ଚିକିତ୍ସା ଅବହେଳାର କରୁଣ ପରିଣତି : ଗୋଡ଼ ବଦଳରେ ହାତ କାଟିଦେଲେ ଡାକ୍ତର
ମୁଜାଫରପୁର : ଡାକ୍ତରଙ୍କୁ ଇଶ୍ବରଙ୍କ ଦ୍ବିତୀୟ ଅବତାର ବୋଲି ବିବେଚନା କରାଯାଏ। ଜୀବନ ସଙ୍କଟରୁ ମୁକ୍ତି ପାଇବାକୁ ମଣିଷ ଡାକ୍ତରଙ୍କ ପାଖକୁ ଯାଇଥାଏ। ତେବେ ଆଜିକାଲିର କିଛି ଡାକ୍ତର ନିଜର କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରୁନାହାନ୍ତି, ଯାହାଫଳରେ ଅକାଳରେ ଅନେକ ଜୀବନ ଚାଲିଯାଉଛି ଏବଂ କିଛି ବିକଳାଙ୍ଗ ହୋଇ ଜୀବନ ନିର୍ବାହ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବିହାରର ମୁଜାଫରପୁର ଜିଲ୍ଲାରେ। ଏଠାରେ ଗୋଡ ଅସ୍ତ୍ରୋପ୍ରଚାର କରିବାକୁ ଏକ ଘରୋଇ […]
ମୁଜାଫରପୁର : ଡାକ୍ତରଙ୍କୁ ଇଶ୍ବରଙ୍କ ଦ୍ବିତୀୟ ଅବତାର ବୋଲି ବିବେଚନା କରାଯାଏ। ଜୀବନ ସଙ୍କଟରୁ ମୁକ୍ତି ପାଇବାକୁ ମଣିଷ ଡାକ୍ତରଙ୍କ ପାଖକୁ ଯାଇଥାଏ। ତେବେ ଆଜିକାଲିର କିଛି ଡାକ୍ତର ନିଜର କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରୁନାହାନ୍ତି, ଯାହାଫଳରେ ଅକାଳରେ ଅନେକ ଜୀବନ ଚାଲିଯାଉଛି ଏବଂ କିଛି ବିକଳାଙ୍ଗ ହୋଇ ଜୀବନ ନିର୍ବାହ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବିହାରର ମୁଜାଫରପୁର ଜିଲ୍ଲାରେ। ଏଠାରେ ଗୋଡ ଅସ୍ତ୍ରୋପ୍ରଚାର କରିବାକୁ ଏକ ଘରୋଇ ହସ୍ପିଟାଲ ଯାଇଥିବା ଜଣେ ମହିଳାଙ୍କ ହାତକୁ ଡାକ୍ତର କାଟିଦେଇଛନ୍ତି। ଏହି ଘଟଣାକୁ ନେଇ ପୀଡିତାଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ହଙ୍ଗାମା କରିଛନ୍ତି। ରୋଗୀଙ୍କ ପରିବାର ଲୋକେ ଡାକ୍ତରଙ୍କ ଅବହେଳାର ଅଭିଯୋଗ କରି କ୍ଷତିପୂରଣ ସହିତ କୃତ୍ରିମ ହାତ ଲଗାଇବାକୁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ ଜିଲ୍ଲାର ବ୍ରହ୍ମପୁରା ଥାନା ଅନ୍ତର୍ଗତ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଏହି ଘଟଣା ଘଟିଛି। ଏଠାରେ ଗୋଡ ଅସ୍ତ୍ରୋପ୍ରଚାର କରିବାକୁ ଯାଇଥିବା ମହିଳାଙ୍କ ହାତକୁ ଡାକ୍ତର କାଟିଦେଇଛନ୍ତି। ଏହି ଘଟଣା ପରେ ମହିଳାଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି। ତେବେ କୃତ୍ରିମ ହାତ ଲଗାଇବା ପାଇଁ ସହାୟତା ଦିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।
ପରେ ମହିଳା ପାଟନାରୁ ଡିସଚାର୍ଜ ହୋଇ ନିଜ ପୁଅ ସହ କ୍ଷତିପୂରଣ ଆଣିବା ପାଇଁ ଉକ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସେଠାରେ ହସ୍ପିଟାଲର କର୍ମଚାରୀ ତାଙ୍କୁ ଖରାପ ବ୍ୟବହାର ଏବଂ ମାଡପିଟ କରିଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲରେ ହଙ୍ଗାମା ଜାରି ରହିଥିଲା। ପରେ ବ୍ରହ୍ମପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରାଇଥିଲା। ତେବେ କ୍ଲିନିକରେ ମହିଳାଙ୍କ ହାତ କଟିନାହିଁ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଥାନାଧିକାରୀ ଏସ ଅରଶଦ ନୋମାନିଙ୍କ ଅନୁଯାୟୀ ଏହି ଘଟଣାର ସୂଚନା ମିଳିବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ତେବେ ଏନେଇ କେହି ଅଭିଯୋଗ କରିନାହାନ୍ତି। ସୂଚନା ଅନୁଯାୟୀ କରଜା ଥାନା ଅନ୍ତର୍ଗତ ନରହରସରାୟ ଗ୍ରାମର ମହିଳା ଆଭା ରାୟ ଗତ ୩ ତାରିଖରେ ନିଜ ଘରେ ପଡିଯାଇଥିଲେ। ଫଳରେ ତାଙ୍କ ଖଞ୍ଜା ଛାଡି ଯାଇଥିଲା। ପରେ ପରିବାର ଲୋକ ତାଙ୍କୁ ବ୍ରହ୍ମପୁରାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କ ଗୋଡ ଅପରେସନ ହେବ ବୋଲି କହିଥିଲେ। କିନ୍ତୁ ହାତ କାଟି ଦେଇଥିଲେ। ବ୍ରହ୍ମପୁରା ଅଞ୍ଚଳର ଡାକ୍ତର ମଧ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ। ପୀଡିତା କହିଛନ୍ତି ଯେ ଭୁଲ ଇଞ୍ଜେକସନ ଲଗାଇବା ଯୋଗୁଁ ହାତ କାଟିବାକୁ ପଡିଥିଲା ବୋଲି ଡାକ୍ତର କହିଥିଲେ।