ଜାଲ୍‌ ପ୍ରମାଣପତ୍ର ଦେଇ ମାଓବାଦୀରୁ ଘରୋଇ ସହାୟିକା ପାଲଟିଥିବା ମହିଳା ଦିଲ୍ଲୀରୁ ଗିରଫ

The Sakala Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପିତମପୁରା ଅଞ୍ଚଳରୁ ଝାଡ଼ଖଣ୍ଡର ଜଣେ ମହିଳା ମାଓବାଦୀକୁ ଗିରଫ କରାଯାଇଛି। ସେ ଦିଲ୍ଲୀରେ ପରିଚୟ ଲୁଚାଇ ରହୁଥିଲେ। ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ପୁଲିସ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ ୨୦୨୦ରେ ଏହି ମହିଳା ଦିଲ୍ଲୀ ଆସିଥିଲେ। ଜାଲ୍‌ ପ୍ରମାଣପତ୍ର ପାଇବା ପରେ ନୋଏଡ଼ା ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରିଥିଲେ। ଗୁଇନ୍ଦା ତଥ୍ୟ ଏବଂ ଯାଞ୍ଚ ରିପୋର୍ଟ ସ୍ପଷ୍ଟ ହେବା […]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପିତମପୁରା ଅଞ୍ଚଳରୁ ଝାଡ଼ଖଣ୍ଡର ଜଣେ ମହିଳା ମାଓବାଦୀକୁ ଗିରଫ କରାଯାଇଛି। ସେ ଦିଲ୍ଲୀରେ ପରିଚୟ ଲୁଚାଇ ରହୁଥିଲେ। ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ପୁଲିସ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ ୨୦୨୦ରେ ଏହି ମହିଳା ଦିଲ୍ଲୀ ଆସିଥିଲେ। ଜାଲ୍‌ ପ୍ରମାଣପତ୍ର ପାଇବା ପରେ ନୋଏଡ଼ା ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରିଥିଲେ। ଗୁଇନ୍ଦା ତଥ୍ୟ ଏବଂ ଯାଞ୍ଚ ରିପୋର୍ଟ ସ୍ପଷ୍ଟ ହେବା ପରେ ଏହି ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଥିଲା। ସେ ପଶ୍ଚିମ ସିଂହଭୂମି ଜିଲ୍ଲା କୁଡ଼ାବୁରୁ ଅଞ୍ଚଳର ବାସିନ୍ଦା। ଅନେକ ପୁଲିସ ଏନ୍‌କାଉଣ୍ଟର ମାମଲାରେ ସେ ୱାଣ୍ଟେଡ ଥିଲେ। ତାଙ୍କ ବିରୋଧରେ ଆଇପିସି, ଆର୍ମ୍ସ ଆକ୍ଟ, ୟୁଏପିଏ ଆଇନ ଅଧିନରେ ମାମଲା ରୁଜୁ କରାଯାଇଥିଲା। ୨୦୨୩ ମାର୍ଚ୍ଚ ୨୬ରେ ଝାଡ଼ଖଣ୍ଡର ଏକ କୋର୍ଟ ଏହି ମହିଳା ମାଓବାଦୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଥିଲେ।

ଆହୁରି ପଢ଼ନ୍ତୁ: ଅପରାଧୀଙ୍କ ମନରେ ଭୟ ସୃଷ୍ଟି କର: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର