ଜି-୨୦ର ସବୁଜ ଊର୍ଜା ସମ୍ମିଳନୀ ବିଫଳ!
ଗୋଆର ପାଂଜିମ୍ରେ ଜି-୨୦ର ଭବିଷ୍ୟତର ଊର୍ଜା ଶକ୍ତି ସଂକ୍ରାନ୍ତ ଯେଉଁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା, ତାହା ବସ୍ତୁତଃ ବିଫଳ ହୋଇଛି କହିଲେ ଭୁଲ୍ ହେବ ନାହିଁ। କାରଣ ଏଥିରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ମତୈକ୍ୟ ପ୍ରକାଶ ପାଇଥିଲା, ତାହା ଉପରେ କୌଣସି ମିଳିତ ଘୋଷଣାନାମା ପ୍ରକାଶ ପାଇପାରିଲା ନାହିଁ। ଜି-୨୦ର ସଦସ୍ୟ ରାଷ୍ଟ୍ରମାନେ କୋଇଲା ଓ ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାକୁ ଏକମତ ହୋଇଥିଲେ ଏବଂ ଏଥିପାଇଁ ରୁଷିଆ-ୟୁକ୍ରେନ୍ […]
ଗୋଆର ପାଂଜିମ୍ରେ ଜି-୨୦ର ଭବିଷ୍ୟତର ଊର୍ଜା ଶକ୍ତି ସଂକ୍ରାନ୍ତ ଯେଉଁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା, ତାହା ବସ୍ତୁତଃ ବିଫଳ ହୋଇଛି କହିଲେ ଭୁଲ୍ ହେବ ନାହିଁ। କାରଣ ଏଥିରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ମତୈକ୍ୟ ପ୍ରକାଶ ପାଇଥିଲା, ତାହା ଉପରେ କୌଣସି ମିଳିତ ଘୋଷଣାନାମା ପ୍ରକାଶ ପାଇପାରିଲା ନାହିଁ। ଜି-୨୦ର ସଦସ୍ୟ ରାଷ୍ଟ୍ରମାନେ କୋଇଲା ଓ ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାକୁ ଏକମତ ହୋଇଥିଲେ ଏବଂ ଏଥିପାଇଁ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଦାୟୀ କରିଥିଲେ। ସତକଥା ହେଉଛି ଯେ ଏବେ ପାରମ୍ପରିକ ପ୍ରଦୂଷଣକାରୀ ଇନ୍ଧନ ପରିବର୍ତ୍ତେ ସ୍ୱଚ୍ଛ ତଥା ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ପରିବେଶ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଅପରିହାର୍ଯ୍ୟ ହୋଇଥିଲେ ମଧ୍ୟ ରୁଷ-ୟୁକ୍ରେନ୍ ଯୁଦ୍ଧ ଓ ଟେକ୍ନୋଲୋଜି ହସ୍ତାନ୍ତର ଜନିତ ସମସ୍ୟା ପ୍ରମୁଖ ପ୍ରତିବନ୍ଧକ ସାଜିଛି। ଗୋଆରେ ଜି-୨୦ର ଭବିଷ୍ୟତର ଊର୍ଜା ଶକ୍ତି ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ବୈଠକ ଆଉ ଏକ ବିଫଳ ପ୍ରୟାସରେ ପରିଣତ ହୋଇଛି।
ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱର ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ତାହାର ସିଧାସଳଖ ପ୍ରଭାବ ଟେକ୍ନୋଲୋଜି ହସ୍ତାନ୍ତର ଉପରେ ପଡୁଛି। ତେଣୁ ଅକ୍ଷୟ ଶକ୍ତି ଓ ସ୍ୱଚ୍ଛ ଊର୍ଜା ଉତ୍ପାଦନ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ତଥା ଦକ୍ଷତା ସୃଷ୍ଟି କରିବାକୁ ଦରକାର ପଡୁଥିବା ବିପୁଳ ପୁଞ୍ଜି ବିନିଯୋଗ କରିବାକୁ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର କୁଣ୍ଠିତ ହେଉଛନ୍ତି। ତେବେ ଏହି ଦୁଇଦିନିଆ ବୈଠକ ଶେଷରେ ମିଳିତ ଘୋଷଣାନାମା ପ୍ରକାଶ ପାଇନଥିଲେ ମଧ୍ୟ ଅଧ୍ୟକ୍ଷ ରାଷ୍ଟ୍ର ପକ୍ଷରୁ ଜାରି ବୈଠକ ସାରାଂଶରେ କୁହାଯାଇଛି ଯେ ସବୁ ସଦସ୍ୟ ରାଷ୍ଟ୍ର ଊର୍ଜା ବ୍ୟବହାରରେ ଶୂନ୍ୟ ଏବଂ ସ୍ୱଳ୍ପ ଅଙ୍ଗାରକ ନିର୍ଗମନ ପ୍ରସଙ୍ଗରେ ଏକମତ। ଊର୍ଜା ପରିବର୍ତ୍ତନ ପାଇଁ ଏହି ବୈଠକ ଏକ ଦିଗ୍ଦର୍ଶନ ଦେଇଛି ସତ, କିନ୍ତୁ ଯାହା ଆଶା କରାଯାଉଥିଲା, ତାହା କରିପାରିନାହିଁ। ସାମ୍ପ୍ରତିକ ବିଶ୍ୱ ଏବେ ଯେଉଁ ସ୍ଥିତିରେ ଅଛି, ସେଥିରେ ଖୁବ୍ କମ୍ ଅଙ୍ଗାରକାମ୍ଳ ଛାଡୁଥିବା ଇନ୍ଧନ ବ୍ୟବହାର କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଲାଣି। ତେବେ ଏହି କାମଟି କହିବା ଯେତେ ସହଜ, କରିବା ସେତେ ସହଜ ନୁହେଁ। ବିଶ୍ୱର ସବୁ ବିକାଶଶୀଳ ଓ ବିକଶିତ ଦେଶ ଏବେ ପ୍ରଚୁର ପରିମାଣରେ ପ୍ରଦୂଷଣକାରୀ କୋଇଲା ଏବଂ ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଛନ୍ତି। ଏହା ଶସ୍ତା ଏବଂ ଅର୍ଥନୀତିକୁ ଗତିଶୀଳ କରି ରଖିବା ପାଇଁ ସବୁଠୁ ସହଜ ମାଧ୍ୟମ। ସ୍ୱଚ୍ଛ ଇନ୍ଧନ ବା ଅତିକମ୍ ପ୍ରଦୂଷଣକାରୀ ଊର୍ଜା ଉତ୍ପାଦନ ଏକ ବ୍ୟୟବହୁଳ ତଥା ଉଚ୍ଚ ପ୍ରଯୁକ୍ତିଗତ ବ୍ୟାପାର। ସେ ପ୍ରଯୁକ୍ତି ବା ଟେକ୍ନୋଲୋଜି କେବଳ ବିକଶିତ ରାଷ୍ଟ୍ରଙ୍କ ପାଖରେ ଉପଲବ୍ଧ। ତେଣୁ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଏହି ଟେକ୍ନୋଲୋଜି କିପରି ଏବଂ କେଉଁ ଭିତ୍ତିରେ ହସ୍ତାନ୍ତରିତ କରାଯିବ, ତାହା ଏ ଯାଏଁ କୌଣସି ବୈଶ୍ୱିକ ଊର୍ଜା ମଞ୍ଚରେ ସ୍ଥିର ହୋଇପାରିନାହିଁ। ତେଣୁ ଗୋଆ ବୈଠକରେ ଏହାର ଏକ ସମାଧାନ ସୂତ୍ର ଯେ ହଠାତ୍ ବାହାରିବ ସେ ସମ୍ଭାବନା ଯଥେଷ୍ଟ କମ୍ ଥିଲା।
ତେବେ ଗୋଆ ବୈଠକରେ ଏକଥା ସ୍ପଷ୍ଟ ହୋଇଛି ଯେ ସବୁ ଦେଶ ସେମାନଙ୍କ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାକୁ ତିନିଗୁଣ ବଢ଼଼ାଇବା ଆବଶ୍ୟକ ଏବଂ ଏଥିପାଇଁ ସ୍ୱଚ୍ଛ ଊର୍ଜା ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସେଥିପାଇଁ କିଛି ଅଲଗା ବିଚାର / ଭାବନା ଏବଂ ନୂଆ ମେଣ୍ଟ ବା ମୈତ୍ରୀ ଗଠନର ଆବଶ୍ୟକତା ରହିଛି। ଜାତୀୟ ସ୍ୱାର୍ଥକୁ ବଳି ଦେଇ କୌଣସି ଦେଶ ଏବେ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିବାକୁ ହଠାତ୍ ଚାହିଁବେ ନାହିଁ। ଭାରତ କିନ୍ତୁ ଏ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି। ଇଜିପ୍ଟର ଶାର୍ମ ଏଲ୍ ଶେଖରରେ ଗତବର୍ଷ ଆୟୋଜିତ କୋପ-୨୭ ବୈଠକରେ ଜୀବାଶ୍ମ ଇନ୍ଧନ ବ୍ୟବହାର ପର୍ଯ୍ୟାୟକ୍ରମେ ହ୍ରାସ କରିବାକୁ ଭାରତ ଯେଉଁ ପ୍ରସ୍ତାବ ଦେଇଥିଲା, ତାହାକୁ ୮୦ଟି ଦେଶ ସମର୍ଥନ କରି ଏକ ଚୁକ୍ତି ସ୍ୱାକ୍ଷର ପାଇଁ ଏକମତ ହୋଇଛନ୍ତି। ୟୁରୋପୀୟ ସଂଘ ମଧ୍ୟ ଏହାକୁ ସମର୍ଥନ କରୁଛି। ପରିତାପର ବିଷୟ ହେଉଛି ଚୀନ୍ ଓ ସାଉଦି ଆରବ ଭଳି ପାରମ୍ପରିକ ଊର୍ଜା ପ୍ରସଙ୍ଗ ଆଲୋଚନାକାରୀ ରାଷ୍ଟ୍ର ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବାରୁ ଏହି ପ୍ରୟାସ ଆଗେଇ ପାରୁନାହିଁ। ଗୋଆ ବୈଠକରେ ଏହି ପ୍ରସଙ୍ଗରେ ଭଲ କଥାଟିଏ ହୋଇଛି। ଅଧିକାଂଶ ସଦସ୍ୟ ରାଷ୍ଟ୍ର କହିଛନ୍ତି ଯେ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ବାଦ ଦେଇ ଅନ୍ୟ ଦେଶମାନଙ୍କୁ ନେଇ ଏ କ୍ଷେତ୍ରରେ କଥାବାର୍ତ୍ତା ଆଗକୁ ବଢ଼଼ୁ।
ବାର୍ଷିକ ଜଳବାୟୁ ଆଲୋଚନା କୋପ-୨୮ ଏଥର ଦୁବାଇରେ ଅନୁଷ୍ଠିତ ହେବ। ଏଥିରେ ଜି-୨୦ ସଦସ୍ୟମାନଙ୍କର ବିଶେଷ ଭୂମିକା ରହିବ। ଚଳିତ ବର୍ଷ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି-୨୦ର ନେତାମାନଙ୍କର ଯେଉଁ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ସେଥିରେ କୋପ-୨୮ରେ କୋଡ଼ିଏ ରାଷ୍ଟ୍ର ଗୋଷ୍ଠୀର ପ୍ରସ୍ତାବନା କ’ଣ ହେବ ତା’ଉପରେ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇପାରେ। ଏଥିରେ ଅକ୍ଷୟଶକ୍ତି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ଛାଡୁଥିବା ଇନ୍ଧନ, ବିଶେଷକରି ଗ୍ରୀନ୍ ହାଇଡ୍ରୋଜେନ୍ ନୀତି ଉପରେ ଅବଶ୍ୟ ଗୁରୁତ୍ୱ ରହିବ। ପରିସ୍ଥିତି ଏବେ ଅତ୍ୟନ୍ତ ସଂଗୀନ। ଅକ୍ଷୟଶକ୍ତି ଉତ୍ପାଦନ ଓ ବ୍ୟବହାର ନ ବଢ଼଼ିଲେ ପୃଥିବୀ ଆଉ ପାରମ୍ପରିକ ଇନ୍ଧନର ପ୍ରଦୂଷଣ ଭାର ସହିବା ଅବସ୍ଥାରେ ନାହିଁ। ଆଶା କରିବା ଭାରତ ତା’ର ଜି-୨୦ ମିତ୍ରମାନଙ୍କୁ ମନାଇ ଏଥିପାଇଁ ବିକଳ୍ପ ଆନ୍ତର୍ଜାତିକ ମେଣ୍ଟ ଗଠନ କରି କାମ କରିବାରେ ସଫଳ ହେବ।