ଆମେରିକୀୟ ବ୍ୟାଙ୍କ ସଙ୍କଟ ଓ ବୈଶ୍ୱିକ ପ୍ରତିଧ୍ୱନି

The Sakala Picture
Published On

ବିଶ୍ୱର ସର୍ବବୃହତ୍‌‌ ଅର୍ଥନୀତି ଆମେରିକାରେ ଗତ ୧୦ ତାରିଖରେ ହଠାତ୍‌‌ ଏହାର ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କ ଦେବାଳିଆ ଘୋଷିତ ହେବା ବିଶ୍ୱବାସୀଙ୍କୁ ଚକିତ କରିବା ସହ ବିଶ୍ୱର ପ୍ରଚଳିତ ଆର୍ôଥକ ନୀତି ଓ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବ୍ୟତୀତ ଜାପାନରେ ସଫ୍‌‌ଟ ବ୍ୟାଙ୍କର ଭିଜନ ଫଣ୍ଡ ଚାପରେ ରହିବା, ସ୍ୱିଡେନ୍‌‌ର ପେନ୍‌‌ସନ୍‌‌ ଫଣ୍ଡ ୧୦୦ କୋଟି ଡଲାର କ୍ଷତି ସହିବା, ସ୍ୱିଜରଲାଣ୍ଡର କ୍ରେଡିଟ୍‌‌ ସ୍ୱିସ୍‌‌ ବ୍ୟାଙ୍କର ସେୟାର ମୂଲ୍ୟ ଆଶାତୀତ ଭାବରେ […]

ବିଶ୍ୱର ସର୍ବବୃହତ୍‌‌ ଅର୍ଥନୀତି ଆମେରିକାରେ ଗତ ୧୦ ତାରିଖରେ ହଠାତ୍‌‌ ଏହାର ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କ ଦେବାଳିଆ ଘୋଷିତ ହେବା ବିଶ୍ୱବାସୀଙ୍କୁ ଚକିତ କରିବା ସହ ବିଶ୍ୱର ପ୍ରଚଳିତ ଆର୍ôଥକ ନୀତି ଓ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବ୍ୟତୀତ ଜାପାନରେ ସଫ୍‌‌ଟ ବ୍ୟାଙ୍କର ଭିଜନ ଫଣ୍ଡ ଚାପରେ ରହିବା, ସ୍ୱିଡେନ୍‌‌ର ପେନ୍‌‌ସନ୍‌‌ ଫଣ୍ଡ ୧୦୦ କୋଟି ଡଲାର କ୍ଷତି ସହିବା, ସ୍ୱିଜରଲାଣ୍ଡର କ୍ରେଡିଟ୍‌‌ ସ୍ୱିସ୍‌‌ ବ୍ୟାଙ୍କର ସେୟାର ମୂଲ୍ୟ ଆଶାତୀତ ଭାବରେ ହ୍ରାସ ପାଇବା ଇତ୍ୟାଦି ନିବେଶକମାନଙ୍କର ମଧ୍ୟରେ ଅନେକ ଆଶଙ୍କା ସୃଷ୍ଟି କରୁଛି। ଏହା ମଧ୍ୟରେ ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କର ଇଂଲଣ୍ଡ ଶାଖା ଏଚ୍‌‌ଏସ୍‌‌ବିସି ଏକ ପାଉଣ୍ଡ ମୂଲ୍ୟରେ ବିକ୍ରି ମଧ୍ୟ ହୋଇଯାଇଛି।

ସିଲିକନ୍‌‌ ବ୍ୟାଙ୍କ ୧୯୮୩ ମସିହାରେ ଏହାର କାରବାର କାଲିଫର୍ଣ୍ଣିଆରେ ଆରମ୍ଭ କରିଥିଲା। ଡିସେମ୍ବର ୨୦୨୨ ସୁଦ୍ଧା ୨୦୯ ବିଲିୟନ ଡଲାରର ମୂଳଧନ ଓ ୧୭୫ ବିଲିୟନ ଡଲାର ଜମା ଥାଇ ଆମେରିକାର ୧୭ତମ ବୃହତ୍‌‌ ବ୍ୟାଙ୍କ ରୂପେ ପରିଗଣିତ ହୋଇଥିଲା। ଏହା ମୁଖ୍ୟତଃ ବୈଷୟିକ କମ୍ପାନୀ, ଭେଞ୍ଚର କ୍ୟାପିଟାଲିଷ୍ଟ, ଧନୀ ଶ୍ରେଣୀଙ୍କ ସହ ସମସ୍ତ କାରବାର କରୁଥିଲା ଓ ଏହା ନିଜକୁ ଇନୋଭେସନ ଅର୍ଥନୀତିରେ ଏକ ପ୍ରମୁଖ ଅଂଶୀଦାର ଭାବେ ପରିଗଣିତ କରାଉଥିଲା। ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କ ପତନକୁ ପର୍ଯ୍ୟାଲୋଚନା କରିବା ଆଗରୁ ବ୍ୟାଙ୍କ କେଉଁ କାରଣରୁ ଦେବାଳିଆ ହୁଏ, ତାହା ଜାଣିବା ଆବଶ୍ୟକ।

ବ୍ୟାଙ୍କ କୌଣସି ବଡ଼ଧରଣର ଠକାମିକୁ ଛାଡ଼ିଦେଲେ ମୁଖ୍ୟତଃ ଜମା ଓ ଋଣର ଅବଧି ମଧ୍ୟରେ ସାମଞ୍ଜସ୍ୟ ନ ରହିଲେ ବିଫଳ ହୋଇଥା’ନ୍ତି। ଅଧିକାଂଶ ସମୟରେ ଋଣଜନିତ ସଂକଟ ବ୍ୟାଙ୍କ ବିଫଳତାର ମୁଖ୍ୟ କାରଣ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କରେ କୌଣସି ଋଣ ଜନିତ ସଂକଟ ନଥାଇ ମଧ୍ୟ ଏହାର ଋଣ ସବୁ ମିଆଦୀ ଓ ଜମା ସ୍ୱଳ୍ପ ମିଆଦୀ ଥିବାରୁ ଏହାର ପତନ ଘଟିଲା। ୨୦୦୮ ମସିହାରେ ଲେହେମ୍ୟାନ୍‌‌ ବ୍ରଦର୍ସ ପତନର କାରଣ ଋଣଜନିତ ସଂକଟରୁ ଉପୁଜି ଥିଲା। କ୍ରମଶଃ ବିଶ୍ୱର ଅଧିକାଂଶ ଦେଶକୁ ପ୍ରଭାବିତ କରିଥିବାରୁ ଏହା ବିଶ୍ୱ ଆର୍ଥିକ ସଂକଟରେ ପରିଗଣିତ ହୋଇଥିଲା। ୨୦୦୮ ଆର୍ଥିକ ସଂକଟ ପରଠାରୁ ଆମେରିକା ତଥା ଅନ୍ୟାନ୍ୟ ବିକଶିତ ଦେଶ ସହଜ ଆର୍ôଥକ ନୀତି ପ୍ରଣୟନ କରିବା ଆରମ୍ଭ କଲେ। ସମୟାନୁକ୍ରମେ ଡିଜିଟାଇଜଡ୍‌‌ ଅର୍ଥନୀତି ବିଶେଷରୂପେ ଆଦୃତ ହେଲା। ୨୦୨୦ କରୋନା ପରବର୍ତ୍ତୀ କାଳରେ ଏହାର ବହୁଳ ପ୍ରସାର ଘଟିଲା। ବିଗତ ଦିନରେ ବୈଷୟିକ କଂପାନୀମାନଙ୍କର ଆଶାତୀତ ଭାବରେ ଅଭିବୃଦ୍ଧି ଘଟିଛି। ଏହି କାରଣରୁ ବୈଷୟିକ କଂପାନୀମାନେ ଅକ୍ଳେଶରେ ବଜାରରୁ ପୁଞ୍ଜି ଉଠାଇପାରୁଥିଲେ। ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କ ମଧ୍ୟ ଏହି ସମସ୍ତ କଂପାନୀଙ୍କୁ ତା’ର ସେବା ଯୋଗାଇବା ଉଦ୍ଦେଶ୍ୟରେ ଚୀନ୍‌‌, ଇସ୍ରାଏଲ୍‌‌, ଆୟରଲ୍ୟାଣ୍ଡ, ଜର୍ମାନୀ, ଡେନ୍‌‌ମାର୍କ ଓ ଏପରିକି ବାଙ୍ଗାଲୋରରେ ବି ଏହାର ଶାଖା ଖୋଲି ବ୍ୟବସାୟ କରୁଥିଲା। କରୋନା କାଳରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ବିକଶିତ ଦେଶ, ବିଶେଷକରି ଆମେରିକା ୫ ଟ୍ରିଲିୟନ ଡଲାର ଟଙ୍କା ଛପାଇ ବଜାରକୁ ଛାଡ଼ିଲେ। ଉଦ୍ଦେଶ୍ୟ ଥିଲା ସ୍ୱଳ୍ପ ଦରରେ ସୁଧ ମିଳିଲେ କଂପାନୀମାନେ ଯୋଜନାଭିତ୍ତିକ ଅଧିକ ପୁଞ୍ଜି ନିବେଶ କରିବେ ଓ କର୍ମନିଯୁକ୍ତି ସୁଯୋଗ ବଢ଼଼ିବା ସହ ଅଭିବୃଦ୍ଧି ଘଟିବ। କିନ୍ତୁ ବଜାରରେ ମାତ୍ରାଧିକ ପୁଞ୍ଜି ନଗଣ୍ୟ ହାରରେ ସୁଧ ମିଳିବା ଫଳରେ ପଣ୍ୟଦ୍ରବ୍ୟ, ଘର, ସମ୍ପତ୍ତି, ପୁଞ୍ଜିବଜାର ଇତ୍ୟାଦି ବିଭିନ୍ନ ସମ୍ପତ୍ତିର ମୂଲ୍ୟ ଅହେତୁକ ବୃଦ୍ଧି ପାଇଲା। ମୁଦ୍ରାସ୍ଫୀତି ମଧ୍ୟ ବିକଶିତ ଦେଶ ଯଥା ଆମେରିକା, ୟୁରୋପ ଇତ୍ୟାଦିର ଦୀର୍ଘ ୪୦ ବର୍ଷର ରେକର୍ଡ ଭଙ୍ଗ କଲା। ପୃଥବୀରେ ହାରାହାରି ୨୦୦ ଟ୍ରିଲିୟନ ଡଲାର ବିଭିନ୍ନ ଦେଶ ଋଣ କରିଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ। ମାତ୍ରାଧିକ ମୁଦ୍ରାସ୍ଫୀତିକୁ ପ୍ରତିରୋଧ କରିବାକୁ ଯାଇ ବିଭିନ୍ନ ଦେଶର ସର୍ବୋଚ୍ଚ ବ୍ୟାଙ୍କ କ୍ରମାଗତ ଭାବରେ ତାଙ୍କର ଆର୍ଥିକ ନୀତିରେ ରେପୋରେଟ୍‌‌ ବା ଯେଉଁ ଦରରେ ସର୍ବୋଚ୍ଚ ବ୍ୟାଙ୍କ ଋଣ ପ୍ରଦାନ କରିଥାଏ, ତାହା ବଢ଼଼ାଇ ଚାଲିଛନ୍ତି। ଆମେରିକାର ସର୍ବୋଚ୍ଚ ବ୍ୟାଙ୍କ ଫେଡ୍‌‌ ଗୋଟିଏ ବର୍ଷରେ ୯ ଥର ଓ ଭାରତରେ ରିଜର୍ଭ ବ୍ୟାଙ୍କ ଗତ ମେ ମାସରୁ ୬ ଥର ସୁଧ ହାର ବଢ଼଼ାଇଛନ୍ତି। ଆଶଙ୍କା କରାଯାଏ ଏକଦା ଆମେରିକାର ଏହି ଦର ଯାହା ୦.୫ ପ୍ରତିଶତ ଥିଲା ଏହା ଚଳିତବର୍ଷ ୬ ପ୍ରତିଶତକୁ ଛୁଇଁବ।

ସହଜ ଓ ସ୍ୱଳ୍ପ ହାରରେ ମିଳୁଥିବା ପୁଞ୍ଜି ଉପରେ ସରକାର, କଂପାନୀ, ବ୍ୟାଙ୍କ ଇତ୍ୟାଦି ଅଧିକ ନିର୍ଭରଶୀଳ ହୋଇପଡ଼ିଲେ ଦିନେ ଏହା ବିଶ୍ୱ ଅର୍ଥନୀତି ଓ ପୁଞ୍ଜି ବଜାରରେ ସଂକଟ ସୃଷ୍ଟି କରିବ ବୋଲି ପୃଥିବୀରେ ଅର୍ଥନୀତିଜ୍ଞମାନେ ସତର୍କ କରାଇଥିଲେ। ରୁଷିଆ-ୟୁକ୍ରେନ୍‌‌ ଯୁଦ୍ଧର ପ୍ରଭାବ ସୁଦୂରପ୍ରସାରୀ ଥିଲା ଓ ସାମଗ୍ରିକ ଭାବରେ ମୁଦ୍ରାସ୍ଫୀତି ବହୁମାତ୍ରାରେ ବୃଦ୍ଧି ପାଇଲା। ଅଧୁନା ପୃଥିବୀର ଅର୍ଦ୍ଧେକ ଦେଶରେ ମୁଦ୍ରାସ୍ଫୀତି ଦୁଇଅଙ୍କ ବିଶିଷ୍ଟ। ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କର ସମସ୍ତ ଜମା, ଯାହା ବଜାରଭିତ୍ତିକ, ସୁଧହାର ବୃଦ୍ଧି ପାଇବାରୁ ପ୍ରତ୍ୟହ ବିନିଯୋଗ ରାଶିର ମୂଲ୍ୟ ବହୁମାତ୍ରାରେ ହ୍ରାସ ପାଇଲା। ସାମଗ୍ରିକ ଭାବେ ମୁଦ୍ରାସ୍ଫୀତି ବୃଦ୍ଧି ଓ ସହଜ ପୁଞ୍ଜି ବଜାରରୁ ଅପସରି ଯିବା ପରେ ଆମେରିକା ସହ ଅନ୍ୟ ବିକଶିତ ଦେଶରେ ଅର୍ଥନୀତିର ଊଣାଅଧିକେ ମାନ୍ଦାବସ୍ଥା ସୃଷ୍ଟି ହେଲା। ଏହାର ପ୍ରଭାବ ବେଶୀ ପୁଞ୍ଜି ଆବଶ୍ୟକ କରୁଥିବା ବୈଷୟିକ କଂପାନୀମାନଙ୍କ ଉପରେ ବିଶେଷ ଭାବରେ ପରିଲକ୍ଷିତ ହେଲା। ୮.୩.୨୦୨୩ରେ ଭିସିପିଟର ଥିଏଲ୍‌‌ ନାମକ ଏକ କଂପାନୀ ସିଲିକନ୍‌‌ ଭ୍ୟାଲି ବ୍ୟାଙ୍କରୁ ଜମା ଉଠାଇବା ପାଇଁ ମନସ୍ଥ କଲା। ଏହା ବୈଦ୍ୟୁତିକ ଗତିରେ ପ୍ରସାର ହେଲା ଓ ଅନ୍ୟାନ୍ୟ କଂପାନୀ ମଧ୍ୟ ଜମା ଟଙ୍କା ଉଠାଇବା ପାଇଁ ମନସ୍ଥ କଲେ। ଏହାର ସମସ୍ତ ଜମା ବଜାରଭିତ୍ତିକ ମୂଲ୍ୟାୟନରେ ବହୁମାତ୍ରାରେ ହ୍ରାସ ପାଇଥିବାରୁ ବ୍ୟାଙ୍କକୁ ବହୁ କ୍ଷତି ସହିବାକୁ ପଡ଼ିଲା। ଶେଷରେ ୧୦.୩.୨୦୨୩ରେ ଏହାକୁ ଆମେରିକାର ସର୍ବୋଚ୍ଚ ବ୍ୟାଙ୍କ ଦେବାଳିଆ ଘୋଷଣା କରିଦେଲେ।

ଭାରତରେ ମଧ୍ୟ ୨୦୧୮ରେ ଆଇଏଲ୍‌‌ଏଫ୍‌‌ଏସ୍‌‌ ଭଳି ଏକ ଅଣବ୍ୟାଙ୍କିଙ୍ଗ୍‌‌ କଂପାନୀରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇ ଦେବାଳିଆ ହୋଇଥିଲା। ଜମାକାରୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ଆମେରିକାର ଆଉ ଏକ ବଡ଼ ବ୍ୟାଙ୍କ ସିଗ୍‌‌ନେଚର ବ୍ୟାଙ୍କ ମଧ୍ୟ ଅନୁରୂପ ଭାବେ ଦେବାଳିଆ ହୋଇଛି। ବର୍ତ୍ତମାନ ଆମେରିକା ସରକାରଙ୍କର ଏଫ୍‌‌ଡିଆଇସି ଏହି ବ୍ୟାଙ୍କକୁ ନିଜ ହାତକୁ ନେଇଛନ୍ତି। ଆମେରିକାରେ ଗୋଟିଏ ଜମା ଉପରେ ୨ ଲକ୍ଷ ୫୦ ହଜାର ଡଲାର ବୀମା ଅନ୍ତର୍ଭୁକ୍ତ ଥିବାରୁ ସେତିକି ରାଶି ସେମାନେ ହୁଏତ ଫେରିପାଇବେ। କିନ୍ତୁ ଉପରୋକ୍ତ ବ୍ୟାଙ୍କରେ ଅଧିକାଂଶ ଜମାକାରୀ ବୀମାଭୁକ୍ତ ହୋଇ ନଥିବାରୁ ସେମାନେ ପୂର୍ଣ୍ଣମାତ୍ରାରେ ତାଙ୍କର ଗଚ୍ଛିତ ରାଶି ଫେରିପାଇବା ଆଶା କମ୍‌‌।

ବର୍ତ୍ତମାନ ପ୍ରଶ୍ନ ଉଠେ ଉପରୋକ୍ତ ବ୍ୟାଙ୍କଗୁଡ଼ିକ ଦେବାଳିଆ ହେବା ଫଳରେ ଏହା ବିଶ୍ୱ ଅର୍ଥନୀତି ତଥା ପୁଞ୍ଜି ବଜାରରେ ଓ ଭାରତରେ ଏହାର ପ୍ରଭାବ କେତେ ପଡ଼ିବ? ବ୍ୟାଙ୍କଗୁଡ଼ିକରେ ସାଧାରଣ ଜନତାଙ୍କ ଜମା କେତେ ସୁରକ୍ଷିତ? ଦେଶ ତଥା ବିଦେଶରେ ପ୍ରଚଳିତ ଆର୍ଥିକ ନିୟମ ପରିବର୍ତ୍ତିତ ଅବସ୍ଥିତିରେ କେତେ ଯୁଗୋପଯୋଗୀ ଓ ଏଥିରେ କିଛି ସଂଶୋଧନ ଆବଶ୍ୟକ କି? ଏହିସବୁ ପ୍ରସଙ୍ଗକୁ ବିଚାରକୁ ନେଲେ ଗୋଟିଏ ବିଷୟ ସ୍ପଷ୍ଟ ଯେ ଏହା ଏକ ବଡ଼ ବ୍ୟାଙ୍କ ହୋଇନଥିବାରୁ ଏହାର ପ୍ରଭାବ ଆମେରିକାରେ ବିଶେଷମାତ୍ରାରେ ପଡ଼ିଲେ ମଧ୍ୟ ବିଶ୍ୱର ବୈଷୟିକ କଂପାନୀ ଓ ବିଶେଷକରି ଷ୍ଟାର୍ଟଅପ୍‌‌ କଂପାନୀ ଉପରେ ବେଶୀ ପରିଲକ୍ଷିତ ହେବ। ଭାରତ ଏକ ଉପଭୋକ୍ତା ଭିତ୍ତିକ ଅର୍ଥନୀତି ହୋଇଥିବାରୁ ଏଠାରେ ଏହାର ପ୍ରଭାବ ବେଶୀ ନ ପଡ଼ିଲେ ମଧ୍ୟ ଭାରତ ପୃଥିବୀର ନୂତନ ଜ୍ଞାନକୌଶଳ ତଥା ଷ୍ଟାର୍ଟଅପ୍‌‌ର ଏକ ପେଣ୍ଠସ୍ଥଳ ହୋଇଥିବାରୁ ଏହି ସବୁ କଂପାନୀ ଅତି ସହଜରେ ଯେଉଁ ପୁଞ୍ଜି ଜୁଟାଇ ପାରୁଥିଲେ, ତାହା ନ କରିପାରି କ୍ଷତିଗ୍ରସ୍ତ ହେବେ। ଛୋଟ କଂପାନୀ ବେଶୀ କ୍ଷତିଗ୍ରସ୍ତ ହେବା ସହ ଅନେକ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ହରାଇବେ।

୧୯୭୧ ମସିହାରେ ସୁନା ଅନ୍ତର୍ଜାତୀୟ ମୁଦ୍ରା ବଜାରରେ ବିନିମୟ ମୁଦ୍ରା ଭାବରେ ପ୍ରଚଳିତ ହେଉଥିଲା। ଆମେରିକା ରାଷ୍ଟ୍ରପତି ନିକ୍‌‌ସନ୍‌‌ଙ୍କ ସମୟରେ ସୁନା ବଦଳରେ ଡଲାର ବିନିମୟ ମୁଦ୍ରାର ମାନ୍ୟତା ଲାଭ କଲା। ଆଗରୁ ଦେଶର ସର୍ବୋଚ୍ଚ ବ୍ୟାଙ୍କ ମୁଦ୍ରାର ଅନ୍ତର୍ନିହିତ ସମ୍ପତ୍ତି ଭାବେ ସୁନା ଗଚ୍ଛିତ କରି ରଖୁଥିଲେ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ସାର୍ବଭୌମ ରାଷ୍ଟ୍ର ମନଇଚ୍ଛା ଟଙ୍କା ଛପାଇ ବଜାରକୁ ଛାଡୁଛନ୍ତି। ସ୍ଥଳବିଶେଷରେ ଏହା ନିଜ ଦେଶ ହେଉ ବା ଅନ୍ତର୍ଜାତୀୟ ଆର୍ଥିକ କାରବାରରେ ଢାଞ୍ଚାଗତ ସମସ୍ୟା ସୃଷ୍ଟି କରି ଭାରସାମ୍ୟ ହରାଇ ଅନେକ ସମସ୍ୟା ସୃଷ୍ଟି କରୁଛି। ଏପରି ପରିସ୍ଥିତିରେ ଛୋଟ ତଥା ବିକାଶଶୀଳ ଦେଶ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ଯେପରି ନ ଘଟେ, ଅନ୍ତର୍ଜାତୀୟସ୍ତରରେ ଆର୍ଥିକ କ୍ଷେତ୍ରରେ ସ୍ଥାୟିତ୍ୱ ପାଇଁ ଅଧିକ ସୁସଂହତ ନିୟମାବଳୀର ଆବଶ୍ୟକତା ଅଛି।

ବିକଶିତ ଦେଶ ବିଶେଷ ଭାବେ ଆମେରିକା ଅତ୍ୟନ୍ତ ଧନଶାଳୀ ରାଷ୍ଟ୍ର ଓ ସେଠାରେ କୌଣସି ପ୍ରକାର ଆର୍ଥିକ ବିଶୃଙ୍ଖଳା ଘଟି ଯଦି କିଛି ସମସ୍ୟା ସୃଷ୍ଟି ହୁଏ, ସେହି ଦେଶ ଏହାକୁ ସମାଧାନ କରିବା ପାଇଁ ସକ୍ଷମ ହୋଇପାରିବ। କିନ୍ତୁ ଗରିବ, ବିକାଶଶୀଳ ତଥା କ୍ଷୁଦ୍ର ଦେଶମାନଙ୍କରେ ଏହାର ପ୍ରଭାବ ଖୁବ୍‌‌ ଅଧିକ ଓ ସେମାନେ ବେଶୀମାତ୍ରାରେ କ୍ଷତିଗ୍ରସ୍ଥ ହୋଇଥାଆନ୍ତି, ଯାହା ବିଗତ ଦିନମାନଙ୍କରେ ଆର୍ଥିକ ସଂକଟର ଇତିହାସ ଦର୍ଶାଇଥାଏ। ଏହି ମର୍ମରେ ବିତ୍ତୀୟ କ୍ଷେତ୍ରରେ ମଧ୍ୟ ଆହୁରି ସଶକ୍ତ ଜାତୀୟ, ଅନ୍ତର୍ଜାତୀୟ ନିୟମାବଳୀ ପ୍ରସ୍ତୁତ ହେବା ଆବଶ୍ୟକ। ଭାରତରେ ସମସ୍ତ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ କଂପାନୀମାନେ ଭାରତର ନିୟାମକ ସଂସ୍ଥା ଆର୍‌‌ବିଆଇ ଦ୍ୱାରା ପରିଚାଳିତ। ବର୍ତ୍ତମାନ ଏହା ସୁସଂହତ ହେଲେ ମଧ୍ୟ ବିକଶିତ ଦେଶର ସଙ୍କଟରୁ ଶିକ୍ଷାଲାଭ କରି ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ନିୟମ ମାଧ୍ୟମରେ ଆମର ବିତ୍ତୀୟ କ୍ଷେତ୍ରକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ତ୍ରୁଟିମୁକ୍ତ କରିବା ବାଞ୍ଛନୀୟ। ନଳିନୀକାନ୍ତ ଧର
ରାଉରକେଲା, ମୋ: ୯୪୩୭୩୪୪୬୫୪

27 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର