ମାଲକାନଗିରିରୁ ‘ଲକ୍ଷ୍ମୀ’ ବିକାଶ ରଥ ଶୁଭାରମ୍ଭ
ରାଜ୍ୟର ନକ୍ସଲ ଉପଦ୍ରୁତ ଦକ୍ଷିଣ ଉପାନ୍ତ ତଥା ଅନ୍ୟତମ ଅନଗ୍ରସର ଆଦିବାସୀବହୁଳ ଜିଲ୍ଲା ମାଲକାନଗିରିରେ ଗୁରୁବାରଠାରୁ ‘ଲକ୍ଷ୍ମୀ’ ବସ୍ ପରିବହନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଏହି ପରିବହନ ଯୋଜନା ଗ୍ରାମ ପଞ୍ଚାୟତକୁ ବ୍ଲକ ସ୍ତରରେ ଓ ବ୍ଲକକୁ ଜିଲ୍ଲା ସଦର ସହ ଯୋଡ଼ିବା ଏକ ବିଶେଷ ଯୋଜନା। ଯାତ୍ରୀ ଗମନାଗମନ ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ ଥିବାରୁ ଏହି ଯୋଜନାକୁ ‘ଲକ୍ଷ୍ମୀ’ ବୋଲି ନାମ ଦିଆଯାଇଛି। ରାଜ୍ୟର […]
ରାଜ୍ୟର ନକ୍ସଲ ଉପଦ୍ରୁତ ଦକ୍ଷିଣ ଉପାନ୍ତ ତଥା ଅନ୍ୟତମ ଅନଗ୍ରସର ଆଦିବାସୀବହୁଳ ଜିଲ୍ଲା ମାଲକାନଗିରିରେ ଗୁରୁବାରଠାରୁ ‘ଲକ୍ଷ୍ମୀ’ ବସ୍ ପରିବହନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଏହି ପରିବହନ ଯୋଜନା ଗ୍ରାମ ପଞ୍ଚାୟତକୁ ବ୍ଲକ ସ୍ତରରେ ଓ ବ୍ଲକକୁ ଜିଲ୍ଲା ସଦର ସହ ଯୋଡ଼ିବା ଏକ ବିଶେଷ ଯୋଜନା। ଯାତ୍ରୀ ଗମନାଗମନ ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ ଥିବାରୁ ଏହି ଯୋଜନାକୁ ‘ଲକ୍ଷ୍ମୀ’ ବୋଲି ନାମ ଦିଆଯାଇଛି।
ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ଯୋଗାଯୋଗ ଓ ଗମନାଗମନର ଭୂମିକା ଅନସ୍ୱୀକାର୍ଯ୍ୟ। ଗୋଟେ ସମୟ ଥିଲା ଯେତେବେଳେ କେଇଟି ଜାତୀୟ ଓ ରାଜ୍ୟ ରାଜପଥ ତଥା ପ୍ରମୁଖ ଜିଲ୍ଲା ସଡ଼କ ବ୍ୟତୀତ ଅନ୍ୟ କୌଣସି ସଡ଼କ ଯୋଗାଯୋଗର ବ୍ୟବସ୍ଥା ନଥିଲା। ତେଣୁ ଯେଉଁ ୮୦-୯୦ ଭାଗ ଗ୍ରାମାଞ୍ଚଳ ସଡ଼କଠାରୁ ଦୂରରେ ରହୁଥିଲେ, ସେସବୁର ଅଧିବାସୀ ଗମନାଗମନରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ସଡ଼କପଥର ଅଭୂତପୂର୍ବ ବିସ୍ତାର ଘଟିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସହିତ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଗ୍ରାମ୍ୟରାସ୍ତା ନିର୍ମାଣ ଯୋଜନାରେ ରାଜ୍ୟର ପ୍ରାୟ ସବୁ ପଞ୍ଚାୟତ ଓ ଗାଁକୁ ସବୁଦିନିଆ ସଡ଼କ ସୁବିଧା ହୋଇପାରିଛି। ଯେଉଁଠି ସଡ଼କ ବା ସେତୁ ସୁବିଧା ନାହିଁ, ସେଠାରେ ମଲ୍ଟିମୋଡାଲ ବ୍ୟବସ୍ଥାରେ ଡଙ୍ଗାରେ ଲୋକଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।
ବାସ୍ତବରେ ଏହା ଏକ ଐତିହାସିକ ଯୋଜନା। ପ୍ରତି ପଞ୍ଚାୟତ ବ୍ଲକ ଓ ଜିଲ୍ଲା ସଦର ମହକୁମା ସହିତ ସଂଯୁକ୍ତ ହେବା ଏକ ଅଭିନନ୍ଦନୀୟ କାର୍ଯ୍ୟକ୍ରମ। ୨୦୨୩-୨୪ ବଜେଟରେ ଓଡ଼ିଶା ସରକାର ‘ଲକ୍ଷ୍ମୀ’ ସମେତ ୨୦ଟି ନୂଆ ଗମନାଗମନ ଭିତ୍ତିଭୂମି ଯୋଜନା ପାଇଁ ୭୨୦୨ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ସେଥିରୁ ‘ଲକ୍ଷ୍ମୀ’ ପାଇଁ କେବଳ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆନ୍ତଃ ବ୍ଲକ ଓ ଆନ୍ତଃ ଜିଲ୍ଲା ସଡ଼କ ଯୋଗାଯୋଗ ଏକ ଉତ୍ତମ ବିକାଶ ନୀତି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି। ଏହି ବ୍ୟବସ୍ଥା ସ୍ୱାଭାବିକ ହେଲେ ଏହା ଆନ୍ତଃ ନଗର / ସହର ବସ୍ ଚଳାଚଳ ପାଇଁ ବାଟ ଫିଟାଇବ। ଅତିକମ୍ରେ ସରକାର ୧୦ ବର୍ଷ ପାଇଁ ଏହି ଯୋଜନାକୁ ଚଳାଇ ଏହାକୁ ସୁବ୍ୟବସ୍ଥିତ କରିବେ। ଏହି ଯୋଜନାର ଡିପିଆର ଏବଂ ପ୍ରକଳ୍ପ ରିପୋର୍ଟ ଓଏସ୍ଆରଟିସି ପ୍ରସ୍ତୁତ କରିଛି। ରାଜ୍ୟ ପରିବହନ ନିଗମ ଏହାର ପରିଚାଳନା ଦାୟିତ୍ୱରେ ରହିବ।
ଓଡ଼ିଶାରେ ପରିବହନ ବ୍ୟବସ୍ଥା ମୁଖ୍ୟତଃ ଘରୋଇ ବସ୍ ଅପରେଟରଙ୍କ ଦ୍ୱାରା ନିୟନ୍ତ୍ରିତ। ଏହାସତ୍ତ୍ବେ ଓଏସ୍ଆରଟିସିର ପ୍ରାୟ ୫୦୦ ବସ୍ ୩୧୭ଟି ରୁଟ୍ରେ ଚଳାଚଳ କରୁଛି। ତେବେ ଏସବୁ ସରକାରୀ ବସ୍ ଜିଲ୍ଲା ସଦର ମହକୁମାରୁ ରାଜଧାନୀ କିମ୍ବା ଅନ୍ୟ ପ୍ରମୁଖ ନଗରୀକୁ ଯାତାୟତ କରୁଛି। ସରକାରୀ ବସ୍ ସେବାରୁ ଅଧିକାଂଶ ଗ୍ରାମାଞ୍ଚଳ ପ୍ରାୟ ବଞ୍ଚିତ ରହି ଆସିଛି ବୋଲି କହିଲେ ଚଳେ। ତେଣୁ ଅଧିକ ସଂଖ୍ୟାରେ ଘରୋଇ ବସମାନ ଅର୍ଦ୍ଧ ସହରାଞ୍ଚଳ ଓ ସ୍ଥଳ ବିଶେଷରେ ଗ୍ରାମାଞ୍ଚଳକୁ ଯାତାୟାତ କରୁଛନ୍ତି। ତେବେ ଏହି ସୁବିଧା ସବୁ ଜିଲ୍ଲା ଓ ପଞ୍ଚାୟତରେ ନାହିଁ।
ପରିବହନ ଯେହେତୁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଲୋକକଲ୍ୟାଣକାରୀ ବ୍ୟବସ୍ଥା, ସେଥିରେ ଗ୍ରାମାଞ୍ଚଳକୁ ଯୋଡ଼ି ଅଗ୍ରାଧିକାର ଦେବା ଅର୍ଥ ଲୋକଙ୍କୁ ସୁବିଧା ପ୍ରଦାନ କରିବା ଏବଂ ଅର୍ଥନୈତିକ ବିକାଶ ମାର୍ଗରେ ଯୋଡ଼ିବା। ଲୋକଙ୍କୁ ସେବା ଓ ସୁଯୋଗ ଦେବା ସରକାରଙ୍କ ମୌଳିକ କର୍ତ୍ତବ୍ୟ ହୋଇଥିବାରୁ ଏହି ‘ଲକ୍ଷ୍ମୀ’ ବସ୍ ସେବା ଗ୍ରାମାଞ୍ଚଳର ରୂପାନ୍ତରଣ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହାର ସଫଳ ପରିଚାଳନା ରାଜ୍ୟରେ ସଡ଼କ ପରିବହନ କ୍ଷେତ୍ରରେ ଏକ ବିପ୍ଳବ ଆଣିବ କହିଲେ ଅତ୍ୟୁକ୍ତି ହେବ ନାହିଁ। କଟକ-ଭୁବନେଶ୍ୱର ଭଳି ସହରାଞ୍ଚଳରେ ‘ମୋ ବସ୍’ ଚଳାଚଳ କରିବା ପରେ ସହରାଞ୍ଚଳ ଗଣପରିବହନରେ ଏକ ବିରାଟ ସଫଳତା ମିଳିଛି। ଘରୋଇ ସିଟି ବସ୍ର ଅରାଜକତା ଓ ଅନିୟମିତତା ଦୂର ହୋଇଛି। ଏବେ ଗ୍ରାମାଞ୍ଚଳରେ ପଞ୍ଚାୟତରୁ ବ୍ଲକ ଓ ଜିଲ୍ଲା ସଦରମହକୁମାକୁ ସରକାରୀ ବସ୍ ସେବା ଆରମ୍ଭ ହେଲେ ସବୁଠୁ ଅଧିକ ଉପକୃତ ହେବେ ସାଧାରଣ ଯାତ୍ରୀ, ଛୋଟ ବ୍ୟବସାୟୀ, ରୋଗୀ ଓ ଛାତ୍ରଛାତ୍ରୀ। ଏହି ସେବା ମାଧ୍ୟମରେ ବହୁସଂଖ୍ୟାରେ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ସୁଯୋଗ ପାଇ ପାରିବେ। ସର୍ବୋପରି ବିକାଶର ବିସ୍ତାର ‘ଲକ୍ଷ୍ମୀ’ଙ୍କ ରଥ ଦ୍ୱାରା ଗ୍ରାମାଞ୍ଚଳରେ ପହଞ୍ଚିବ। ଏହି ବସ୍ ସେବାରେ ମହିଳା, ଛାତ୍ର ଓ ଦିବ୍ୟାଙ୍ଗମାନଙ୍କୁ ରିହାତି ଦରରେ ଟିକେଟ୍ ଦିଆଯିବ।
ଏହି ଯୋଜନାର ଉଦ୍ଦେଶ୍ୟ ମହାନ। ଏହାଦ୍ୱାରା ଘରୋଇ ବସ୍ମାନେ ପ୍ରଭାବିତ ହେବାର ଆଶଙ୍କା ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ସେମାନେ ବରଂ ଦରକାର ପଡ଼ିଲେ ଏଥିରେ ସାମିଲ ହୋଇ ନିଜର ସେବାର ପରିସୀମାକୁ ସମ୍ପ୍ରସାରିତ କରିପାରିବେ। ତେଣୁ ସବୁସ୍ତରରେ ‘ଲକ୍ଷ୍ମୀ’ ଯୋଜନାର ସଫଳତା କାମନା କରିବା ୁଉଚିତ। ଆମକୁ କିନ୍ତୁ ମନେ ରଖିବାକୁ ପଡ଼ିବ ଯେ ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟର ମହାନତା କେବଳ ଏହାର ସଫଳ ରୂପାୟନ ଉପରେ ନିର୍ଭର କରେ। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବେ ବୋଲି ଆଶା।