ନ୍ୟାୟପାଳିକା ବନାମ ବ୍ୟବସ୍ଥାପିକା

The Sakala Picture
Published On

ଶୃଙ୍ଖଳିତ ଭାବେ ଦେଶର ପରିଚାଳନା ପାଇଁ ପ୍ରଣୟନ କରାଯାଇଛି ଆମ ସମ୍ବିଧାନ। ଏଥିରେ ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ରଖାଯାଇ ସେମାନଙ୍କ ଭିତରେ ଟଣାଯାଇଛି ଲକ୍ଷ୍ମଣରେଖା। ଏହି ତିନୋଟି ସ୍ତମ୍ଭ ନିଜ ନିଜର କର୍ତ୍ତବ୍ୟ ଓ ଅଧିକାର ପରିସୀମା ଭିତରେ ସମ୍ବିଧାନ ଅନୁମୋଦିତ ମାର୍ଗରେ କାମ କରିବା କଥା। କିନ୍ତୁ ଏବେ କିଛିଦିନ ଧରି ଦାୟିତ୍ୱସମ୍ପନ୍ନ କିଛି ସାମ୍ବିଧାନିକ ପଦାଧିକାରୀ ଯେଭଳି ନ୍ୟାୟପାଳିକା ସମ୍ପର୍କରେ ଆକ୍ରମଣାତ୍ମକ ବକ୍ତବ୍ୟ ରଖୁଛନ୍ତି ତାହା ଏକ ଅସ୍ୱାସ୍ଥ୍ୟକର ପରମ୍ପରା […]

ଶୃଙ୍ଖଳିତ ଭାବେ ଦେଶର ପରିଚାଳନା ପାଇଁ ପ୍ରଣୟନ କରାଯାଇଛି ଆମ ସମ୍ବିଧାନ। ଏଥିରେ ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ରଖାଯାଇ ସେମାନଙ୍କ ଭିତରେ ଟଣାଯାଇଛି ଲକ୍ଷ୍ମଣରେଖା। ଏହି ତିନୋଟି ସ୍ତମ୍ଭ ନିଜ ନିଜର କର୍ତ୍ତବ୍ୟ ଓ ଅଧିକାର ପରିସୀମା ଭିତରେ ସମ୍ବିଧାନ ଅନୁମୋଦିତ ମାର୍ଗରେ କାମ କରିବା କଥା। କିନ୍ତୁ ଏବେ କିଛିଦିନ ଧରି ଦାୟିତ୍ୱସମ୍ପନ୍ନ କିଛି ସାମ୍ବିଧାନିକ ପଦାଧିକାରୀ ଯେଭଳି ନ୍ୟାୟପାଳିକା ସମ୍ପର୍କରେ ଆକ୍ରମଣାତ୍ମକ ବକ୍ତବ୍ୟ ରଖୁଛନ୍ତି ତାହା ଏକ ଅସ୍ୱାସ୍ଥ୍ୟକର ପରମ୍ପରା ସୃଷ୍ଟି କରୁଛି।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକା ନିକଟରେ କାର୍ଯ୍ୟପାଳିକା ଉତ୍ତରଦାୟୀ ରୁହେ। ଏମାନଙ୍କ କାର୍ଯ୍ୟ ପଦ୍ଧତି ଘେନି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ନ୍ୟାୟପାଳିକା ତାହାର ସମାଧାନ କରେ। କିନ୍ତୁ ଗତ କିଛିଦିନ ଧରି ନ୍ୟାୟପାଳିକା ସହ ବିଧାନପାଳିକାର କେତେକ ସଦସ୍ୟଙ୍କ ମଧ୍ୟରେ ଏକପ୍ରକାର ଶୀତଳ ଯୁଦ୍ଧ ଚାଲିଛି। ଏହା ଗଣତନ୍ତ୍ର ପାଇଁ କେତେ ଶୁଭଙ୍କର ତାହା ବିଚାର୍ଯ୍ୟ। ପ୍ରଚଳିତ ପରମ୍ପରା ମୁତାବକ କଲେଜିୟମ୍‌‌ ବ୍ୟବସ୍ଥାରେ ବରିଷ୍ଠ ବିଚାରପତିମାନଙ୍କୁ ନେଇ ଗଠିତ କମିଟି ବିଚାରପତି ନିଯୁକ୍ତି ଲାଗି ସୁପାରିସ କରିଥାଏ ଏବଂ କେନ୍ଦ୍ର ସରକାରଙ୍କ ଅନୁମୋଦନ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଏହି ପ୍ୟାନେଲ୍‌‌ରୁ ବିଚାରପତି ନିଯୁକ୍ତି କରାଯାଇଥାଏ। ଅନେକ କ୍ଷେତ୍ରରେ ସରକାର ସୁପ୍ରିମକୋର୍ଟଙ୍କ କଲେଜିୟମ୍‌‌ର ସୁପାରିସକୁ ଗ୍ରହଣ ନକରିବା ଏବଂ ଏହାକୁ ଦୀର୍ଘଦିନ ଧରି ପକାଇ ରଖିବା ଫଳରେ ବିଭିନ୍ନ ହାଇକୋର୍ଟରେ ମାଳମାଳ ବିଚାରପତି ପଦବୀ ବର୍ଷବର୍ଷ ଧରି ଖାଲି ପଡ଼ିଛି। ଫଳରେ ଲୋକେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ନିରପେକ୍ଷ ବିଚାର ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ପାଇଁ ସମ୍ବିଧାନର ଅନ୍ୟ ଦୁଇଟି ସ୍ତମ୍ଭ ସତେଯେମିତି ବ୍ୟାକୁଳ। ଏଭଳି ସ୍ଥିତିରେ ଦେଶର କୋର୍ଟ କଚେରୀରେ ୫ କୋଟିରୁ ଅଧିକ ଓ ଓଡ଼ିଶାରେ ପାଖାପାଖି ୨୧ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି।

ଏସବୁ ପ୍ରସଂଗ ଆଲୋଚନା ପାଇଁ ଏବେ କେତେକ ନିର୍ଦ୍ଦିଷ୍ଟ ଘଟଣା ଖୋରାକ ଯୋଗାଇଛି। ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ ପରେ ଆସିଥିବା ୱାକଫ୍‌‌ ଆଇନ୍‌‌ର ବିଭିନ୍ନ ଧାରା ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟରେ ଶତାଧିକ ମାମଲା ରୁଜୁ ହୋଇଛି। ତେବେ ଏହି ଆଇନ୍‌‌ରେ କିଛି ସକାରାତ୍ମକ ଦିଗ ରହିଥିବା ଦର୍ଶାଇ ତାହା ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ମନା କରିଦେବା ସହ ଏହି ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ ବର୍ତ୍ତମାନର ସ୍ଥିତିକୁ ଜଟିଳ କରିବା ଅନୁଚିତ ବୋଲି ମତ ଦେଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସମସ୍ତ ୱାକଫ୍‌‌ ସମ୍ପତ୍ତିକୁ ସଂରକ୍ଷିତ ରଖିବା ସହିତ ଅନ୍ୟାଦେଶ ପର୍ଯ୍ୟନ୍ତ ୱାକଫ୍‌‌ ବୋର୍ଡର ନୂତନ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି। ଏହି ଆଇନ୍‌‌କୁ ବିରୋଧ କରି ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ଉଠିଥିବା ପ୍ରତିବାଦର ସ୍ୱର ହିଂସାକାଣ୍ଡର ରୂପ ନେଇଛି। ଏ ପ୍ରସଂଗରେ ଅନ୍ୟ ଏକ ମାମଲା ରୁଜୁ କରାଯାଇ ସେଠାରେ ଆଇନ୍‌‌ଶୃଙ୍ଖଳା ରକ୍ଷା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଉଠିଥିବା ପ୍ରଶ୍ନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଘଟଣା ଏଭଳି ସ୍ଥିତିରେ ଥିବାବେଳେ ସାଂସଦ ନିଶିକାନ୍ତ ଦୁବେ ଦେଶରେ ଧାର୍ମିକ କାରଣରୁ ଉପୁଜିଥିବା ହିଂସାକାଣ୍ଡ ପାଇଁ ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦାୟୀ କରିଛନ୍ତି। ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି କରନ୍ତି ଓ ସଂସଦ ଆଇନ୍‌‌ ତିଆରି କରେ ବୋଲି ମନେ ପକାଇଦେଇ ସୁପ୍ରିମକୋର୍ଟ ଏଭଳି ଘଟଣାରେ କିପରି ହସ୍ତକ୍ଷେପ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ସଂସଦ ଭବନକୁ ବନ୍ଦ କରିଦେଇ ସୁପ୍ରିମକୋର୍ଟ ନିଜେ କ’ଣ ଆଇନ୍‌‌ ତିଆରି କରିବେ କି ବୋଲି ସେ ପ୍ରସଂଗ ଉଠାଇଛନ୍ତି। ସାଂସଦଙ୍କ ଏଭଳି ବକ୍ତବ୍ୟ ଅଦାଲତ ଅବମାନନା ପରିସରଭୁକ୍ତ ବୋଲି ଉଲ୍ଲେଖ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ଯେ ସୁପ୍ରିମକୋର୍ଟର ବିଚାରପତିମାନେ ନିଜକୁ ସୁପର ପାର୍ଲିଆମେଣ୍ଟ ଭାବି କାମ କରିବା ସହ ଗଣତାନ୍ତ୍ରିକ ସରକାର ବିରୋଧରେ ସମ୍ବିଧାନର ୧୪୨ ଧାରାକୁ ପରମାଣୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ତାମିଲନାଡୁ ବିଧାନସଭାରେ ପାରିତ କେତେଗୁଡ଼ିଏ ବିଲ୍‌‌କୁ ଦୀର୍ଘଦିନ ଧରି ରାଜ୍ୟପାଳ ପକାଇ ରଖିବା ପ୍ରସଂଗରେ ରୁଜୁ ମାମଲାର ଫଇସଲା କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ବ୍ୟବସ୍ଥା ସଭାରେ ପାରିତ ହୋଇଥିବା ବିଲ୍‌‌ଗୁଡ଼ିକୁ ରାଜ୍ୟପାଳ ପକାଇ ରଖିପାରିବେ ନାହିଁ ବୋଲି ଉଲ୍ଲେଖ କରିବା ସଂଗେ ସଂଗେ ଏହି ବିଲ୍‌‌ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ୩ମାସ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ସଂକ୍ରାନ୍ତରେ ଉପରାଷ୍ଟ୍ରପତି ଶ୍ରୀଧନକଡ଼ ଓ ସାଂସଦ ଶ୍ରୀଦୁବେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାଂସଦ ଶ୍ରୀଦୁବେଙ୍କ ବକ୍ତବ୍ୟ ତାଙ୍କର ନିଜସ୍ୱ ଏବଂ ଏହା ଶାସନ କ୍ଷମତାରେ ଥିବା ବିଜେପିର ମତ ନୁହେଁ ବୋଲି ଦଳର ସଭାପତି ଜେପି ନଡ୍ଡା ସ୍ପଷ୍ଟୀକରଣ ଦେଇଥିବା ବେଳେ ଉପରାଷ୍ଟ୍ରପତିଙ୍କ ବକ୍ତବ୍ୟ ସଂକ୍ରାନ୍ତରେ କିନ୍ତୁ କିଛି କହିନାହାନ୍ତି। ତେବେ ଏ ଦୁଇଜଣଙ୍କ ବକ୍ତବ୍ୟକୁ ନେଇ ରାଜନୈତିକ ସ୍ତରରେ ବିବୃତିର ଝଡ଼ ଚାଲିଛି। କିନ୍ତୁ ଜଘନ୍ୟ ହତ୍ୟାକାଣ୍ଡରେ ଅଦାଲତ ଦ୍ୱାରା ଦଣ୍ଡିତ ବ୍ୟକ୍ତିଙ୍କୁ ଯେପରି ବ୍ୟବସ୍ଥାପିକାର ନିର୍ଦ୍ଦେଶନାରେ କାର୍ଯ୍ୟପାଳିକା ‘ରେମିସନ୍‌‌’ ନାମରେ ସୁପର ଅଦାଲତ ସାଜି ମୁକ୍ତ କରୁଛି ସେ ସଂକ୍ରାନ୍ତରେ ମାନ୍ୟବରମାନେ ନିରବ। ଗ୍ରାହମ୍‌‌ ଷ୍ଟେନ୍‌‌, ଜେସିକା ଲାଲ୍‌‌, ବିଲ୍‌‌କିସ୍‌‌ ବାନୋ ଆଦି ମାମଲାର କୁଖ୍ୟାତ ଅପରାଧିମାନଙ୍କୁ କାରାମୁକ୍ତ କରିବାକୁ ଦରଦ ଦେଖାଗଲା, କିନ୍ତୁ ମୟୂରଭଞ୍ଜର ଦରିଦ୍ର ଆଦିବାସୀ ଯୁବକ ଲକ୍ଷ୍ମଣଙ୍କୁ ଫାଶୀ ଖୁଣ୍ଟରୁ ମୁକୁଳାଇବା ପାଇଁ କେହି ଆଗ୍ରହୀ ନଥିଲେ।

ଅବଶ୍ୟ ଉପରାଷ୍ଟ୍ରପତି ଓ ସାଂସଦ ଶ୍ରୀଦୁବେ ବିଚାର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଆଉ ଏକ ପ୍ରଶ୍ନ ଛିଡ଼ା କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ସରକାରୀ ବାସଭବନରୁ କୋଟି କୋଟି ଟଙ୍କା ମିଳିବା ପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯିବା ସହିତ ସମ୍ପୃକ୍ତ ବିଚାରପତିଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରାଯାଇଛି। ଏହି ଘଟଣାରେ ଉପରାଷ୍ଟ୍ରପତି ଓ ସାଂସଦ ଉଦ୍‌‌ବେଗ ପ୍ରକାଶ କରିବା ସ୍ୱାଭାବିକ। ତେବେ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ବିଚାରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା କେଉଁଠି? କାର୍ଯ୍ୟପାଳିକାରେ ଦୁର୍ନୀତି ବ୍ୟାଧି ବ୍ୟାପୁଥିବା ବେଳେ ସଂସଦ ଓ ବିଧାନସଭାରେ ହଟ୍ଟଗୋଳକୁ ରୋକିବା ପାଇଁ ମନା କରୁଛି କିଏ? ନ୍ୟାୟପାଳିକାକୁ ନିରପେକ୍ଷ, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛ ରଖିବାରେ ଅସୁବିଧା କେଉଁଠି? ସରକାରଙ୍କ ପ୍ରଣୀତ କୌଣସି ଆଇନ୍‌‌କୁ ଅସାମ୍ବିଧାନିକ / ବେଆଇନ୍‌‌ ଘୋଷଣା କରିବା କ୍ଷମତା ନ୍ୟାୟପାଳିକାର ରହିଛି। ସ୍ଥଳବିଶେଷରେ ତର୍ଜମା ପାଇଁ ବି ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଥାଏ। ସୁପ୍ରିମକୋର୍ଟଙ୍କ ରାୟ ଉପରେ ‘ରିଭ୍ୟୁ’ କିମ୍ବା ‘କ୍ୟୁରେଟିଭ୍‌‌’ ପିଟିସନ୍‌‌ ଦାଖଲର ବ୍ୟବସ୍ଥା ଅଛି। ଅନ୍ତରୀଣ ଆଦେଶ ହଟାଇବା ଲାଗି ମଧ୍ୟ ଆଇନ୍‌‌ରେ ପ୍ରାବଧାନ ରହିଛି। ତେବେ ଆଇନ୍‌‌ଗତ ବ୍ୟବସ୍ଥାରେ ନଯାଇ ଚାଲିଛି ବିଚାର ବ୍ୟବସ୍ଥା ବିରୋଧରେ ବିବୃତି ଯୁଦ୍ଧ।

କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ସାମ୍ବିଧାନିକ ଲକ୍ଷ୍ମଣ ରେଖା ଟପିଲେ ନ୍ୟାୟପାଳିକା ତାହାର ନିୟନ୍ତ୍ରଣ କରିଥାଏ। ସୁପ୍ରିମକୋର୍ଟଙ୍କୁ ତ ସମ୍ବିଧାନର ଗାର୍ଡିଆନ୍‌‌ ବୋଲି କୁହାଯାଏ। ସେହିଭଳି ନ୍ୟାୟପାଳିକାର କୌଣସି ବିଚାରପତି ସୀମା ସରହଦ ଟପିଲେ ତାଙ୍କୁ ବି ସଂସଦ ସାମ୍ବିଧାନିକ ପ୍ରକ୍ରିୟାରେ ପଦବୀରୁ ଅନ୍ତର କରିଥାଏ। ବହୁ ଭାବିଚିନ୍ତି ସମ୍ବିଧାନ ପ୍ରଣେତାମାନେ ଏସବୁ ବ୍ୟବସ୍ଥା ରଖିଯାଇଛନ୍ତି। ଆମ ସମ୍ବିଧାନ ଦେଇଥିବା ବାକ୍‌‌ ସ୍ୱାଧୀନତା ଅନ୍ୟ କାହାକୁ ଗାଳି ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ। ତିନୋଟିଯାକ ସ୍ତମ୍ଭ ନିଜର ମର୍ଯ୍ୟାଦା ରକ୍ଷା କରିବା ସହିତ ଅନ୍ୟ ସ୍ତମ୍ଭର ମର୍ଯ୍ୟାଦା ବଢ଼଼ାଇଲେ ଆମ ବ୍ୟବସ୍ଥା ସୁଦୃଢ଼ ହେବ। କିନ୍ତୁ ଏହା ପରିବର୍ତ୍ତେ ସୀମା ସରହଦ ବାହାରକୁ ଯାଇ ପରସ୍ପର ପ୍ରତି କାଦୁଅ ଫିଙ୍ଗିଲେ ବ୍ୟବସ୍ଥା କଳୁଷିତ ହୋଇଯିବ। ଏହି ତିନିସ୍ତମ୍ଭର ରକ୍ଷାକର୍ତ୍ତାମାନେ ନିଜ ନିଜକୁ ମାଲିକ ନଭାବି ଜନସାଧାରଣଙ୍କ ସେବକ ଭାବେ ନିଷ୍ଠା ଓ ନୈତିକତାର ସହ ଦାୟିତ୍ୱ ନିର୍ବାହ କଲେ ଦେଶର ପ୍ରଭୂତ କଲ୍ୟାଣ ହେବ ଏବଂ ତାହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମୃଦ୍ଧ କରିବ। ମାନ୍ୟବରମାନଙ୍କୁ ଲୋକେ ଏହା ଚେତାଇବା ଦରକାର। କାରଣ ଆମ ବ୍ୟବସ୍ଥାରେ ଜନଗଣ ହିଁ ସବୁଠାରୁ ବଡ଼।

ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫

26 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର