ଗଣମାଧ୍ୟମ ବୃତ୍ତିରେ ମାତୃଭାଷା ଜ୍ଞାନ

The Sakala Picture
Published On

ସମ୍ୱାଦ ସାହିତ୍ୟ ନୁହେଁ କିମ୍ୱା ସାମ୍ୱାଦିକ ସାହିତ୍ୟିକ ନୁହନ୍ତି। କିନ୍ତୁ ସମ୍ୱାଦ ସାହିତ୍ୟର ଏକ ଅଂଶ ଏବଂ ସାମ୍ୱାଦିକ ସାହିତ୍ୟିକ ଭଳି ନିଜ ଲେଖାରେ ମୌଳିକତା ଓ ସୃଜନଶୀଳତାକୁ ପ୍ରକାଶ କରିପାରେ। ସାହିତ୍ୟିକ ଭଳି ସାମ୍ୱାଦିକତା କ୍ଷେତ୍ରରେ ମଧ୍ୟ ଭାଷାଜ୍ଞାନରେ ଦକ୍ଷତା ନିହାତି ଆବଶ୍ୟକ। ତେବେ ସାଧରଣ ଭାବେ ସାମ୍ୱାଦିକ ସାହିତ୍ୟିକ ହେବାର ଚେଷ୍ଟା କଲେ ଭାଷା ନିମ୍ନମୁଖୀ ହେବ। ଏଥିରେ ବ୍ୟତିକ୍ରମ ମଧ୍ୟ ରହିଛି ଏବଂ ସାମ୍ୱାଦିକ ସାହିତ୍ୟିକ ହେବା ଏକ ବିରଳ ପ୍ରତିଭା। ନିକଟରେ […]

ସମ୍ୱାଦ ସାହିତ୍ୟ ନୁହେଁ କିମ୍ୱା ସାମ୍ୱାଦିକ ସାହିତ୍ୟିକ ନୁହନ୍ତି। କିନ୍ତୁ ସମ୍ୱାଦ ସାହିତ୍ୟର ଏକ ଅଂଶ ଏବଂ ସାମ୍ୱାଦିକ ସାହିତ୍ୟିକ ଭଳି ନିଜ ଲେଖାରେ ମୌଳିକତା ଓ ସୃଜନଶୀଳତାକୁ ପ୍ରକାଶ କରିପାରେ। ସାହିତ୍ୟିକ ଭଳି ସାମ୍ୱାଦିକତା କ୍ଷେତ୍ରରେ ମଧ୍ୟ ଭାଷାଜ୍ଞାନରେ ଦକ୍ଷତା ନିହାତି ଆବଶ୍ୟକ। ତେବେ ସାଧରଣ ଭାବେ ସାମ୍ୱାଦିକ ସାହିତ୍ୟିକ ହେବାର ଚେଷ୍ଟା କଲେ ଭାଷା ନିମ୍ନମୁଖୀ ହେବ। ଏଥିରେ ବ୍ୟତିକ୍ରମ ମଧ୍ୟ ରହିଛି ଏବଂ ସାମ୍ୱାଦିକ ସାହିତ୍ୟିକ ହେବା ଏକ ବିରଳ ପ୍ରତିଭା। ନିକଟରେ ଗୋଟାଏ ଓଡ଼ିଆ ଶବ୍ଦର ଭୁଲ ଉଚ୍ଚାରଣକୁ ନେଇ ସାମାଜିକ ଗଣମାଧ୍ୟମରେ ଭୂମିକମ୍ପ ଏବଂ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଗୁରୁଚାପ ସୃଷ୍ଟି ହୋଇଛି। ଗଣମାଧ୍ୟମ ସଂସ୍ଥାରେ ନିଯୁକ୍ତି ପାଇବା ନିମିତ୍ତ ଶିକ୍ଷିତ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ସାହ ଅଛି। ସେଥିପାଇଁ ସାମ୍ୱାଦିକତା ଶିକ୍ଷା ବିଷୟରେ ସ୍ନାତକୋତ୍ତର ଡିଗ୍ରୀର ଚାହିଦା ବଢ଼ୁଛି। ବିଭିନ୍ନ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ସମ୍ୱାଦ ଉପସ୍ଥାପକ/ଉପସ୍ଥାପିକା ଭାବରେ ନିଯୁକ୍ତି ପାଇବା ନିମିତ୍ତ ପ୍ରତିଯୋଗିତା ମଧ୍ୟ ବଢ଼଼ିଚାଲିଛି। ବିଶେଷଭାବେ ଓଡ଼ିଆ ସମ୍ୱାଦ ଉପସ୍ଥାପନ ସମୟରେ ବର୍ତ୍ତମାନ ଉପସ୍ଥାପକ/ଉପସ୍ଥାପିକାମାନଙ୍କର ଉଚ୍ଚାରଣଗତ ଓ ବ୍ୟାକରଣଗତ ତ୍ରୁଟି ରହୁଥିବା ଦେଖାଯାଉଛି। ସମ୍ୱାଦ ଉପସ୍ଥାପନ କେହିକେହି ଅତି ଦ୍ରୁତଗତିରେ କରୁଥିବା ସମୟରେ ଆଉ କେହି କେହି ଶ୍ରୋତାଙ୍କ ପରିବର୍ତ୍ତେ ନିଜ ପାଇଁ ପଢ଼ୁଛନ୍ତି ବୋଲି ଅଭିଯୋଗ ହେଉଛି। ମାତୃଭାଷା ଓଡ଼ିଆ ବୋଲି କହିଦେଲେ ଜଣେ ବିଶୁଦ୍ଧ ଓଡ଼ିଆ ଉପସ୍ଥାପକ ହୋଇଯାଏ ନାହିଁ। ସାମ୍ୱାଦିକତାକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ହେଲେ ସାଧାରଣ ଲୋକଙ୍କ ବୋଧଗମ୍ୟ ହେବା ଭଳି ଭାଷାରେ କହିବା ଏବଂ ଲେଖିବାରେ ଦକ୍ଷ ହେବା ଆବଶ୍ୟକ।

ଲେଖିବା ଓ କହିବା କୌଶଳକୁ ପାଠପଢ଼଼ା ଆରମ୍ଭରୁ ହିଁ ଶିଖିବାକୁ ପଡ଼ିଥାଏ। ପ୍ରଥମ ଶ୍ରେଣୀରେ ସୁନ୍ଦର ହସ୍ତାକ୍ଷର ଲେଖିବା, ଅକ୍ଷର ଚିହ୍ନିବା, ଅକ୍ଷରକୁ ନେଇ ଶବ୍ଦଟିଏ ସହିତ ପରିଚିତ ହେବା, ବଡ଼ପାଟିରେ ଅକ୍ଷର ଓ ଶବ୍ଦକୁ ପଢ଼଼ିବା ଆଦି ଉପରେ ଗୁରୁତ୍ୱ ଦିଆଯାଏ। ଦ୍ୱିତୀୟ ଶ୍ରେଣୀରେ ଯୁକ୍ତାକ୍ଷର ଶିଖିବା, ଖଣ୍ଡବାକ୍ୟ, ଛୋଟ ସରଳବାକ୍ୟ, ଦୁଇ କିମ୍ୱା ଚାରିପାଦ ବିଶିଷ୍ଟ କବିତା, ପ୍ରହେଳିକା ଆଦି ଶିକ୍ଷା ଦିଆଯାଏ। ଏସବୁକୁ ବଡ଼ପାଟିରେ ଶୁଦ୍ଧ ଉଚ୍ଚାରଣରେ ପଢ଼଼ିବା ଉପରେ ଗୁରୁତ୍ୱ ଥାଏ। ତୃତୀୟ ଶ୍ରେଣୀ ବେଳକୁ ଛୋଟ ଛୋଟ ବାକ୍ୟ ସମ୍ୱଳିତ ଗପ ପଢ଼଼ିବା, କୁକୁର, ବିଲେଇ, ଗାଈ ଆଦି ବିଷୟରେ ରଚନା ଲେଖିବା, ଶ୍ରୁତଲିଖନ, ବ୍ୟାକରଣ ବିଷୟରେ ପ୍ରାଥମିକ ଜ୍ଞାନ ଦିଆଯାଏ। ଚତୁର୍ଥ ଶ୍ରେଣୀରେ ଶ୍ରୁତଲିଖନ, ରଚନା ଲେଖିବା, ସରଳାର୍ଥ ଲେଖିବା, ଅନ୍ୟକୁ ଶୁଣାଇବା ଭଳି ପୁସ୍ତକ ପଠନ, ପତ୍ର ଲିଖନ, ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲିଖନ ଇତ୍ୟାଦି ଶିକ୍ଷା ଦିଆଯାଏ। ପଞ୍ଚମ ଶ୍ରେଣୀରେ ଅଧିକ ବ୍ୟାକରଣ, ଶୁଦ୍ଧ ପଦ ଲିଖନ ଏବଂ ନିର୍ଭୁଲ ବାକ୍ୟ ଗଠନ, ବଡ଼ ରଚନା ଲିଖନ, ବଡ଼ ଗଦ୍ୟ ଓ କବିତା ଆଦିକୁ ପଢ଼଼ି ବୁଝିବା, ବ୍ୟାକରଣଗତ ଜ୍ଞାନ ବଢ଼଼ାଇବା, ଲିଙ୍ଗ-କାଳ-ବଚନ-ପୁରୁଷ ଆଦି ସମ୍ପର୍କରେ ଜ୍ଞାନ ଦିଆଯାଇଥାଏ। ମୋଟ ଉପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଞ୍ଚ ବର୍ଷରେ ଶିଶୁଟିଏ ବିଦ୍ୟାଳୟରେ ମାତୃଭାଷାରେ ମୂଳଦୁଆକୁ ସୁଦୃଢ଼ କରିଥାଏ।

ଏବେ ଗଣମାଧ୍ୟମ ବୃତ୍ତି ସମ୍ପର୍କରେ ଆଲୋଚନା ଆବଶ୍ୟକ। ଗଣମାଧ୍ୟମ ବୃତ୍ତିରେ ସଭାସମିତିରେ ବକ୍ତାମାନଙ୍କ ମନ୍ତବ୍ୟକୁ ଟିପି ରଖିବାକୁ ପଡ଼େ। ଏହା ତୃତୀୟ ଓ ଚତୁର୍ଥ ଶ୍ରେଣୀର ଶ୍ରୁତଲିଖନ ପାଠ। ଏଥିରେ ପ୍ରବୀଣ ନହେଲେ ଜଣେ କହୁଥିବା କଥାକୁ ଟିପି ରଖିବା, ଗଣମାଧ୍ୟମ ଭାଷାରେ ରିପୋର୍ଟିଂ କରିବା ସହଜ ନୁହେଁ। ରିପୋର୍ଟରମାନଙ୍କ ଭାଷା ଶୁଦ୍ଧ ହେବା ଆବଶ୍ୟକ। ସେ ଲେଖୁଥିବା ବାକ୍ୟ ନିର୍ଭୁଲ ଓ ହସ୍ତାକ୍ଷର ସୁନ୍ଦର ହେବା ଆବଶ୍ୟକ। ଅନ୍ୟଥା ଗଣମାଧ୍ୟମ କାର୍ଯ୍ୟାଳୟରେ ରିପୋର୍ଟଟି ଉପହସିତ ହେବ। ସୁନ୍ଦର ହସ୍ତାକ୍ଷର ପ୍ରଥମ ଶ୍ରେଣୀର, ଶୁଦ୍ଧ ବନାନ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର, ଘଟଣା ସମ୍ପର୍କରେ ଲେଖିଥିବା ସମ୍ୱାଦଟି ଚତୁର୍ଥ ଶ୍ରେଣୀର ଏବଂ ବ୍ୟାକରଣଗତ ତ୍ରୁଟିଶୂନ୍ୟ ଲେଖା ପଞ୍ଚମ ଶ୍ରେଣୀର ପାଠଠାରୁ ଅଧିକ କିଛିନୁହେଁ।

ଗଣମାଧ୍ୟମ ବୃତ୍ତିରେ ସମ୍ୱାଦ ଲେଖିବା(ପ୍ରବନ୍ଧ), ବଡ଼ ପ୍ରବନ୍ଧକୁ ସଂକ୍ଷେପରେ ଲେଖିବା (ସଂକ୍ଷିପ୍ତକରଣ), ସଂକ୍ଷିପ୍ତ ଘଟଣାକୁ ବିସ୍ତାରିତ କରି ଲେଖିବା (ଉଦ୍ଧୃତାଂଶର ସରଳାର୍ଥ), ସମ୍ପାଦକଙ୍କୁ ପତ୍ର( ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ) ଫିଚର ଏବଂ ସମ୍ପାଦକୀୟ ଲେଖିବା (ପୂର୍ବାପର ସମ୍ପର୍କ ଯୋଡ଼ି ପ୍ରବନ୍ଧ ଓ ରଚନା ଲେଖିବା) ହେଉଛି ବୃତ୍ତିଗତ କାର୍ଯ୍ୟ। ଗଣମାଧ୍ୟମ ବୃତ୍ତିରେ ବୈଦ୍ୟୁତିକ ଗଣମାଧ୍ୟମରେ ସମ୍ୱାଦ ଉପସ୍ଥାପନ, ସଭାସମିତିରେ ସଭା କାର୍ଯ୍ୟର ଉପସ୍ଥାପନ ଆଦିରେ ମଧ୍ୟ ସେହି ପ୍ରଥମରୁ ପଞ୍ଚମ ଶ୍ରେଣୀର ପାଠ ରହିଛି। ପ୍ରଥମ ଶ୍ରେଣୀର ବଡ଼ପାଟିରେ ଅକ୍ଷର ଚିହ୍ନି ଉଚ୍ଚାରଣ କରିବାଠାରୁ ପଞ୍ଚମ ଶ୍ରେଣୀର ବଡ଼ ପାଟିରେ ବହି ପଢ଼଼ିବା ପର୍ଯ୍ୟନ୍ତ ଅଭ୍ୟାସ ଠିକ ଭାବରେ କରିଥିବା ବ୍ୟକ୍ତି ଜଣେ ଭଲ ଉପସ୍ଥାପକ ହୋଇପାରିବେ। ବଡ଼ପାଟିରେ ପଢ଼଼ିବା ଦୁଇପ୍ରକାରର। ପ୍ରଥମଟି ନିଜ ପାଇଁ, ଅନ୍ୟଟି ଶ୍ରୋତାଙ୍କ ପାଇଁ। ଶ୍ରୋତାଙ୍କ ପାଇଁ ପଢ଼଼ିବା ସମୟରେ ନିଜେ ବୁଝି ସାରିବା ପରେ ପଢ଼଼ିବା ଉଚିତ୍‌‌। ଶବ୍ଦ ଓ ଯୁକ୍ତାକ୍ଷରଗୁଡ଼ିକର ଉଚ୍ଚାରଣ ନିର୍ଭୁଲ ହେବା ଆବଶ୍ୟକ। ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ସାହିତ୍ୟ ପଢ଼଼ାଇବା ସମୟରେ ଏହା ଉପରେ ଗୁରୁତ୍ୱ ଦିଆଯାଇଥାଏ।

ଜଣେ ଭଲ ସାମ୍ୱାଦିକ ଓ ଉପସ୍ଥାପକ ହେବା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ରହିଛି। ଘରେ ପିତାମାତାଙ୍କ ସହିତ, ବାହାରେ ସାଙ୍ଗସାଥୀଙ୍କ ସହିତ, ହାଟବଜାର ବା ସାମାଜିକ ଜୀବନରେ ଅଚିହ୍ନା ଲୋକଙ୍କ ସହିତ ଏବଂ ବିଦ୍ୟାଳୟରେ ଶିକ୍ଷକଙ୍କ ସହିତ ଭାବବିନିମୟ ଅନ୍ତତଃପକ୍ଷେ ଗୋଟିଏ ଭାଷାରେ ଦଶରୁ ବାର ବର୍ଷ ପର୍ଯ୍ୟନ୍ତ ହେବା ଆବଶ୍ୟକ। ଏହି ବୟସରେ ଏକାଧିକ ଭାଷାରେ ବିଭିନ୍ନ ସ୍ଥାନରେ ଭାବ ବିନିମୟ କରାଗଲେ ଶିଶୁଟିଏ କୌଣସି ଭାଷାରେ ଦକ୍ଷତା ଅର୍ଜନ କରିପାରିବ ନାହିଁ। ପଞ୍ଚମ ଶ୍ରେଣୀ ମଧ୍ୟରେ ଶିଶୁର ଭାଷା ଜ୍ଞାନକୁ ବହୁଭାଷୀ କରିବା ଚେଷ୍ଟା କରାଗଲେ ଗଣମାଧ୍ୟମ ବୃତ୍ତିରେ ପାରଦର୍ଶିତା ପ୍ରଦର୍ଶନ କଷ୍ଟକର ହୋଇପଡ଼ିବ। ଆଉ ଗୋଟିଏ ପ୍ରତିବନ୍ଧକ ହେଲା, ବର୍ତ୍ତମାନ ପରୀକ୍ଷା ଦୀର୍ଘଉତ୍ତରମୂଳକ ବଦଳରେ ସଂକ୍ଷିପ୍ତ ଉତ୍ତରଭିତ୍ତକ ହୋଇଯାଇଛି। ଏହା ଫଳରେ ଶିଶୁଟିଏ ମନର ଭାବନାକୁ କଥାରେ ଏବଂ ଲିଖିତ ରୂପରେ ପ୍ରକାଶ କରିବାରେ ଅସମର୍ଥ ହେଉଛି। ସୃଜନାତ୍ମକ ଦକ୍ଷତା ମଧ୍ୟ ଲୋପ ପାଉଛି।

ସୁଧାଂଶୁ ଶେଖର ଧଡ଼ା
ଭୁବନେଶ୍ୱର, ମୋ: ୯୩୩୭୦୧୫୮୮୨

03 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର