ଜାଣନ୍ତୁ କାର୍ଯ୍ୟ ଚାପକୁ କିଭଳି ଭାବେ ନିୟନ୍ତ୍ରଣ କରିବେ…

The Sakala Picture
Published On

ଏବର ସମୟରେ ଜେନେରେସନ ଜେଡ୍‌ ବା ଜେନ୍-ଜିଙ୍କ ସଂଖ୍ୟା ଦ୍ରୁତ ଭାବେ ବୃଦ୍ଧି ପାଉଛି। ଏହି ପିଢ଼ିଙ୍କ ପାଖରେ ଅଧିକ ଉତ୍ସାହ, ଆତ୍ମବିଶ୍ବାସ ଓ ଉର୍ଜା ଦେଖିବାକୁ ମିଳୁଛି। ଏହା ସତ୍ତ୍ବେ ବି ସେମାନେ କାର୍ଯ୍ୟ ଚାପକୁ ନେଇ ଚିନ୍ତିତ ରହୁଛନ୍ତି। ଏହି ପିଢ଼ିଙ୍କ କାମ କରିବା ତରିକା ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥବା ବେଳେ ସେମାନେ କାର୍ଯ୍ୟ ଚାପକୁ କିଭଳି ଭାବେ ନିୟନ୍ତ୍ରଣ କରିବେ, ସେ ସମ୍ପର୍କରେ ଜାଣିବା। ଜରୁରି କାମକୁ ପ୍ରଥମେ କରନ୍ତୁ: ୧୯୯୭-୨୦୧୨ ମଧ୍ୟରେ […]

ଏବର ସମୟରେ ଜେନେରେସନ ଜେଡ୍‌ ବା ଜେନ୍-ଜିଙ୍କ ସଂଖ୍ୟା ଦ୍ରୁତ ଭାବେ ବୃଦ୍ଧି ପାଉଛି। ଏହି ପିଢ଼ିଙ୍କ ପାଖରେ ଅଧିକ ଉତ୍ସାହ, ଆତ୍ମବିଶ୍ବାସ ଓ ଉର୍ଜା ଦେଖିବାକୁ ମିଳୁଛି। ଏହା ସତ୍ତ୍ବେ ବି ସେମାନେ କାର୍ଯ୍ୟ ଚାପକୁ ନେଇ ଚିନ୍ତିତ ରହୁଛନ୍ତି। ଏହି ପିଢ଼ିଙ୍କ କାମ କରିବା ତରିକା ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥବା ବେଳେ ସେମାନେ କାର୍ଯ୍ୟ ଚାପକୁ କିଭଳି ଭାବେ ନିୟନ୍ତ୍ରଣ କରିବେ, ସେ ସମ୍ପର୍କରେ ଜାଣିବା।

ଜରୁରି କାମକୁ ପ୍ରଥମେ କରନ୍ତୁ: ୧୯୯୭-୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଢ଼ିକୁ ଜେନେରେସନ ଜି ବା ଜେନ୍-ଜି, ଜେଡ୍‌ ବୋଲି କୁହାଯାଏ। ସେମାନଙ୍କ ଚାଲିଚଳଣି ଅନ୍ୟ ମାନଙ୍କଠାରୁ ଭିନ୍ନ ହୋଇଛି। ସେହିପରି ଉତ୍ସାହର ସହିତ କାମ କଲେ ବି ସେମାନେ କାମ ଚାପ ସମସ୍ୟାକୁ ସାମ୍ନା କରୁଛନ୍ତି। ତେବେ କାମ ଯେତେବେଳେ ଅଧିକ ଲାଗୁଛି, କେଉଁ କାମ ପ୍ରଥମେ କରିବା ଜରୁରି, ତାହା ପ୍ରଥମେ ସ୍ଥିର କରନ୍ତୁ। ଜରୁରି କାମକୁ ପ୍ରଥମେ ପୂରା କରନ୍ତୁ। ଏ ନେଇ କାର୍ଯ୍ୟ ତାଲିକା ପ୍ରସ୍ତୁତି କରିପାରିବେ। ଏହା ଦ୍ବାରା କିଛି ମାତ୍ରରେ କାର୍ଯ୍ୟ ଚାପ ହ୍ରାସ ପାଇପାରେ।

କାମ ମଝିରେ ବ୍ରେକ୍‌ ନିଅନ୍ତୁ: ସେହିପରି ଲଗାତାର ବସି କାମ କରିବା ଦ୍ବାରା କାର୍ଯ୍ୟ ଚାପ ବଢ଼ିପାରେ। ପ୍ରତି ଘଣ୍ଟାଏ ଏବଂ ଦୁଇ ଘଣ୍ଟା ମଧ୍ୟରେ ୫-୧୦ ମିନିଟ୍‌ରେ ଛୋଟ ବ୍ରେକ୍‌ ନିଅନ୍ତୁ। ଏହା ଦ୍ବାରା ମନ ଖୁସି ରହିବ। କାମ କରିବାରେ ଆଗ୍ରହ ଆସିବ। ତେବେ କାମ ସରିବା ପରେ ଏବଂ ଛୁଟି ଦିନରେ କାମରୁ ସମ୍ପୂର୍ଣ୍ଣ ଭାବେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। କୌଣସି କାମରେ ସମସ୍ୟା ଆସୁଥିଲେ କିମ୍ବା କାର୍ଯ୍ୟ ଭାର ଅଧିକ ଲାଗୁଥିଲେ, ସହକର୍ମୀ କିମ୍ବା ମାଲିକଙ୍କୁ ସାହାଯ୍ୟ ମାଗିବାକୁ ସଙ୍କୋଚ କରନ୍ତୁ ନାହିଁ।

ମନକଥା ପ୍ରିୟଜନଙ୍କ ସହ ଆଲୋଚନା କରନ୍ତୁ: ଅନ୍ୟପଟେ ଭଲ ନିଦ୍ରା ସହ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ। ଏହି ଅଭ୍ୟାସ ଚାପକୁ କମ୍ କରେ। ଏହାବାଦ୍ ଅଧିକ ଚାପ ଅନୁଭବ କରୁଥିଲେ ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ଆଲୋଚନା କରନ୍ତୁ। ତେବେ କାମ ଚାପରେ କାର୍ଯ୍ୟରୁ ନ ଓହରି ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ। ନୂଆ କଳା କୌଶଳ ଶିଖିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଏ ଏବଂ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବାର ସାହସ ମିଳେ।

04 Jul 2025 By The Sakala

https://www.thesakala.in/recruitment/learn-how-to-manage-work-stress/article-41464
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର