ସରଗରମ ଉତ୍ତରପ୍ରଦେଶ ରାଜନୀତି : ଯୋଗୀଙ୍କ ଗର୍ବ ଖର୍ବ କରିବ ମେଣ୍ଟ?

The Sakala Picture
Published On

ଲକ୍ଷ୍ନୌ (ମହେଶ ଶର୍ମା): ଉତ୍ତରପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନ ବିଜେପି ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ପୁଣିଥରେ କ୍ଷମତାକୁ ଫେରିବ କି ନାହିଁ ବୋଲି ପ୍ରଶ୍ନ ଉଠୁଛି। ରାଜ୍ୟ ରାଜନୀତିକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସଂଗଠିତ ହେବାକୁ ପ୍ରୟାସ କରୁଥିବା ବିରୋଧୀ ବିଜେପିକୁ କଡ଼ା ଟକ୍କର ଦେଇପାରିବେ କି? ଦିଲ୍ଲୀରୁ ୟୁପିରେ ‘ଖେଲା ହୋବେ’ର ସ୍ଲୋଗାନ ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ବିରୋଧୀ […]

ଲକ୍ଷ୍ନୌ (ମହେଶ ଶର୍ମା): ଉତ୍ତରପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନ ବିଜେପି ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ପୁଣିଥରେ କ୍ଷମତାକୁ ଫେରିବ କି ନାହିଁ ବୋଲି ପ୍ରଶ୍ନ ଉଠୁଛି। ରାଜ୍ୟ ରାଜନୀତିକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସଂଗଠିତ ହେବାକୁ ପ୍ରୟାସ କରୁଥିବା ବିରୋଧୀ ବିଜେପିକୁ କଡ଼ା ଟକ୍କର ଦେଇପାରିବେ କି? ଦିଲ୍ଲୀରୁ ୟୁପିରେ ‘ଖେଲା ହୋବେ’ର ସ୍ଲୋଗାନ ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ବିରୋଧୀ ଯୋଗୀଙ୍କ ସାମ୍‌ନାରେ ନିର୍ବାଚନୀ ଖେଳ ଦେଖାଇପାରିବେ କି? ଅଖିଳେଶଙ୍କ ୟୁପିରେ ଖେଲା ହୋବେ ମେଲା ହୋବେ ସାର୍ଥକ ହେବ କି? ଜାତି ଗଣିତରେ ଅଲଗା ରହିଥିବା ଏସ୍‌ପି-ବିଏସ୍‌ପି, କଂଗ୍ରେସ ଜନତାଙ୍କ ଉପରେ ପ୍ରଭାବ ପକାଇପାରିବେ କି? ବିଜେପିରେ ଚାଲିଥିବା କାଣ୍ଟଛାଣ୍ଟ ରାଜନୀତି ଯୋଗୀଙ୍କ ଉପରେ ପ୍ରଭାବ ପକାଇପାରିବ କି? ଓବିସି, ବ୍ରାହ୍ମଣ, ଦଳିତ ଏବଂ ମୁସଲମାନଙ୍କ ପ୍ରଥମ ପସନ୍ଦ କିଏ ହେବ ଏବଂ କାହିଁକି ଆଦି ଅନେକ ପ୍ରଶ୍ନ ଉଠୁଛି। ରଣନୀତିକାରଙ୍କ ଅନୁଯାୟୀ ବିରୋଧୀ ମେଣ୍ଟ ଯୋଗୀଙ୍କ ଗର୍ବକୁ ଖର୍ବ କରିପାରେ।

ଆହୁରି ପଢ଼ନ୍ତୁ: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା

ତେବେ ହିନ୍ଦୁତ୍ବ, ପଛୁଆ ବର୍ଗ ଏବଂ ଦଳିତଙ୍କୁ ଶାନ୍ତ କରାଇବାର ପ୍ରୟାସ ଏବଂ ପ୍ରଶାସନିକ କ୍ଷେତ୍ରରେ ସୁଧାର କରି ବିଜେପି ନିଜକୁ ପ୍ରସ୍ତୁତ କରିନେଇଛି। ଦଳ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ପ୍ରାୟ ଶେଷ ହୋଇଗଲାଣି। ପ୍ରାର୍ଥୀ ସ୍ଥିର ହୋଇ ସାରିଲେଣି। କିନ୍ତୁ ଏ ପର୍ଯ୍ୟନ୍ତ ୟୁପିର ନିର୍ବାଚନୀ ଚିତ୍ର ସ୍ପଷ୍ଟ ହୋଇନାହିଁ। ୨୦୧୭ରେ ହିନ୍ଦୁତ୍ବ ନାମରେ କ୍ଷମତାକୁ ଫେରିଥିବା ବିଜେପି ଏବେ ଜାତି ରାଜନୀତିରେ କାହିଁକି ପଶିଲା? ଓପି ରାଜଭରଙ୍କ ସମେତ ଅନ୍ୟ ଛୋଟ ଦଳଗୁଡିକ ସହିତ ମେଣ୍ଟ କରି ଏସ୍‌ପି ପୁଣି କ୍ଷମତାକୁ ଫେରିବ କି ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏ ସବୁର ଉତ୍ତର ଖୋଜାଯାଉଛି। ତେବେ କିଛି ସମସ୍ୟା ରହିଥିଲେ ମଧ୍ୟ ଯୋଗୀଙ୍କଠାେର ଆତ୍ମବିଶ୍ବାସ ଭରପୂର ହୋଇ ରହିଛି। ଯୋଗୀ ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି ବିଜେପି ପୂର୍ବରୁ ଘୋଷଣା କରିସାରିଛି। ହିନ୍ଦୁତ୍ବ ମାର୍ଗରେ ଚାଲିବାକୁ ହେଲେ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଲୋକେ ଚାହୁଁଛନ୍ତି। ଜନମତରୁ ମଧ୍ୟ ଯୋଗୀ ସବୁଠାରୁ ଆଗରେ ଥିବା ଜଣାପଡିଛି। ଏହା ପଛକୁ ଅଖିଳେଶ, ମାୟାବତୀ, ପ୍ରିୟଙ୍କା ଗାନ୍ଧୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

ତେବେ ପୂର୍ବଭଳି ଅଧିକ ଆସନ ନଆସିଲେ ମଧ୍ୟ ଯୋଗୀ ଜିତିବେ ବୋଲି ବିଜେପି ଆଶା କରୁଛି। କିନ୍ତୁ ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ ଦରଦାମ ବୃଦ୍ଧି, ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଏବଂ ଚାଷୀ ସମସ୍ୟା ଆଦି ବିଜେପି ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ନେଇ ବିଜେପି ନେତା ଲୋକଙ୍କୁ କି ଜବାବ ଦେବେ? ଏହା ସତ୍ତ୍ବେ ମଧ୍ୟ ବିଜେପି ଯୋଗୀଙ୍କୁ ଭରଷା କରିଛି। ଜାତି ଗଣିତ ଦୃଷ୍ଟିରୁ ଦେଖିଲେ ଏସ୍‌ପି, ବିଏସ୍‌ପି ଏବଂ କଂଗ୍ରେସ ମଧ୍ୟ ଦୁର୍ବଳ ନାହାନ୍ତି। କିନ୍ତୁ ବିରୋଧୀ ଏକାଠି ହୋଇ ଲଢିଲେ ବିଜେପି ଉପରେ ପ୍ରଭାବ ପଡିପାରେ। ଏବେ ବିରୋଧୀ ଏକାଠି ନାହାନ୍ତି। ଏହାର ସୁଯୋଗ ନେଇ ବିଜେପି ଜାତିମାନଙ୍କୁ ସନ୍ତୁଷ୍ଟ କରିବାରେ ଲାଗିଛି। ଏବେ ବି ମୋଦୀ-ଯୋଗୀଙ୍କ ଯାଦୁ ଲୋକଙ୍କ ଉପରେ ପ୍ରଭାବ ପକାଇବ। ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଥିବା ବିଜେପି ଉତ୍ସାହିତ ରହିଛି। ବିଧାନସଭା ନିର୍ବାଚନରେ ଏହି ପ୍ରଭାବ ରହିବା ଆଶା କମ୍‌। ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ନେତୃତ୍ବ ମଜଭୁତ ହେଲେ ମଧ୍ୟ ଚ୍ୟାଲେଞ୍ଜ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍

ସଂଗଠନ ଏବଂ ସରକାରଙ୍କ ସମନ୍ବୟ ଦେଖିଥିବା ଜଣେ ନେତାଙ୍କ ଅନୁଯାୟୀ ବିଜେପିର କେନ୍ଦ୍ରୀୟ ଏବଂ ପ୍ରଦେଶ ନେତା କ୍ରମାଗତ ଭାବେ ବୈଠକ କରି ରଣନୀତିକୁ ନେଇ ଆଲୋଚନା କରୁଛନ୍ତି। ଚଳିତ ଥର ଦଳ ସଂଗଠନ ପରିବର୍ତ୍ତେ ସରକାରଙ୍କ ଉପରେ ଭରଷା କରିଛି। ଅଣ ହିନ୍ଦୀ ରାଜ୍ୟ (ଓଡ଼ିଶା)ର ହେବା ସତ୍ତ୍ବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ନିର୍ବାଚନ ଦାୟିତ୍ବ ଦିଆଯାଇଛି। କିଛି ରଣନୀତିକାରଙ୍କ ଅନୁଯାୟୀ ଫ୍ଲୋଟିଂ ଭୋଟ ସରକାର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ବିଜେପିର ଜଣେ ନେତାଙ୍କ ଅନୁଯାୟୀ ସାଧାରଣ ବର୍ଗ, ପଛୁଆ ବର୍ଗ, ଅନୁସୂଚିତ ଜାତି, ଜନଜାତି ଭୋଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଦଳକୁ ମିଳୁଛି। ଜାଟଭ ଏବଂ ମୁସଲମାନ ମିଶି ସରକାର ଗଠନ କରିପାରିବେ ନାହିଁ। ଏସ୍‌ପିର ପୂର୍ବତନ ବିଧାୟକ ରାମକୁମାର ଆଡଭୋକେଟ କହିଛନ୍ତି ଯେ ଧମକ ଆଳରେ ଜିତିବା ପାଇଁ ଇଏ ପଞ୍ଚାୟତ ନିର୍ବାଚନ ନୁହେଁ। ୨୦୧୭ରେ ଅନେକ ଜାତି ସରକାରଙ୍କ ସହ ନଥିଲେ ବୋଲି ବିଜେପି ଭୁଲି ଯାଉଛି। ବ୍ରାହ୍ମଣଙ୍କ ଧାରଣା ମଧ୍ୟ ଦୂର ହୋଇଯାଇଛି। ମୁଦ୍ରାସ୍ପୀତି, କରୋନାର ମୁକାବିଲାରେ ଭୁଲ୍‌ ରଣନୀତି, ବେକାରୀ, ପେଟ୍ରୋଲ-ଡିଜେଲ ଦରବୃଦ୍ଧି ଆଦି ପ୍ରସଙ୍ଗ ସରକାରଙ୍କ ପରାଜୟର କାରଣ ହେବ। ଅନେକ ସମସ୍ୟା ରହିଛି। ମନ୍ଦିର ଆସ୍ଥାର ବିଷୟ। କିନ୍ତୁ ଏହା ଦ୍ବାରା ଭୋଟ ମିଳିବାର ସମ୍ଭାବନା ବହୁତ କମ୍‌।

31 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp