ମଉଳା ପଦ୍ମକୁ ଆତ୍ମଘାତୀ ଚିନ୍ତା

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ବିଜେପିକୁ ଏବେ ଆତ୍ମଘାତୀ ଚିନ୍ତା ଘାରିଛି। ଟିକଟ ନ ପାଇ ଅପମାନ ଓ ପ୍ରତିଶୋଧର ନିଆଁରେ ଜଳୁଥିବା ଏହି ଆତ୍ମଘାତୀମାନେ ବିଜେପିକୁ ଅକଳରେ ପକାଇବେ ବୋଲି ଚର୍ଚ୍ଚା ଏବେ ବଲାଙ୍ଗିର ଜିଲ୍ଲାରେ ଜୋର୍‌ ଧରିଛି। ଜିଲ୍ଲାର ପ୍ରାୟ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପୃଥକପୃଥକ ସମାନ୍ତରାଳ ଗୋଷ୍ଠୀ ରହିଥିବା ବେଳେ ଏହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ପ୍ରଶମନ କରିବା ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ମୁଣ୍ଡିଆଳ ନେତାଙ୍କ ପାଇଁ ଏତେଟା ସହଜ […]

ବଲାଙ୍ଗିର: ବଲାଙ୍ଗିର ବିଜେପିକୁ ଏବେ ଆତ୍ମଘାତୀ ଚିନ୍ତା ଘାରିଛି। ଟିକଟ ନ ପାଇ ଅପମାନ ଓ ପ୍ରତିଶୋଧର ନିଆଁରେ ଜଳୁଥିବା ଏହି ଆତ୍ମଘାତୀମାନେ ବିଜେପିକୁ ଅକଳରେ ପକାଇବେ ବୋଲି ଚର୍ଚ୍ଚା ଏବେ ବଲାଙ୍ଗିର ଜିଲ୍ଲାରେ ଜୋର୍‌ ଧରିଛି। ଜିଲ୍ଲାର ପ୍ରାୟ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପୃଥକପୃଥକ ସମାନ୍ତରାଳ ଗୋଷ୍ଠୀ ରହିଥିବା ବେଳେ ଏହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ପ୍ରଶମନ କରିବା ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ମୁଣ୍ଡିଆଳ ନେତାଙ୍କ ପାଇଁ ଏତେଟା ସହଜ ନ ଥିବା ବେଳେ ଏହା ଆଗକୁ ପ୍ରାର୍ଥୀଙ୍କ ପାଇଁ ବୁମେରାଂ ସାଜିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

ବଲାଙ୍ଗିର ଜିଲ୍ଲାରେ ରହିଛି ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀ। ପ୍ରତି ନିର୍ବାଚନରେ ଅନ୍ତତଃ ଗୋଟିଏ ଆସନରେ ବିଜେପିର ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭା ଯାଇଥାନ୍ତି। ପୂର୍ବରୁ ଲଗାତାର କନକବର୍ଦ୍ଧନ ସିଂହଦେଓ ଯାଉଥିବା ବେଳେ ଗତ ନିର୍ବାଚନରେ ସେ ପରାଜିତ ହୋଇଥିଲେ। ତଥାପି ଲୋଇସିଂହା ଆସନରୁ ମୁକେଶ ମହାଲିଙ୍ଗ ଜିତି ବିଜେପିର ସମ୍ମାନ ରଖିଥିଲେ। ଚଳିତ ନିର୍ବାଚନରେ କିନ୍ତୁ ସମୀକରଣରେ ଅନେକ ପରିବର୍ତ୍ତନ ହୋଇଛି। ଜିଲ୍ଲାର ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେପିର ସଂଗଠନ ଭାଗ ଭାଗ ହୋଇଥିବା ଚର୍ଚ୍ଚା ହେଉଛି।

ପାଟଣାଗଡ଼କୁ ଛାଡ଼ିଦେଲେ ଦଳର ତୃଣମୂଳସ୍ତର ନେତା ଓ ଉପର ସ୍ତରର ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ଦେଖିବାକୁ ମିଳିଛି। ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ଉଭୟ ବିଧାୟକ ଓ ସାଂସଦଙ୍କ ଅଲଗା ଗୋଷ୍ଠୀ ରହିଥିବା ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ବିଧାୟକ ମୁକେଶ ମହାଲିଙ୍ଗ ନିଜସ୍ୱ ବିଧାୟକ ପାଣ୍ଠିର କାମ ନିଜ କର୍ମୀମାନଙ୍କୁ ଦେବା ବଦଳରେ କିଛି ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ନେଇ ବିକୁଥିବା ଦଳର କିଛି କର୍ମୀ ଅଭିଯୋଗ କରିଥିଲେ। ଏଥିରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ପ୍ରତିନିଧି ମଧ୍ୟ ରହିଥିଲେ। ବିଧାୟକ ହେବା ପରେ ଶ୍ରୀ ମହାଲିଙ୍ଗ ଦଳର ସଂଗଠନକୁ ଧ୍ୟାନ ଦେଇ ନ ଥିବା ମଧ୍ୟ ଅଭିଯୋଗ କରିଥିଲେ। ଏଥିରୁ ଏହା ସ୍ପଷ୍ଟ ଯେ ବିଧାୟକ ଓ ସାଂସଦ ଗୋଷ୍ଠୀ ପୃଥକ ରହିଛି। ଏହାର ଫାଇଦା ନେବା ପାଇଁ ବିଜେଡି ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି।

ସେହିପରି ବଲାଙ୍ଗିର ବିଧାନସଭାରେ ମଧ୍ୟ ସମାନ ସ୍ଥିତି। କିଛି ମାସ ପୂର୍ବରୁ ନୂତନ ଭାବେ ଦାୟିତ୍ୱ ନେଇଥିବା ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗତ ନିର୍ବାଚନର ପ୍ରାର୍ଥୀ ଅନନ୍ତ ଦାସ ଓ ଚଳିତ ନିର୍ବାଚନର ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ପରସ୍ପର ହାତାହାତି ହୋଇଥିଲେ, ଯାହା ସାରା ରାଜ୍ୟ ଦେଖିଥିଲା। ଏଥିରୁ ସ୍ପଷ୍ଟ ଯେ ଉଭୟଙ୍କ ପୃଥକ୍‌ ଗୋଷ୍ଠୀ ରହିଛି। ସେହିପରି ଟିଟିଲାଗଡ଼ରେ ଟିକଟ ପାଇଥିବା ନବୀନ ଜୈନଙ୍କର ମଧ୍ୟ ସାଂସଦ ଶ୍ରୀମତୀ ସିଂଦେଓଙ୍କ ସହ ସେମିତି ମଧୁର ସମ୍ପର୍କ ନ ଥିବା ଚର୍ଚ୍ଚା ହେଉଛି। ସାଂସଦ ତାଙ୍କର ଜଣେ ଅନୁଗତ ମୁକେଶ ଜୈନଙ୍କୁ ଟିକଟ ମିଳିବା ପାଇଁ ଇଚ୍ଛା କରିଥିବା ବେଳେ ନବୀନ ବାଜି ମାରିଥିଲେ। ଫଳରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ପରସ୍ପର ପାଇଁ ଆତ୍ମଘାତୀ ପାଲଟି ପାରନ୍ତି।

ଅପରପକ୍ଷେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ମାତ୍ର ୧୨୭ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଚଳିତ ନିର୍ବାଚନରେ ଶ୍ରୀ ବାଗଙ୍କ ଉପରେ ଦଳ ଭରସା କରି ପୁଣି ତାଙ୍କୁ ପ୍ରାର୍ଥୀ କରିଛି। ହେଲେ ସାଂସଦଙ୍କ ଅନୁଗତ କୁହାଯାଉଥିବା ଜିଲ୍ଲା ସଭାପତି ଶିବାଜି ମହାନ୍ତି କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରୁ ଟିକଟ ପାଇଁ ଆଶାୟୀ ଥିଲେ। ଅପରପକ୍ଷରେ ଶ୍ରୀ ମହାନ୍ତି ଓ ଶ୍ରୀ ବାଗଙ୍କ ସମର୍ଥକ ମଧ୍ୟରେ ଶୀତଳ ଯୁଦ୍ଧ ସବୁବେଳେ ଲାଗି ରହିଥିବାରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶ୍ରୀ ମହାନ୍ତି ଘାତକ ସାଜିପାରନ୍ତି। ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କନକ ବର୍ଦ୍ଧନ ସିଂହଦେଓଙ୍କୁ କିଛି କର୍ମୀ ତାଙ୍କୁ ନାପସନ୍ଦ କରୁଥିବାରୁ ସେମାନେ ନିର୍ବାଚନରେ ଅନ୍ୟ ଦଳ ସହ ହାତ ମିଳାଇ ଆତ୍ମଘାତୀ କାର୍ଯ୍ୟ କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

08 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର