ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା : ଆରମ୍ଭ ହେବ ‘ବିଶ୍ୱକର୍ମା ଯୋଜନା’, ଜାଣନ୍ତୁ କିଏ ଏହାର ଲାଭ ପାଇବେ

The Sakala Picture
Published On

ନୂଆଦିଲ୍ଲୀ : ଆଜି ସମଗ୍ର ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାର ଜନ କହି ସମ୍ୱୋଧିତ କରି କହିଛନ୍ତି, “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର ୧୪୦ କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ […]

ନୂଆଦିଲ୍ଲୀ : ଆଜି ସମଗ୍ର ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାର ଜନ କହି ସମ୍ୱୋଧିତ କରି କହିଛନ୍ତି, “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର ୧୪୦ କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।”

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକ ବିଜୟପୁରାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ପାଇଲଟ୍, ୨ ଆହତ

ଦେଶବାସୀଙ୍କୁ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ କହିଛନ୍ତି ଯେ ହଜିଯାଇଥିବା ଐତିହ୍ୟ, ସମୃଦ୍ଧତାକୁ ପୁନରୁଦ୍ଧାର କରିବା ଏବଂ ଆଗାମୀ ଏକ ହଜାର ବର୍ଷ ପାଇଁ ଦିଗ ନିର୍ଦ୍ଧାରଣ କରିବା ଭବିଷ୍ୟତର ଭବ୍ୟ ଭାରତ ମଧ୍ୟରେ ଠିଆ ହୋଇଛି ଭାରତ। ଏହି ସମୟରେ ଦେଶ ଏଭଳି ଚୁକ୍ତି ଉପରେ ଛିଡ଼ା ହୋଇଛି ଏବଂ ସେଥିପାଇଁ ବର୍ତ୍ତମାନ ଆମକୁ ଅଟକିବାକୁ ପଡ଼ିବ, ଦ୍ୱନ୍ଦ୍ୱରେ ବଞ୍ଚିବାର ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ବାୟୁ ଗୁଣବତ୍ତା ଚିନ୍ତାଜନକ: ମଧ୍ୟମ ଶ୍ରେଣୀରେ ଏକ୍ୟୁଆଇ, ଆନନ୍ଦ ବିହାର ଓ ଆର.କେ ପୁରମରେ ସ୍ଥିତି 'ଖରାପ'

ସେହିପରି କରୋନାକୁ ନେଇ ମୋଦୀ କହିଛନ୍ତି, ୨ ଶହ କୋଟି ଦେଶବାସୀଙ୍କୁ ଟିକା ଦେଇ ଦକ୍ଷତା ଦେଖାଇଛି ଭାରତ। ସବୁ କାମ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରାଯାଇଛି। ଠିକ ସମୟରେ ଠିକ ପଦକ୍ଷେପ ନେବା ଏବଂ ପରଫର୍ମ କରିବା ହେଉଛି ମୋଦି ସରକାରର ଧର୍ମ। କେବେ ରୋକିବୁନି, ଥକିବୁନି କି ହାରିବୁ ନାହିଁ ବୋଲି କହିଛନ୍ତି ମୋଦୀ। କରୋନା ପରେ ଭାରତ ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି ବିଶ୍ୱବାସୀଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଦେଖାଉଛି। ଭାରତ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟ କରି ଚାଲିଛି।

ଆହୁରି ପଢ଼ନ୍ତୁ: ମଦୁଆ ପୋଲିସର କାରନାମା: ଇ-ରିକ୍ସା ଉପରେ ଚଢିଗଲା କାର୍, ଚାଲିଗଲା ୨୫ ବର୍ଷୀୟା ଯୁବତୀଙ୍କ ଜୀବନ

ଆରମ୍ଭ ହେବ ‘ବିଶ୍ୱକର୍ମା ଯୋଜନା’

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଯୋଜନା ‘ବିଶ୍ୱକର୍ମା ଯୋଜନା’ ଘୋଷଣା କରିଛନ୍ତି। ଆସନ୍ତା ବିଶ୍ବକର୍ମା ପୂଜା(୧୭,ସେପ୍ଟେମ୍ବର)ରେ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନା ଦ୍ୱାରା ବିଶେଷ ବର୍ଗ ଲାଭବାନ୍ ହୋଇପାରିବେ । ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ୧୩ରୁ ୧୫ ହଜାର କୋଟି ଟଙ୍କାରୁ ଏହି ଯୋଜନା ଆରମ୍ଭ ହେବ ।

ମଧ୍ୟମ ବର୍ଗର ଶକ୍ତି ବଢ଼ିବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି

ଦେଶରେ ଗରୀବ କମିଲେ ମଧ୍ୟମ ବର୍ଗ ଶକ୍ତି ବଢ଼ିବ। ଆସନ୍ତା ୫ ବର୍ଷରେ ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ। ସହରରେ ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢ଼ିବ। ସହରରେ ଘର କରି ରହିବା ପାଇଁ ସହଯୋଗ ଦିଆଯିବ। ବ୍ୟାଙ୍କରୁ ରିହାତିରେ ଋଣ ଯୋଗାଇ ଦିଆଯିବ। ଆଧୁନିକତା ଆଡେ ଆମେ ଅଗ୍ରସର ହେଉଛନ୍ତି। ସେହିପରି ଭ୍ରଷ୍ଟାଚାରକୁ ନେଇ ମୋଦୀ କହିଛନ୍ତି ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା। ୧୦ ବର୍ଷ ତଳେ ରାଜ୍ୟକୁ ୨୦ ଲକ୍ଷ କୋଟି ଟଙ୍କା ଯାଉଥିଲା। ବର୍ତ୍ତମାନ ରାଜ୍ୟମାନଙ୍କୁ ୧୦୦ ଲକ୍ଷ କୋଟି ଟଙ୍କା ଯାଊଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp