ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠି : ଦେଶରେ ଟିକା ଅଭାବ ପୂରଣ ସହ ଗରିବଙ୍କୁ ମାସିକ ୬ ହଜାର ଟଙ୍କା ଦେବାକୁ କଲେ ନିବେଦନ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଇଛି। ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୋନିଆ ଚିଠିରେ  ମାସିକ ଆୟ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ଏବଂ ଏହା ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା ହସ୍ତାନ୍ତର କରାଯିବା ଉଚିତ। କରୋନା […]

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଇଛି। ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୋନିଆ ଚିଠିରେ  ମାସିକ ଆୟ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ଏବଂ ଏହା ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା ହସ୍ତାନ୍ତର କରାଯିବା ଉଚିତ। କରୋନା ମହାମାରୀ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ମହାବିପଦ ନେଇ ଆସିଛି। ରୋଜଗାର ହରାଇ ସେମାନେ ବହୁ ଅସୁବିଧା ଭୋଗ କରୁଥିବା ବେଳେ ପୁଣି କରୋନାର ଦ୍ବିତୀୟ ଲହରରେ ସେମାନେ ପ୍ରଭାବିତ ହେଉଛନ୍ତି। ଏପରି ପରିସ୍ଥିତିରେ ଗରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀଲୋକଙ୍କୁ ମାସିକ ୬ ହଜାର ଟଙ୍କା ଆର୍ଥିକ ସହାୟତା‘ମାସିକ ଆୟ ଗ୍ୟାରେଣ୍ଟି ଯୋଜନା’ ମାଧ୍ୟମରେ ପ୍ରଦାନ କରିବା ପାଇଁ ଚିଠିରେ ଲେଖିଛନ୍ତି ସୋନିଆ।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

ଏଥି ସହିତ ଦେଶରେ ଟିକା ସଙ୍କଟକୁ ନେଇ ମଧ୍ୟ ସୋନିଆ ଚିନ୍ତାବ୍ୟକ୍ତ କରିବା ସହ ଟିକାପ୍ରାପ୍ତର ବୟସସୀମା ଉପରେ ବିଚାର କରିବାକୁ ଚିଠିରେ ଲେଖିଛନ୍ତି ଏବଂ ଦେଶରେ ଯେଉଁଯେଉଁ କମ୍ପାନୀ କୋଭିଡ-୧୯ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଅନୁମତି ଦେବାକୁ ସୋନିଆ ଚିଠିରେ ଉଲ୍ଲେଖ କରିଛନ୍ତି।

ଶନିବାର କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ସୋନିଆ ଡିଜିଟାଲ ବୈଠକ କରିବା କଥା ଏହି ଚିଠିରେ ଲେଖି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ  ଟିକା ଏକ ବଡ଼ ଆଶା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଅଧିକାଂଶ ରାଜ୍ୟରେ ମାତ୍ର ତିନି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଟିକା ବାକି ଅଛି। ଏଭଳି ପରିସ୍ଥିତିରେ ଆମକୁ ଟିକା ତିଆରି କରିବାର ଗତି ତ୍ୱରାନ୍ୱିତ କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ଅନ୍ୟ କମ୍ପାନୀର ଟିକା ବ୍ୟବହାର କରିବାକୁ ତୁରନ୍ତ ଅନୁମୋଦନ ଦେବା ଆବଶ୍ୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବୟସର ଆବଶ୍ୟକତା ଅନୁଯାୟୀ ଟିକା ଉପଲବ୍ଧ କରାଯିବା ଉଚିତ ଏବଂ ସଂକ୍ରମଣର ସ୍ଥିତି ତଥା ପରବର୍ତ୍ତୀ ଆକଳନକୁ ଆଧାର କରି ରାଜ୍ୟମାନଙ୍କୁ ମଧ୍ୟ ଟିକା ପ୍ରଦାନ କରାଯିବା ଉଚିତ। କଂଗ୍ରେସ ସଭାପତି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ କରୋନା ଜୀବାଣୁ ସଂକ୍ରମଣର ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଔଷଧ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ଜିଏସ୍‌ଟିରୁ ମୁକ୍ତ କରାଯାଉ। ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତିଅଧିଆ କର୍ଫ୍ୟୁ ଭଳି କଡା ପଦକ୍ଷେପ ନିଆଯାଉଛି ଏବଂ ଏପରି ପରିସ୍ଥିତିରେ ଗରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀଲୋକଙ୍କୁ ମାସିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବା ଉଚିତ ବୋଲି ସୋନିଆ କହିଛନ୍ତି।

12 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର