ପୋଲାଭରମ୍ ଦ୍ୱାରା କ୍ଷୟକ୍ଷତି ଆକଳନ ଦେବାକୁ ଜାତୀୟ ଜନଜାତି ଆୟୋଗର ପରୱାନା; ପୋଲାଭରମ ଘା’ରେ ଚୂନ ଛିଟା!
ପୋଲାଭରମ୍ ଡ୍ୟାମ୍ ପ୍ରକଳ୍ପର ନାଁ ଶୁଣିଲେ ଓଡ଼ିଶା ପ୍ରତି ଯେ କେନ୍ଦ୍ର ସରକାରଙ୍କର ଏହା ଯେ ଏକ ନିଷ୍ଠୁର ଅବିଚାର ଏହା ଯେକୌଣସି ଓଡ଼ିଆ ଅନୁଭବ କରେ। ଗୋଟିଏ ପଟେ ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ଅନ୍ୟାୟପୂର୍ଣ୍ଣ ବ୍ୟାରେଜ୍ ଓ ନଦୀବନ୍ଧ ନିର୍ମାଣ ଓଡ଼ିଶାର ଏହି ଜୀବନରେଖା ନଦୀକୁ କ୍ଷୀଣସ୍ରୋତା କରିପକାଇଛି; ଅନ୍ୟପଟେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଗୋଦାବରୀ ନଦୀ ଉପରେ ନିର୍ମାଣାଧନୀ ପୋଲାଭରମ୍ ପ୍ରକଳ୍ପ ମାଲକାନଗିରି ଜିଲ୍ଲାର ବିଶାଳ ଜନଜାତି ଅଧ୍ୟୁଷିତ ଅଞ୍ଚଳ […]
ପୋଲାଭରମ୍ ଡ୍ୟାମ୍ ପ୍ରକଳ୍ପର ନାଁ ଶୁଣିଲେ ଓଡ଼ିଶା ପ୍ରତି ଯେ କେନ୍ଦ୍ର ସରକାରଙ୍କର ଏହା ଯେ ଏକ ନିଷ୍ଠୁର ଅବିଚାର ଏହା ଯେକୌଣସି ଓଡ଼ିଆ ଅନୁଭବ କରେ। ଗୋଟିଏ ପଟେ ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ଅନ୍ୟାୟପୂର୍ଣ୍ଣ ବ୍ୟାରେଜ୍ ଓ ନଦୀବନ୍ଧ ନିର୍ମାଣ ଓଡ଼ିଶାର ଏହି ଜୀବନରେଖା ନଦୀକୁ କ୍ଷୀଣସ୍ରୋତା କରିପକାଇଛି; ଅନ୍ୟପଟେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଗୋଦାବରୀ ନଦୀ ଉପରେ ନିର୍ମାଣାଧନୀ ପୋଲାଭରମ୍ ପ୍ରକଳ୍ପ ମାଲକାନଗିରି ଜିଲ୍ଲାର ବିଶାଳ ଜନଜାତି ଅଧ୍ୟୁଷିତ ଅଞ୍ଚଳ ଡ୍ୟାମ୍ ପାଣିରେ ଜଳମଗ୍ନ ହେବାର ଆଶଙ୍କା ସେ ଅଞ୍ଚଳର ଜନସାଧାରଣଙ୍କୁ ଆତଙ୍କିତ କରି ରଖିଛି। ମହାନଦୀ ବିବାଦ ଭଳି ପୋଲାଭରମ୍ ବିବାଦ ମଧ୍ୟ ସୁପ୍ରିମକୋର୍ଟରେ ନ୍ୟାୟ ଅପେକ୍ଷାରେ ରହିଛି। ଆନ୍ଧ୍ର ପ୍ରଦେଶକୁ ଦୁଇଭାଗ କରି ସ୍ୱତନ୍ତ୍ର ତେଲଙ୍ଗାନା ରାଜ୍ୟ ନିର୍ମାଣ ବେଳେ କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ଯେଉଁ କେତେକ ମୁଖ୍ୟ ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ପୋଲାଭରମ୍ ପ୍ରକଳ୍ପ ଗୋଟିଏ। ଓଡ଼ିଶା ଓ ଛତିଶଗଡ଼ର ମିଳିତ ପ୍ରତିବାଦ ଏ ପର୍ଯ୍ୟନ୍ତ ନା କେନ୍ଦ୍ର ଶୁଣୁଛି ନା ସୁପ୍ରିମକୋର୍ଟର ନ୍ୟାୟ ନିକିତି ଦୋହଲୁଛି। ଲକ୍ଷ ଲକ୍ଷ ଆଦିବାସୀ ପରିବାର ବିସ୍ଥାପିତ ଓ ଭୂମିଚ୍ୟୁତ ହେବାକୁ ଯାଉଥିବା ଘଟଣାକୁ ରାଜନୈତିକ ବୁଝାମଣାର ଯୂପକାଠରେ ବଳି ଦେବାଟା ଏକ ଘୋର ଅବିଚାର ଓ ଅନ୍ୟାୟ ନୁହେଁ କି? ବେଡ଼ି ଉପରେ କୋରଡ଼ା ମାଡ଼ ହେଲା ଭଳି ଏବେ ଓଡ଼ିଶାଠାରୁ ସମ୍ଭାବିତ କ୍ଷୟକ୍ଷତିର ଆକଳନ ମଗାଯିବା ଓ ତେଣେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନ କରିବା କେଉଁ ‘ସଂଘୀୟ ସହଭାଗିତା’ର ସଂଜ୍ଞାରେ ଆସୁଛି ତାହା କେନ୍ଦ୍ର ଏନ୍ଡିଏ ସରକାର ଟିକେ ବୁଝାଇବେ କି?
ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀ ଉପରେ ନିର୍ମିତ ବହୁମୁଖୀ ପ୍ରକଳ୍ପ ଏକ ବୃହତ୍ ପରିଯୋଜନା ଏବଂ ବିଭିନ୍ନ ଦୃଷ୍ଟିରୁ ବିବାଦୀୟ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାର ଉପଯୁକ୍ତ ପରିବେଶଗତ ଅନୁଧ୍ୟାନ, ବୁଡ଼ି ଅଞ୍ଚଳ ସୃଷ୍ଟି, କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ଓ ଏହାର ଲୋକଙ୍କ ସମ୍ପର୍କରେ ଉପଯୁକ୍ତ ଅନୁଧ୍ୟାନ, ଜନଶୁଣାଣି ଆଦି କରିନାହାନ୍ତି। ଏହି ପ୍ରକଳ୍ପ ଦ୍ୱାରା ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ପ୍ରାୟ ୩୮୦ ଗ୍ରାମ ଓ ୫୦ ହଜାରରୁ ଊର୍ଦ୍ଧ୍ବ ପରିବାର ବାସଚ୍ୟୁତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୫୦ ଭାଗ ଆଦିବାସୀ। ପୋଲାଭରମ୍ ଡ୍ୟାମ୍ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ଫଳରେ ସୃଷ୍ଟ ଜଳଭଣ୍ଡାରର ପଛୁଆ ପାଣି (ବ୍ୟାକ୍ ୱାଟର) ଗୋଦାବରୀର ଉପନଦୀ ଶାବରୀ ଓ ସିଲେରୁ ଦେଇ ୧୫୦ କିମି ପଛଯାଏ ବୁଡ଼ି ଅଞ୍ଚଳ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହାଦ୍ୱାରା ଓଡ଼ିଶାର ଆଦିବାସୀ ବହୁଳ ମାଲକାନଗିରି ଏବଂ ପଡ଼ୋଶୀ ଛତିଶଗଡ଼ର ବହୁ ଆଦିବାସୀ ଗ୍ରାମ, ଚାଷଜମି ଏବଂ ଜଙ୍ଗଲ ଜଳାର୍ଣ୍ଣବ ହେବାର ଆଶଙ୍କା ଅଛି। ୧୯୮୬ ଓ ୨୦୦୬ ବନ୍ୟାରେ ମାଲକାନଗିରି ଜିଲ୍ଲାର ମୋଟୁ ଓ କାଲିମେଳା ତହସିଲରେ ଯେଉଁ ବିତ୍ପାତ ଘଟିଥିଲା ପୋଲାଭରମ ପ୍ରକଳ୍ପ ନିର୍ମିତ ହେଲେ ଓ ବନ୍ଧର ଉଚ୍ଚତା ୧୨୯ ଫୁଟ୍ ରହିଲେ ସେହି ଘଟଣାର ପୁନରାବୃତ୍ତି ହେବ। ଓଡ଼ିଶା ଏହି ପ୍ରକଳ୍ପ ବିରୋଧରେ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ସହିତ ସୁପ୍ରିମକୋର୍ଟର ଆଶ୍ରୟ ମଧ୍ୟ ନେଇଛି। ଛତିଶଗଡ଼ ମଧ୍ୟ ମାମଲାକୁ ସୁପ୍ରିମକୋର୍ଟରେ ଉପସ୍ଥାପିତ କରିଛି।
ଏସବୁ ବିବାଦ ସତ୍ତ୍ବେ ରାଜନୈତିକ କାରଣରୁ ୨୦୧୪ରେ ଏନ୍ଡିଏ ସରକାର ପୋଲାଭରମ୍କୁ ଏକ ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ସହିତ ପରିବେଶ ମଞ୍ଜୁରୀ ମଧ୍ୟ ପ୍ରଦାନ କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ର ଆପତ୍ତିକୁ କେନ୍ଦ୍ର କର୍ଣ୍ଣପାତ କରି ନାହିଁ କିମ୍ବା ଏହି ମାମଲାର ବିଚାର ସୁପ୍ରିମକୋର୍ଟରେ ସରିନାହିଁ। ତେବେ ପୋଲାଭରମ୍ର ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। କେନ୍ଦ୍ର ସରକାର ଏଥି ପାଇଁ ଅର୍ଥ ଓ ଅନ୍ୟାନ୍ୟ ସହାୟତା ମଧ୍ୟ ଆନ୍ଧ୍ରକୁ ଯୋଗାଇ ଦେଉଛନ୍ତି। ଆନ୍ଧ୍ରର ସଫେଇ ହେଲା ଯେ ଡ୍ୟାମ୍ ନିର୍ମାଣ ହେଲେ ପୋଲାଭରମ୍ର ପଛୁଆ ପାଣି ଦ୍ୱାରା ଓଡ଼ିଶା ଓ ଛତିଶଗଡ଼ର କୌଣସି ଅଞ୍ଚଳ ଜଳମଗ୍ନ ହେବ ନାହିଁ। ଓଡ଼ିଶାର ଦାବି ହେଲା ଏବେ ଡ୍ୟାମର ଯେଉଁ ଉଚ୍ଚତା ରଖାଯାଇଛି, ତାହାକୁ କମ୍ ନ କଲେ ମାଲକାନଗିରି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବ।
ସତକଥା ହେଲା ଶାବେରୀ ଓ ସିଲେରୁ ଉପତ୍ୟକାରେ ସୃଷ୍ଟି ହେବାକୁ ଥିବା ବୁଡ଼ି ଅଞ୍ଚଳ, ପଛୁଆପାଣି ସମସ୍ୟା ଓ ପରିବେଶଗତ ଅନୁଧ୍ୟାନ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ହୋଇନାହିଁ। ଏହି କାମଟି ମୂଳତଃ ଆନ୍ଧ୍ର ସରକାରଙ୍କର ଏବଂ ପ୍ରକଳ୍ପ ନିର୍ମାଣ କରୁଥିବା ଦୃଷ୍ଟିରୁ ଏକାମ ସେଠା ସରକାର କରିବା କଥା। ଆହୁରି ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା ଆଦିବାସୀମାନେ ବିଶେଷ କ୍ଷତିଗ୍ରସ୍ତ ହେଉଥିବାରୁ ଏବଂ ସେମାନଙ୍କ ଭିଟାମାଟି, ଜୀବିକା ଓ ଜଙ୍ଗଲ ଉଜୁଡ଼ି ଯାଉଥିବାରୁ ଏହାର ସର୍ଭେ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବା କଥା। ତାହା କିନ୍ତୁ କରାଯାଇ ନାହିଁ। ଏବେ ଜାତୀୟ ଜନଜାତି ଆୟୋଗ (ଏନ୍ସିଏସ୍ଟି) ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଆଦିବାସୀମାନଙ୍କର ଏକ ନିର୍ଭୁଲ ତଥ୍ୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି। ଏଥିରେ ବିସ୍ଥାପିତ ଓ ଜଳପ୍ଳାବିତ ହେବାକୁ ଥିବା ଓଡ଼ିଶାର ଆଦିବାସୀଙ୍କ ସଂଖ୍ୟା, ସେମାନଙ୍କ ପୁନଃଥଇଥାନ ବ୍ୟବସ୍ଥାର ଯୋଜନା, ଏଥିପାଇଁ କରାଯାଇଥିବା ପ୍ରସ୍ତୁତିର ବାସ୍ତବସ୍ଥିତି ଜଣାଇବାକୁ କୁହାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶାର ଆପତ୍ତି ପ୍ରତି କେନ୍ଦ୍ର ସରକାରଙ୍କ ଭଳି ଆୟୋଗ ଆଖି ବୁଜି ଦେଇ ପ୍ରକଳ୍ପ ନିର୍ମାଣକାରୀଙ୍କ ସବୁ ଦୋଷକୁ ମାର୍ଜନା କରିଦେଇଛି। ଏବେ କ୍ଷତିଗ୍ରସ୍ତ ହେଉଥିବା ରାଜ୍ୟଠାରୁ ଜବାବ ସୁଆଲ କରାଯିବା କେତେ ସମୀଚୀନ, ବିଶେଷକରି ଯେତେବେଳେ ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମାମଲା ସୁପ୍ରିମକୋର୍ଟରେ ଚାଲିଛି। ପନ୍ଦରଦିନ ମଧ୍ୟରେ ଏହି ରିପୋର୍ଟ ଦେବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ଜଳସମ୍ପଦ ସଚିବଙ୍କୁ ସମୟ ଦିଆଯାଇଛି। ଏହା ଏକ ବିଚିତ୍ର ନିର୍ଦ୍ଦେଶ।
ଆମେ ପୋଲାଭରମ୍କୁ ବିରୋଧ କରୁନାହୁଁ। କିନ୍ତୁ ଡ୍ୟାମ୍ ଦ୍ୱାରା ସୃଷ୍ଟ ବୁଡ଼ି ଅଞ୍ଚଳରୁ ଓଡ଼ିଶାକୁ ସୁରକ୍ଷିତ ରଖିବାକୁ ଡ୍ୟାମ୍ର ଉଚ୍ଚତା ସାମାନ୍ୟ ହ୍ରାସ କରାଯିବା ଆବଶ୍ୟକ ବୋଲି ବାରମ୍ବାର କହି ଆସିଛୁ। ଏକଥା କେହି ଶୁଣିବାକୁ ନାହାନ୍ତି। ପୋଲାଭରମ୍ ପ୍ରକଳ୍ପ ଏବେ ଶେଷ ହେବାକୁ ଯାଉଥିବାବେଳେ ଏହାର ପଛୁଆ ବୁଡ଼ି ପାଣି ପ୍ରଭାବରେ ଓଡ଼ିଶାର ୬୩୧୬ ଓ ଛତିଶଗଡ଼ର ୧୧,୭୬୬ ଲୋକ, ବିଶେଷ କରି ଆଦିବାସୀ ବାସଚ୍ୟୁତ ହେବେ ବୋଲି ଆକଳନ କରାଯାଇଛି। ଉପଯୁକ୍ତ ସର୍ଭେ, ଜନଶୁଣାଣି, ପରିବେଶ ଅନୁଧ୍ୟାନ ଆଦି କାମ ହୋଇ ନଥିବାରୁ ପ୍ରକୃତରେ କେତେ ଲୋକ, ଚାଷଜମି, ଜଙ୍ଗଲ ଆଦି ଜଳପ୍ଲାବିତ ହେବ, ତାହା କହିବା କଷ୍ଟ। ଗୋଟେ ପଟେ ମାମଲା ଅଦାଲତରେ ଗଡ଼ୁଛି, ତେଣେ ପ୍ରକଳ୍ପ ନିର୍ମାଣ ସରିବାକୁ ବସିଲାଣି। ଏଣେ ଯିଏ ଆପତ୍ତି କରୁଛି, ତା’କୁ ପଚରାଯାଉଛି, ତମେ ଥଇଥାନ ପାଇଁ କ’ଣ କରିଛ କୁହ। ପ୍ରକୃତରେ ଏହା ବିଚିତ୍ର ନୀତି ଓ ସ୍ଥିତି ସୃଷ୍ଟି କରୁଛି।