ଲୋକପ୍ରିୟ ଗଣଉତ୍ସବ: ଦଣ୍ଡ ନାଟ

The Sakala Picture
Published On

ଦଣ୍ଡ ନାଟ ଏକ ପ୍ରାଚୀନ ତଥା ବହୁଳ ପ୍ରସାରିତ ଲୋକନାଟ୍ୟ। ଚୈତ୍ର ମାସରେ ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥାଏ। ଦଣ୍ଡ ନାଟକୁ ଆଦିବାସୀ ଓ ଅଣ-ଆଦିବାସୀ ସଂସ୍କୃତିର ମିଳନ ସେତୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ନାଟରେ ଉଭୟ ଆଦିବାସୀ ଓ ଅଣ-ଆଦିବାସୀମାନେ ଭାଗ ନେଇଥା’ନ୍ତି। ଏହାର ଉପାସନା ପଦ୍ଧତିରେ ହିନ୍ଦୁ ତାନ୍ତ୍ରିକ ଧାରା ପରିଦୃଷ୍ଟ ହେଉଥିବା ବେଳେ ଅଭିନୟ ଭାଗଟି ଆଦିବାସୀ ସଂସ୍କୃତି ପ୍ରଭାବିତ ହୋଇଥିବା ଦେଖାଯାଏ। ଓଡ଼ିଶାର ବିଭିନ୍ନ […]

ଦଣ୍ଡ ନାଟ ଏକ ପ୍ରାଚୀନ ତଥା ବହୁଳ ପ୍ରସାରିତ ଲୋକନାଟ୍ୟ। ଚୈତ୍ର ମାସରେ ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥାଏ। ଦଣ୍ଡ ନାଟକୁ ଆଦିବାସୀ ଓ ଅଣ-ଆଦିବାସୀ ସଂସ୍କୃତିର ମିଳନ ସେତୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ନାଟରେ ଉଭୟ ଆଦିବାସୀ ଓ ଅଣ-ଆଦିବାସୀମାନେ ଭାଗ ନେଇଥା’ନ୍ତି। ଏହାର ଉପାସନା ପଦ୍ଧତିରେ ହିନ୍ଦୁ ତାନ୍ତ୍ରିକ ଧାରା ପରିଦୃଷ୍ଟ ହେଉଥିବା ବେଳେ ଅଭିନୟ ଭାଗଟି ଆଦିବାସୀ ସଂସ୍କୃତି ପ୍ରଭାବିତ ହୋଇଥିବା ଦେଖାଯାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ବୌଦ୍ଦ, ବଲାଙ୍ଗୀର, ସମ୍ୱଲପୁର, ସୋନପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଳାହାଣ୍ଡିରେ ଦଣ୍ଡ ନାଟ ପ୍ରଥା ପ୍ରଚଳିତ ଥିଲେ ହେଁ ଗଞ୍ଜାମରେ ଏହାର ସ୍ୱତନ୍ତ୍ର ରୂପ ଲକ୍ଷ୍ୟ କରାଯାଏ।

ଦଣ୍ଡ ନାଟର ଉତ୍ପତ୍ତି ସମ୍ପର୍କରେ ଅଞ୍ଚଳଭେଦରେ ଅନେକ ପୌରାଣିକ ଆଖ୍ୟାନ ଓ ବିଶ୍ୱାସ ରହିଛି। ଫୁଲବାଣୀ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଗ୍ରାମ ଏକ ପ୍ରସିଦ୍ଧ ଶୈବକ୍ଷେତ୍ର। ଏଠାରେ ଶିବ ବିରୁପାକ୍ଷ ନାମରେ ପୂଜିତ ଏବଂ ଉଭୟ ଫୁଲବାଣୀ ଓ ଗଞ୍ଜାମ ଜିଲ୍ଲାରେ ଆଦୃତ। ଏଠାରୁ ଦଣ୍ଡ ନାଟର ଉତ୍ପତ୍ତି ହୋଇ ଗଞ୍ଜାମ ଜିଲ୍ଲାକୁ ପରିବ୍ୟାପ୍ତ ହୋଇଥିବା ଜନଶ୍ରୁତି ରହିଛି। ଲୋକବିଶ୍ୱାସ ଅନୁସାରେ ଚଢ଼େୟା ଓ ତେରଭୁକ୍ତା କଳିଯୁଗରେ ଚକାପାଦରେ ଜନ୍ମଗ୍ରହଣ କରି ଚକାପାଦ ବିରୁପାକ୍ଷଙ୍କଠାରୁ ବରପ୍ରାପ୍ତ ହୋଇ ଗାଲେରୀ ଗ୍ରାମରେ ଦଣ୍ଡ ଯାତ୍ରା କରି ସ୍ୱର୍ଗପ୍ରାପ୍ତି ହୋଇଥିଲେ। ଏହିଦୃଷ୍ଟିରୁ ଗଞ୍ଜାମର ଗାଲେରୀ ଦଣ୍ଡ ସର୍ବପ୍ରାଚୀନ ଭାବରେ ସମସ୍ତ ଦଣ୍ଡଦଳ ସ୍ୱୀକାର କରନ୍ତି।

ଗ୍ରାମୀଣ ଲୋକଙ୍କର ସହଜ, ସରଳ ତଥା ପ୍ରଗାଢ଼ ବିଶ୍ୱାସ ଉପରେ ଦଣ୍ଡ ନାଟ ପ୍ରତିଷ୍ଠିତ। ମନସ୍କାମନା ପୂର୍ଣ୍ଣ ପାଇଁ, ବିପଦରୁ ଉଦ୍ଧାର ପାଇଁ ଈଶ୍ୱରପାର୍ବତୀଙ୍କୁ ନିଷ୍ଠାର ସହ ଅତ୍ୟନ୍ତ କ୍ଳେଶ ସହି ପୂଜାର୍ଚ୍ଚନା କରିବା ହେଉଛି ଏହାର ପ୍ରଧାନ ଉଦ୍ଦେଶ୍ୟ। ଦଣ୍ଡ ପୂଜାର ସମଗ୍ର ଅବଧି ଏତେ ରୀତି ଓ ନୀତିବଦ୍ଧ ଯେ ସେଥିରେ ସାମାନ୍ୟତମ ଅବହେଳା ପ୍ରତି ଲୋକଙ୍କ ମନରେ ଅତ୍ୟନ୍ତ ଭୟ ଏବଂ ଏଥିପ୍ରତି ଥିବା ବିଶ୍ୱାସକୁ ଦୃଢ଼ୀଭୂତ କରିବାରେ ସହାୟକ ହୋଇଛି। ଅଧିକନ୍ତୁ ଏ ବିଶ୍ୱାସ ଅଦ୍ୟାବଧି ଅକ୍ଷୁଣ୍ଣ ରହିଛି।

ଶିବ ଓ ପାର୍ବତୀ ହେଉଛନ୍ତି ଦଣ୍ଡ ନାଟର ଉପାସ୍ୟ ଦେବତା। ଦଦଣ୍ଡ ନାଟର ‘କାମନା ଦଣ୍ଡ’ ଦୁଇଟିରୁ ଗୋଟିଏ ରୁଦ୍ର ଅନ୍ୟଟି କାଳୀ। ବିଷୁବ ସଂକ୍ରାନ୍ତିର ୧୩/୨୧ ଦିନ ପୂର୍ବରୁ ଦଣ୍ଡ ନାଟ ଆରମ୍ଭ ହୋଇ ବିଷୁବ ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ଦିନ ଏହା ଉଦ୍‌‌ଯାପିତ ହୁଏ। ଦଣ୍ଡକୃତ ପାଇଁ ପ୍ରଭା, ନାଗ, ଫାଶ, ଦଣ୍ଡ, ଗୌରୀ ବେତ, ମୟୂର ପିଛ, ବାନା, କଷାୟ ବସ୍ତ୍ର, ଢୋଲ, ଘଣ୍ଟ, ମହୁରୀ, କାହାଳୀ ଓ ପତାକା ଆବଶ୍ୟକ। ଏଥିରେ ଜଣେ ‘ପାଟ ଭୋକ୍ତା’ ବା ‘ପାଟ ଦଣ୍ଡୁଆ’ ଓ ଅନ୍ୟ ତେର ଜଣ ଭୋକ୍ତା ଥାଆନ୍ତି। ଏହାବ୍ୟତୀତ ଅନେକ ମାନସିକ କରିଥିବା ବ୍ୟକ୍ତି ମଧ୍ୟ ଏଥିରେ ମିଶି ୧୩ ଦିନ କାଳ ସମସ୍ତେ ସମ ଭାବରେ ରୁହନ୍ତି। ମେରୁ ସଂକ୍ରାନ୍ତି ପରେ ନିଜ ନିଜ ଘରକୁ ଫେରନ୍ତି। ଦଣ୍ଡ ନାଟରେ ଯେଉଁ ବ୍ୟକ୍ତିମାନେ ମାନସିକ ବ୍ରତ ନେଇ ଅଂଶଗ୍ରହଣ କରିଥା’ନ୍ତି, ମୁଖ୍ୟତଃ ଯାତ୍ରା ଆରମ୍ଭ ପୂର୍ବ ଦିନ ମଧ୍ୟରାତ୍ରିରେ ଗେରୁଆ ବସ୍ତ୍ର ପତାକା ଫୁଲ ଚନ୍ଦନ ନେଇ ଯିବା ବେଳେ ପତ୍ନୀ ଦାଣ୍ଡଦୁଆରେ ପୂର୍ଣ୍ଣକୁମ୍ଭ ବସାଇ ପ୍ରଦୀପ ଜାଳି ଶୁଭ ମନାସି ସ୍ୱାମୀଙ୍କର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ନିଷ୍ଠାର ସହ ମାନି ଚଳନ୍ତି। ମାନସିକ ବ୍ରତଧାରୀମାନେ ‘କାମନା ଘର’ ଠାରେ ଏକାଠି ହୁଅନ୍ତି। ସେଠାରେ ଦଣ୍ଡ ଯାତ୍ରାର ସମସ୍ତ ସାମଗ୍ରୀ ରଖାଯାଏ। ଦଣ୍ଡ ନାଟ ଆରମ୍ଭ ଦିନ ରାତିଅର୍ଦ୍ଧ ସମୟରେ ଭୋକ୍ତାମାନେ ପୋଖରୀକୁ ଯାଇ ପାଣି ତୋଳି ସଂକଳ୍ପ ପଇତା ଧାରଣ କରନ୍ତି। ‘କାମନା ଘରେ’ ପୂର୍ବ ବର୍ଷଠାରୁ ରଖା ଯାଇଥିବା ‘ଚାରି ମୁଠା ଦଣ୍ଡ’ ଓ ‘ବେତ’କୁ ବାହାର କରାଯାଏ। ଏହି ବେତର ବିଶେଷତ୍ୱ ହେଉଛି ତିନି ହାତ ଅଧେ ଲମ୍ୱ ଓ ତେର ଗଣ୍ଠି ବିଶିଷ୍ଟ। ଏହାକୁ ‘ଗୌରୀ ବେତ’ କୁହାଯାଏ। ଏହି ବେତ ଦେହରେ ଛିଟ ବନ୍ଧା ଯାଏ। ତମ୍ୱା ବା ରୁପାରେ ତିଆରି ସର୍ପ ଏଥିସହିତ ସଂଯୁକ୍ତ କରି ପୋଖରୀରେ ମହାସ୍ନାନ କରାଯାଏ। ତା’ପରେ ଭୋକ୍ତାମାନେ ସ୍ନାନ କରି ‘ସଂକଳ୍ପ ପଇତା’ ଧାରଣ କରନ୍ତି। ଏହି ପ୍ରଥମ ଦିନର ପୂର୍ବ ଦିନ ଏମାନେ ଥରେ ଅରୁଆ ଅନ୍ନ ଓ ପଣା ପ୍ରସାଦ ଗ୍ରହଣ କରିଥା’ନ୍ତି। ଦିନ ଓ ରାତିରେ ଦେବାଳୟରେ ବିଶ୍ରାମ ନିଅନ୍ତି। ଦଣ୍ଡ ନାଟ ଆରମ୍ଭ ଦିନ ଶିବ ମନ୍ଦିରରେ ହୋମଯଜ୍ଞ ହୁଏ। ଦୁଇଖଣ୍ଡ ବାଉଁଶ କାଠକୁ ଘର୍ଷଣ କରି ଅଗ୍ନି ଜାତ କରାନ୍ତି। ଏହାକୁ ‘ଶିବାଗ୍ନି’ କୁହାଯାଏ। କୁଶ ବା ପାଳରେ ତିଆରି ଚମ୍ପା ବରରେ ‘ଶିବାଗ୍ନି’ ରୋପଣ କରି ତେର ଦିନ ପର୍ଯ୍ୟନ୍ତ ରଖା ଯାଇଥାଏ। କାଳୀଙ୍କ ଚିତ୍ରପଟ୍ଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୂର ପୁଚ୍ଛ ପତାକା ଆଦି ପୂଜା ପରେ ଦଣ୍ଡ ଯାତ୍ରା ଆରମ୍ଭ ହୁଏ।

ପ୍ରଥମ ଦିନ ‘କାମନା ଘର’ ନିକଟରେ ଦଣ୍ଡ ନାଟ ହୁଏ। ତା ’ପରେ ନିମନ୍ତ୍ରଣ ଅନୁସାରେ ବିଭିନ୍ନ ଗ୍ରାମ ଓ ସହରମାନଙ୍କରେ ନାଟ ହୋଇଥାଏ। ମାନସିକ ଧାରୀ ଦଣ୍ଡ ଯାତ୍ରା ଦଳକୁ ବରଣ କରିଥା’ନ୍ତି। ତା’ପରେ ଦଣ୍ଡ ଯାତ୍ରା ଦଳ ସେଠାକୁ ଯାଇ ଜଳ ରୋପଣ କରି ବୀଣାକାର ଗୀତ ଗାଆନ୍ତି। ଦଣ୍ଡ ନାଟର ବୀଣାକାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ବୀଣା ବଜାଇ ବିଭିନ୍ନ ବନ୍ଦନା ଗାନ ସହ ଦଣ୍ଡ ମହିମା ପ୍ରଚାର କରନ୍ତି। ବୀଣାକାର ଦ୍ୱାରା ଗାନ ହେଉଥିବା ସଂସ୍କୃତ ଶ୍ଳୋକର ଓଡ଼ିଆ ଗୀତାନୁବାଦ ପଞ୍ଚମୁଖ ଶିବ ବନ୍ଦନାର ଶେଷ ପଦଟି ଏହିପରି –

ପଶ୍ଚିମ ଉତ୍ତର ପୂର୍ବ ଦକ୍ଷିଣ ଆକାଶକୁ ମିଶି ପଞ୍ଚ ବଦନ, ଏକ ଶ୍ଳୋକେ ପଞ୍ଚମୁଖ ବନ୍ଦନ / କରି ଜଣାଏ ଶିବ ସନ୍ନିଧାନ, ପାପ ମୋ କର ମୋଚନ / କୈଳାଶ ବିହାରୀ ପୟରେ ଗୁହାରି ହେ କୃପାସିନ୍ଧୁର ବଚନ।

ଦ୍ୱିପହର ପ୍ରଚଣ୍ଡ ଖରାରେ ଆସି ଯେଉଁ ‘ଧୂଳି ଦଣ୍ଡ’ ଖେଳା ଯାଏ, ସେଥିରେ ଚାଷବାସ ବ୍ୟବସ୍ଥାର ସମସ୍ତ ଘଟଣାବଳୀକୁ ଭୋକ୍ତାମାନେ ଅନୁଷ୍ଠିତ କରିଥା’ନ୍ତି। ପାଟ ଭୋକ୍ତା ଡାକ ଦିଅନ୍ତି – ‘ହେ ଭଗତେ! ଅନ୍ୟମାନେ ଉତ୍ତର ଦିଅନ୍ତି – ହୋ! କାହିଁ ଆସିଛ?‘ ମଣିମାଙ୍କ ସେବା ପାଇଁ। ଏଥିରେ ଫଳ କ’ଣ? ମନକାମନା ପୂରଣ ହେବ। ଆଚ୍ଛା ହେଉ ସେବା ଆରମ୍ଭ କର।’ ସେବା ଆରମ୍ଭ ହୁଏ। ଜମି ଚାଷ କରିବା କାମ। ଭୁକ୍ତା ମାନେ ଶୋଇ କରି କ୍ଷେତ ଅନୁରୂପ ତିଆରି କରନ୍ତି। ପୁଣି ଦୁଇଜଣ ହାତ ଛନ୍ଦି ଠିଆ ହେବେ। ଆଉ ଜଣେ ସେହି ଛନ୍ଦା ହାତରେ ଆଣ୍ଠୁ ଭାରା ଦେଇ ଅନ୍ୟ ଏକ ଗୋଡ଼ ତଳକୁ ଲମ୍ୱାଇ ଲଙ୍ଗଳ ପରି ଧୂଳିରେ ଗାର କାଟିବେ। ଏ ହେଲା ଚାଷର ଅନୁକରଣ। ଏହାପରେ ଧାନ ବୁଣିବା। ଏହିପରି ପ୍ରତ୍ୟେକ କାମ ଶେଷରେ ପାଟ ଭୁକ୍ତା ଡାକ ଦେଉଥିବେ – ‘ହୋ ଭଗତେ! ହଁ ! ଏ ସେବା ଛାଡ଼ି ଅନ୍ୟ ସେବା କର।’ ଏହିପରି ଚାଷ କାର୍ଯ୍ୟର ବାକିଥିବା କର୍ମମାନ ଗୋଟି ଗୋଟି କରି ହୋଇଥାଏ। ତା’ପରେ ଲୁଗାବୁଣା, ମନ୍ଦିର ନିର୍ମାଣ, କୂପ ଖନନ ଆଦି ସମାଜରେ ପ୍ରଚଳିତ କର୍ମମାନ ଅନୁକରଣ କରାଯାଇଥାଏ। ଏହି କର୍ମମାନ ଅନୁଷ୍ଠିତ ହେଉଥିବା ବେଳେ ମଝିରେ ମଝିରେ ଭୋକ୍ତାମାନେ ଢୋଲ, ଝାଞ୍ଜ, ମହୁରୀ ବାଜଣା ସହିତ ସମସ୍ୱରରେ କହିଥା’ନ୍ତି – ‘କପିଳାସ କନ୍ଦରୁ ଯୋଗନିଦ୍ରା ଭାଜିବାକୁ ଅବଧାନ ହେଉ ମଣିମା। କଳାରୁଦ୍ର ମଣି ଭଜ ହେ…’। ତା’ପରେ ଦିଅଁଙ୍କୁ ଧରି ପୋଖରୀ କୂଳକୁ ‘ଜଳ ଦଣ୍ଡ’ କରିବାକୁ ଚାଲନ୍ତି। ଛଅ ଆଙ୍ଗୁଳି ଲମ୍ୱର ଆମ୍ୱ ଡାଳରେ ଭୋକ୍ତାମାନେ ଦାନ୍ତ ଘଷି ସ୍ନାନ ସାରି ଜଳାଶୟ ମଧ୍ୟରେ ତେର ଥର ବୁଡ଼ି ତେର ଅଞ୍ଜୁଳା ବାଲି ଆଣି ଶିବଲିଙ୍ଗ ପ୍ରତିଷ୍ଠା କରନ୍ତି। ସାଙ୍ଗରେ ନେଇଥିବା ମାଟି ଘଟରେ ଜଳ ପୂର୍ଣ୍ଣ କରାଯାଏ।

‘ଚାରିଦଣ୍ଡ’ ହେଉଛି ମାଟିରେ ତିଆରି କରି ପୋଡ଼ା ଗଲା ପରେ ସେଥିମଧ୍ୟରେ ପାଳ, କୁଟା ଭର୍ତ୍ତି କରି ଅଗ୍ନି ସଂଯୋଗ କରାଇ ପୋଖରୀ କୂଳରେ ପ୍ରଥମ ‘ହକ’ ଦିଆଯାଏ। ବିଭିନ୍ନ ଉପଚାରରେ ପୂଜାର୍ଚ୍ଚନା କରାଯାଏ। ତା’ପରେ ଖଇ, ନବାତ, କଦଳୀ ମିଶ୍ରିତ ପଣା ଠାକୁରଙ୍କ ପୂଜା ପରେ ସମସ୍ତ ଭୋକ୍ତା ପ୍ରସାଦ ସେବନ କରନ୍ତି। ଏହାପରେ ପ୍ରଚଳିତ ବିଧି ଅନୁସାରେ ଝୁଣା ମାରି ମାରି କର୍ତ୍ତାଙ୍କ ଦୁଆରକୁ ଯାଇ ‘ପତନି ବନ୍ଧା’ ସାରି ବିଶ୍ରାମ ସ୍ଥାନକୁ ଯାଆନ୍ତି। ବାଟରେ ଗଲାବେଳେ ପିଲାଠାରୁ ବଡ଼ଙ୍କ ଯାଏ ଗୁହାରିଆ ପଡ଼ିଥିଲେ, ସେମାନଙ୍କର ମଙ୍ଗଳ କାମନା କରାଯାଇ ‘ହକ’ ଦିଆଯାଏ। ସନ୍ଧ୍ୟା ସମୟରେ ବିଶ୍ରାମ ସ୍ଥାନରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଦଣ୍ଡ ବ୍ରତ ପାଳନରେ ଭକ୍ତମାନଙ୍କର କାହାର କ’ଣ ଦୋଷ ଥିଲେ, ତାହାକୁ ତାଙ୍କ ଦେହରେ ପ୍ରବେଶ କରି ସତ୍ୟ ଘଟଣାଗୁଡ଼ିକ ତାଙ୍କ ମୁହଁରେ ପ୍ରକାଶ କରାନ୍ତି ବୋଲି ବିଶ୍ୱାସ ରହିଛି। ଦୋଷ ସ୍ୱୀକାର ପୂର୍ବକ ଭୋକ୍ତାମାନେ ଝୁଣାଗ୍ନିରେ ଶରୀର ଶୁଦ୍ଧ କରାଇ ନୂତନ ଉପବୀତ ଧାରଣ କରନ୍ତି ଏବଂ ଦାନ୍ତରେ ତୃଣ ଧରି କ୍ଷମା ମାଗନ୍ତି।

ରାତ୍ରି ସମୟରେ ଭୋକ୍ତାମାନେ ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ଚୁଲା ନିର୍ମିତ କରାଯାଇ ଚମ୍ପା ବରର ଅଗ୍ନି ନେଇ ଚୁଲା କାଠରେ ସଂଯୋଗ କରନ୍ତି। ଗୋଡ଼ି, ମାଟି, ଧାନ ପ୍ରଭୃତି ନଥିବା ଅରୁଆ ଚାଉଳର ଅନ୍ନ ଓ ମୁଗଜାଇ, କଞ୍ଚା କଦଳୀ, ବାଇଗଣ, କଖାରୁ ପ୍ରଭୃତି ଅକଟା ପରିବା ଓ ଅବଟା ମସଲାରେ ଡାଲମା ପ୍ରସ୍ତୁତ ହୁଏ। ମଧ୍ୟରାତ୍ରିର ନିଶବ୍ଦ ପ୍ରହରରେ ଅନ୍ନ ଓ ଡାଲମା ଶିବକାଳୀଙ୍କ ପାଖରେ ଭୋଗଲାଗି ପରେ ଢୋଲ, ଘଣ୍ଟ, ମହୁରୀ ବାଦ୍ୟ ଶବ୍ଦ ମଧ୍ୟରେ ଭୋକ୍ତାମାନେ ପ୍ରସାଦ ସେବନ କରନ୍ତି। ଏହି ସମୟରେ କୌଣସି ଅନ୍ୟ ଶବ୍ଦ ଏପରିକି କାଉ କୋଇଲିର ଶବ୍ଦ ଶୁଣିଲେ ବା ପ୍ରସାଦରୁ ମାଟି ଗୋଡ଼ି ବାହାରିଲେ ଭୋକ୍ତାମାନେ ପ୍ରସାଦ ଗ୍ରହଣ କରନ୍ତି ନାହିଁ। ସାରା ଦିନରେ ଥରେମାତ୍ର ଭୋଜନ କରୁଥିବାରୁ ଶୃଙ୍ଖଳା ଓ ଶୁଦ୍ଧତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ। ପ୍ରସାଦ ସେବନ କରିବା ପରେ ରାତ୍ରିର ନିକାଞ୍ଚନ ମୁହୂର୍ତ୍ତରେ ଦଣ୍ଡ ଦଳ କର୍ତ୍ତାଙ୍କ ଦାଣ୍ଡ ଅଭିମୁଖେ ଝାଞ୍ଜ, ଢୋଲ ଓ ମହୁରୀର ତାଳେ ତାଳେ ପିଞ୍ଚ ମୁଠା ଓ ବାନା ବାଡ଼ି ହଲାଇ ହଲାଇ ସମସ୍ୱରରେ ‘କଳାରୁଦ୍ର ମଣିକି ଭଜ ହେ…’ ଡାକି ଡାକି ଚାଲନ୍ତି। ଏହି ସମୟରେ ଦୁଇ ଜଣ ଭୁକ୍ତା ଅଗ୍ନି ଦଣ୍ଡରେ ଝୁଣା ମାରି ମାରି ବାଦ୍ୟର ତାଳେ ତାଳେ ନାଚି ନାଚି ଯାଆନ୍ତି।ଏ ଠାରେ କାଳିକା ନୃତ୍ୟ ପ୍ରଥମେ ଅନୁଷ୍ଠିତ ହୋଇଥାଏ। ପ୍ରଭଧାରୀ ଭୋକ୍ତାଙ୍କୁ କଳା ପୋଷାକ ପିନ୍ଧାଇ, କଳା କନା ମଣ୍ଡରେ ବାନ୍ଧି ଓ ରକ୍ତ ସିନ୍ଦୂର କପାଳରେ ଲଗାଇ କାଳୀ ପ୍ରଭା ଧାରଣ କରାନ୍ତି। ଅଗ୍ନି ଦଣ୍ଡରେ ଝୁଣା ଦ୍ୱାରା ଅଗ୍ନି ପ୍ରୟୋଗ ଓ ଢୋଲ ବାଦ୍ୟର ତାଳେ ତାଳେ ତାଣ୍ଡବ ନୃତ୍ୟରେ କାଳିକା ପ୍ରସନ୍ନ ହୁଅନ୍ତି। ତା’ପରେ ସେହି ଭୋକ୍ତା ଚେତାଶୂନ୍ୟ ହୁଅନ୍ତି। କାଳୀ ପ୍ରଭା ବାହାର କରିବାର କିଛି ସମୟ ପରେ ଚେତା ଫେରି ଆସେ। ଏହାପରେ ଚଢ଼େୟା ନାଚ କରିବାର ପରମ୍ପରା ରହିଛି।

ଦଣ୍ଡ ନାଟ ସୁଆଙ୍ଗ ଦ୍ୱାରା ପରିପୁଷ୍ଟ। ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ ଶୈଳୀକୁ ସୁଆଙ୍ଗ କୁହାଯାଏ। ତେବେ ପ୍ରତ୍ୟେକ ସୁଆଙ୍ଗର ମୂଳ ଚିନ୍ତାଧାରା ଶିବପାର୍ବତୀଙ୍କ ମହତ୍ତ୍ୱ ପ୍ରତିପାଦନ ଦ୍ୱାରା ସାଧାରଣ ଜନତା ମଧ୍ୟରେ ଧର୍ମୀୟ ଚେତନା ଜାଗ୍ରତ କରାଇବା। କାଳକ୍ରମେ ଏହା ଅଧିକ ମନୋରଞ୍ଜନ ପାଇଁ ବିଭିନ୍ନ ପୌରାଣିକ, ଐତିହାସିକ, ସାମାଜିକ ବିଷୟ ବସ୍ତୁ ଆଧାରରେ ଅପେରା ଯାତ୍ରା କରାଯାଉଛି। ଆଧୁନିକତାକୁ ଗ୍ରହଣ କରି ନେଇଥିଲେ ମଧ୍ୟ ଏହାର ମୌଳିକ ରୂପଟି ଏଯାବତ୍‌‌ ଅକ୍ଷୁଣ୍ଣ ରଖିଥିବାରୁ ଏହାର ଲୋକପ୍ରିୟତା ଅଧିକ। ଏହାଛଡ଼ା ସାମ୍ୟ, ମୈତ୍ରୀ ଓ ସହାବସ୍ଥାନର ସନ୍ଦେଶ ବହନକାରୀ ଏକାନ୍ତ ଭାବେ ମୌଳିକ ଏବଂ ପ୍ରାଣରେ ଅତ୍ୟନ୍ତ ଲୋକଧର୍ମୀ, ଆଧ୍ୟାତ୍ମିକ ବିଶ୍ୱାସ ଉପରେ ପ୍ରତିଷ୍ଠିତ ଏଇ ଲୋକନୃତ୍ୟଟି ଏ ଯାବତ୍‌‌ ପ୍ରଚଳିତ।

ଦଣ୍ଡ ନାଚର ଶେଷ ଦିବସକୁ ‘ମେରୁ’ କୁହାଯାଏ। ଏହି ମେରୁ ଶବ୍ଦ କନ୍ଧ ମାନଙ୍କର ‘ମେରିଆ’ ଶବ୍ଦର ରୂପାନ୍ତର ବୋଲି ଗବେଷକମାନେ ମତ ଦିଅନ୍ତି। ଦେବୀ ପୀଠର ନିର୍ଦ୍ଧାରିତ ‘ମେରୁକୁଣ୍ଡ’ର ଦୁଇପାର୍ଶ୍ବରେ ବେଲ କାଠରେ ନିର୍ମିତ ଦୁଇଟି ମେରୁ ଖୁଣ୍ଟି ପୋତା ହୁଏ। ସେହି ଦୁଇ ଖୁଣ୍ଟି ଉପର ଅଂଶକୁ ଅନ୍ୟ ଏକ କାଠରେ ସଂଯୋଗ କରା ଯାଇଥାଏ। ଦଣ୍ଡ ଯାତ୍ରାର ପରମ୍ପରା ଅନୁଯାୟୀ ମେରୁ କୁଣ୍ଡରେ ଯଜ୍ଞ ଆରମ୍ଭ ହୁଏ। କାଳୀ ପ୍ରଭାକୁ କୁଣ୍ଡର ବିପରୀତ ପାର୍ଶ୍ବରେ ୧୩ ହାତ ଦୂରରେ ରଖା ଯାଇଥାଏ। ଷୋଡ଼ଶ ଉପଚାରରେ ପୂଜା କର୍ମ ହୁଏ। ପାଟ ଭୋକ୍ତା ପୁନଃ ସ୍ନାନ କରି ଓଦା ବସ୍ତ୍ରରେ ଆସି କାଳୀଙ୍କୁ ଦର୍ଶନ କରନ୍ତି। ତା’ପର କାଳୀ ପ୍ରସନ୍ନ ହୁଅନ୍ତି। ପାଟଭୋକ୍ତାଙ୍କୁ ମେରୁ ଖୁଣ୍ଟରେ ଝୁଲାଇ ଗୋଡ଼ ଦୁଇଟିକୁ ମେରୁ ଖୁଣ୍ଟରେ ବନ୍ଧା ଯାଏ ଏବଂ ମୁଣ୍ଡ ଠିକ୍‌‌ ମେରୁ କୁଣ୍ଡ ଉପରେ ଝୁଲି ରହେ। ମେରୁ କୁଣ୍ଡର ଅଗ୍ନିରେ ତେର ଥର ଝୁଣା ନିକ୍ଷେପ କରାଯାଏ। ଦଣ୍ଡ ନାଚର ମୂଳ ମନ୍ତ୍ର ‘କଳା ରୁଦ୍ରମଣିକି ଭଜ ହେ…’ ଧ୍ୱନି ଭୋକ୍ତା ଓ ଭକ୍ତମାନଙ୍କ ଦ୍ୱାରା ଢୋଲ, ଘଣ୍ଟ, ଝାଞ୍ଜ, ମହୁରୀ ବାଦ୍ୟ ମଧ୍ୟରେ ନିନାଦିତ ହୁଏ। ଶେଷରେ ମୁଖ୍ୟ ଭୋକ୍ତା ସେହି ମେରୁ ଦଣ୍ଡରେ ଅଚେତ ହୋଇ ପଡ଼ନ୍ତି। ଅନ୍ୟ ଭୋକ୍ତାମାନେ ତାଙ୍କୁ ଜଳ ଘାଟକୁ ନେଇ ଚେତା ଫେରାନ୍ତି। ଏହାକୁ ଦଣ୍ଡ ନାଚର ଅଗ୍ନିପରୀକ୍ଷା କହନ୍ତି। ଏହି ସମୟରେ ବ୍ରତଧାରୀମାନେ ବିଭିନ୍ନ ଫଳ ମେରୁ ମଣ୍ଡପରେ ସମର୍ପଣ କରନ୍ତି। କେତେକ ସ୍ଥାନରେ ଭୋକ୍ତାମାନେ ଅଗ୍ନି ଉପରେ ଚାଲିବା ଦୃଶ୍ୟ ମଧ୍ୟ ଦେଖାଯାଏ। ଏହା ହେଇଛି ଦଣ୍ଡନାଚର ଅନ୍ତିମ ଦୃଶ୍ୟ।

ଦଣ୍ଡନାଚ ଏକ ଗଣପୂଜା। ଅସ୍ପୃଶ୍ୟତା ଦୂରୀକରଣ ଏହାର ଆଦର୍ଶ। ସମସ୍ତେ ଈଶ୍ୱରଙ୍କ ସନ୍ତାନ। ଏହି ଭାବନା ସମସ୍ତଙ୍କ ପାଇଁ ସମାନ ଭାବରେ ଅନୁସୃତ। ଏହାଛଡ଼ା ପରସ୍ପର ମଧ୍ୟରେ ମିତ୍ରତା ଓ ଭ୍ରାତୃତ୍ୱ ବଜାୟ ରଖିବା, ଇନ୍ଦ୍ରିୟ ସଂଯମ ଆଦି ଚିତ୍ତ ଶୁଦ୍ଧି ପ୍ରାୟଶ୍ଚିତ, ବିଭିନ୍ନ କାର୍ଯ୍ୟ ସିଦ୍ଧି ପାଇଁ ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଏହି ଦଣ୍ଡ ବ୍ରତ ପାଳନ କରାଯାଇଥାଏ।

ଲିଙ୍ଗରାଜ ନାହାକ
ବ୍ରହ୍ମପୁର, ମୋ: ୯୪୩୭୫୬୨୯୫୫

09 Apr 2024 By The Sakala

https://www.thesakala.in/sakala-editorial/sakala-article-09-04-2024-1/article-31292
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର