ଦାରିଦ୍ର୍ୟମୁହାଁ ଭାରତ : ବର୍ଷକରେ ଗରିବଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଛି

The Sakala Picture
Published On

ନୂଆଦିଲ୍ଲୀ :  ସମ୍ପ୍ରତି ବିଶ୍ବର ଅଗ୍ରଣୀ ବିକାଶଶୀଳ ରାଷ୍ଟ୍ର କୁହାଯାଉଥିବା ଭାରତ ଏବେ ଦାରିଦ୍ର୍ୟ ଆଡକୁ ମୁହାଁଉଛି। କାରଣ ଦୀର୍ଘ ୪୫ ବର୍ଷ ପରେ ଦେଶକୁ ଗରିବିର ହୋଇଛି ଲେଉଟାଣି। ବିଗତ ବର୍ଷକରେ ଭାରତରେ ଗରିବଙ୍କ ସଂଖ୍ୟାରେ ଦୁଇଗୁଣ ବୃଦ୍ଧି ଘଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ଗରିବଙ୍କ ସଂଖ୍ୟା ବୃଦ୍ଧି ହେଉଛି ବିଶ୍ବରେ ସର୍ବାଧିକ। ଏସବୁର ମୂଳ କାରଣ ହେଉଛି କରୋନା ମହାମାରୀ ପ୍ରଭାବ। ଏମିତିକି ମହାମାରୀ ପ୍ରଭାବରେ ଦେଶର ପ୍ରାୟ ୩ କୋଟିରୁ […]

ନୂଆଦିଲ୍ଲୀ :  ସମ୍ପ୍ରତି ବିଶ୍ବର ଅଗ୍ରଣୀ ବିକାଶଶୀଳ ରାଷ୍ଟ୍ର କୁହାଯାଉଥିବା ଭାରତ ଏବେ ଦାରିଦ୍ର୍ୟ ଆଡକୁ ମୁହାଁଉଛି। କାରଣ ଦୀର୍ଘ ୪୫ ବର୍ଷ ପରେ ଦେଶକୁ ଗରିବିର ହୋଇଛି ଲେଉଟାଣି। ବିଗତ ବର୍ଷକରେ ଭାରତରେ ଗରିବଙ୍କ ସଂଖ୍ୟାରେ ଦୁଇଗୁଣ ବୃଦ୍ଧି ଘଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ଗରିବଙ୍କ ସଂଖ୍ୟା ବୃଦ୍ଧି ହେଉଛି ବିଶ୍ବରେ ସର୍ବାଧିକ। ଏସବୁର ମୂଳ କାରଣ ହେଉଛି କରୋନା ମହାମାରୀ ପ୍ରଭାବ। ଏମିତିକି ମହାମାରୀ ପ୍ରଭାବରେ ଦେଶର ପ୍ରାୟ ୩ କୋଟିରୁ ଅଧିକ ଲୋକ ମଧ୍ୟମ ବର୍ଗରୁ ଦାରିଦ୍ର୍ୟ ସ୍ତରକୁ ଖସିଆସିଥିବା ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଏହା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲେବାନନରେ ଥମୁନି ଇସ୍ରାଏଲର ଆକ୍ରମଣ: ବୋମା ବିସ୍ଫୋରଣରେ ୫୧ ଜଣଙ୍କ ମୃତ୍ୟୁ

ବିକାଶ ପଥରେ ବଢ଼ୁଛି ଭାରତ। ଅଭିବୃଦ୍ଧି ଦୁଇ ଅଙ୍କ ଛୁଇଁବ ଏ ନେଇ ନିତି ଡେଙ୍ଗୁରା ପିଟାଯାଉଛି। ହେଲେ ବାସ୍ତବ ଛିତ୍ର ଭିନ୍ନ। ଦେଶ ଏବେ ଦାରିଦ୍ର୍ୟ ମୁହାଁ ହେଉଛି। କରୋନା ମହାମାରୀର ପ୍ରଭାବରେ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଯାହାର ଫଳସ୍ବରୂପ ମାତ୍ର ବର୍ଷକ ମଧ୍ୟରେ ଭାରତରେ ଗରିବଙ୍କ ସଂଖ୍ୟାରେ ଦୁଇଗୁଣ ବୃଦ୍ଧି ଘଟିଛି। ବର୍ଷକ ତଳେ ଦେଶରେ ଗରିବଙ୍କ ସଂଖ୍ୟା ୬ କୋଟି (୬୦ ନିୟୁତ) ରହିଥିବାବେଳେ ଏବେ ଏହା ୧୩ କୋଟି (୧୩୦ ନିୟୁତ) ଟପିଯାଇଛି। ଏହାର ଅର୍ଥ ହେଉଛି ଦୀର୍ଘ ୪୫ ବର୍ଷ ପରେ ଭାରତର କୋଟି କୋଟି ଲୋକ ଏବେ ଦାରିଦ୍ର୍ୟର ଶିକାର ହେବାକୁ ଯାଉଛନ୍ତି। ସ୍ବାଧୀନତା ପରେ ୧୯୫୧ରୁ ୧୯୭୪ ସମୟରେ ଭାରତରେ ଗରିବଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଆକ୍ସନରେ ଥଲାପତି ବିଜୟ; ଶପଥ ଗ୍ରହଣ ପରେ ପୂରଣ କଲେ ୩ ବଡ଼ ପ୍ରତିଶ୍ରୁତି

ଏହି ସମୟରେ ଦେଶରେ ଗରିବଙ୍କ ସଂଖ୍ୟା ୪୭%ରୁ ୫୬%କୁ ବୃଦ୍ଧି ପାଇଥିଲା। ବହୁ ଉଦ୍ୟମ ପରେ ୧୯୭୦ ପରଠାରୁ ଭାରତ ଦାରିଦ୍ର୍ୟ ହ୍ରାସରେ ବଡ଼ ସଫଳତା ପାଇଥିଲା। ମହାମାରୀ ପ୍ରଭାବରେ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦାବସ୍ଥା ଏହାର ମୁଖ୍ୟ କାରଣ। ୨୦୦୬ରୁ ୨୦୧୬ ମଧ୍ୟରେ ଭାରତ ବିଶ୍ବରେ ଦାରିଦ୍ର୍ୟ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟାଇଥିବା ନେଇ ବିଭିନ୍ନ ରିପୋର୍ଟରେ କୁହାଯାଇଥିବାବେଳେ ଏବେ ଦେଶ ଭିନ୍ନ ଏକ ରେକର୍ଡର ଅଧିକାରୀ ହୋଇଛି। ତାହା ହେଉଛି ବିଶ୍ବରେ ଭାରତରେ ହିଁ ଏବେ ଦାରିଦ୍ର୍ୟରେ ବୃଦ୍ଧି ଦ୍ରୁତତ୍ତର ରହିଛି। ୨୦୧୯ରେ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଭାରତରେ ଗରିବଙ୍କ ସଂଖ୍ୟା ୩୬ କୋଟି ୪୦ ଲକ୍ଷ ରହିଥିଲା, ଯାହାକି ଦେଶର ମୋଟ ଜନସଂଖ୍ୟାର ୨୮%।

ଆହୁରି ପଢ଼ନ୍ତୁ: ଆଜି କେରଳ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ କଂଗ୍ରେସ: ଦୌଡ଼ରେ ଭେଣୁଗୋପାଳ, ସତୀସନ୍ ଏବଂ ଚେନ୍ନିଥଲା

ଏହାପରେ କରୋନା ମହାମାରୀରେ ଆହୁରି ଅଧିକ ଲୋକ ଦାରିଦ୍ର୍ୟ ତାଲିକାରେ ଯୋଡି ହୋଇଯାଇଛନ୍ତି। ମହାମାରୀ ପ୍ରଭାବ ଅର୍ଥନୀତି ଉପରେ ଏଭଳି ରହିଥିଲା ଯେ, ଏଥିଯୋଗୁ ଦେଶର ୩ କୋଟି ୨୦ ଲକ୍ଷ ଲୋକ ମଧ୍ୟମ ବର୍ଗରୁ ଗରିବ ଶ୍ରେଣୀକୁ ଠେଲି ହୋଇଯାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ୨୦୧୧ଠାରୁ ଦେଶରେ ଦାରିଦ୍ର୍ୟ ଗଣନା କରାଯାଇନାହିଁ। ଯାହା ଫଳରେ କେନ୍ଦ୍ର ସରକାରଙ୍କ ପାଖରେ ଦେଶରେ ଗରିବ ଲୋକଙ୍କ ସମ୍ପର୍କରେ ପ୍ରକୃତ ତଥ୍ୟ ନାହିଁ।

11 Apr 2021 By The Sakala

ଦାରିଦ୍ର୍ୟମୁହାଁ ଭାରତ : ବର୍ଷକରେ ଗରିବଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଛି

ନୂଆଦିଲ୍ଲୀ :  ସମ୍ପ୍ରତି ବିଶ୍ବର ଅଗ୍ରଣୀ ବିକାଶଶୀଳ ରାଷ୍ଟ୍ର କୁହାଯାଉଥିବା ଭାରତ ଏବେ ଦାରିଦ୍ର୍ୟ ଆଡକୁ ମୁହାଁଉଛି। କାରଣ ଦୀର୍ଘ ୪୫ ବର୍ଷ ପରେ ଦେଶକୁ ଗରିବିର ହୋଇଛି ଲେଉଟାଣି। ବିଗତ ବର୍ଷକରେ ଭାରତରେ ଗରିବଙ୍କ ସଂଖ୍ୟାରେ ଦୁଇଗୁଣ ବୃଦ୍ଧି ଘଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ଗରିବଙ୍କ ସଂଖ୍ୟା ବୃଦ୍ଧି ହେଉଛି ବିଶ୍ବରେ ସର୍ବାଧିକ। ଏସବୁର ମୂଳ କାରଣ ହେଉଛି କରୋନା ମହାମାରୀ ପ୍ରଭାବ। ଏମିତିକି ମହାମାରୀ ପ୍ରଭାବରେ ଦେଶର ପ୍ରାୟ ୩ କୋଟିରୁ ଅଧିକ ଲୋକ ମଧ୍ୟମ ବର୍ଗରୁ ଦାରିଦ୍ର୍ୟ ସ୍ତରକୁ ଖସିଆସିଥିବା ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଏହା କୁହାଯାଇଛି।

ବିକାଶ ପଥରେ ବଢ଼ୁଛି ଭାରତ। ଅଭିବୃଦ୍ଧି ଦୁଇ ଅଙ୍କ ଛୁଇଁବ ଏ ନେଇ ନିତି ଡେଙ୍ଗୁରା ପିଟାଯାଉଛି। ହେଲେ ବାସ୍ତବ ଛିତ୍ର ଭିନ୍ନ। ଦେଶ ଏବେ ଦାରିଦ୍ର୍ୟ ମୁହାଁ ହେଉଛି। କରୋନା ମହାମାରୀର ପ୍ରଭାବରେ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଯାହାର ଫଳସ୍ବରୂପ ମାତ୍ର ବର୍ଷକ ମଧ୍ୟରେ ଭାରତରେ ଗରିବଙ୍କ ସଂଖ୍ୟାରେ ଦୁଇଗୁଣ ବୃଦ୍ଧି ଘଟିଛି। ବର୍ଷକ ତଳେ ଦେଶରେ ଗରିବଙ୍କ ସଂଖ୍ୟା ୬ କୋଟି (୬୦ ନିୟୁତ) ରହିଥିବାବେଳେ ଏବେ ଏହା ୧୩ କୋଟି (୧୩୦ ନିୟୁତ) ଟପିଯାଇଛି। ଏହାର ଅର୍ଥ ହେଉଛି ଦୀର୍ଘ ୪୫ ବର୍ଷ ପରେ ଭାରତର କୋଟି କୋଟି ଲୋକ ଏବେ ଦାରିଦ୍ର୍ୟର ଶିକାର ହେବାକୁ ଯାଉଛନ୍ତି। ସ୍ବାଧୀନତା ପରେ ୧୯୫୧ରୁ ୧୯୭୪ ସମୟରେ ଭାରତରେ ଗରିବଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା।

ଏହି ସମୟରେ ଦେଶରେ ଗରିବଙ୍କ ସଂଖ୍ୟା ୪୭%ରୁ ୫୬%କୁ ବୃଦ୍ଧି ପାଇଥିଲା। ବହୁ ଉଦ୍ୟମ ପରେ ୧୯୭୦ ପରଠାରୁ ଭାରତ ଦାରିଦ୍ର୍ୟ ହ୍ରାସରେ ବଡ଼ ସଫଳତା ପାଇଥିଲା। ମହାମାରୀ ପ୍ରଭାବରେ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦାବସ୍ଥା ଏହାର ମୁଖ୍ୟ କାରଣ। ୨୦୦୬ରୁ ୨୦୧୬ ମଧ୍ୟରେ ଭାରତ ବିଶ୍ବରେ ଦାରିଦ୍ର୍ୟ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟାଇଥିବା ନେଇ ବିଭିନ୍ନ ରିପୋର୍ଟରେ କୁହାଯାଇଥିବାବେଳେ ଏବେ ଦେଶ ଭିନ୍ନ ଏକ ରେକର୍ଡର ଅଧିକାରୀ ହୋଇଛି। ତାହା ହେଉଛି ବିଶ୍ବରେ ଭାରତରେ ହିଁ ଏବେ ଦାରିଦ୍ର୍ୟରେ ବୃଦ୍ଧି ଦ୍ରୁତତ୍ତର ରହିଛି। ୨୦୧୯ରେ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଭାରତରେ ଗରିବଙ୍କ ସଂଖ୍ୟା ୩୬ କୋଟି ୪୦ ଲକ୍ଷ ରହିଥିଲା, ଯାହାକି ଦେଶର ମୋଟ ଜନସଂଖ୍ୟାର ୨୮%।

ଏହାପରେ କରୋନା ମହାମାରୀରେ ଆହୁରି ଅଧିକ ଲୋକ ଦାରିଦ୍ର୍ୟ ତାଲିକାରେ ଯୋଡି ହୋଇଯାଇଛନ୍ତି। ମହାମାରୀ ପ୍ରଭାବ ଅର୍ଥନୀତି ଉପରେ ଏଭଳି ରହିଥିଲା ଯେ, ଏଥିଯୋଗୁ ଦେଶର ୩ କୋଟି ୨୦ ଲକ୍ଷ ଲୋକ ମଧ୍ୟମ ବର୍ଗରୁ ଗରିବ ଶ୍ରେଣୀକୁ ଠେଲି ହୋଇଯାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ୨୦୧୧ଠାରୁ ଦେଶରେ ଦାରିଦ୍ର୍ୟ ଗଣନା କରାଯାଇନାହିଁ। ଯାହା ଫଳରେ କେନ୍ଦ୍ର ସରକାରଙ୍କ ପାଖରେ ଦେଶରେ ଗରିବ ଲୋକଙ୍କ ସମ୍ପର୍କରେ ପ୍ରକୃତ ତଥ୍ୟ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର