ଘରୋଇ ବୀମା କମ୍ପାନୀଙ୍କୁ ସୁହାଉଛି କୃଷି ବୀମା ଯୋଜନା
ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନିର କ୍ଷତିପୂରଣ ଦେବା ପାଇଁ ଆରମ୍ଭ କରାଯାଇଥିଲା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’। କିନ୍ତୁ ଘରୋଇ ବୀମା କମ୍ପାନୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ମହତ୍ଲକ୍ଷ୍ୟ ଏବେ ବାଟବଣା ହୋଇଯାଇଥିବା ଅଭିଯୋଗ ହେଉଛି। ଏହି ଯୋଜନାର ଆରମ୍ଭ ସମୟର ଉତ୍ସାହ ଏବେ ମଳିନ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି। ଗତ ନଭେମ୍ବର ମାସରେ ପଦ୍ମପୁର ଉପନିର୍ବାଚନ ସମୟରେ ଏହି ପ୍ରସଙ୍ଗରେ ରାଜନୀତି ଉଷ୍ମ ହୋଇଥିଲା। ଚାଷୀମାନେ କ୍ଷତିପୂରଣ ରାଶି ପାଉ ନଥିବା […]
ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନିର କ୍ଷତିପୂରଣ ଦେବା ପାଇଁ ଆରମ୍ଭ କରାଯାଇଥିଲା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’। କିନ୍ତୁ ଘରୋଇ ବୀମା କମ୍ପାନୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ମହତ୍ଲକ୍ଷ୍ୟ ଏବେ ବାଟବଣା ହୋଇଯାଇଥିବା ଅଭିଯୋଗ ହେଉଛି। ଏହି ଯୋଜନାର ଆରମ୍ଭ ସମୟର ଉତ୍ସାହ ଏବେ ମଳିନ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି। ଗତ ନଭେମ୍ବର ମାସରେ ପଦ୍ମପୁର ଉପନିର୍ବାଚନ ସମୟରେ ଏହି ପ୍ରସଙ୍ଗରେ ରାଜନୀତି ଉଷ୍ମ ହୋଇଥିଲା। ଚାଷୀମାନେ କ୍ଷତିପୂରଣ ରାଶି ପାଉ ନଥିବା ପଛରେ ରାଜ୍ୟ ସରକାରଙ୍କ ପ୍ରିମିୟମ ପ୍ରଦାନ ଅବହେଳା ଦାୟୀ ବୋଲି ପ୍ରଚାର ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଓ ନେତାମାନେ ଅଭିଯୋଗ ଆଣିଥିଲେ। କିନ୍ତୁ ବାସ୍ତବତା କ’ଣ ତାହା ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଥିଲା। ଯଥାସମୟରେ ରାଜ୍ୟ ସରକାର ପ୍ରିମିୟମ୍ ବାବଦ ରାଶି ବୀମା କମ୍ପାନୀଙ୍କ ନିକଟରେ ପୈଠ କରିଥିଲେ ମଧ୍ୟ କୃଷକମାନଙ୍କ ନିକଟରେ କ୍ଷତିପୂରଣ ରାଶି ପହଞ୍ଚୁ ନଥିବା ଜଣାପଡ଼ିଥିଲା। ୨୦୨୧ ମସିହା ଖରିଫ୍ ଋତୁରେ ମରୁଡ଼ି ଯୋଗୁଁ ଓଡ଼ିଶାରେ ଚାଷୀମାନଙ୍କର ହୋଇଥିବା ଫସଲ ହାନିକୁ ଭରଣା କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନୀମାନଙ୍କ ଦ୍ୱାରା ଚାଷୀମାନଙ୍କୁ ଯେତିକି କ୍ଷତିପୂରଣ ଦିଆଯାଇଛି ତାହା କମ୍ପାନୀମାନଙ୍କୁ ପଇଠ କରାଯାଇଥିବା ପ୍ରିମିଅମ୍ ରାଶି ତୁଳନାରେ ବହୁତ କମ୍ ବୋଲି ଅଭିଯୋଗ ଉଠିଥିଲା।
ଏହି ଯୋଜନା ଆରମ୍ଭ ହେବା ବେଳେ ଯେପରି ଅନୁମାନ କରାଯାଉଥିଲା ଯେ, ଯୋଜନାର ଅସଲ ଲାଭ ଚାଷୀମାନଙ୍କ ପରିବର୍ତ୍ତେ ବୀମା କମ୍ପାନୀଙ୍କ ପକେଟ୍କୁ ଯିବ, ତାହା ଏବେ ଧୀରେ ଧୀରେ ସତ ସାବ୍ୟସ୍ତ ହେବାରେ ଲାଗିଛି। ଗତ ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଚାଷୀମାନଙ୍କ ଦ୍ୱାରା ବୀମା କମ୍ପାନୀମାନଙ୍କୁ ମୋଟ୍ ୧ ଲକ୍ଷ ୨୬ ହଜାର ୫୨୧ କୋଟି ଟଙ୍କାର ପ୍ରିମିୟମ ରାଶି ପ୍ରଦାନ କରାଯାଇଛି। କିନ୍ତୁୁ ବୀମା କମ୍ପାନୀମାନେ ଫସଲ ହାନି ଦାବି ବାବଦରେ ଚାଷୀମାନଙ୍କୁ ମାତ୍ର ୮୭ ହଜାର ୩୨୦ କୋଟି ଟଙ୍କା ଦେଇଛନ୍ତି। ଅର୍ଥାତ୍ ସିଧା ସିଧା ବୀମା କମ୍ପାନୀମାନେ ୩୯,୨୦୧ କୋଟି ଟଙ୍କା ଲାଭ ପାଇଛନ୍ତି। ଯଦି ବୀମା କମ୍ପାନୀମାନଙ୍କୁ ଠିକ୍ ଭାବେ ଓ ଯଥେଷ୍ଟ ପରିମାଣର ପ୍ରିମିୟମ୍ ରାଶି ପ୍ରଦାନ କରାଯାଇଛି, ତେବେ ସେମାନେ ଚାଷୀମାନଙ୍କୁ କ୍ଷତିର ଭରଣା ଦେବାରେ ଏତେ କଞ୍ଜୁସି କରୁଛନ୍ତି କାହିଁକି? ବୀମା କମ୍ପାନୀମାନଙ୍କ କଡ଼ାକଡ଼ି ନିୟମ ଓ ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ମଧ୍ୟ ଅନେକ ଚାଷୀ ସେମାନଙ୍କ ଦାବି ମୁତାବକ ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ବା ବହୁ ବିଳମ୍ବରେ ପାଉଛନ୍ତି। ପାଞ୍ଚ ବର୍ଷ ସମୟ କାଳ ମଧ୍ୟରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନା ଅଧୀନରେ ଦାବି ସମାଧାନ ହୋଇଥିବା ଚାଷୀମାନଙ୍କ ସଂଖ୍ୟା ଗତ ଖରିଫ୍ ଋତୁରେ ଯଥାକ୍ରମେ ୨୯% ଓ ରବି ଋତୁରେ ୩୩% କମ୍ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ ବୀମା କମ୍ପାନୀ ପାଖରେ ୯୨,୯୫୪ କୋଟି ଟଙ୍କାର କ୍ଷତିଭରଣା ଦାବି ଉପସ୍ଥାପନ କରିଥିବା ବେଳେ କମ୍ପାନୀ ସେମାନଙ୍କୁ ୮୭,୩୨୦ କୋଟି ଟଙ୍କା ପ୍ରଦାନ କରିଛି। ପାଖାପାଖି ୫ ହଜାର କୋଟି ଟଙ୍କା କମ୍ପାନୀ ଅନ୍ୟାୟପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଦେଇ ନଥିବା ଅଭିଯୋଗ ହୋଇଛି।ଏତଦ୍ବ୍ୟତୀତ ଆହୁରି ମଧ୍ୟ ଜଣାଯାଉଛି ଯେ ଅନେକ କ୍ଷତିଗ୍ରସ୍ତ ଚାଷୀ ଯଦିଓ ଏହି ଯୋଜନା ଅଧୀନରେ କ୍ଷତିଭରଣା ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି, କିନ୍ତୁ ସେମାନେ ନିଜ କ୍ଷତିଭରଣା ରାଶି ପାଇବା ପାଇଁ ବୀମା କମ୍ପାନୀ ପାଖରେ ଦାବି ଉପସ୍ଥାପନ କରିନାହାନ୍ତି। ଅଥଚ ସେମାନଙ୍କ ବାବଦରେ ପୈଠ ପ୍ରିମିୟମ୍ କମ୍ପାନୀମାନଙ୍କୁ ଲାଭବାନ କରିଛି।
ପରିସଂଖ୍ୟାନରୁ ଜଣାଯାଉଛି ଯେ, ୯୦ ପ୍ରତିଶତ ସରକାରୀ କ୍ଷେତ୍ରର ବୀମା କମ୍ପାନୀ କ୍ଷତିଗ୍ରସ୍ତ ଚାଷୀମାନଙ୍କର ଦାବି ସମାଧାନ କରିଛନ୍ତି। କିନ୍ତୁ ଅଧିକାଂଶ ଘରୋଇ ବୀମା କମ୍ପାନୀ କ୍ଷତିଗ୍ରସ୍ତ ଚାଷୀମାନଙ୍କର ଦାବି ସମାଧାନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି କିମ୍ବା ଆଦୌ ଦାବି ସମାଧାନ କରିନାହାନ୍ତି। ଏପରି ଘରୋଇ କମ୍ପାନୀମାନେ ଏହି ଯୋଜନାରୁ ୬୦% ରୁ ୭୦% ପର୍ଯ୍ୟନ୍ତ ଲାଭାନ୍ୱିତ ହୋଇଛନ୍ତି। ବିଶେଷକରି ମହାରାଷ୍ଟ୍ର ପରି ରାଜ୍ୟରେ ଘରୋଇ ବୀମା କମ୍ପାନୀମାନେ କେନ୍ଦ୍ର ସରକାର, ରାଜ୍ୟ ସରାକର ଓ ଚାଷୀଙ୍କଠାରୁ ପ୍ରଚୁର ପରିମାଣରେ ପ୍ରିମିୟମ୍ ରାଶି ପାଇଥିବା ବେଳେ ଚାଷୀଙ୍କ ଦାବି ସମାଧାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଛନ୍ତି। ଏହାକୁ ଏକ ପ୍ରକାର ଠକେଇ କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ୱେବ୍ସାଇଟ୍ ଅନୁସାରେ ୨୦୨୧-୨୨ ଖରିଫ୍ ଓ ରବି ଋତୁରେ ଚାଷୀମାନେ ଯଥାକ୍ରମେ ୨୨୯୧ କୋଟି ଓ ୧୩୮୭ କୋଟି ଟଙ୍କା ପ୍ରିମିୟମ୍ ରାଶି ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ୬୮୨୬ କୋଟି ଓ କେନ୍ଦ୍ର ସରକାର ୪୪୧୬ କୋଟି ଟଙ୍କା ପ୍ରିମିୟମ୍ ରାଶି ଜମା କରିଛନ୍ତି। କିନ୍ତୁ କେତେ ଚାଷୀଙ୍କର ଦାବି ସମାଧାନ ହୋଇଛି ଓ ଚାଷୀମାନେ କେତେ ଟଙ୍କା ପାଇଛନ୍ତି ତାହା ୱେବ୍ସାଇଟ୍ରେ ଦର୍ଶାଯାଇନାହିଁ। କାହିଁକି ଯେ ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ୱେବ୍ସାଇଟ୍ରେ ପ୍ରକାଶ କରାଯାଉନାହିଁ ତାହାର ଉତ୍ତର କେବଳ କେନ୍ଦ୍ର ସରକାର ହିଁ ଦେଇପାରିବେ।
ଶେଷରେ ଏତିକି କୁହାଯାଇପାରେ ଯେ କୃଷି ବିଶେଷଜ୍ଞମାନଙ୍କ ସନ୍ଦେହ ସତ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସିଂହ ଭାଗ ଲାଭ କେବଳ ଘରୋଇ ବୀମା କମ୍ପାନୀମାନେ ହିଁ ପାଉଛନ୍ତି। ଚାଷୀମାନଙ୍କ ନାମରେ କରାଯାଇଥିବା ଏହି ଯୋଜନା ବୀମା କମ୍ପାନୀମାନଙ୍କୁ ହିଁ ସେବା ଯୋଗାଉଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନା ଅଧୀନରେ ପ୍ରିମିୟମ୍ ବାବଦକୁ ବୀମା କମ୍ପାନୀମାନଙ୍କୁ ଯେଉଁ ଟଙ୍କା ଦେଉଛନ୍ତି, ତାହା ସାଧାରଣ ଲୋକଙ୍କଠାରୁ କର ଓ ବିଭିନ୍ନ ଶୁଳ୍କ ମାଧ୍ୟମରେ ଆଦାୟ ହୋଇଥିବା ଅର୍ଥ। କିନ୍ତୁ ବିଡ଼ମ୍ବନା ଏୟା ଯେ ସେହି କଷ୍ଟ ଉପାର୍ଜିତ ଅର୍ଥ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତି ସହୁଥିବା ଏବଂ ସମଗ୍ର ଦେଶବାସୀଙ୍କୁ ଆହାର ଯୋଗାଉ ଥିବା ଚାଷୀମାନଙ୍କ ପାଖକୁ ନଯାଇ ଧନକୁବେର ବୀମା କମ୍ପାନୀମାନଙ୍କ ପାଖକୁ ଯାଉଛି।
ବିଚିତ୍ର ବିଶ୍ୱାଳ
ଜଗତ୍ସିଂହପୁର, ମୋ: ୯୪୩୮୪୬୮୪୭୪