ସମୟ ସାଗର ଘୂର୍ଣ୍ଣିରେ ମାଳଦ୍ୱୀପ

The Sakala Picture
Published On

ଆକାର ଓ ଅବସ୍ଥିତି ନୁହେଁ; କୌଣସି ଦେଶର ଉଚ୍ଚ ନେତୃବର୍ଗଙ୍କ ଆଚରଣ ଓ ଉଚ୍ଚାରଣ ହିଁ ପଡ଼ୋଶୀ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟେ। ଭାରତ ମହାସାଗର ସ୍ଥିତ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ ଏବେ ଯେଉଁ ମନୋଭାବ ପ୍ରଦର୍ଶନ କରୁଛି ଓ ସେଠାରେ ଯେଉଁ ରାଜନୈତିକ ଘଟଣାବଳୀ ସବୁ ଘଟୁଛି, ତାହା ଭାରତ ପାଇଁ କେତେକ ସମସ୍ୟା ସୃଷ୍ଟି କରିଛି। ଗତବର୍ଷ କ୍ଷମତାକୁ ଆସିବା ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଦଳ ପିଏନ୍‌‌ସି ରବିବାର ଦେଶରେ […]

ଆକାର ଓ ଅବସ୍ଥିତି ନୁହେଁ; କୌଣସି ଦେଶର ଉଚ୍ଚ ନେତୃବର୍ଗଙ୍କ ଆଚରଣ ଓ ଉଚ୍ଚାରଣ ହିଁ ପଡ଼ୋଶୀ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟେ। ଭାରତ ମହାସାଗର ସ୍ଥିତ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ ଏବେ ଯେଉଁ ମନୋଭାବ ପ୍ରଦର୍ଶନ କରୁଛି ଓ ସେଠାରେ ଯେଉଁ ରାଜନୈତିକ ଘଟଣାବଳୀ ସବୁ ଘଟୁଛି, ତାହା ଭାରତ ପାଇଁ କେତେକ ସମସ୍ୟା ସୃଷ୍ଟି କରିଛି। ଗତବର୍ଷ କ୍ଷମତାକୁ ଆସିବା ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଦଳ ପିଏନ୍‌‌ସି ରବିବାର ଦେଶରେ ଅନୁଷ୍ଠିତ ପାର୍ଲାମେଣ୍ଟ(ପିପୁଲସ୍‌‌ ମଜ୍‌‌ଲିସ୍‌‌) ନିର୍ବାଚନରେ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସେଠାକାର ୯୩ ସଦସ୍ୟ ବିଶିଷ୍ଟ ପିପୁଲ୍‌‌ସ ମଜଲିସ ପାଇଁ ହୋଇଥିବା ନିର୍ବାଚନରେ ଘୋଷିତ ୮୬ ଆସନ ଫଳାଫଳରୁ ୬୬ଟିରେ ମୁଇଜ୍ଜୁ ପିପୁଲ୍‌‌ସ ନେଶନାଲ କଂଗ୍ରେସ (ପିଏନ୍‌‌ସି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚିତ ହେବା ବେଳକୁ ପିପୁଲସ୍‌‌ ମଜ୍‌‌ଲିସ୍‌‌ରେ ତାଙ୍କ ଦଳର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୮।

ମୁଇଜ୍ଜୁଙ୍କ ଚୀନ୍‌‌ ସପକ୍ଷବାଦୀ ଓ ଭାରତ ବିରୋଧୀ ନୀତିକୁ ମାଲଦ୍ୱୀପର ଭୋଟର ବିପୁଳ ସମର୍ଥନ ଦେଇଛନ୍ତି। ପାରମ୍ପରିକ ଭାବେ ଭାରତର ମିତ୍ର ଥିବା ଓ ବିପୁଳ ଭାବେ ଉପକୃତ ହୋଇଥିବା ମାଳଦ୍ୱୀପ ଏହି ନିର୍ବାଚନରେ ତାଙ୍କ ଦେଶର ରାଷ୍ଟ୍ରପତିଙ୍କ ବିଦେଶ ନୀତିକୁ ସମର୍ଥନ କରିଛନ୍ତି। ଏହାଫଳରେ ମାଳଦ୍ୱୀପ ଭାରତଠାରୁ ଦୂରେଇ ଯାଇ ଚୀନ୍‌‌ ସହିତ ନିଜର ଅର୍ଥନୈତିକ ସମ୍ପର୍କକୁ ଅଧିକ ନିବିଡ଼ କରିବ। ବିଦାୟୀ ପାର୍ଲାମେଣ୍ଟରେ ଭାରତ ସପକ୍ଷବାଦୀ ଲୋକପ୍ରତିନିଧିଙ୍କର ସଂଖ୍ୟାଗରିଷ୍ଠତା ବିପୁଳ ଥିଲା। ଜଳଦସ୍ୟୁ ଓ ବାହ୍ୟ ଆକ୍ରମଣରୁ ମାଳଦ୍ୱୀପକୁ ସୁରକ୍ଷା ଦେବାକୁ ପୂର୍ବ ସରକାରଙ୍କ ଅନୁରୋଧକ୍ରମେ ଭାରତ ସେଠାରେ ସୈନ୍ୟ ମୁତୟନ କରିଥିଲା। କିନ୍ତୁ ମୁଇଜ୍ଜୁ ଭାରତ ସହିତ ସମ୍ପର୍କର ସମୀକ୍ଷା କରିବା ସହିତ ଚୀନ୍‌‌ର ଅଧିକ ନିକଟତର ହେବା ଏବଂ ନିଜ ମାଟିରୁ ଭାରତୀୟ ସୈନ୍ୟଙ୍କୁ ଅପସାରିତ କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ଲଢ଼ିଥିଲେ ଏବଂ ଏଥିପାଇଁ ତାଙ୍କୁ ବିପୁଳ ଜନାଦେଶ ମିଳିଛି।

ବିଗତ କିଛିବର୍ଷ ଧରି ମାଳଦ୍ୱୀପରେ କେତେକ ରାଜନୈତିକ ଦଳ ଭାରତ ବିରୋଧୀ ପ୍ରଚାର ଚଳାଇ ସେଥିରୁ ଫାଇଦା ଉଠାଇବାକୁ ପ୍ରୟାସ କରୁଥିଲେ। ଏହି ଭାରତ ବିରୋଧୀ ଆଭିମୁଖ୍ୟର ମୁଇଜ୍ଜୁ ଓ ତାଙ୍କ ଦଳ ଏକ ବଡ଼ ଉପଭୋକ୍ତା। ଏହାପଛରେ ବିସ୍ତାରବାଦୀ ଚୀନର ମାଗଣା ଆର୍ଥିକ ସହାୟତା ଓ କୂଟନୀତି ପ୍ରଚ୍ଛନ୍ନ ଭାବେ କାମ କରୁଛି। ଭାରତ ମହାସାଗର ଅଞ୍ଚଳରେ ନିଜର ସାମରିକ ଘାଟି ସ୍ଥାପନ କରି ସେ ଅଞ୍ଚଳ ଉପରେ ଆଧିପତ୍ୟ ଜାହିର କରିବା ସହିତ ଭାରତ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ଚୀନ୍‌‌ର ଏକମାତ୍ର ଲକ୍ଷ୍ୟ। ମୁଇଜ୍ଜୁଙ୍କ ବିଜୟରେ ଚୀନ୍‌‌ର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଥିଲା ବୋଲି ଅଭିଯୋଗ ହୁଏ। ତେଣୁ ସେ ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ପରେ ମାଳଦ୍ୱୀପରେ ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚୀନ୍‌‌ କମ୍ପାନୀଙ୍କୁ ଦେବା ସହିତ ଭାରତକୁ ଏଥିରୁ ବଞ୍ଚିତ କରିଥିଲେ। ମାଳଦ୍ୱୀପର ଅର୍ଥନୀତି ପର୍ଯ୍ୟଟନ ଉପରେ ମୁଖ୍ୟତଃ ନିର୍ଭରଶୀଳ। ଏହା ଭାରତରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଚୁର ପରିମାଣରେ ଆମଦାନୀ କରିଥାଏ। ଭାରତର ପର୍ଯ୍ୟଟକମାନେ ଏକଦା ସେହି ଦେଶର ପର୍ଯ୍ୟଟନ ଶିଳ୍ପରେ ୮୬ ଶତାଂଶ ଅବଦାନ ରଖୁଥିଲେ। ଭାରତ ନିଜ ବଜେଟରେ ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କୁ ଯେଉଁ ସ୍ୱତନ୍ତ୍ର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଏ, ସେଥିରେ ମାଳଦ୍ୱୀପ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ତେବେ ମୁଇଜ୍ଜୁ ଭାରତ ବିରୋଧୀ ମନୋଭାବ ପ୍ରଦର୍ଶନ କରି ଚୀନ୍‌‌ ଆଡ଼କୁ ଢଳିବା ପରେ ଭାରତ ତାହାର ପର୍ଯ୍ୟଟକଙ୍କୁ ମାଳଦ୍ୱୀପକୁ ଯିବାକୁ ନିଷିଦ୍ଧ କରିବା ସହିତ ଅର୍ଥନୈତିକ ସହାୟତା ହ୍ରାସ କରିଛି। ତଥାପି ଜଣେ ସଚ୍ଚା ପଡ଼ୋଶୀ ଭାବେ ସେଠା ସରକାରଙ୍କ ବିଶେଷ ଅନୁରୋଧକ୍ରମେ ମାଳଦ୍ୱୀପକୁ ଭାରତ କଂକ୍ରିଟ, ସିମେଣ୍ଟ, ଲୁହା ଓ ଇସ୍ପାତ, ନଦୀ ବାଲି ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପଠାଉଛି। ଗୋଟିଏ ଦେଶ କ୍ଷୁଦ୍ର କ୍ଷୁଦ୍ର ଶତାଧିକ ଦ୍ୱୀପକୁ ନେଇ ଗଠିତ, ଯାହାର ଅର୍ଦ୍ଧାଧିକ ସ୍ଥଳଭାଗ ଜନଶୂନ୍ୟ। ଏହାର ମୋଟ ଜନସଂଖ୍ୟା ଛ’ଲକ୍ଷ ଭିତରେ, ଯାହା ଭାରତର ଯେ କୌଣସି ଏକ ଛୋଟ ସହର ସଂଗେ ସମାନ। ମାଛ, କଙ୍କଡ଼ା, ସାମୁଦ୍ରିକ ଉତ୍ପାଦ ଓ ନଡ଼ିଆ, ପଇଡ଼ ଛଡ଼ା ସେଠାରେ ଅନ୍ୟ କିଛି ମିଳେ ନାହିଁ। ଭାରତଠାରୁ ମାଳଦ୍ୱୀପ ୪୦୦.୯ ନିୟୁତ ଡଲାର ଋଣ ନେଇଛି, ଯାହାକୁ ଶୁଝିବା ଅବସ୍ଥାରେ ନାହିଁ।

ମୁଇଜ୍ଜୁଙ୍କ ଆଚରଣ ଓ ଉଚ୍ଚାରଣରେ କ୍ଷୁବ୍ଧ ଭାରତ ସେଠାକୁ ନିଜର ପର୍ଯ୍ୟଟକ ପ୍ରେରଣ ବନ୍ଦ କରିବା ପରେ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ମାଗଣା ଖିଆ ମନୋଭାବର ବଶବର୍ତ୍ତୀ ହୋଇ ଏବେ ସେଠାକାର ରାଷ୍ଟ୍ରପତି ଓ ଜନତା ଚୀନ୍‌‌ ଆଡ଼କୁ ଢଳିଛନ୍ତି। ମାଳଦ୍ୱୀପ ଛୋଟ ଦେଶଟିଏ ହେଲେ ମଧ୍ୟ ଭାରତ ତା’ଉପରେ ଦାଦାଗିରି ଦେଖାଇ ପାରିବ ନାହିଁ ବୋଲି ମୁଇଜ୍ଜୁ ବାରମ୍ବାର କହୁଛନ୍ତି। କିଏ କାହା ଉପରେ ଦାଦାଗିରି ଦେଖାଉଛି ତାହା ବିଶ୍ୱବାସୀ ଦେଖୁଛନ୍ତି। ରାଜନୈତିକ ଓ ଆର୍ଥିକ ଫାଇଦା ପାଇଁ କୃତଘ୍ନମାନେ ସର୍ବଦା ଏଭଳି ଭାଷା ପ୍ରୟୋଗ କରନ୍ତି ଏବଂ ଇତିହାସରେ ଏହାର ନମୁନା ଅନେକ ରହିଛି। ଋଣ ପରିଶୋଧ କରିପାରୁ ନଥିବା ଗୋଟେ ଦେଶ ପୁଣି ଭାରତକୁ ଚୀନ୍‌‌ ବଳରେ ନାଲି ଆଖି ଦେଖାଉଛି, ଯାହା ହାସ୍ୟାସ୍ପଦ।

ଭାରତ ଚୀନ୍‌‌ ଭଳି ହୋଇପାରିବ ନାହିଁ କି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଙ୍କୁ ଋଣଯନ୍ତାରେ ପକାଇ ତଳିତଳାନ୍ତ କରିବା ଏହାର ଲକ୍ଷ୍ୟ ନୁହେଁ। ଚୀନ୍‌‌ ଋଣଯନ୍ତାରେ ପଡ଼ି ଶ୍ରୀଲଙ୍କା ଓ ପାକିସ୍ତାନ କି ଅବସ୍ଥା ଭୋଗୁଛନ୍ତି, ତାହା ସମସ୍ତଙ୍କୁ ଜଣା। ଏହି ଦୁଇଦେଶଙ୍କ ସ୍ଥିତି ଦେଖି ବାଂଲାଦେଶ, ଭୂଟାନ ଓ ନେପାଳ ମଧ୍ୟ ଚୀନ୍‌‌ ପାଲାରେ ନ ପଡ଼ିବାକୁ ସତର୍କ ହୋଇଯାଇଛନ୍ତି। ଏବେ ଦେଖିବାକୁ ଅଛି ଯେ ମାଳଦ୍ୱୀପ କିପରି ଚୀନ୍‌‌ ଋଣଯନ୍ତାରେ ଫସୁଛି। ମାଳଦ୍ୱୀପର ନୂଆ ଘଟଣାବଳୀ ଘେନି ଭାରତ ସତର୍କ ରହିବା ସହିତ ସଂଯମ ଆଚରଣ କରିବା ଯଥାର୍ଥ। ଏକ ସ୍ୱାଧୀନ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତ ହସ୍ତକ୍ଷେପ କରିବାକୁ ନୀତିଗତ ଭାବେ ବିରୋଧ କରେ। ମାଳଦ୍ୱୀପ ଭାରତ ପାଇଁ ବିପଦ ନୁହେଁ; ସେଠାରେ ଚୀନ୍‌‌ର ପ୍ରଭାବ ବୃଦ୍ଧି ନୂଆଦିଲ୍ଲୀ ପାଇଁ ଏକ ଉଦ୍‌‌ବେଗ। ନିର୍ବାଚନ ଫଳାଫଳ ସତ୍ତ୍ବେ ସେ ଦେଶର ଅନେକ ପ୍ରମୁଖ ନେତା ଓ ଲୋକ ଭାରତ ସହିତ ସୁସମ୍ପର୍କ ବଜାୟ ରଖିବା ସପକ୍ଷରେ ମତ ଦେଉଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର ଯଥାର୍ଥରେ କହିଛନ୍ତି ଯେ ‘ଇତିହାସ ଓ ଭୂଗୋଳ ଉଭୟ ଅତ୍ୟନ୍ତ ବଳଶାଳୀ। ସେଥିରୁ ବର୍ତ୍ତିଯିବା ସହଜ ନୁହେଁ।’ ମୁଇଜ୍ଜୁ ଓ ତାଙ୍କ ଦଳ ଭାରତ ପ୍ରତି କି ପ୍ରକାର ଆଚରଣ ପ୍ରଦର୍ଶନ କରୁଛନ୍ତି ଓ ଚୀନ୍‌‌ର କେତେ ନିକଟବର୍ତ୍ତୀ ହେଉଛନ୍ତି, ସମୟ ତାହା କହିବ। ମନେ ରଖିବାକୁ ହେବ ବିଶ୍ୱାସଘାତକଙ୍କ ପାଇଁ ଇତିହାସ ଓ ସମୟ ସର୍ବଦା ନିର୍ଦ୍ଦୟ।

23 Apr 2024 By The Sakala

https://www.thesakala.in/sakala-editorial/sakala-editorial-23-04-2024/article-31640
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର