ଆପଣ ସୁଖ ଚାହୁଁଛନ୍ତି କି?
ମନୁଷ୍ୟ ପୃଥିବୀର ଶ୍ରେଷ୍ଠ ଜୀବ ଭାବେ ପରିଗଣିତ। ପ୍ରକୃତି, ସମଗ୍ର ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟକୁ ବୁଦ୍ଧି ଓ ବିବେକ ପ୍ରଦାନ କରିଛି, ଯାହାକୁ ପ୍ରୟୋଗ କରି ମନୁଷ୍ୟ ସୁଖ, ସ୍ୱାଛନ୍ଦ୍ୟ ଓ ସହଜ ଜୀବନ ନିର୍ବାହ କରି ତା’ର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛି। କିନ୍ତୁ ଆଜିବି ଯାହାକୁ ପଚାରିଲେ ସେ କହୁଛି ମୁଁ ଦୁଃଖୀ।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅହରହ ସୁଖର ସନ୍ଧାନରେ ଧାବିତ। ତା’ ହେଲେ ସୁଖ କ’ଣ? ସୁଖ ଯଦି ବଜାରରେ ବିକ୍ରୟ […]
ମନୁଷ୍ୟ ପୃଥିବୀର ଶ୍ରେଷ୍ଠ ଜୀବ ଭାବେ ପରିଗଣିତ। ପ୍ରକୃତି, ସମଗ୍ର ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟକୁ ବୁଦ୍ଧି ଓ ବିବେକ ପ୍ରଦାନ କରିଛି, ଯାହାକୁ ପ୍ରୟୋଗ କରି ମନୁଷ୍ୟ ସୁଖ, ସ୍ୱାଛନ୍ଦ୍ୟ ଓ ସହଜ ଜୀବନ ନିର୍ବାହ କରି ତା’ର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛି। କିନ୍ତୁ ଆଜିବି ଯାହାକୁ ପଚାରିଲେ ସେ କହୁଛି ମୁଁ ଦୁଃଖୀ।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅହରହ ସୁଖର ସନ୍ଧାନରେ ଧାବିତ। ତା’ ହେଲେ ସୁଖ କ’ଣ? ସୁଖ ଯଦି ବଜାରରେ ବିକ୍ରୟ କରା ଯାଉଥିବା ଏକ ବସ୍ତୁ ବା ପଦାର୍ଥ ହୋଇଥା’ନ୍ତା ତେବେ ପ୍ରତ୍ୟେକ ଧନୀ ବକ୍ତି ବହୁତ ସୁଖୀ ଥା’ନ୍ତେ। କିନ୍ତୁ ସେମାନେ ନିର୍ଦ୍ଧନମାନଙ୍କ ଠାରୁ ଅସୁଖୀ ଥିବା ଦେଖାଯାଏ।
ଆମେରିକୀୟ କବି ଜନ୍ ହେଙ୍କ ଲିଖିତ ‘ଦି ଏନଚାଂଟେଡ ସାର୍ଟ’ରେ ଏ ସମ୍ପର୍କରେ ଚମତ୍କାର ବର୍ଣ୍ଣନା ରହିଛି – ଭୀଷଣ ମାନସିକ ଅବସାଦ, ଦୁଃଖ ଓ ଭୟରେ ଚାପଗ୍ରସ୍ତ ଜଣେ ରାଜା ଉପଚାର ନିମନ୍ତେ ଅନେକ ବୈଦ୍ୟ ଓ ଚିକିତ୍ସକଙ୍କ ଦ୍ୱାରସ୍ଥ ହୋଇ ହତାଶ ହେବା ପରେ ଜଣେ ମନସ୍ତତ୍ୱବିଦ୍ଙ୍କ ପରାମର୍ଶକ୍ରମେ ରାଜ୍ୟର ସୁଖୀ ବ୍ୟକ୍ତିର ସାର୍ଟଟିଏ ସଂଗ୍ରହ କରିବା ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ। ଏଥିପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଗଲା। କିନ୍ତୁ ସେଭଳି ବ୍ୟକ୍ତି ରାଜ୍ୟରେ ମିଳିଲେ ନାହିଁ। ଦୈବାତ୍ ଜଣେ ସୈନିକ ଦେଖିଲା, ଗୋଟିଏ ପଡ଼ିଆରେ ଜଣେ ଲୋକ ଅତି ଆନନ୍ଦରେ ଉଚ୍ଚ ସ୍ୱରରେ ଗୀତ ଗାଉଛି, ଖୁସିରେ ଘାସ ପଡ଼ିଆରେ ଗଡ଼଼ି ଯାଉଛି। ସୈନିକଟି ତା’ ନିକଟକୁ ଯାଇ ପଚାରିଲା, ‘ତୁମର କ’ଣ ଦୁଃଖ ଅଛି?’ ବ୍ୟକ୍ତିଜଣକ କହିଲା, ‘ସେଇଟା କ’ଣ ମୁଁ ଜାଣିନି।’ ଏ କଥା ଶୁଣି ସୈନିକଟି ତା’କୁ ରାଜାଙ୍କ ନିକଟକୁ ନେଇଯିବା ପରେ ରାଜା ଯେକୌଣସି ମୂଲ୍ୟ ଓ ସମ୍ପଦ ବଦଳରେ ତା’ର ସାର୍ଟ ଦେବା ପାଇଁ ଅନୁରୋଧ କଲେ। ଲୋକଟି କହିଲା, ‘ମଣିମା ମୋର ସାର୍ଟ ନାହିଁ।’
ଏହି ପରିପ୍ରେକ୍ଷୀରେ ବୁଦ୍ଧଙ୍କର ‘କାମନାର ବିନାଶରେ ହିଁ ଦୁଃଖର ବିନାଶ’ ମନ୍ତ୍ର ସ୍ମରଣକୁ ଆସେ। ଆଜିର ମାନବ ସୁଖ ପ୍ରାପ୍ତି ନିମନ୍ତେ ପାର୍ଥିବ ବସ୍ତୁ, ଭୌତିକ ପଦାର୍ଥ ଓ କ୍ଷମତା ପଛରେ ଦ୍ରୁତ ଧାବମାନ। ସତ୍ ହେଉ ବା ଅସତ୍, ଯେକୌଣସି ଉପାୟରେ ଅର୍ଥ ଉପାର୍ଜନ କରି, ଧନୀ ତାଲିକାଭୁକ୍ତ ହେବା ନିମନ୍ତେ ପ୍ରବଳ ପ୍ରତିଯୋଗିତା। ଏହା କ’ଣ ସୁଖ ପ୍ରାପ୍ତିର ମାର୍ଗ? ଅନେକଙ୍କ ନିକଟରେ ତୂଳୀତଳ୍ପ ଶଯ୍ୟା ଅଛି, ମାତ୍ର ନିଦ ଆସୁନାହିଁ। ସୁସ୍ୱାଦୁ ବ୍ୟଞ୍ଜନ ଅଛି, କିନ୍ତୁ ଜୀର୍ଣ୍ଣ କରିବାର ଶକ୍ତି ନାହିଁ। ଏକ ଗବେଷଣାଲବ୍ଧ ତଥ୍ୟାନୁଯାୟୀ, ଅନାହାରରେ ମୃତ୍ୟୁସଂଖ୍ୟା ଅପେକ୍ଷା, ଦାମୀ ଗରିଷ୍ଠ ଖାଦ୍ୟ ଜନିତ ଦୁରାରୋଗ୍ୟ ରୋଗରେ ପୀଡ଼ିତଙ୍କ ମୃତ୍ୟୁସଂଖ୍ୟା ଅଧିକ। ତେଣୁ ସୁଖପ୍ରାପ୍ତିର ମାର୍ଗ ଅର୍ଥ ବା ଧନ ନୁହେଁ, ତାହା ସ୍ପଷ୍ଟ।
ସୁଖପ୍ରାପ୍ତି ଏକ ମାନସିକ ଅବସ୍ଥା। ଜଣେ ବ୍ୟକ୍ତି ଯେଉଁ ଅବସ୍ଥାରେ ଦୁଃଖ ଅନୁଭବ କରେ, ଅନ୍ୟ ଜଣେ ସମାନ ସ୍ଥିତିରେ ସୁଖରେ କାଳାତିପାତ କରେ। ଅତ୍ୟଧିକ ଲୋଭ, ସମ୍ପତ୍ତି ବୃଦ୍ଧି କରିବାର ଦୁର୍ବାର ଲାଳସାଠାରୁ ଆଉ ଅଧିକ ଦୁଃଖ କିଛି ନାହିଁ। ମୃତ୍ୟୁଲୋକକୁ ଟଙ୍କାଟିଏ ନେଇପାରିବା ନାହିଁ ଜାଣି ମଧ୍ୟ ଲୋକେ ଅଣନିଃଶ୍ୱାସୀ ହୋଇ, ଖାଦ୍ୟ ବିଶ୍ରାମ ଉପଭୋଗକୁ ଜଳାଞ୍ଜଳି ଦେଇ ଅଧିକ ଅର୍ଥ ରୋଜଗାର ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରନ୍ତି। କିନ୍ତୁ ଭୋଗ କରିପାରନ୍ତି ନାହଁ। ମନୁଷ୍ୟର ଆବଶ୍ୟକତା ପରିପୂରଣ ନିମନ୍ତେ ଯେତିକି ଅର୍ଥ ଦରକାର, ସେତିକିରେ ଯିଏ ସନ୍ତୁଷ୍ଟ ହୁଏ, ସେ ହେଉଛି ଦୁନିଆର ଶ୍ରେଷ୍ଠ ସୁଖୀ ବ୍ୟକ୍ତି। ଅନ୍ୟର ସମ୍ପଦ, ସଫଳତା, ଯୋଗ୍ୟତା, ସୌନ୍ଦର୍ଯ୍ୟରେ ଈର୍ଷୁକ ବ୍ୟକ୍ତି କେବେ ସୁଖୀ ହୋଇପାରେ ନାହିଁ। ଦିଆସିଲି କାଠି ଅନ୍ୟକୁ ଜାଳିବା ପୂର୍ବରୁ ଯେପରି ନିଜେ ଜଳିଯାଏ, ଈର୍ଷାଳୁ ବ୍ୟକ୍ତିଟି ସେହିପରି ଈର୍ଷା ଦ୍ୱାରା ଅନ୍ୟର କ୍ଷତି ତ କରିପାରେ ନାହିଁ, କିନ୍ତୁ ନିଜର ମାନସିକ ଭାରସାମ୍ୟ ହରାଇ କଷ୍ଟ ପାଇଥାଏ। ତେଣୁ ଅନ୍ୟର ଖୁସୀରେ ଖୁସୀ ହେବା, ସୁଖ ପ୍ରାପ୍ତିର ଅନ୍ୟତମ ମାର୍ଗ। ଈର୍ଷା ତ୍ୟାଗ ଏକ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ, ମାନସିକ ସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଲେ ଏହା ଅତ୍ୟନ୍ତ ସହଜ ଓ ଲାଭଦାୟକ। ସେହିପରି ଅସନ୍ତୋଷ ଏକ ମାନସିକ ବ୍ୟାଧି। ଅନେକ ବ୍ୟକ୍ତି ଜୀବନରେ କେବେ ହେଲେ କୌଣସି ଉପଲବ୍ଧି କିମ୍ବା ପଦାର୍ଥରେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ। ପ୍ରତ୍ୟେକ କାର୍ଯ୍ୟର ସାମାନ୍ୟ ବିଫଳତା ପାଇଁ ସଦାସର୍ବଦା ଅନ୍ୟକୁ ଦୋଷାରୋପ କରନ୍ତି।
ଯାହା ହେଉଛି, ଠିକ୍ ହେଉଛି – ଏହି କଥାକୁ ଗ୍ରହଣ ନକଲେ ଆମ୍ଭେମାନେ କେବେହେଲେ ସୁଖୀ ହୋଇ ପାରିବା ନାହିଁ। ମନୁଷ୍ୟର ଅନ୍ୟତମ ପ୍ରଥମ ଓ ପ୍ରଧାନ ଶତ୍ରୁ ହେଉଛି କ୍ରୋଧ। କ୍ରୋଧର ବଶବର୍ତ୍ତୀ ହେଲେ ବ୍ୟକ୍ତିର ବୁଦ୍ଧିଭ୍ରଂଶ ହୋଇଥାଏ। ସେ ଆତ୍ମନିୟନ୍ତ୍ରଣ ହରାଇ ଥାଏ। ସେ କହୁଥିବା କଥା ଏବଂ କରୁଥିବା କାର୍ଯ୍ୟ ସଠିକ୍ ଭାବରେ କରି ନ ପାରି ବିପଦର ସମ୍ମୁଖୀନ ହୋଇଥାଏ। ଅନେକ ଛୋଟଛୋଟ କଥା ଆମକୁ ବେଳେବେଳେ ଦୁଃଖୀ କରାଇ ଥାଏ, ଯାହା ଆମେ ଜାଣି ପାରୁନାହିଁ। ଟିକିଏ ସଚେତନ ହୋଇ ଆମେ ଯଦି ଆମର ପ୍ରକୃତି ଓ ପ୍ରବୃତିକୁ ନିୟନ୍ତ୍ରଣରେ ରଖିପାରିବା, ତେବେ ସୁଖପ୍ରାପ୍ତି କେବେବି କଷ୍ଟସାଧ୍ୟ ନୁହେଁ।
ସୁଖପ୍ରାପ୍ତି ନିମନ୍ତେ, ସର୍ବ ପ୍ରଥମେ ଆମେ କୌଣସି ଜିନିଷ ପାଇବାର ଆଶା ନରଖି ସମସ୍ତଙ୍କୁ ନିଃସର୍ତ୍ତ ଭଲ ପାଇବା ଉଚିତ। ପଶୁପକ୍ଷୀ, ବୃକ୍ଷଲତାଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲପାଇବା ଏକ କଷ୍ଟ କାର୍ଯ୍ୟ ନୁହେଁ, ଏକ ଅଭ୍ୟାସର କଥା। ପଶୁକୁ ଯଦି ଆମେ ପୋଷା ମନାଇ, ନିଜ ଇଙ୍ଗିତରେ ପରିଚାଳିତ କରାଇ ପାରିଲେ କିମ୍ବା ନିଜେ ରୋପଣ କରିଥିବା ବୃକ୍ଷଟିକୁ ଯତ୍ନ ନେଇ ସେଥିରେ ଫୁଲ ଫଳ ଉତ୍ପନ୍ନ କରାଇ ପାରିଲେ, ତେବେ ସେ ଆନନ୍ଦ କେବଳ ଅନୁଭବ କରିହେବ ସିନା ବର୍ଣ୍ଣନା କରି ହେବ ନାହିଁ। ମନୁଷ୍ୟ ଜୀବନରେ ଯାହାକିଛି ଘଟୁଛି, ସାଧାରଣତଃ ତାହା ତା’ର ନିଜ ନିୟନ୍ତ୍ରଣରେ ନଥାଏ। ଈଶ୍ୱରଙ୍କୁ ପ୍ରାର୍ଥନା ବା ପ୍ରଣାମ କରିବା ଦ୍ୱାରା ହୁଏତ ଆମର ପାର୍ଥିବ କାମନା ପୂରଣ ହୋଇ ନପାରେ। କିନ୍ତୁ କାମନା ରହିତ ପ୍ରାର୍ଥନା ଆମକୁ ନିଶ୍ଚୟ ଶାନ୍ତି ପ୍ରଦାନ କରିବ, ଏହା ନିଃସନ୍ଦେହ। ଆମ ସୁଖ-ଦୁଃଖରେ ଆମେ ସମସ୍ତଙ୍କୁ ଅଂଶୀଦାର କରିବା ଉଚିତ। କାରଣ ସୁଖ ବାଣ୍ଟିଲେ ତାହା ଦ୍ୱିଗୁଣିତ ହୁଏ ଏବଂ ଦୁଃଖ ବାଣ୍ଟିଲେ ତାହା ହ୍ରାସ ହୋଇଥାଏ। ସାଧାରଣତଃ ଅନେକ ଲୋକ ଈର୍ଷାନ୍ୱିତ ପ୍ରକୃତି ଯୋଗୁଁଁ ଅନ୍ୟର ଖୁସିରେ ଦୁଃଖ କରନ୍ତି। ଅନ୍ୟର ସୁଖରେ ଆମେ ମଧ୍ୟ ସୁଖୀ ହେବାର କଳାକୁ ଆୟତ୍ତ କଲେ, ତାହା ଆମକୁ ନିଶ୍ଚୟ ଆନନ୍ଦ ପ୍ରଦାନ କରିବ। ସେହିପରି ସାଧାରଣତଃ ମନୁଷ୍ୟ ଲୋଭବଶତଃ ଦାନ କରିବାକୁ କୁଣ୍ଠା ପ୍ରକାଶ କରିଥା’ନ୍ତି। ଦାନ କହିଲେ କେବଳ ଅର୍ଥ ଦାନକୁ ବୁଝାଏ ନାହିଁ। ଗୋଟିଏ ଶୁଷ୍କ ବୃକ୍ଷରେ ମୁନ୍ଦାଏ ଜଳ, ଜଣେ କ୍ଷୁଧାର୍ତ୍ତକୁ ଅନ୍ନ, ତୃଷାର୍ତ୍ତ ପଶୁପକ୍ଷୀଙ୍କ ନିମନ୍ତେ ଜଳ ସଂରକ୍ଷଣ ଏବଂ ସର୍ବୋପରି ସମସ୍ୟା ଜଡ଼ିତ ବ୍ୟକ୍ତିକୁ ଟିକିଏ ଆଶ୍ୱାସନାଠାରୁ ଆଉ ଅଧିକ ମୂଲ୍ୟବାନ ଦାନ ଆଉ କ’ଣ ଥାଇପାରେ? ସାମାନ୍ୟ ତ୍ୟାଗରେ ଆମେ ଯଦି ଆଉ କାହା ମୁହଁରେ ଟିକିଏ ହସ ଫୁଟାଇ ପାରିଲେ, ତାହା ଆମକୁ ଆନନ୍ଦ ପ୍ରଦାନ କରିବାରେ ନିଶ୍ଚୟ ସହାୟକ ହେବ। ପରିବାରରେ ଯଦି ଅଶାନ୍ତି ସୃଷ୍ଟି ହୁଏ, ତେବେ ମଧ୍ୟ ଆମେ ସୁଖୀ ହୋଇ ପାରିବା ନାହିଁ। ପାରିବାରିକ ଶାନ୍ତି ପ୍ରତିଷ୍ଠା ନିମନ୍ତେ, ଆମକୁ ସମସ୍ତଙ୍କ ମତାମତକୁ ସମ୍ମାନ ଜଣାଇ, ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବା ଆବଶ୍ୟକ। ବୁଝାମଣା, ଧୈର୍ଯ୍ୟ ଓ କ୍ରୋଧ ନିୟନ୍ତ୍ରଣ ପାରିବାରିକ ଶାନ୍ତି ବଜାୟ ରଖିବାର ଉତ୍ତମ ମାଧ୍ୟମ। ସମସ୍ତେ ଏକତ୍ର ରାତ୍ରଭୋଜନ କରି ସେହି ସମୟରେ ସମସ୍ତଙ୍କର ଦୈନନ୍ଦିନ କାର୍ଯ୍ୟାବଳୀର ବିଶ୍ଳେଷଣ କରିବା ଦ୍ୱାରା ଅନେକ ସମସ୍ୟାର ସହଜ ସମାଧାନ ସମ୍ଭବ ହୋଇଥାଏ। ମୋଟାମୋଟି ଭାବରେ ସ୍ୱାର୍ଥପର ମନୋଭାବ ତ୍ୟାଗ କରି ଲୋଭ ଓ କ୍ରୋଧ ପରି ଶକ୍ତିଶାଳୀ ଶତ୍ରୁକୁ ଆୟତ୍ତରେ ରଖି ସମସ୍ତଙ୍କ ପାଇଁ ଉଦାର ମନୋଭାବ ପୋଷଣ ପୂର୍ବକ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ପାରିଲେ ଆମ୍ଭେ ନିଶ୍ଚୟ ଆନନ୍ଦରେ ରହିବା।
ପ୍ରଦୀପ୍ତ ଆଚାର୍ଯ୍ୟ
ଇଶାଣୀବ୍ରହ୍ମପୁର(କଟକ), ମୋ: ୬୩୭୧୫୯୩୨୨୦