ମମତାଙ୍କ ଦୃଢ଼ୋକ୍ତି, ନନ୍ଦିଗ୍ରାମରୁ ମୁଁ ହିଁ ଜିତିବି

The Sakala Picture
Published On

କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଏବଂ ଗତକାଲି ମତଦାନ ମଧ୍ୟ ଶେଷ ହୋଇଛି। ହେଲେ ଗତକାଲିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆସନରୁ ବିଜେପି ବିଜୟୀ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ […]

କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଏବଂ ଗତକାଲି ମତଦାନ ମଧ୍ୟ ଶେଷ ହୋଇଛି।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

ହେଲେ ଗତକାଲିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆସନରୁ ବିଜେପି ବିଜୟୀ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଆକଳନ କରାଯାଇଥିଲେ ହେଁ ଶୁକ୍ରବାର ମମତା କୁଚବିହାରରେ ଏକ ଜନସଭାକୁ ସମ୍ଭୋଧନ କରି ସେ  ହିଁ ନନ୍ଦିଗ୍ରାମ ଆସନରୁ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି। କେବଳ ସେତିକି ନୁହେଁ, ନନ୍ଦିଗ୍ରାମରୁ ମମତା ହାରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କ ପ୍ରତି ଦେଇଥିବା ଟିପ୍ପଣୀକୁ ନେଇ ମଧ୍ୟ ସେ ଜବାବ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ସେ ଏହି ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ବିଜେପି ଦଳର ସଦସ୍ୟ ନୁହେଁ। ତେଣୁ ମୁଁ ଅନ୍ୟ କେଉଁଠି ପ୍ରତିଦ୍ବନ୍ଦ୍ବିତା କରିବି କି ନାହିଁ ତାହା ମୋଦୀ ସ୍ଥିର କରିବା ଉଚିତ ନୁହେଁ। ବିଜେପି ଜାଣି ରଖିବା ଉଚିତ ଯେ ମୁଁ ହିଁ ନନ୍ଦିଗ୍ରାମରୁ ଜିତିବି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପଶ୍ଚିମବଙ୍ଗରେ ଏକ ନିର୍ବାଚନ ସଭାରେ ମୋଦୀ ଭାଷଣ ଦେଉଥିବା ବେଳେ ମମତା ନନ୍ଦିଗ୍ରାମରୁ ପରାଜିତ ହେବାକୁ ଯାଉଥିବାରୁ ଅନ୍ୟ କେଉଁ ଆସନରୁ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

03 Apr 2021 By The Sakala

ମମତାଙ୍କ ଦୃଢ଼ୋକ୍ତି, ନନ୍ଦିଗ୍ରାମରୁ ମୁଁ ହିଁ ଜିତିବି

କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଏବଂ ଗତକାଲି ମତଦାନ ମଧ୍ୟ ଶେଷ ହୋଇଛି।

ହେଲେ ଗତକାଲିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆସନରୁ ବିଜେପି ବିଜୟୀ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଆକଳନ କରାଯାଇଥିଲେ ହେଁ ଶୁକ୍ରବାର ମମତା କୁଚବିହାରରେ ଏକ ଜନସଭାକୁ ସମ୍ଭୋଧନ କରି ସେ  ହିଁ ନନ୍ଦିଗ୍ରାମ ଆସନରୁ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି। କେବଳ ସେତିକି ନୁହେଁ, ନନ୍ଦିଗ୍ରାମରୁ ମମତା ହାରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କ ପ୍ରତି ଦେଇଥିବା ଟିପ୍ପଣୀକୁ ନେଇ ମଧ୍ୟ ସେ ଜବାବ ରଖିଛନ୍ତି।

ସେ ଏହି ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ବିଜେପି ଦଳର ସଦସ୍ୟ ନୁହେଁ। ତେଣୁ ମୁଁ ଅନ୍ୟ କେଉଁଠି ପ୍ରତିଦ୍ବନ୍ଦ୍ବିତା କରିବି କି ନାହିଁ ତାହା ମୋଦୀ ସ୍ଥିର କରିବା ଉଚିତ ନୁହେଁ। ବିଜେପି ଜାଣି ରଖିବା ଉଚିତ ଯେ ମୁଁ ହିଁ ନନ୍ଦିଗ୍ରାମରୁ ଜିତିବି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପଶ୍ଚିମବଙ୍ଗରେ ଏକ ନିର୍ବାଚନ ସଭାରେ ମୋଦୀ ଭାଷଣ ଦେଉଥିବା ବେଳେ ମମତା ନନ୍ଦିଗ୍ରାମରୁ ପରାଜିତ ହେବାକୁ ଯାଉଥିବାରୁ ଅନ୍ୟ କେଉଁ ଆସନରୁ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର