ଆସନ୍ତା ୨୮ରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ୍‌ ମେଓ୍ବାନୀ

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନି। ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍‌ ମେଓ୍ବାନୀ ୨୮ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି। କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ  ଜିଗ୍ନେଶ୍‌ ମେଓ୍ବାନୀ କଂଗ୍ରେସରେ ଯୋଗଦେବେ। କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ […]

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନି। ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍‌ ମେଓ୍ବାନୀ ୨୮ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି। କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ  ଜିଗ୍ନେଶ୍‌ ମେଓ୍ବାନୀ କଂଗ୍ରେସରେ ଯୋଗଦେବେ। କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମାନସମନ୍ଥନ ଚାଲିଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ: ପାକିସ୍ତାନ-ତୁର୍କୀର ‘ମକ୍କା ଚୁକ୍ତି’ ପାଇଁ ବଡ଼ ପରୀକ୍ଷା

ସମ୍ବାଦ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, କହ୍ନେୟା କୁମାର ବିହାରରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଯୁବ ଚେହେରା ଭାବରେ କାର୍ଯ୍ୟକରିବେ ଏବଂ ଏହାର ଜାତୀୟ ଭୂମିକା ମଧ୍ୟ ରହିବ। ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ କଂଗ୍ରେସ ଏକ ଜାତୀୟ ଆନ୍ଦୋଳନ ରଣନୀତି କରୁଥିବା କୁହାଯାଉଛି। ଏଥିପାଇଁ ପ୍ରଭାବଶାଳୀ ଯୁବକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ରାହୁଲ ଗାନ୍ଧୀ ଏହି ଯୁବ ନେତାଙ୍କ ଏକ ଟିମ୍ ଗଠନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଭାରି ଭୋଟ୍ ଆଧାରକୁ ପ୍ରତିହତ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଟନାରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନରେ ବଜ୍ରପାତ: ମଝି ଆକାଶରେ ନୋଜ୍ କ୍ଷତିଗ୍ରସ୍ତ, ସୁରକ୍ଷିତ ଅଛନ୍ତି ୧୦୪ ଯାତ୍ରୀ


ଏସବୁ ପଛରେ ପ୍ରଶାନ୍ତ କିଶୋରଙ୍କ ଭୂମିକା ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ମତ ଦେଇଛନ୍ତି ଯେ ପୁରୁଣା ନେତାଙ୍କ ପାଇଁ ବର୍ତ୍ତମାନ କଂଗ୍ରେସ ଦଳରେ ଶେଷ ହେଉଛି, ତେଣୁ ବର୍ତ୍ତମାନ ଯୁବକମାନଙ୍କୁ ଏକ ସୁଯୋଗ ଦିଆଯାଉ। ସେ କହିଛନ୍ତି ଯେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନିଙ୍କ ପ୍ରବେଶ ଦ୍ୱାରା ଏହି କ୍ଷତିପୂରଣ ହୋଇପାରିବ। ନିର୍ବାଚନ ବୈତରଣୀ ପାର୍‌ ହେବାପାଇଁ କଂଗ୍ରେସ ଏବେ ଜାତୀୟ ସମୀକରଣ ସହିତ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ମାଷ୍ଟର ​‌ଷ୍ଟ୍ରୋକ‌ ଖେଳିବାକୁ ଯାଉଛି । ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍‌ ମେଓ୍ବାନୀଙ୍କୁ ଦଳରେ ସାମିଲ କରିବା ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଶୁଭଙ୍କର ହୋଇପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର