ଉଦ୍ଧବଙ୍କ କ୍ୟାବିନେଟରେ ବଡ ନିଷ୍ପତ୍ତି : ବଦଳିଲା ଔରଙ୍ଗାବାଦ ଓ ଉସ୍ମାନବାଦ ସହରର ନାଁ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବଙ୍କ ସରକାର ଟଳମଳ ସ୍ଥିତିରେ ରହିଛି । ହେଲେ କ୍ୟାବିନେଟରେ ତିନି ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଉଦ୍ଧବ । କ୍ୟାବିନେଟରେ ତିନୋଟି ସ୍ଥାନର ବଦଳାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଔରଙ୍ଗାବାଦ ଜିଲ୍ଲାର ନାଁ ବଦଳାଇ ସମ୍ଭାଜୀ ନଗର କରିଦିଆଯାଇଛି । ସେହିପରି ଉସ୍ମାନାବାଦର ନାଁ ବଦଳାଇ ଧାରାଶିବ କରାଯାଇଛି । ଏହା ବ୍ୟତୀତ ନବୀ ମୁମ୍ବାଇ ବିମାନବନ୍ଦରର ନାଁ ବଦଳାଇ ଡିୱାଇ ପାଟିଲ ବିମାନବନ୍ଦର […]

ମୁମ୍ବାଇ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବଙ୍କ ସରକାର ଟଳମଳ ସ୍ଥିତିରେ ରହିଛି । ହେଲେ କ୍ୟାବିନେଟରେ ତିନି ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଉଦ୍ଧବ । କ୍ୟାବିନେଟରେ ତିନୋଟି ସ୍ଥାନର ବଦଳାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଔରଙ୍ଗାବାଦ ଜିଲ୍ଲାର ନାଁ ବଦଳାଇ ସମ୍ଭାଜୀ ନଗର କରିଦିଆଯାଇଛି । ସେହିପରି ଉସ୍ମାନାବାଦର ନାଁ ବଦଳାଇ ଧାରାଶିବ କରାଯାଇଛି । ଏହା ବ୍ୟତୀତ ନବୀ ମୁମ୍ବାଇ ବିମାନବନ୍ଦରର ନାଁ ବଦଳାଇ ଡିୱାଇ ପାଟିଲ ବିମାନବନ୍ଦର ରଖାଯାଇଛି ।ଆଜି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ନାଁ ବଦଳିବା ନିଷ୍ପତ୍ତି ଉପରେ ମୋହର ବାଜିଛି।

ଆହୁରି ପଢ଼ନ୍ତୁ: ଅନଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ୍‌ଗୁଡ଼ିକର ଅତ୍ୟଧିକ କ୍ୟାନ୍ସଲେସନ୍ ଚାର୍ଜ ଉପରେ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହି କ୍ରମରେ ରାଜ୍ୟପାଇଁ ହଳଦୀ ଅନୁସନ୍ଧାନ ଓ ପ୍ରକ୍ରିୟାକରଣ ନୀତି ଲାଗୁ ହେବ ଓ ହିଙ୍ଗୋଲୀ ଜିଲ୍ଲାରେ ବାଲାସାହେବ ଠାକରେଙ୍କ ନାମରେ ହଳଦୀ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସ୍ଥାପନା କରାଯିବ । ଏହା ବ୍ୟତୀତ ଅହମଦନଗର ଜିଲ୍ଲାରେ ଏକ ଅତିରିକ୍ତ ସିଭିଲ କୋର୍ଟ ସ୍ଥାପନା କରାଯିବାକୁ ବି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମୁରାଦାବାଦରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସାଜିଥିବା ପୁତୁରା ସହ ମିଶି ସ୍ୱାମୀଙ୍କୁ କରେଣ୍ଟ ଓ ବିଷ ଦେଇ ହତ୍ୟା କଲା ସ୍ତ୍ରୀ

ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ଦୁଇ ସହରର ନାମକରଣ କରିବାକୁ ଦାବି ହୋଇଥିଲା। ଔରଙ୍ଗାବାଦକୁ ସମ୍ଭାଜୀ ନଗର ନାଁରେ ନାମକରଣ କରିବାକୁ ଦାବି ହୋଇଥିଲା ବୋଲି ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଅନୀଲ ପରବ କହିଛନ୍ତି। ଆଜିର ବୈଠକରେ ବି ସମାନ ଦାବି ହୋଇଥିଲା। ତେଣୁ ମରାଠା ରାଜାଙ୍କ ସମ୍ମାନରେ ଏହି ରାସ୍ତାକୁ ସମ୍ଭାଜୀ ନଗର ନାମରେ ନାମିତ କରିବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି। ଜୁନ ମାସ ଆରମ୍ଭରୁ ଔରଙ୍ଗାବାଦର ନାମକରଣ ନେଇ ପ୍ରତିଶ୍ରୁତି ଦେଇଥିଲେ ଉଦ୍ଧବ ଠାକରେ। ବାଲାସାହେବଙ୍କ ପ୍ରତିଶ୍ରୁତି ପୂରା କରିବେ ବୋଲି ସେ କହିଥିଲେ। ଜୁନ ୮ ତାରିଖରେ ଔରଙ୍ଗାବଦାର ଏକ ରାଲିକୁ ସମ୍ବୋଧନ କରି ଉଦ୍ଧବ କହିଥିଲେ “ଆମର ପ୍ରତ୍ୟେକ ନିଶ୍ୱାସରେ ହିନ୍ଦୁତ୍ୱ ରହିଛି। ମିଛ କହିବା ଆମ ହିନ୍ଦୁତ୍ୱ ନୁହେଁ। ବାଲାସାହେବ ଆମକୁ ଯାହା ଶିଖାଇଛନ୍ତି ଏହା ତାହା ନୁହେଁ। ବାଲାସାହେବ ଔରଙ୍ଗାବାଦକୁ ସମ୍ଭାଜୀ ନଗର ନାମରେ ନାମକରଣ କରିବାକୁ ଘୋଷଣା କରିଥିଲେ। ମୁଁ ତାଙ୍କର ଏଇ ପ୍ରତିଶ୍ରୁତିକୁ ପୂରା କରିବି।”

ଆହୁରି ପଢ଼ନ୍ତୁ: ନିଟ୍-ୟୁଜି ପେପର୍ ଲିକ୍: ରି-ଟେଷ୍ଟ୍ ପାଇଁ ପ୍ରଶ୍ନପତ୍ର ନେବ ବାୟୁସେନା ବିମାନ! କେନ୍ଦ୍ର ସରକାରଙ୍କ ବଡ଼ ପ୍ରସ୍ତୁତି

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଏବେ ବି କ୍ଷମତା ସଂକଟ ଜାରି ରହିଛି । ଆସନ୍ତା କାଲି ବିଧାନସଭାରେ ଉଦ୍ଧବ ଠାକରେଙ୍କୁ ବହୁମତ ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଶିବସେନା ସୁପ୍ରିମ କୋର୍ଟରେ ପହଞ୍ଚିଛି । ଏବେ ଉକ୍ତ ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମ କୋର୍ଟ। ଏହାରି ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଉଦ୍ଧବଙ୍କ ପକ୍ଷରୁ ଏହି ସହରଗୁଡିକର ନାଁ ବଦଳାଯାଇଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଗୌହ୍ୱାଟିରୁ ବିଦ୍ରୋହୀ ବିଧାୟକ ଗୋଆ ଅଭିମୁଖେ ବାହାରି ଗଲେଣି । ଗୋଆରୁ ସେମାନେ ଆସନ୍ତାକାଲି ଦ୍ ଫ୍ଲୋର ଟେଷ୍ଟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ଉଦ୍ଧବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ ମାମଲରା ଶୁଣାଣି ଚାଲିଛି ।

29 Jun 2022 By The Sakala

ଉଦ୍ଧବଙ୍କ କ୍ୟାବିନେଟରେ ବଡ ନିଷ୍ପତ୍ତି : ବଦଳିଲା ଔରଙ୍ଗାବାଦ ଓ ଉସ୍ମାନବାଦ ସହରର ନାଁ

ମୁମ୍ବାଇ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବଙ୍କ ସରକାର ଟଳମଳ ସ୍ଥିତିରେ ରହିଛି । ହେଲେ କ୍ୟାବିନେଟରେ ତିନି ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଉଦ୍ଧବ । କ୍ୟାବିନେଟରେ ତିନୋଟି ସ୍ଥାନର ବଦଳାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଔରଙ୍ଗାବାଦ ଜିଲ୍ଲାର ନାଁ ବଦଳାଇ ସମ୍ଭାଜୀ ନଗର କରିଦିଆଯାଇଛି । ସେହିପରି ଉସ୍ମାନାବାଦର ନାଁ ବଦଳାଇ ଧାରାଶିବ କରାଯାଇଛି । ଏହା ବ୍ୟତୀତ ନବୀ ମୁମ୍ବାଇ ବିମାନବନ୍ଦରର ନାଁ ବଦଳାଇ ଡିୱାଇ ପାଟିଲ ବିମାନବନ୍ଦର ରଖାଯାଇଛି ।ଆଜି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ନାଁ ବଦଳିବା ନିଷ୍ପତ୍ତି ଉପରେ ମୋହର ବାଜିଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହି କ୍ରମରେ ରାଜ୍ୟପାଇଁ ହଳଦୀ ଅନୁସନ୍ଧାନ ଓ ପ୍ରକ୍ରିୟାକରଣ ନୀତି ଲାଗୁ ହେବ ଓ ହିଙ୍ଗୋଲୀ ଜିଲ୍ଲାରେ ବାଲାସାହେବ ଠାକରେଙ୍କ ନାମରେ ହଳଦୀ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସ୍ଥାପନା କରାଯିବ । ଏହା ବ୍ୟତୀତ ଅହମଦନଗର ଜିଲ୍ଲାରେ ଏକ ଅତିରିକ୍ତ ସିଭିଲ କୋର୍ଟ ସ୍ଥାପନା କରାଯିବାକୁ ବି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ଦୁଇ ସହରର ନାମକରଣ କରିବାକୁ ଦାବି ହୋଇଥିଲା। ଔରଙ୍ଗାବାଦକୁ ସମ୍ଭାଜୀ ନଗର ନାଁରେ ନାମକରଣ କରିବାକୁ ଦାବି ହୋଇଥିଲା ବୋଲି ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଅନୀଲ ପରବ କହିଛନ୍ତି। ଆଜିର ବୈଠକରେ ବି ସମାନ ଦାବି ହୋଇଥିଲା। ତେଣୁ ମରାଠା ରାଜାଙ୍କ ସମ୍ମାନରେ ଏହି ରାସ୍ତାକୁ ସମ୍ଭାଜୀ ନଗର ନାମରେ ନାମିତ କରିବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି। ଜୁନ ମାସ ଆରମ୍ଭରୁ ଔରଙ୍ଗାବାଦର ନାମକରଣ ନେଇ ପ୍ରତିଶ୍ରୁତି ଦେଇଥିଲେ ଉଦ୍ଧବ ଠାକରେ। ବାଲାସାହେବଙ୍କ ପ୍ରତିଶ୍ରୁତି ପୂରା କରିବେ ବୋଲି ସେ କହିଥିଲେ। ଜୁନ ୮ ତାରିଖରେ ଔରଙ୍ଗାବଦାର ଏକ ରାଲିକୁ ସମ୍ବୋଧନ କରି ଉଦ୍ଧବ କହିଥିଲେ “ଆମର ପ୍ରତ୍ୟେକ ନିଶ୍ୱାସରେ ହିନ୍ଦୁତ୍ୱ ରହିଛି। ମିଛ କହିବା ଆମ ହିନ୍ଦୁତ୍ୱ ନୁହେଁ। ବାଲାସାହେବ ଆମକୁ ଯାହା ଶିଖାଇଛନ୍ତି ଏହା ତାହା ନୁହେଁ। ବାଲାସାହେବ ଔରଙ୍ଗାବାଦକୁ ସମ୍ଭାଜୀ ନଗର ନାମରେ ନାମକରଣ କରିବାକୁ ଘୋଷଣା କରିଥିଲେ। ମୁଁ ତାଙ୍କର ଏଇ ପ୍ରତିଶ୍ରୁତିକୁ ପୂରା କରିବି।”

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଏବେ ବି କ୍ଷମତା ସଂକଟ ଜାରି ରହିଛି । ଆସନ୍ତା କାଲି ବିଧାନସଭାରେ ଉଦ୍ଧବ ଠାକରେଙ୍କୁ ବହୁମତ ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଶିବସେନା ସୁପ୍ରିମ କୋର୍ଟରେ ପହଞ୍ଚିଛି । ଏବେ ଉକ୍ତ ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମ କୋର୍ଟ। ଏହାରି ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଉଦ୍ଧବଙ୍କ ପକ୍ଷରୁ ଏହି ସହରଗୁଡିକର ନାଁ ବଦଳାଯାଇଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଗୌହ୍ୱାଟିରୁ ବିଦ୍ରୋହୀ ବିଧାୟକ ଗୋଆ ଅଭିମୁଖେ ବାହାରି ଗଲେଣି । ଗୋଆରୁ ସେମାନେ ଆସନ୍ତାକାଲି ଦ୍ ଫ୍ଲୋର ଟେଷ୍ଟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ଉଦ୍ଧବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ ମାମଲରା ଶୁଣାଣି ଚାଲିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର