ଉତ୍କଳ ଦିବସ: ଆମ ଅସ୍ମିତାର ପରିଚୟ

The Sakala Picture
Published On

‘ଆମେ ଓଡ଼ିଆ’ – ଏହି କଥା କହିବାର ଗର୍ବ ଆଉ ଗୌରବର ଅବସର ‘ଉତ୍କଳ ଦିବସ’। ସତରେ ଆମ ଉପରେ ଯଦି ସେମିତି ସମୟ ବିତି ନ ଥା’ନ୍ତା, ଆମେ ଏମିତି ଏକ ଦିବସର ଅନୁଭବ ପାଇ ନ ଥା’ନ୍ତେ। ନିଜ ମାତୃଭାଷାକୁ ନିଜ ମୁହଁରୁ ଛଡ଼ାଇ ନେବାର ବାସ୍ତବଚିତ୍ର ହେଉଛି ଜଣେ ମା’ କୋଳରୁ ତା’ ପରିଚୟ ଯୋର କରି ଛଡ଼େଇ ନେବା। ଯେତେବେଳେ ମାତୃତ୍ୱ ଚିତ୍କାର କରି ଉଠେ, ସେତେବେଳେ ସନ୍ତାନର ନିଦ ଭାଙ୍ଗିଯାଏ। […]

‘ଆମେ ଓଡ଼ିଆ’ – ଏହି କଥା କହିବାର ଗର୍ବ ଆଉ ଗୌରବର ଅବସର ‘ଉତ୍କଳ ଦିବସ’। ସତରେ ଆମ ଉପରେ ଯଦି ସେମିତି ସମୟ ବିତି ନ ଥା’ନ୍ତା, ଆମେ ଏମିତି ଏକ ଦିବସର ଅନୁଭବ ପାଇ ନ ଥା’ନ୍ତେ। ନିଜ ମାତୃଭାଷାକୁ ନିଜ ମୁହଁରୁ ଛଡ଼ାଇ ନେବାର ବାସ୍ତବଚିତ୍ର ହେଉଛି ଜଣେ ମା’ କୋଳରୁ ତା’ ପରିଚୟ ଯୋର କରି ଛଡ଼େଇ ନେବା। ଯେତେବେଳେ ମାତୃତ୍ୱ ଚିତ୍କାର କରି ଉଠେ, ସେତେବେଳେ ସନ୍ତାନର ନିଦ ଭାଙ୍ଗିଯାଏ। ସେ ଦୁର୍ବଳ ହେଉ କି ନବଜାତକ, ମା’ ର ସୁରକ୍ଷା ତା’ ଜୀବନର ପ୍ରତିଜ୍ଞା ହୋଇଯାଏ। ସେ ସଂକଳ୍ପ କରି ଆଗକୁ ପାଦ ଦିଏ – ପାରୁ କି ନ ପାରୁ। ସେ କେବଳ ସ୍ୱପ୍ନ ଦେଖେନି, ସ୍ୱପ୍ନକୁ ବାସ୍ତବରେ ରୂପ ଦେବା ପାଇଁ କର୍ତ୍ତବ୍ୟ କରେ।

ଆଜି ମନେ ପଡ଼େ ସେହି ସମୟ ଓ ସେହି ସବୁ ମଣିଷଙ୍କ କଥା। ଉତ୍କଳ ଜନନୀର ଦୁଃଖ ଦେଖି ଯେଉଁମାନେ ବ୍ୟଥିତ ମର୍ମାହତ ହୋଇଥିଲେ,ଜନ୍ମମାଟିର ଯନ୍ତ୍ରଣା ଅନୁଭବ କରି ଯେଉଁମାନଙ୍କ ଆଖୁରୁ ଲୁହ ଝରିଥିଲା, ଯେଉଁମାନେ ମା’ ମା’ ବୋଲି ଚିତ୍କାର କରି ଗଗନପବନ ପ୍ରକମ୍ପିତ କରିଦେଇଥିଲେ, ସେମାନଙ୍କୁ ମନେପକେଇବାର ସମୟ ଆସିଛି। ସେହି ଅମର ପୁରୁଷମାନଙ୍କ ପାଇଁ ପଦେ ମିଠା କଥା କହିବାର ସମୟ ଆସିଛି। ମାତୃଭାଷାରେ ମା’ କୁ ମନେ ପକେଇବାର ସମୟ ଆସିଛି। ଇତିହାସକୁ ଫେରିଯାଇ ନବକଳେବର ସାଜି ବର୍ତ୍ତମାନକୁ ଫେରିବାର ସମୟ ଆସିଛି। ଅସ୍ମିତାର ସ୍ୱପ୍ନ ନ ଦେଖି କର୍ତ୍ତବ୍ୟ ସମ୍ପାଦନର ସମୟ ଆସିଛି।

ଭାଷା ସୁରକ୍ଷା ପାଇଁ ଯେଉଁମାନେ ଲଢ଼େଇ କରିଥିଲେ ସେମାନେ ଆମ ପାଇଁ ଭଗବାନ। ଭାରତରେ ଅନେକ ଭାଷା ଥିଲା। କାଳର ପ୍ରଭାବରେ ଅସଂଖ୍ୟ ଭାଷା ବିଲୁପ୍ତ ହୋଇ ଯାଇଛି। ଆଉ କିଛି ଭାଷା ବିଲୁପ୍ତପ୍ରାୟ। ଏ କଥା ଚିନ୍ତା କଲେ ଦେହ ଶୀତେଇ ଯାଏ। ‘ଯଦି ସେମିତି ଏକ ସଂଗ୍ରାମ ହୋଇ ନ ଥା’ନ୍ତା, ତେବେ ଓଡ଼ିଆ ଭାଷାର ରୂପ ରେଖ ଆଜି କେମିତି ଥା’ନ୍ତା! ଅତୀତର ଯେଉଁ ମନୀଷୀମାନେ ଦେଶ ଓ ଜାତି ପାଇଁ ଆନ୍ଦୋଳନ କରିଛନ୍ତି, ମାତୃଭୂମି ପାଇଁ ଜୀବନ ଦେଇଛନ୍ତି କିମ୍ୱା ଭାଷା ସୁରକ୍ଷା ପାଇଁ ତ୍ୟାଗ ସ୍ୱୀକାର କରିଛନ୍ତି ସେମାନେ କାଳଜୟୀ ମହାପୁରୁଷ। ସେହି କୀର୍ତ୍ତିକାରଙ୍କ ପାଖରେ ଭବିଷ୍ୟତ ସଭ୍ୟତା କୃତଜ୍ଞ। ଆଜି ସେମାନଙ୍କୁ ପ୍ରଣାମ କରିବା, ପୂଜାଞ୍ଜଳିରେ ପ୍ରାଣପୂର୍ଣ୍ଣ କରି ପୁଷ୍ପାଞ୍ଜଳି ଦେବା ଆମର ନୈତିକ ଦାୟିତ୍ୱ।

ଓଡ଼ିଶାରେ ଅନେକ ନୂଆ ବିଦ୍ୟାଳୟ ଖୋଲିଛି। ସବୁ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମ ନାହିଁ। ଯେଉଁ ବିଦ୍ୟାଳୟ ଓଡ଼ିଶାରେ ଅଛି, ସବୁ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମ ରହିବା ଏକାନ୍ତ ଜରୁରୀ। ଓଡ଼ିଆ ପାଠ୍ୟକ୍ରମ ନ ଥାଇ ସରକାରୀ ଅନୁମତି ପାଇବା ଏକ ବଡ଼ ଭୁଲ। ଏକଥା ଆମର ଚିନ୍ତାର ବିଷୟ। ଅନେକଙ୍କର ଧାରଣା ଓଡ଼ିଆ ପଢ଼଼ିଲେ ସର୍ବଭାରତୀୟସ୍ତରରେ ଆମ ପିଲା ପଛେଇ ଯିବେ। ଏହା ଏକ ବଡ଼ ଭ୍ରାନ୍ତ ଧାରଣା। ୧୯୩୬ ମସିହାରୁ ଏପର୍ଯ୍ୟନ୍ତ ଓଡ଼ିଶା ଯେଉଁ ମହାମନୀଷୀମାନଙ୍କୁ ପାଇଛି, ସେମାନେ ସମସ୍ତେ ଓଡ଼ିଆ ବିଦ୍ୟାଳୟରେ ପାଠ ପଢ଼଼ି ଓଡ଼ିଶା ବାହାରେ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି। ସେମାନେ ସର୍ବଭାରତୀୟ କୃତିତ୍ୱ ଅର୍ଜନ କରି ଉତ୍କଳର ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ସଫଳତା ବିଶ୍ୱପ୍ରସାରି। ସେମାନଙ୍କ ବ୍ୟକ୍ତିତ୍ୱ ଆମ ସ୍ୱାଭିମାନର ପରିଚାୟକ।

କୌଣସି ଦେଶ ଓ ଜାତିର ଭାଷା ତା’ ପାଇଁ ସବୁକିଛି। ଭାଷା ହିଁ ସଂସ୍କୃତିର ସୁରକ୍ଷା କବଚ। ଭାଷା ହିଁ ଏକ ଜାତିର ଇତିହାସ। ଭାଷା ହିଁ ସଭ୍ୟତାର ମାପକାଠି। ଭାଷା ହିଁ ସଭ୍ୟତାର ପ୍ରାଣ। ଏକ ଜାତିର ଭାଷା ହିଁ ତାହାର ଅତୀତର ପରିଚୟ। ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ, ଭୌଗୋଳିକ କିମ୍ୱା ରାଜନୈତିକ – ଏ ସମସ୍ତ ବିକାଶ କେବଳ ଭାଷାରୁ ହିଁ ହୋଇଥାଏ। ଭାଷାକୁ ଭୁଲି କୌଣସି ଜାତିର ଉନ୍ନତିର ପରିକଳ୍ପନା ପରିହାସର ବିଷୟ। ଲୁଇପାଙ୍କଠାରୁ ଆରମ୍ଭ କରି ଭୀମଭୋଇଙ୍କ ପର୍ଯ୍ୟନ୍ତ, ସାରଳା ଦାସଙ୍କଠୁ ଆରମ୍ଭ କରି ଜୟଦେବଙ୍କ ପର୍ଯ୍ୟନ୍ତ ଆମ ଭାଷାର ସ୍ୱର୍ଣ୍ଣିମ ଇତିହାସ ବିଶ୍ୱବିଦିତ। ପଠାଣି ସାମନ୍ତଙ୍କ ଅମରକୃତି ଆଜି ବି ଆଶ୍ଚର୍ଯ୍ୟ। ଫକିରମୋହନ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣଙ୍କ ପରି ସ୍ରଷ୍ଟା କେଉଁ ଭାଷାର ସାଧକ, ଏହା କାହାକୁ ଅଜଣା। ଏମାନଙ୍କ ରଚନା କେଉଁ ଗୁଣରେ ବିଶ୍ୱ ସାହିତ୍ୟଠୁ କମ ନୁହେଁ। ତେବେ ଆମେ କାହିଁକି ଭାବିବା ଯେ ଓଡ଼ିଆ ଭାଷା ଅନ୍ତର୍ଜାତୀୟ ହୋଇପାରିବ ନାହିଁ। ଆମେ କାହିଁକି ଭାବିବା ବିଶ୍ୱ ବଜାରରେ ଆମେ ପ୍ରତିଯୋଗିତା କରିପାରିବା ନାହିଁ। ସତ୍ୟ ହେଉଛି ଆମର ପ୍ରୟାସ ପ୍ରାଣସ୍ପର୍ଶୀ ହେଉ ନାହିଁ।

ଆସନ୍ତୁ ସରକାରୀ ହେଉ କି ବ୍ୟକ୍ତି, ସବୁକ୍ଷେତ୍ରରେ ଆମେ ଆମ ଭାଷା ପାଇଁ କାମ କରିବା। ଓଡ଼ିଆ କହିବା, ଓଡ଼ିଆ ଲେଖିବା, ଓଡ଼ିଶା ପାଇଁ ଏକ ହେବା। ଏହା ଆମ ଜଗନ୍ନାଥ ସଂସ୍କୃତି ସୁରକ୍ଷାର ପ୍ରଥମ କାର୍ଯ୍ୟ। ଆସନ୍ତୁ ଉତ୍କଳ ଦିବସରେ କିଛି ନୂଆ କରି ଦେଖାଇବା। ମନ ଭରି ଗୀତ ଗାଇବା ‘ବନ୍ଦେ ଉତ୍କଳ ଜନନୀ…।’ ମନ କଥା ନିଜ ଶୈଳୀରେ ନିର୍ଭୟରେ ପ୍ରକାଶ କରିବା। ମନ ଖୋଲି ନାଚିବା। ‘ମୁଁ ଓଡ଼ିଆ ମୋର ସବୁ ବଢ଼଼ିଆ।

ଡ. ସଂଗ୍ରାମ କେଶରୀ ମଲ୍ଲିକ
ଶୁକୃଳି(ମୟୂରଭଞ୍ଜ), ମୋ: ୯୯୩୭୭୯୦୭୬୫

01 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର