ତାମିଲନାଡୁରେ ଖୁବଶୀଘ୍ର ସରକାର ଗଢ଼ିବେ ଥାଲାପଥି ବିଜୟ: 'ଟିଭିକେ'କୁ ସମର୍ଥନ ଦେଲେ ଏହିସବୁ ଦଳ...

Madhusudan Das Picture
Published On

ତାମିଲନାଡୁ: ତାମିଲନାଡୁ ରାଜନୀତିରେ ଲାଗି ରହିଥିବା ଦୀର୍ଘ ଦିନର ସସପେନ୍ସର ଅନ୍ତ ଘଟିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ପାର୍ଟି ତାମିଲଗା ଭେତ୍ରି କାଝାଗମ (TVK) କୁ ସରକାର ଗଠନ ପାଇଁ ବିଦୁଥଲାଇ ଚିରୁଥାଇଗଲ କାଚି (VCK) ସମର୍ଥନ ଜଣାଇଛି। ଏହା ଫଳରେ ତାମିଲନାଡୁରେ ଏକ ନୂତନ ସରକାର ଗଠନ ପାଇଁ ବାଟ ଫିଟିଛି।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ଭିସିକେ (VCK) ସଭାପତି ଥୋଲ. ଥିରୁମାଭାଲାଭାନ ଆନୁଷ୍ଠାନିକ ଭାବେ ନିଜ ଦଳର ସମର୍ଥନ ପତ୍ରକୁ ଟିଭିକେ (TVK) ର ସାଧାରଣ ସମ୍ପାଦକ ତଥା ନିର୍ବାଚନ ପ୍ରଚାର ପରିଚାଳକ ଆଧବ ଅର୍ଜୁନଙ୍କୁ ହସ୍ତାନ୍ତର କରିଛନ୍ତି। ଅଭିନେତା ବିଜୟଙ୍କ ରାଜନୈତିକ ଦଳ ପାଇଁ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ନିଶା କାରବାର ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ସାମାଜିକ କର୍ମୀଙ୍କୁ ହତ୍ୟା: ଫେସବୁକ୍ ଲାଇଭ୍‌ରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ

୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ବା ବହୁମତ ସଂଖ୍ୟା ହେଉଛି ୧୧୮ ଆସନ। ଭିସିକେର ଏହି ସମର୍ଥନ ଫଳରେ ଟିଭିକେ ବହୁମତ ହାସଲ କରିଛି। ଭିସିକେର ବିନା ସର୍ତ୍ତରେ ବାହ୍ୟ ସମର୍ଥନ ଏବଂ ଏହା ପୂର୍ବରୁ ମିଳିଥିବା ସିପିଆଇ (CPI) ଓ ସିପିଆଇ(ଏମ୍) (CPI-M) ର ସମର୍ଥନ ବିଜୟଙ୍କ ଦଳ ପାଇଁ ସରକାର ଗଠନର ରାସ୍ତାକୁ ସମ୍ପୂର୍ଣ୍ଣ ସଫା କରିଦେଇଛି। ଏହାଦ୍ୱାରା ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ଛକାପଞ୍ଝାର ମଧ୍ୟ ଅନ୍ତ ଘଟିଛି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

ଏହା ବ୍ୟତୀତ, ଭିସିକେ ପରେ ଏବେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ର ତାମିଲନାଡୁ ଶାଖା ମଧ୍ୟ ତାମିଲନାଡୁରେ ସରକାର ଗଠନ ପାଇଁ ତାମିଲଗା ଭେତ୍ରି କାଝାଗମକୁ ନିଜର ବିନା ସର୍ତ୍ତରେ ସମର୍ଥନ ଘୋଷଣା କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର