ସୁବିଧା ସୁଯୋଗ ମିଳେ। ଏହି ଭାଷାର ସାହିତ୍ୟ, ଲେଖା ଆଦିର ପ୍ରସାର ବଢ଼େ ଓ ଏହି ମାଧ୍ୟମରେ ପାଠ ପଢ଼଼ିବାର ସୁଯୋଗ ପିଲାଏ ପାଆନ୍ତି। ସର୍ବୋପରି ଏହି ସୂଚୀ ଉକ୍ତ ଭାଷାର ଗବେଷଣା ପାଇଁ ସରକାରୀ ଅନୁଦାନ ଓ ସହାୟତା ମିଳିଥାଏ।

ଓଡ଼ିଶାରେ ପାଞ୍ଚଲକ୍ଷରୁ ଅଧିକ ଆଦିବାସୀ ସୌରା ଓ ସଉରା ଏହି ଭାଷାକୁ ନିଜର ମାତୃଭାଷା ଭାବେ ବ୍ୟବହାର କରନ୍ତି। ଶବର, ସହରା, ସଅରା ଓ ସୋଉରା ଜନଜାତିର ଆଦିବାସୀଙ୍କର ଏହା ନିଜସ୍ୱ ତଥା ମାତୃଭାଷା। ସଉରା ଭାଷା ବିପନ୍ନପ୍ରାୟ ହୋଇନଥିଲେ ମଧ୍ୟ ଏହାର କିଛି ବ୍ୟବହାରକାରୀ ଆଦିବାସୀ ବିପନ୍ନପ୍ରାୟ। ଏହି ଭାଷାର ସଂରକ୍ଷଣ ଓ ବିକାଶ କ୍ଷେତ୍ରରେ ବିଶେଷ କିଛି କାମ ହୋଇନାହିଁ। ସଂସ୍କୃତ ସାହିତ୍ୟ ଓ ପୁରାଣରେ ଏହି ଭାଷାର ଉଲ୍ଲେଖ ରହିଛି। ଗଜପତି, ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡ ଓ ବରଗଡ଼ ଜିଲ୍ଲାରେ ଏହି ଭାଷାର ବ୍ୟବହାର ଅଧିକ। ଯେଉଁ ଆଦିବାସୀ ଏହି ଭାଷାକୁ ବ୍ୟବହାର କରନ୍ତି, ସେମାନେ ମୁଖ୍ୟତଃ ଅନୁନ୍ନତ ଏବଂ ନବ୍ୟ ଆଧୁନିକତା ଓ ଓଡ଼ିଆ ସମେତ ବିଭିନ୍ନ ଭାଷାର ପ୍ରଭାବ ଯୋଗୁଁ ନିଜ ମାତୃଭାଷାକୁ ସମୁଚୟ ବ୍ୟବହାର ସୁବିଧାରୁ ଦୂରେଇ ଯାଉଛନ୍ତି। ଭାଷାକୁ ବ୍ୟବହାର ନ କଲେ ତାହା କେବଳ ଅଚଳ ହୁଏ ନାହିଁ, ସହଳ ମରିଯାଏ ମଧ୍ୟ। ତେଣୁ ସଉରା ଭାଷାକୁ ବଞ୍ଚାଇ ରଖାଯିବାର ଆବଶ୍ୟକତା ରହିଛି। ଏହା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହେଲେ ଭାରତ ସରକାରଙ୍କୁ ମଧ୍ୟ ବିଶେଷ କିଛି ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ନାହିଁ।

ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ବସବାସ କରନ୍ତି। ୨୦୧୧ ଜନଗଣନା ଅନୁସାରେ ଏମାନଙ୍କ ସଂଖ୍ୟା ମୋଟ୍‌‌ ଜନସଂଖ୍ୟାର ୨୨.୮୫ ଶତାଂଶ ଥିଲା। ସମଗ୍ର ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ପ୍ରାୟ ଦଶ ଭାଗ ଓଡ଼ିଶାରେ ବସବାସ କରନ୍ତି। ରାଜ୍ୟର ମୋଟ୍‌‌ ୪୫ ଶତାଂଶ ଭୌଗୋଳିକ ଅଞ୍ଚଳରେ ଏମାନେ ଦେଖାଯାଆନ୍ତି। ଅବିଭକ୍ତ କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସେମାନେ ପଛୁଆ। ଏହି ଆଦିବାସୀଙ୍କ କଲ୍ୟାଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାନାବିଧ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ୬୨ ପ୍ରକାର ଆଦିବାସୀଙ୍କ ମଧ୍ୟରୁ ଜୁଆଙ୍ଗ, ଖଡ଼ିଆ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ ଓ ଲାଞ୍ଜିଆ ସୌରା ଆଦି ୧୩ ଆଦିବାସୀ ସମ୍ପ୍ରଦାୟ ବିପନ୍ନପ୍ରାୟ ଶ୍ରେଣୀର। ତେଣୁ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ସରକାରୀ ଯୋଜନା ଓ ଉପଯୋଜନାମାନ କାର୍ଯ୍ୟକାରୀ ହେଉଛି। ଏହାସତ୍ତ୍ବେ ଜାତିଗତ ପରିଚୟର ସୁରକ୍ଷା ପାଇଁ ଭାଷାର ସୁରକ୍ଷା ଓ ସଂରକ୍ଷଣ ଅତି ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଏକ ବଡ଼ ଭାଗ ଆଦିବାସୀ ସାନ୍ତାଳୀ ଭାଷା ବ୍ୟବହାର କରନ୍ତି। ଇତିମଧ୍ୟରେ ସାନ୍ତାଳୀ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବାବେଳେ ଓଡ଼ିଶା ସରକାର ଏହା ପୂର୍ବରୁ ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ଏହି ସୂଚୀରେ ସ୍ଥାନିତ କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ସାନ୍ତାଳୀ ପରେ ହୋ ଓ ମୁଣ୍ଡାରୀ ଭାଷାକୁ ଅଧିକ ଆଦିବାସୀ ବ୍ୟବହାର କରନ୍ତି ଏବଂ ଏମାନଙ୍କ ସଂଖ୍ୟା ଯଥାକ୍ରମେ ଦଶ ଲକ୍ଷ ଏବଂ ଛଅ ଲକ୍ଷ। ଏହା ପଛକୁ ରହିଛି ଭୂମିଜ ଭାଷା, ଯାହା ପ୍ରାୟ ତିନିଲକ୍ଷ ଆଦିବାସୀଙ୍କ ଭାଷା।

ଭାରତ ସରକାର ଉତ୍ତର-ପୂର୍ବାଞ୍ଚଳର ବହୁ ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିଛନ୍ତି। ସେ ଦୃଷ୍ଟିରୁ ଓଡ଼ିଶାର ଦାବିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କଲେ ରାଜ୍ୟର ଏହି ଆଦିବାସୀମାନେ ନିଜର ଭାଷାଗତ ଐତିହ୍ୟ ଓ ପରମ୍ପରା ରକ୍ଷା କରିବାର ସୁଯୋଗ ପାଆନ୍ତେ। ଏହାକୁ ନେଇ ରାଜନୀତି କରାଯିବା ଅନାବଶ୍ୟକ। କେନ୍ଦ୍ର ସରକାର ଆଦିବାସୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବାବେଳେ ଓଡ଼ିଶାର ବିପନ୍ନପ୍ରାୟ ଜନଜାତିଙ୍କ ସ୍ୱାର୍ଥକୁ ଯଥୋଚିତ ଗୁରୁତ୍ୱ ଦେଇ ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା। n

23 Jun 2023 By The Sakala

https://www.thesakala.in/sakala-editorial/sakala-editorial-23-06-2023/article-22864
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର