ରାସ୍ତାରେ ଏସ୍‌ପିଙ୍କୁ ପିଟିଲେ ୩ କନଷ୍ଟେବଳ

The Sakala Picture
Published On

ଭୋପାଳ : ସହରରେ ଜଣେ ଏସ୍‌ପିଙ୍କୁ ୩ ଜଣ କନଷ୍ଟେବଳ ମଦ୍ୟପାନ କରି ରାସ୍ତାରେ ମାଡ଼ ମାରିବା ଘଟଣା ମଧ୍ୟପ୍ରଦେଶ ପୁଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତି ଏକାନୁରାକ୍ତିକୁ ନେଇ ପ୍ରଶ୍ନ ଉଠାଇଛି। ଏସ୍‌ପି ଜଣକ ନିଜ ପରିବାର ଲୋକଙ୍କ ସହ ଯାଉଥିବା ବେଳେ ୩ କନଷ୍ଟେବଳ ସର୍ବ ସମ୍ମୁଖରେ ତାଙ୍କୁ ମାଡମାରି ଆକ୍ରମଣ କରିଥିଲେ। ଆକ୍ରମଣରୁ ବର୍ତିବା ପାଇଁ ଏସ୍‌ପି ନାକେଦମ ହେବା ପରେ ଶେଷରେ ୧୦୦ ନମ୍ବରକୁ ଫୋନ କରି ସହୟତା ମାଗିବା ଭଳି ଏକ […]

ଭୋପାଳ : ସହରରେ ଜଣେ ଏସ୍‌ପିଙ୍କୁ ୩ ଜଣ କନଷ୍ଟେବଳ ମଦ୍ୟପାନ କରି ରାସ୍ତାରେ ମାଡ଼ ମାରିବା ଘଟଣା ମଧ୍ୟପ୍ରଦେଶ ପୁଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତି ଏକାନୁରାକ୍ତିକୁ ନେଇ ପ୍ରଶ୍ନ ଉଠାଇଛି। ଏସ୍‌ପି ଜଣକ ନିଜ ପରିବାର ଲୋକଙ୍କ ସହ ଯାଉଥିବା ବେଳେ ୩ କନଷ୍ଟେବଳ ସର୍ବ ସମ୍ମୁଖରେ ତାଙ୍କୁ ମାଡମାରି ଆକ୍ରମଣ କରିଥିଲେ। ଆକ୍ରମଣରୁ ବର୍ତିବା ପାଇଁ ଏସ୍‌ପି ନାକେଦମ ହେବା ପରେ ଶେଷରେ ୧୦୦ ନମ୍ବରକୁ ଫୋନ କରି ସହୟତା ମାଗିବା ଭଳି ଏକ ଅଭାବନୀୟ ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ସୂଚନା ଅନୁସାରେ ଏସ୍‌ପି ବିଏମ ଶକୟା ତାଙ୍କ ସରକାରୀ ଗାଡ଼ିରେ ଘରକୁ ଯାଉଥିବା ବେଳେ ଡେପୋଟ ଛକରେ ରାସ୍ତାରେ ପଡ଼ିଥିବା କିଛି ପଥରକୁ ଦେଖି ଗାଡ଼ି ରଖି ହଟାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ କାରରେ ସେଠାରେ ପହଞ୍ଚିଥିଲା ବେଳେ ସେମାନେ ଏସ୍‌ପି ଶକୟାଙ୍କୁ ଗାଳିଗୁଲଜ କରିବା ସହ ଆଗକୁ ବଢ଼ିଥିଲେ। ଶକୟା ପୁଲିସ ୟୂନିଫର୍ମରେ ନଥବା ବେଳେ ସେ ପୁଲିସ୍ ବିଭାଗରେ କାମ କରନ୍ତି ବୋଲି କହିଥିଲେ। ହେଲେ ଏହା ଶୁଣି ସେମାନେ ମଧ୍ୟ ପୁଲିସ ବିଭାଗରେ କାର୍ଯ୍ୟ କରନ୍ତି ବୋଲି ୩ ଯୁବକ କହିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ହରମୁଜ୍ ପ୍ରଣାଳୀ ଅତିକ୍ରମ କଲା ଏଲଏନଜି (LNG) ଟ୍ୟାଙ୍କର, ପହଞ୍ଚିଲା ଭାରତ ଉପକୂଳରେ

ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିବା ବେଳେ ଯୁବକମାନେ ଏସ୍‌ପି ଶକୟାଙ୍କୁ ମାଡ଼ ମାରିବା ସହ ଧମକ ଚମକ ଦେଇଥିଲେ । ଯୁବକମାନେ ମଦ ପିଇଥିବାରୁ ଶକୟା ୧୦୦ ନମ୍ବରକୁ ଫୋନ କରିଥିଲେ। ହେଲେ ପୁଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସେଠାରୁ କାର୍ ଯୋଗେ ୩ ଜଣ ଫେରାର ହୋଇଯାଇଥିଲେ । କିନ୍ତୁ ଅଫିସର ଜଣଙ୍କ ସେମାନଙ୍କ କାର ନମ୍ବର ନୋଟ କରିସାରିଥିଲେ। ଘଟଣାକୁ ନେଇ ଏସ୍‌ପି ଶକୟା ଟିଟି ନଗର ଥାନାରେ ଏଫଆଇଆର ରୁଜୁ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବଦଳିବ ଇନ୍ଧନ ଗେମ୍... ଏବେ ପେଟ୍ରୋଲରେ ମିଶିବ ୮୫% ଇଥାନଲ! କେନ୍ଦ୍ର ସରକାର ଜାରି କଲେ ଡ୍ରାଫ୍ଟ ନୋଟିଫିକେସନ୍

ଯୁବକମାନେ ଆସିଥିବା କାରଟି ୨୫ ବାଟାଲିୟନରେ କନଷ୍ଟେବଳ ଭାବେ କାମ କରୁଥିବା ବିନୋନ୍ଦ ପାରଶରଙ୍କ ନାଁରେ ପଞ୍ଜିକୃତ ଥିବା ତଦନ୍ତରୁ ଜଣାପଡ଼ିଥିଲା ବେଳେ ତାଙ୍କ ସହ ନେହରୁ ନଗର ପୁଲିସ ଲାଇନରେ କାମ କରୁଥିବା ଅନୀଲ ଜାଠ ଓ ଟ୍ରାଫିକ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳ ଅଭିଦେଶ ଜାଠ ରହିଥିଲେ ବୋଲି ଜଣାପଡ଼ିଛି।

16 Jun 2021 By The Sakala

ରାସ୍ତାରେ ଏସ୍‌ପିଙ୍କୁ ପିଟିଲେ ୩ କନଷ୍ଟେବଳ

ଭୋପାଳ : ସହରରେ ଜଣେ ଏସ୍‌ପିଙ୍କୁ ୩ ଜଣ କନଷ୍ଟେବଳ ମଦ୍ୟପାନ କରି ରାସ୍ତାରେ ମାଡ଼ ମାରିବା ଘଟଣା ମଧ୍ୟପ୍ରଦେଶ ପୁଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତି ଏକାନୁରାକ୍ତିକୁ ନେଇ ପ୍ରଶ୍ନ ଉଠାଇଛି। ଏସ୍‌ପି ଜଣକ ନିଜ ପରିବାର ଲୋକଙ୍କ ସହ ଯାଉଥିବା ବେଳେ ୩ କନଷ୍ଟେବଳ ସର୍ବ ସମ୍ମୁଖରେ ତାଙ୍କୁ ମାଡମାରି ଆକ୍ରମଣ କରିଥିଲେ। ଆକ୍ରମଣରୁ ବର୍ତିବା ପାଇଁ ଏସ୍‌ପି ନାକେଦମ ହେବା ପରେ ଶେଷରେ ୧୦୦ ନମ୍ବରକୁ ଫୋନ କରି ସହୟତା ମାଗିବା ଭଳି ଏକ ଅଭାବନୀୟ ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁସାରେ ଏସ୍‌ପି ବିଏମ ଶକୟା ତାଙ୍କ ସରକାରୀ ଗାଡ଼ିରେ ଘରକୁ ଯାଉଥିବା ବେଳେ ଡେପୋଟ ଛକରେ ରାସ୍ତାରେ ପଡ଼ିଥିବା କିଛି ପଥରକୁ ଦେଖି ଗାଡ଼ି ରଖି ହଟାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ କାରରେ ସେଠାରେ ପହଞ୍ଚିଥିଲା ବେଳେ ସେମାନେ ଏସ୍‌ପି ଶକୟାଙ୍କୁ ଗାଳିଗୁଲଜ କରିବା ସହ ଆଗକୁ ବଢ଼ିଥିଲେ। ଶକୟା ପୁଲିସ ୟୂନିଫର୍ମରେ ନଥବା ବେଳେ ସେ ପୁଲିସ୍ ବିଭାଗରେ କାମ କରନ୍ତି ବୋଲି କହିଥିଲେ। ହେଲେ ଏହା ଶୁଣି ସେମାନେ ମଧ୍ୟ ପୁଲିସ ବିଭାଗରେ କାର୍ଯ୍ୟ କରନ୍ତି ବୋଲି ୩ ଯୁବକ କହିଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିବା ବେଳେ ଯୁବକମାନେ ଏସ୍‌ପି ଶକୟାଙ୍କୁ ମାଡ଼ ମାରିବା ସହ ଧମକ ଚମକ ଦେଇଥିଲେ । ଯୁବକମାନେ ମଦ ପିଇଥିବାରୁ ଶକୟା ୧୦୦ ନମ୍ବରକୁ ଫୋନ କରିଥିଲେ। ହେଲେ ପୁଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସେଠାରୁ କାର୍ ଯୋଗେ ୩ ଜଣ ଫେରାର ହୋଇଯାଇଥିଲେ । କିନ୍ତୁ ଅଫିସର ଜଣଙ୍କ ସେମାନଙ୍କ କାର ନମ୍ବର ନୋଟ କରିସାରିଥିଲେ। ଘଟଣାକୁ ନେଇ ଏସ୍‌ପି ଶକୟା ଟିଟି ନଗର ଥାନାରେ ଏଫଆଇଆର ରୁଜୁ କରିଛନ୍ତି ।

ଯୁବକମାନେ ଆସିଥିବା କାରଟି ୨୫ ବାଟାଲିୟନରେ କନଷ୍ଟେବଳ ଭାବେ କାମ କରୁଥିବା ବିନୋନ୍ଦ ପାରଶରଙ୍କ ନାଁରେ ପଞ୍ଜିକୃତ ଥିବା ତଦନ୍ତରୁ ଜଣାପଡ଼ିଥିଲା ବେଳେ ତାଙ୍କ ସହ ନେହରୁ ନଗର ପୁଲିସ ଲାଇନରେ କାମ କରୁଥିବା ଅନୀଲ ଜାଠ ଓ ଟ୍ରାଫିକ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳ ଅଭିଦେଶ ଜାଠ ରହିଥିଲେ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର