ବୃହତ୍ ସହରାଞ୍ଚଳ ଆବର୍ଜନା ସମସ୍ୟା; ଭୁବନେଶ୍ବରରେ ନୂତନ ପ୍ରୟୋଗକୁ ସ୍ବାଗତ
ସହରାଞ୍ଚଳ ବର୍ଜ୍ୟବସ୍ତୁର ସୁପରିଚାଳନା ଏକ ବିଶ୍ୱବ୍ୟାପୀ ସମସ୍ୟା ଏବଂ ଏହାର ସମାଧାନ ପାଇଁ ବୈଶ୍ୱିକ ସ୍ତରରେ ଉଦ୍ୟମ ଚାଲିଛି। ନୂଆ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ଚାଲିଛି। ଅନେକ ଷ୍ଟାର୍ଟଅପ୍ ମଧ୍ୟ ଏ କ୍ଷେତ୍ରରେ ଭଲ କାମ କରୁଛନ୍ତି। ଗ୍ରାମବହୁଳ ଭାରତ ଏବେ ଦ୍ରୁତଗତିରେ ସହରରେ ପରିବର୍ତ୍ତିତ ହେଉଛି ଏବଂ ଏହି ପ୍ରକ୍ରିୟା ଆମ ଓଡ଼ିଶାରେ ମଧ୍ୟ ତୀବ୍ରତର। ନୂଆ ନୂଆ ସହର ସହିତ ସହରର […]
ସହରାଞ୍ଚଳ ବର୍ଜ୍ୟବସ୍ତୁର ସୁପରିଚାଳନା ଏକ ବିଶ୍ୱବ୍ୟାପୀ ସମସ୍ୟା ଏବଂ ଏହାର ସମାଧାନ ପାଇଁ ବୈଶ୍ୱିକ ସ୍ତରରେ ଉଦ୍ୟମ ଚାଲିଛି। ନୂଆ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ଚାଲିଛି। ଅନେକ ଷ୍ଟାର୍ଟଅପ୍ ମଧ୍ୟ ଏ କ୍ଷେତ୍ରରେ ଭଲ କାମ କରୁଛନ୍ତି। ଗ୍ରାମବହୁଳ ଭାରତ ଏବେ ଦ୍ରୁତଗତିରେ ସହରରେ ପରିବର୍ତ୍ତିତ ହେଉଛି ଏବଂ ଏହି ପ୍ରକ୍ରିୟା ଆମ ଓଡ଼ିଶାରେ ମଧ୍ୟ ତୀବ୍ରତର। ନୂଆ ନୂଆ ସହର ସହିତ ସହରର କାୟାକଳ୍ପ ବୃଦ୍ଧି ଏବଂ ଅଧିକରୁ ଅଧିକ ଲୋକ ଏବେ ସହରରେ ବସବାସ କରୁଥିବାରୁ ନାଗରିକ ସୁବିଧାସୁଯୋଗ ଯୋଗାଣ ଉପରେ ଅଧିକ ଚାପ ସୃଷ୍ଟି ହେଉଛି। ରୋଜଗାର, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସହିତ ଜୀବନକୁ ସୁଗମ କରିବାରେ ସହର ସମୂହର ଅବଦାନ ଅଧିକ। ଏକବିଂଶ ଶତାବ୍ଦୀ ସହରାଞ୍ଚଳ ବିକାଶ ଓ ସମ୍ପ୍ରସାରଣର ଶତାବ୍ଦୀ। ତେଣୁ ସହର ବଢ଼଼ିଲେ ତାହାର ମୌଳିକ ସମସ୍ୟା ବଢ଼଼ିବ ଏବଂ ଏହାର ସହଜୀବିତା (ସିମ୍ବାୟୋସିସ୍) ମଧ୍ୟ ପ୍ରଭାବିତ ହେବ।
ସହରରୁ ଅଳିଆ ଆବର୍ଜନା ସଂଗ୍ରହ ଓ ତାହାର ନିରାପଦ ଉପଯୋଗ ଏବେ ସବୁଠୁ ଅଧିକ ଆହ୍ୱାନମୂଳକ ହୋଇଛି। ଗଣମାଧ୍ୟମ ଏହା ଉପରେ ଅଧିକ ଗୁରୁତ୍ୱ ଦେଉଛି, କାରଣ ଏଥିସହିତ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟଗତ ନିରାପତ୍ତା ଜଡ଼ିତ। ତେଣୁ ଏହି ପ୍ରସଙ୍ଗ ଆଉ ଡ୍ରେନ୍ ଇନ୍ସ୍ପେକ୍ଟର (ନର୍ଦ୍ଦମା ପରିଦର୍ଶକ) ରିପୋର୍ଟ ହୋଇ ରହିନାହିଁ। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ତାହାର କାର୍ଯ୍ୟକ୍ରମ ଓ ମିଶନରେ ଆବର୍ଜନା ପରିଚାଳନାକୁ ଅଗ୍ରାଧିକାର ଦେଇଛି। ଏହାମଧ୍ୟ ଜାତିସଂଘର ସହସ୍ରାବ୍ଦ ବିକାଶ ଲକ୍ଷ୍ୟ (ଏସ୍ଡିଜି)ରେ ସ୍ଥାନ ପାଇଛି, ଯାହାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଭାରତ ବାଧ୍ୟ।
ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱର ସମେତ କଟକ, ସମ୍ବଲପୁର, ବ୍ରହ୍ମପୁର ଆଦି ମହାନଗର ନିଗମ ଓ ଅନ୍ୟାନ୍ୟ ବଡ଼ ବଡ଼ ଜନବହୁଳ ସହରରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ବଡ଼ ଆହ୍ୱାନ। ଭୁବନେଶ୍ୱର କଥା ଦେଖାଯାଉ। ଏହି ମହାନଗରୀରୁ ଦୈନିକ ପ୍ରାୟ ୬୦୦ ମେଟ୍ରିକ୍ ଟନ୍ ତରଳ ଓ କଠିନ ବର୍ଜ୍ୟ ବାହାରିଥାଏ। ଏ ସବୁକୁ ସଂଗ୍ରହ କରିବା ସହିତ ଉତ୍ସରୁ ତରଳ ଓ କଠିନ ଅଲଗା କରି ନିରାପଦ ସ୍ଥାନରେ ଦୈନିକ ପକାଇବା ନିଶ୍ଚିତ ଏକ ବଡ଼ ସମସ୍ୟା। ଏସବୁ ବର୍ଜ୍ୟବସ୍ତୁକୁ ନିକ୍ଷେପ କରିବା ପାଇଁ ଉପଯୁକ୍ତ ଯାଗା ପାଇବା କଷ୍ଟ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଓ ପ୍ରାଦେଶିକ ପ୍ରଦୂଷଣ ବୋର୍ଡର କଠୋର ନିୟମ ଏବଂ ଏନ୍ଜିଟିର ତୀକ୍ଷଣ ନଜର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି।
ଭୁବନେଶ୍ୱର ସୈନିକସ୍କୁଲ ନିକଟ ଓ ପରେ ସହର ଉପକଣ୍ଠ ଦାରୁଠେଙ୍ଗ ଅଞ୍ଚଳରେ ବିଏମ୍ସି ଆବର୍ଜନା ଗଦା କରିବାରୁ ଏହା ପ୍ରଦୂଷଣ ସୃଷ୍ଟି କଲା। ଏହା ବିରୋଧରେ ଜନଆନ୍ଦୋଳନ ଆରମ୍ଭ ହୋଇଥିଲା। ଶେଷରେ ଅଦାଲତଙ୍କ ହସ୍ତକ୍ଷେପ ଫଳରେ ବିଏମ୍ସି କର୍ତ୍ତୃପକ୍ଷ ପ୍ରଥମେ ସୈନିକସ୍କୁଲ ଅଞ୍ଚଳ ଓ ଏବେ ନିକଟରେ ଦାରୁଠେଙ୍ଗର ଭୂଆଶୁଣୀ ଡମ୍ପିଂୟାର୍ଡରେ ଆବର୍ଜନା ପକାଇବା ବନ୍ଦ କରିଛନ୍ତି। ଦାରୁଠେଙ୍ଗରେ ଏବେ ଯେତିକି ଆବର୍ଜନା ପଡ଼ିରହିଛି, ତାହା ୧୫ ଲକ୍ଷ ଟନ୍ରୁ ଅଧିକ। ଏହି ଆବର୍ଜନା ସବୁ ଛୋଟ ଛୋଟ ପାହାଡ଼ ଓ ମୁଣ୍ଡିଆର ଭ୍ରମ ସୃଷ୍ଟି କରିଛି। ସେ ସବୁ ଆବର୍ଜନା ମଧ୍ୟରୁ ଅନେକ ପ୍ରାକୃତିକ ଉପାୟରେ ସହଜରେ କ୍ଷୟଶୀଳ ହୋଇଥିବାରୁ ଏହା ସମସ୍ୟା ସୃଷ୍ଟି କରୁଛି।
ଏବେ ପ୍ରଶ୍ନ ଉଠୁଛି ସହରର ଆବର୍ଜନା ସବୁକୁ ପକାଯିବ କେଉଁଠି ଓ ଏହାର ପ୍ରକ୍ରିୟାକରଣ ହେବ କିପରି? ସରକାରଙ୍କ ନିୟମ ଅନୁସାରେ ସହରାଞ୍ଚଳ ଆବର୍ଜନାରେ କୌଣସି ଖାଲଖମା ବା ତଳିଆ ଅଞ୍ଚଳକୁ ପୋତାଯାଇ ପାରିବ ନାହିଁ। ଏହା ମାଟିରେ ମିଶି ସହଜରେ ଖତ ହେବା ଭଳି ପ୍ରକ୍ରିୟା କରିବାକୁ ପଡ଼ିବ। ଆହୁରି ମଧ୍ୟ ଆଗରୁ କେଉଁଠି ଅଳିଆଗଦା ବା ଡମ୍ପିଂୟାର୍ଡ ରହିଛି, ବାୟୋ ମାଇନିଂ ବ୍ୟବସ୍ଥାରେ ସେଠାକାର ଜମିର ପୁନରୁଦ୍ଧାର କରିବା। ଏସବୁ କେବଳ ବ୍ୟୟବହୁଳ ନୁହେଁ ସମୟସାପେକ୍ଷ ମଧ୍ୟ। ତଥାପି ପରିବେଶର ସୁରକ୍ଷା ପାଇଁ ଆମକୁ ସହରାଞ୍ଚଳ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।
ଏବେ ବିଏମ୍ସି କଠିନ ବର୍ଜ୍ୟ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ (ଏମ୍ସିସି) ଓ ମ୍ୟାଟେରିଆଲ୍ ରିକଭରୀ ଫାସିଲିଟି (ଏମ୍ଆର୍ଏଫ୍) ବ୍ୟବସ୍ଥା ଆରମ୍ଭ କରିଛି। ଏଥିପାଇଁ ବିଭିନ୍ନ ବୃତ୍ତିଗତ ସଂସ୍ଥା ସହ ଚୁକ୍ତି ହୋଇଛି। ଏହା ସର୍କୁଲାର ଇକନମୀ ବା ବର୍ଜ୍ୟବସ୍ତୁରୁ ଆୟ ସୃଷ୍ଟିର ଅଂଶବିଶେଷ। ଏହି ପ୍ରକ୍ରିୟାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକୃତ ହେବା ପରେ ଯେଉଁ ଅବଶେଷ ରହିବ, ତାହାକୁ ଯେ କୌଣସି ନିରାପଦ ସ୍ଥାନରେ ପକାଇଲେ ତାହା ପରିବେଶ ଦୃଷ୍ଟିରୁ ବିପଜ୍ଜନକ ହେବନାହିଁ। ଆବର୍ଜନାରୁ ଖତ ସୃଷ୍ଟି ହୁଏ, ଯାହା ମାଟି ଓ ପ୍ରକୃତି ପାଇଁ ବିଶେଷ ଜରୁରୀ। ତେବେ ସହରୀ ଆବର୍ଜନାରେ ପ୍ଲାଷ୍ଟିକ୍ ଭଳି କିଛି ସାମଗ୍ରୀ ରହୁଛି, ଯାହା ସହରରେ ପ୍ରାକୃତିକ ଉପାୟରେ ଖତରେ ପରିଣତ ହୁଏନାହିଁ। ସେଥିପାଇଁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍କୁ ସରକାର ନିଷିଦ୍ଧ କରିଛନ୍ତି। ଆହୁରି ମଧ୍ୟ ପୁରୁଣା ଡମ୍ପିଂୟାର୍ଡଗୁଡ଼ିକର ବାୟୋ ମାଇନିଙ୍ଗ କରି ସେ ସ୍ଥାନର ମାଟିର ଉର୍ବରତା ଫେରାଇ ଆଣିବାକୁ ପଡ଼ିବ।
ବିଏମ୍ସିର ଏହି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ସ୍ମାର୍ଟସିଟି ଭୁବନେଶ୍ୱରକୁ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଅବଶ୍ୟ ସ୍ମାର୍ଟ ଏବଂ ଯୁଗୋପଯୋଗୀ ହେବାକୁ ପଡ଼ିବ। ତେବେ ଏହାକୁ ଏକ ପାଇଲଟ ଯୋଜନାଭାବେ କାର୍ଯ୍ୟକାରୀ କରି ଏହାର ସଫଳତା ଆଧାରରେ ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ସହରାଞ୍ଚଳ ବିକାଶ ପାଇଁ ଅର୍ଥର ଅଭାବ ନାହିଁ ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଏଥିପାଇଁ ପ୍ରଚୁର ଅର୍ଥ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଯୋଜନା ହାତକୁ ନେଇ ସହରଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର ଓ ବାସୋପଯୋଗୀ କରିବାକୁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏ କ୍ଷେତ୍ରରେ ଅଧିକ ସମନ୍ୱୟ ରକ୍ଷା ଓ ଉପଯୁକ୍ତ ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିବା ବିଶେଷ ଗୁରୁତ୍ୱ ବହନ କରେ।