ମାନବ କୈନ୍ଦ୍ରିକ ଜଗତୀକରଣ, ସମାବେଶୀ ଜି-୨୦କୁ ଅନ୍ତିମ ସୋପାନକୁ ନେବାର ଲକ୍ଷ୍ୟ

The Sakala Picture
Published On

‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ, ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର, ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ […]

‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ, ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର, ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଏହି ବିଚାର ମାନବକୈନ୍ଦ୍ରିକ ପ୍ରଗତିର ଆହ୍ୱାନ ରୂପରେ ପ୍ରକଟ ହୋଇଛି। ‘ଏକ ବିଶ୍ୱ’ ରୂପରେ, ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ। ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକ ସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ। କରୋନା ମହାମାରୀ ପରବର୍ତ୍ତୀ ଦୁନିଆ ଏହା ପୂର୍ବର ସମୟଠାରୁ ସମ୍ପୂର୍ଣ୍ଣ ଅଲଗା। ସାମ୍ପ୍ରତିକ ସମୟରେ ଅନେକଗୁଡ଼ିଏ ପରିବର୍ତ୍ତନ ବ୍ୟତୀତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି।

ପ୍ରଥମତଃ, ବିଶ୍ୱ ଏବେ ଜିଡିପି-କେନ୍ଦ୍ରିତ ଦୃଷ୍ଟିକୋଣ ପରିବର୍ତ୍ତେ ମାନବ-କେନ୍ଦ୍ରିତ ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ଏବଂ ଏହି ବାସ୍ତବତାକୁ ଏବେ ସମସ୍ତେ ହୃଦୟଙ୍ଗମ କଲେଣି। ଦ୍ୱିତୀୟତଃ, ବିଶ୍ୱ ଯୋଗାଣ ଶୃଙ୍ଖଳ ବା ଗ୍ଲୋବାଲ ସପ୍ଲାଇ ଚେନ୍ରେ ଦୃଢ଼ତା ଓ ବିଶ୍ୱସନୀୟତାକୁ ସାରା ଦୁନିଆ ଏବେ ଗୁରୁତ୍ୱ ଦେଉଛି। ତୃତୀୟତଃ, ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାର ମାଧ୍ୟମରେ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବାର ସାମୂହିକ ଆହ୍ୱାନ ଏବେ ସାମ୍ନାକୁ ଆସିଛି। ଏସବୁ ପରିବର୍ତ୍ତନରେ ଆମର ଜି-୨୦ ଅଧ୍ୟକ୍ଷତା ଏକ ଉତ୍ପ୍ରେରକ ଭୂମିକା ନିର୍ବାହ କରୁଛି।
ଡିସେମ୍ବର ୨୦୨୨ରେ ଯେତେବେଳେ ଆମେ ଇଣ୍ଡୋନେସିଆଠାରୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲୁ, ସେତେବେଳେ ମୁଁ କହିଥିଲି, ମାନସିକତାରେ ପରିବର୍ତ୍ତନ ଆଣିବାରେ ଜି-୨୦ ଏକ ବାହକ ହେବା ଉଚିତ୍। ବିକାଶଶୀଳ ଦେଶ, ଦକ୍ଷିଣ ବିଶ୍ୱ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶଗୁଡ଼ିକର ଅବହେଳିତ ଆକାଂକ୍ଷାକୁ ମୁଖ୍ୟଧାରାକୁ ଆଣିବା ଲାଗି ଏହାର ବିଶେଷ ଆବଶ୍ୟକତା ରହିଛି ।

ଏହି ଲକ୍ଷ୍ୟ ନେଇ ଭାରତ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଟ୍’ ଆୟୋଜନ କରିଥିଲା ଏବଂ ଏଥିରେ ୧୨୫ଟି ଦେଶ ଭାଗ ନେଇଥିଲେ। ଏହା ଭାରତ ଅଧ୍ୟକ୍ଷତା ଅଧୀନରେ ଆୟୋଜନ କରାଯାଇଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ମଧ୍ୟରୁ ଗୋଟିଏ ଥିଲା। ଦକ୍ଷିଣ ବିଶ୍ୱ ରାଷ୍ଟ୍ରମାନଙ୍କଠାରୁ ସେମାନଙ୍କ ବିଚାର, ଅନୁଭୂତି ଜାଣିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ଥିଲା। ଏହାବ୍ୟତୀତ, ଆମ ଅଧ୍ୟକ୍ଷତା ଅଧୀନରେ କେବଳ ଆଫ୍ରିକୀୟ ଦେଶମାନଙ୍କର ବର୍ତ୍ତମାନ ସୁଦ୍ଧା ସବୁଠ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା। ଜି-୨୦ର ଏକ ସ୍ଥାୟୀ ସଦସ୍ୟ ରୂପରେ ଆଫ୍ରିକୀୟ ସଂଘକୁ ସାମିଲ କରିବା ଉପରେ ମଧ୍ୟ ଭାରତ ଜୋର୍ ଦେଇଛି।

ଆମ ଦୁନିଆ ପରସ୍ପର ସହ ଯୋଡ଼ି ହୋଇ ରହିଛି। ଏହାର ଅର୍ଥ ହେଉଛି ବିଭିନ୍ନ କ୍ଷେତ୍ରରେ ଆମ ସମସ୍ୟାଗୁଡ଼ିକ ମଧ୍ୟ ପରସ୍ପର ସହ ଯୋଡ଼ି ହୋଇ ରହିଛି। ବର୍ତ୍ତମାନ ୨୦୩୦ ଏଜେଣ୍ଡାର ମଧ୍ୟବର୍ତ୍ତୀ କାଳ ଚାଲିଛି ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ବାଟବଣା ହେବାକୁ ନେଇ ଅନେକ ଦେଶ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏସଡିଜି ଉପରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି ଜି-୨୦ ୨୦୨୩ କାର୍ଯ୍ୟ ଯୋଜନା ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିବ। ଏହାଦ୍ୱାରା ଏସଡିଜି ହାସଲ କରିବା ପାଇଁ ବାଟ ସଫା ହେବ।

ଭାରତ ପ୍ରାଚୀନ କାଳରୁ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ଆଗକୁ ବଢ଼ିବାର ଆଦର୍ଶକୁ ଗ୍ରହଣ କରି ଆସିଛି। ଆଧୁନିକ ଯୁଗରେ ମଧ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଆମେ ନିଜର ଯୋଗଦାନ ଦେଉଛୁ। ଦକ୍ଷିଣ ବିଶ୍ୱର ଅନେକ ଦେଶ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି ଏବଂ ଏହି ସମୟରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ ରଖାଯିବା ଉଚିତ୍। ଜଳବାୟୁ କାର୍ଯ୍ୟାନୁଷ୍ଠାନର ଆକାଂକ୍ଷା ସହିତ ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ। ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିବା ଲାଗି ଆମକୁ କଟକଣାଯୁକ୍ତ ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ। ‘କ’ଣ କରାଯିବା ଉଚିତ୍ ନୁହେଁ’ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ‘କ’ଣ କରାଯାଇ ପାରିବ’, ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି ।

ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ନୀଳ ଅର୍ଥବ୍ୟବସ୍ଥା ଲାଗି ଚେନ୍ନାଇ ଏଚ୍ଏଲ୍ପି ଆମ ମହାସାଗରଗୁଡ଼ିକୁ ସ୍ୱଚ୍ଛ ରଖିବା କାର୍ଯ୍ୟରେ ନିୟୋଜିତ ରହିଛି। ଏକ ସବୁଜ ଉଦ୍ଜାନ ନବସୃଜନ କେନ୍ଦ୍ର ସହିତ ଆମ ଅଧ୍ୟକ୍ଷତାରେ ସ୍ୱଚ୍ଛ ଓ ସବୁଜ ଉଦ୍ଜାନ ସହ ଜଡ଼ିତ ଏକ ଗ୍ଲୋବାଲ୍ ଇକୋସିଷ୍ଟମ ପ୍ରସ୍ତୁତ ହେବ। ୨୦୧୫ରେ ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ ଶୁଭାରମ୍ଭ କରିଥିଲୁ। ଏବେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଆମେ ବିଶ୍ୱକୁ ଇନ୍ଧନ ରୂପାନ୍ତରଣ ଯୋଗ୍ୟ କରିବା ଲାଗି ସହଯୋଗ ଯୋଗାଇ ଦେବୁ। ଏହାଦ୍ୱାରା ଚକ୍ରାକାର ଅର୍ଥବ୍ୟବସ୍ଥାର ଲାଭ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ।
ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ସ୍ୱରୂପ ଦେବା, ଏହି ଆନ୍ଦୋଳନକୁ ଗତିଶୀଳ କରିବାର ସବୁଠୁ ଭଲ ଉପାୟ। ଲୋକମାନେ ଯେପରି ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଦୈନନ୍ଦିନ ଜୀବନରେ ନିଷ୍ପତ୍ତି ନେଇଥା’ନ୍ତି, ସେହିପରି ସେମାନେ ଏ ପୃଥିବୀର ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ଧ୍ୟାନରେ ରଖି ନିଜ ଜୀବନଶୈଳୀ ନିର୍ଦ୍ଧାରଣ କରିପାରିବେ। ଯୋଗ ଯେପରି ଭାବେ ବିଶ୍ୱସ୍ତରରେ ଏକ ଜନଆନ୍ଦୋଳନ ପାଲଟିଛି, ସେହିପରି ଆମେ ଦୀର୍ଘସ୍ଥାୟୀ ପରିବେଶ ପାଇଁ ଜୀବନ ଶୈଳୀ ବା ‘ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବଲ ଏନଭାୟର୍ଣ୍ଣମେଣ୍ଟ’ (ଲାଇଫ୍)କୁ ପ୍ରୋତ୍ସାହିତ କରୁଛୁ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ୱରୂପ ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏକ ବଡ଼ ଆହ୍ୱାନ ପାଲଟିବ। ଏହାର ମୁକାବିଲା କରିବାରେ ମିଲେଟ୍ସ ବା ଶ୍ରୀଅନ୍ନ ବେଶ୍ ସହାୟକ ହୋଇପାରିବ। ଶ୍ରୀଅନ୍ନ ଜଳବାୟୁ ଅନୁକୂଳ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ’ଅନ୍ତର୍ଜାତୀୟ ମିଲେଟ୍ସ’ ବର୍ଷ ସମୟରେ ଆମେ ଶ୍ରୀଅନ୍ନକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛୁ। ‘ଦ ଡେକ୍କାନ ହାଇଲେଭଲ ପ୍ରିନିପଲ୍ସ ଅନ୍ ଫୁଡ୍ ସିକ୍ୟୁରିଟିଜ୍ ଆଣ୍ଡ ନ୍ୟୁଟ୍ରିସନ’ରୁ ମଧ୍ୟ ଏ ଦିଗରେ ବିଶେଷ ସହାୟତା ମିଳିପାରିବ।

ପ୍ରଯୁକ୍ତି ମାଧ୍ୟମରେ ପରିବର୍ତ୍ତନ ଆସିପାରିବ, କିନ୍ତୁ ଏହାକୁ ସମାବେଶୀ କରିବାର ମଧ୍ୟ ଆବଶ୍ୟକତା ରହିଛି। ଅତୀତରେ ବୈଷୟିକ ପ୍ରଗତିର ଲାଭ ସମାଜର ସବୁବର୍ଗଙ୍କୁ ସମାନ ଭାବେ ମିଳୁ ନ ଥିଲା। ପ୍ରଯୁକ୍ତିର ଲାଭ ନେଇ କିଭଳି ଅସମାନତାକୁ ଦୂର କରାଯାଇପାରିବ, ତାହା ବିଗତ କିଛି ବର୍ଷ ମଧ୍ୟରେ ଭାରତ ଦୁନିଆକୁ ଦର୍ଶାଇଛି। ଉଦାହରଣ ସ୍ୱରୂପ, ସାରା ଦୁନିଆରେ କୋଟି କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ସୁବିଧା, କିମ୍ବା ଡିଜିଟାଲ ପରିଚୟ ନାହିଁ। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ମାଧ୍ୟମରେ ସେମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତୀକରଣ କରାଯାଇପାରିବ।
ଡିପିଆଇର ଉପଯୋଗ କରି ଆମେ ଯେଉଁ ପରିଣାମ ହାସଲ କରିଛୁ, ତାହା ସାରା ଦୁନିଆ ଦେଖୁଛି। ସମସ୍ତେ ଏହାକୁ ସ୍ୱୀକାର ମଧ୍ୟ କରୁଛନ୍ତି। ଏବେ ଜି-୨୦ ମାଧ୍ୟମରେ ଆମେ ବିକାଶଶୀଳ ଦେଶକୁ ଡିପିଆଇକୁ ଆପଣାଇବା, ପ୍ରସ୍ତୁତ କରିବା ଏବଂ ଏହାକୁ ବିସ୍ତାରିତ କରିବାରେ ସହାୟତା କରିବୁ; ଯାହାଫଳରେ ସେମାନେ ସମାବେଶୀ ବିକାଶର ଶକ୍ତି ହାସଲ କରିପାରିବେ।

ଭାରତ ସବୁଠୁ ଦ୍ରୁତ ଗତିରେ ବଡ଼ ଅର୍ଥବ୍ୟବସ୍ଥା ହୋଇଯିବା କୌଣସି ଆକସ୍ମିକ ଘଟଣା ନୁହେଁ। ଆମର ସରଳ, ବ୍ୟବହାରିକ ଏବଂ ଦୀର୍ଘସ୍ଥାୟୀ ଉପାୟ ଦୁର୍ବଳ ଓ ବଞ୍ଚିତ ଲୋକମାନଙ୍କୁ ଆମ ବିକାଶ ଯାତ୍ରାର ନେତୃତ୍ୱ ନେବା ଲାଗି ସଶକ୍ତ କରିଛି। ମହାକାଶଠାରୁ ଆରମ୍ଭ କରି କ୍ରୀଡ଼ା, ଅର୍ଥବ୍ୟବସ୍ଥାଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ଭାରତ ଆଜି ମହିଳାମାନଙ୍କ ବିକାଶଠାରୁ ଆଗକୁ ବଢ଼ି ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ରରେ ଆଗକୁ ବଢ଼ୁଛି। ଆମ ଜି-୨୦ ଅଧ୍ୟକ୍ଷତା ଲିଙ୍ଗଗତ ଡିଜିଟାଲ ବ୍ୟବଧାନକୁ ଦୂର କରିବା, ଶ୍ରମଶକ୍ତିରେ ଭାଗିଦାରୀର ବ୍ୟବଧାନକୁ କମ୍ କରିବା ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାଙ୍କ ଏକ ବଡ଼ ଭୂମିକାକୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛି।

ଭାରତ ପାଇଁ ଜି-୨୦ ଅଧ୍ୟକ୍ଷତା କେବଳ ଏକ ଉଚ୍ଚସ୍ତରୀୟ କୂଟନୈତିକ ପ୍ରୟାସ ନୁହେଁ, ଗଣତନ୍ତ୍ରର ଜନନୀ ଓ ବିବିଧତାର ଆଦର୍ଶ ରୂପରେ ଆମେ ଏହି ଅଭିଜ୍ଞତାର ଦ୍ୱାରକୁ ଦୁନିଆ ପାଇଁ ଖୋଲି ଦେଇଛୁ। କୌଣସି କାମକୁ ବଡ଼ ଆକାରରେ କରିବାର କଥା ଉଠିଲେ ଖୁବ୍ ସହଜରେ ଭାରତର ନାମ ଆଗକୁ ଆସିଥାଏ। ଜି-୨୦ ଅଧ୍ୟକ୍ଷତା ଏହାର କୌଣସି ବ୍ୟତିକ୍ରମ ନୁହେଁ। ଏହା ଭାରତରେ ଏକ ଜନଆନ୍ଦୋଳନ ପାଲଟିଛି। ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ଭାରତର ୬୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରିସାରିଛୁ। ଏହି ସମୟରେ ଆମେ ୧୨୫ ଦେଶର ପାଖାପାଖି ୧,୦୦,୦୦୦ ପ୍ରତିନିଧିଙ୍କୁ ଆତିଥେୟ ପ୍ରଦାନ କରିସାରିଛୁ। ଅନ୍ୟ କୌଣସି ଦେଶର ଅଧ୍ୟକ୍ଷତା ସମୟରେ ଏତେ ବିଶାଳ ଓ ବିବିଧ ଭୌଗୋଳିକ ବିସ୍ତାରକୁ ଏପରି ଭାବେ ସାମିଲ କରାଯାଇନାହିଁ। ଭାରତର ଜନସଂଖ୍ୟା, ଗଣତନ୍ତ୍ର, ବିବିଧତା ଓ ବିକାଶ ବିଷୟରେ ଅନ୍ୟ କାହାଠାରୁ ଶୁଣିବା ଗୋଟିଏ କଥା ଏବଂ ଏହାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ଭିନ୍ନ କଥା। ମୋର ବିଶ୍ୱାସ ରହିଛି ଯେ ଆମର ଜି-୨୦ ପ୍ରତିନିଧିମାନେ ନିଜେ ଏହାକୁ ଅନୁଭବ କରିବେ ।

ଆମ ଜି-୨୦ ଅଧ୍ୟକ୍ଷତା ବିଭାଜନକୁ ଦୂର କରିବା, ବାଧା ଦୂରେଇ ଦେବା ଏବଂ ସହଯୋଗକୁ ଗଭୀର କରିବା ଲାଗି ପ୍ରୟାସ କରିଥାଏ। ଆମ ଭାବନା ଏପରି ଏକ ଦୁନିଆ ନିର୍ମାଣ କରିଛି, ଯେଉଁଠି ଏକତା ପ୍ରତ୍ୟେକ ମତଭେଦଠାରୁ ଉପରେ ରହିଛି, ଯେଉଁଠି ସହଭାଗୀ ଲକ୍ଷ୍ୟ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ସମାପ୍ତ କରିଦେଇଛି। ଜି-୨୦ ଅଧ୍ୟକ୍ଷ ଭାବେ ଆମେ ବିଶ୍ୱ ମଞ୍ଚକୁ ଆହୁରି ବ୍ୟାପକ କରିବାକୁ ସଂକଳ୍ପ ନେଇଥିଲୁ, ଯେଉଁଥିରେ ସମସ୍ତଙ୍କ ସ୍ୱର ଶୁଣାଯିବ ଏବଂ ପ୍ରତ୍ୟେକ ଦେଶ ଯେପରି ନିଜର ଯୋଗଦାନ ଦେଇପାରିବେ ତାହା ସୁନିଶ୍ଚିତ କରାଯାଇଛି। ଆମେ କାମ ଓ ସ୍ପଷ୍ଟ ପରିଣାମ ସହିତ ନିଜ ସଂକଳ୍ପ ପୂରଣ କରିପାରିଛୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ନରେନ୍ଦ୍ର ମୋଦୀ

07 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର