ମହାକାଶ କନ୍ୟା ସୁନୀତା
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଅତିବାହିତ କରିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ମାର୍ଚ୍ଚ ୧୯ ତାରିଖରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୪ ଜୁନ୍ ୫ ତାରିଖରେ ବୋଇଂର ଷ୍ଟାରଲାଇନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହାକାଶଚାରୀ ସୁନୀତା ଓ ବୁଚ୍ ୱିଲମୋର। ଅପ୍ରତ୍ୟାଶିତ ଭାବେ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ହେତୁ ସେମାନଙ୍କୁ ପୃଥିବୀ ପ୍ରତ୍ୟାବର୍ତ୍ତନ ପାଇଁ ଦୀର୍ଘମାସ ଅପେକ୍ଷା କରିବାକୁ ପଡ଼ିଥିଲା। […]
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଅତିବାହିତ କରିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ମାର୍ଚ୍ଚ ୧୯ ତାରିଖରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୪ ଜୁନ୍ ୫ ତାରିଖରେ ବୋଇଂର ଷ୍ଟାରଲାଇନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହାକାଶଚାରୀ ସୁନୀତା ଓ ବୁଚ୍ ୱିଲମୋର। ଅପ୍ରତ୍ୟାଶିତ ଭାବେ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ହେତୁ ସେମାନଙ୍କୁ ପୃଥିବୀ ପ୍ରତ୍ୟାବର୍ତ୍ତନ ପାଇଁ ଦୀର୍ଘମାସ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ସେମାନଙ୍କୁ ସୁରକ୍ଷିତ ପୃଥିବୀ ପୃଷ୍ଠକୁ ଆଣିବା ଲାଗି ନାସା ପକ୍ଷରୁ ସ୍ପେସ ଏକ୍ସ କ୍ରୁ-୧୦କୁ ଫାଲକନ୍ ୯ ରକେଟ୍ ଜରିଆରେ ଡ୍ରାଗନ୍ କ୍ୟାପସୁଲ ସହିତ ପ୍ରେରଣ କରାଯାଇଥିଲା। ସଫଳତାର ସହ ଡକିଂ ଓ ଅନଡକିଂ ପରେ ଦୀର୍ଘ ୧୭ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା ପରେ ଦୁଇ ମହାକାଶଚାରୀ ପୃଥିବୀରେ ପହଞ୍ଚି ପାରିଛନ୍ତି। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ମାତ୍ରାଧିକ ତାପମାତ୍ରା ସୃଷ୍ଟି ହେଉଥିବାରୁ ଏହାକୁ ମନ୍ଥର ଗତିରେ ଆକାଶଛତାର ସାହାଯ୍ୟ ନେଇ ଆମେରିକାର ଫ୍ଲୋରିଡ଼ା ନିକଟସ୍ଥ ମହାସାଗରର ନୀଳ ଜଳରାଶିରେ ସୁରକ୍ଷିତ ଅବତରଣ କରାଯାଇଛି।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ପୃଥିବୀର କକ୍ଷ ପଥରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ବୁଲିଥାଏ। ପୃଥିବୀଠାରୁ ଏହାର ଦୂରତା ପ୍ରାୟ ୪୨୦ କିଲୋମିଟର। ପୃଥିବୀରେ ପହଞ୍ଚିବା ପରେ ମହାକାଶଚାରୀମାନଙ୍କର ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେଣୁ ସେମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଥାଏ। ମହାକାଶରେ ଅଧିକ ବିକିରଣ ହେତୁ ସେମାନେ ଅନେକ ପ୍ରକାର ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି।
ସୁନୀତା ୱିଲିୟମ୍ସ ଗୁଜରାଟ ରାଜ୍ୟର ମେହସନା ଜିଲ୍ଲାର ଝୁଲାସାନ ଗ୍ରାମରେ ରହୁଥିବା ପାଣ୍ଡେ ପରିବାରର ମୂଳସଦସ୍ୟା। ସେ ୧୯୬୫ ମସିହା ସେପ୍ଟେମ୍ବର ମାସ ୧୯ ତାରିଖରେ ଓହିଓରେ ଦୀପକ ଓ ବୋନି ପାଣ୍ଡ୍ୟାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଏହାର ବହୁ ପୂର୍ବରୁ ୧୯୫୭ ମସିହାରେ ଆମେରିକା ଚାଲିଯାଇଥିଲେ। ଗାଁରେ ତାଙ୍କ ଜେଜେବାପା ଓ ପୈତୃକ ଘର ନାମରେ ଏକ ପାଠାଗାର ମଧ୍ୟ ରହିଛି। ଆମେରିକାରେ ସୁନିତା ଜଣେ ନୌସେନା ଇଞ୍ଜିନିୟର ଭାବେ କାମ କରୁଥିଲେ। ୧୯୯୮ ମସିହାରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଦ୍ୱାରା ମହାକାଶଚାରୀ ଭାବେ ମନୋନୀତ ହୋଇଥିଲେ। ତାଙ୍କୁ ଜନ୍ସନ ମହାକାଶ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଇଥିଲା। ଡିସେମ୍ବର ୯ ତାରିଖ ୨୦୦୬ ମସିହାରେ ସେ ପ୍ରଥମେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ। ଇତିମଧ୍ୟରେ ୩ଥର ଅନ୍ତରୀକ୍ଷରେ ନିଜର ଗବେଷଣା ସମୟରେ ଅନେକଥର ଅନ୍ତରୀକ୍ଷ ପଦଚାରଣ କରିଥିବାବେଳେ ଚଳିତଥର ୬୨ ଘଣ୍ଟା ସ୍ପେଶ୍ୱାକ୍ କରି ରେକର୍ଡ ସୃଷ୍ଟି କରିଛନ୍ତି। ମହାକାଶ ରହଣିର ତିନିମାସ ପରେ ଷ୍ଟେସନ କମାଣ୍ଡରର ଦାୟିତ୍ୱ ଗ୍ରହଣ କରିଥିଲେ। ସୁନିତା ୭୦୮ ଦିନ ମହାକାଶରେ ରହି ମଧ୍ୟ ରେକର୍ଡ କରିଛନ୍ତି। ଏହି ସମୟରେ ସେ ୧୨୧, ୪୯୧ ମାଇଲ ରାସ୍ତା ଅତିକ୍ରମ କରିଥିବା ବେଳେ ୪୫୭୬ ଥର ପୃଥିବୀ ଚାରିପଟେ ବୁଲିଛନ୍ତି। ସୁନୀତା ମାଇକ୍ରୋଗ୍ରାଭିଟି ଏବଂ ପୋଷକତତ୍ତ୍ୱ ସମ୍ବନ୍ଧୀୟ ଅନେକ ଗବେଷଣା ମଧ୍ୟ ସମ୍ପାଦନ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଦୀର୍ଘ ୨୫ ବର୍ଷ ଧରି ଚାରିହଜାରରୁ ଅଧିକ ଗବେଷଣା ହୋଇସାରିଛି ଏବଂ ୪୪୦୦ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ପୃଥିବୀର ପାଞ୍ଚଟି ମହାକାଶ ଗବେଷଣା ସଂସ୍ଥା ସହ ୧୫ଟି ଦେଶର ସହଯୋଗରେ ଏହି କେନ୍ଦ୍ର ପରିଚାଳିତ। ଏଠାରେ ପ୍ରକାଶ ଥାଉ କି ଭାରତ ମଧ୍ୟ ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ କାର୍ଯ୍ୟ କରୁଛି। ଏହା ମଧ୍ୟ ପୃଥିବୀଠାରୁ ୪୦୦ କିମି ଉପରେ ସ୍ଥାପିତ ହେବ।
ମହାକାଶରେ ତରଳ ପଦାର୍ଥର ବିତରଣ ବଦଳୁଥିବାରୁ ହୃଦୟ ଓ ଶିରାପ୍ରଶିରା ଉପରେ ପ୍ରଭାବକୁ ନେଇ ଅନେକ ଗବେଷଣା କରାଯାଇଥାଏ। ଏହାଛଡ଼ା ବୃକ୍ଷଲତାର ବୃଦ୍ଧି, ସୂକ୍ଷ୍ମଜୀବଙ୍କ ଅଧ୍ୟୟନ, ମହାକାଶରେ ଅନ୍ୟ ଜୀବଜନ୍ତୁଙ୍କ ଉପରେ ପ୍ରଭାବ, ମହାକାଶ ବିଜ୍ଞାନର ବିକାଶ ତଥା ବିଶ୍ୱର ଗଠନ ପ୍ରଣାଳୀ ଓ ଗତିବିଧି ଛଡ଼ା ପୃଥିବୀପୃଷ୍ଠର ଜଳବାୟୁ, ପରିବେଶ, ଭୂବିଜ୍ଞାନ, ମହାସାଗରର ରହସ୍ୟ ଉନ୍ମୋଚନ ସହ ଅନେକ ବିଷୟରେ ଏଠାରେ ଗବେଷଣା ଚାଲୁରହିଛି, ଯାହା ସାମଗ୍ରିକ ଭାବେ ମାନବ ସମାଜ ପାଇଁ ବରଦାନ ବିବେଚିତ ହୋଇପାରିବ। ଏହାଛଡ଼ା ଅମ୍ଳଜାନ ଉତ୍ପାଦନ ପାଇଁ ମାଇକ୍ରୋ ଶୈବାଳ, ଯାହା ଦୀର୍ଘକାଳୀନ ମହାକାଶ ଅଭିଯାନ ସମୟରେ ସତେଜ ଖାଦ୍ୟ ଉପଳବ୍ଧ କରିବାରେ ସାହାଯ୍ୟ କରିବ, ମହାକାଶଚାରୀମାନଙ୍କୁ ସୁସ୍ଥ ରଖିବା ପାଇଁ ଡିଭାଇସ ସାଇକ୍ଲିଂ, ରୋଇଂ ହାଡ଼ ଓ ମାଂସପେଶୀ କ୍ଷୟକୁ ରୋକିବା ଏବଂ ହୃଦୟ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମଧ୍ୟ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି। ରେଡ୍ ରୋମେନ ଲେଟୁସ ମାଧ୍ୟମରେ ମହାକାଶଯାତ୍ରାରେ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ପାଇଁ ଅଧ୍ୟୟନ କରାଯାଉଛି। ଏହାଛଡ଼ା ପ୍ୟାକ୍ଡ ବେଡ୍ ରିଆକ୍ଟର ପରୀକ୍ଷଣ ମାଧ୍ୟମରେ ମହାକାଶରେ ତରଳ ଓ ଗ୍ୟାସ ପ୍ରବାହିତର ଅଧ୍ୟୟନ କରାଯାଇଥିବା ବେଳେ ମହାକାଶରେ ଭିଟାମିନ୍ ସମ୍ବନ୍ଧୀୟ ଗବେଷଣାରେ ଇଷ୍ଟଭଳି ବିଶେଷ ଅଣୁଜୀବ ବ୍ୟବହାର କରି ଦୀର୍ଘସମୟ ଧରି ମହାକାଶ ଅଭିଯାନ ସମୟରେ ମହାକାଶଚାରୀମାନଙ୍କୁ ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ପାଇବା ପାଇଁ ଓ ଆବଶ୍ୟକ ସ୍ଥଳେ ତାଜା ଖାଦ୍ୟ ସପ୍ଲିମେଣ୍ଟ ତିଆରି କରିବାରେ ସାହାଯ୍ୟ କରିବ।
ବନବିହାରୀ ଦାଶ
ଝାରସୁଗୁଡ଼ା, ମୋ: ୮୨୬୦୪୧୫୯୯୬