ରୁଦ୍ର ପ୍ରତାପଙ୍କ ପାଇଁ ପିପିଲିରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେଡି ପକ୍ଷରୁ ଏକ ନମ୍ବର ଷ୍ଟାର ପ୍ରଚାରକ ସୁପ୍ରିମୋ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇବେ ନେଇ […]

ଭୁବନେଶ୍ବର : ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେଡି ପକ୍ଷରୁ ଏକ ନମ୍ବର ଷ୍ଟାର ପ୍ରଚାରକ ସୁପ୍ରିମୋ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇବେ ନେଇ ସୂଚନା ଦେଇଛନ୍ତି ପିପିଲି ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଦେବ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ପିପିଲି ଉପନିର୍ବାଚନ ରଣନୀତି ନେଇ ବରିଷ୍ଠ ତଥା ପିପିଲି ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ତାରିଖ ଧାର୍ଯ୍ୟ ହୋଇ ନାହିଁ । ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଉମା ସାମନ୍ତରାୟଙ୍କ ସମେତ ଡେଲାଙ୍ଗ-ପିପିଲିର ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଉପନିର୍ବାଚନ ରଣନୀତି ନେଇ ବିଚାରବିମର୍ଶ ହୋଇଛି । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ନିଆଯିବ । ହାତରେ ଆଉ ଅଳ୍ପ ଦିନ ରହିଲା । ଭଲ ବ୍ୟବଧାନରେ ପିପିଲିରେ ବିଜେଡି ବାଜିମାତ କରିବ ବୋଲି ଦଳ ଦୃଢ଼ମନା ରହିଛି ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

05 Apr 2021 By The Sakala

ରୁଦ୍ର ପ୍ରତାପଙ୍କ ପାଇଁ ପିପିଲିରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର : ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେଡି ପକ୍ଷରୁ ଏକ ନମ୍ବର ଷ୍ଟାର ପ୍ରଚାରକ ସୁପ୍ରିମୋ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇବେ ନେଇ ସୂଚନା ଦେଇଛନ୍ତି ପିପିଲି ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଦେବ।

ପିପିଲି ଉପନିର୍ବାଚନ ରଣନୀତି ନେଇ ବରିଷ୍ଠ ତଥା ପିପିଲି ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ତାରିଖ ଧାର୍ଯ୍ୟ ହୋଇ ନାହିଁ । ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଉମା ସାମନ୍ତରାୟଙ୍କ ସମେତ ଡେଲାଙ୍ଗ-ପିପିଲିର ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଉପନିର୍ବାଚନ ରଣନୀତି ନେଇ ବିଚାରବିମର୍ଶ ହୋଇଛି । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ନିଆଯିବ । ହାତରେ ଆଉ ଅଳ୍ପ ଦିନ ରହିଲା । ଭଲ ବ୍ୟବଧାନରେ ପିପିଲିରେ ବିଜେଡି ବାଜିମାତ କରିବ ବୋଲି ଦଳ ଦୃଢ଼ମନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର