ରାଜ୍ୟସଭାରେ ସରକାରଙ୍କ ଠାରେ ଦାବି, ଅନ୍‌ଲାଇନ୍ ଗେମ୍‌ ଉପରେ ଟିକସ ଲାଗୁ

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ଅନଲାଇନ୍ ଗେମିଂ ସାରା ବିଶ୍ୱରେ ପିଲାମାନଙ୍କ ପାଇଁ ଆକର୍ଷଣ ସାଜିଛି। ଏହା ପିଲାମାନଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଛି। ତେବେ ଏହି ଗେମ୍‌ଗୁଡିକରୁ ଠକେଇର ମାମଲା ମଧ୍ୟ ବାହାରକୁ ଆସୁଛି। ଏହାକୁ ରୋକିବା ପାଇଁ ଅନ୍‌ଲାଇନ୍ ଗେମିଂ ଉପରେ ଭାରତରେ ଟିକସ ଲାଗୁ କରିବାକୁ ଦାବି ଜୋର୍‌ ହୋଇଛି।ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏହି ଦାବି କରିଛନ୍ତି।ଅନଲାଇନ୍ ଗେମ୍‌କୁ […]

ନୂଆଦିଲ୍ଲୀ : ସମ୍ପ୍ରତି ଅନଲାଇନ୍ ଗେମିଂ ସାରା ବିଶ୍ୱରେ ପିଲାମାନଙ୍କ ପାଇଁ ଆକର୍ଷଣ ସାଜିଛି। ଏହା ପିଲାମାନଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଛି। ତେବେ ଏହି ଗେମ୍‌ଗୁଡିକରୁ ଠକେଇର ମାମଲା ମଧ୍ୟ ବାହାରକୁ ଆସୁଛି। ଏହାକୁ ରୋକିବା ପାଇଁ ଅନ୍‌ଲାଇନ୍ ଗେମିଂ ଉପରେ ଭାରତରେ ଟିକସ ଲାଗୁ କରିବାକୁ ଦାବି ଜୋର୍‌ ହୋଇଛି।ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏହି ଦାବି କରିଛନ୍ତି।ଅନଲାଇନ୍ ଗେମ୍‌କୁ ନିୟନ୍ତ୍ରଣ କରିବା ପାଇଁ ଟିକସ ଲାଗୁ କରିବାକୁ ଏବଂ ଆଇନ ପ୍ରଣୟନ କରିବାକୁ ସେ କେନ୍ଦ୍ର ସରକାରଙ୍କଠାରେ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ୫୦ ହଜାର ଟଙ୍କା ପାଇଁ ଆଦିବାସୀ ଯୁବକଙ୍କୁ ଗଛରେ ଓଲଟା ଟାଙ୍ଗି ମାଡ଼ ମାରିଲେ ଇଟାଭାଟି ମାଲିକ, କ୍ଷତ ସ୍ଥାନରେ ଲଗାଇଲେ ଲଙ୍କାଗୁଣ୍ଡ

ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମୋଦୀ କହିଛନ୍ତି ଯେ, ଅନଲାଇନ୍ ଗେମ୍ ବହୁତ ଚିନ୍ତାର ବିଷୟ। ଲକ୍ଷ ଲକ୍ଷ ଯୁବକ ଏହାର ଶିକାର ହେଉଛନ୍ତି। କୋଭିଡ -୧୯ ମହାମାରୀ ପୂର୍ବରୁ ପିଲାମାନେ ମୋବାଇଲ୍ ଗେମ୍‌ରେ ପ୍ରତି ସପ୍ତାହରେ ହାରାହାରି ୨.୫ ଘଣ୍ଟା ସମୟ ବିତାଉଥିଲେ। କରୋନା ଲକଡାଉନ୍‌ରେ ପିଲାମାନେ ଅନ୍‌ଲାଇନ୍‌ ଗେମ୍‌ରେ ୫ ଘଣ୍ଟା ପର୍ଯ୍ୟନ୍ତ ସମୟ ବିତାଉଛନ୍ତି। ଆଜି ଦେଶର ୪୩ କୋଟିରୁ ଅଧିକ ଉପଭୋକ୍ତା ଅନଲାଇନ୍ ଗେମ୍ ଖେଳୁଛନ୍ତି। ୨୦୨୫ ସୁଦ୍ଧା ଏହି ସଂଖ୍ୟା ୬୫.୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ନୌରେ ସାଂଘାତିକ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ, ଧର୍ମ ପରିବର୍ତ୍ତନ ପାଇଁ ଚାପ ଓ ଗର୍ଭପାତ କରାଇଲା ପ୍ରେମିକ

ଶ୍ରୀ ମୋଦୀ କହିଛନ୍ତି ଯେ ଲକ୍‌ଡାଉନ୍‌ ପରେ ଯୁବକମାନଙ୍କ ମଧ୍ୟରେ ଅନଲାଇନ୍ ଗେମ୍‌ର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟ ଯୁବକମାନଙ୍କ ମଧ୍ୟରେ ବଢ଼ୁଥିବା ନିଶାକୁ ନିୟନ୍ତ୍ରଣରେ ରଖିବା ଲାଗି ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏହି ରାଜ୍ୟଗୁଡିକର ସମ୍ପୃକ୍ତ ହାଇକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନଲାଇନ୍ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବ୍ୟାପକ ଢାଞ୍ଚା ସୃଷ୍ଟି କରି ଟିକସ ଆଦାୟ କରିବା ଉଚିତ୍। ଯଦି ଏହା କରା ନ ଯାଏ ତେବେ ଦେଶର କୋଟି କୋଟି ପିଲା ଅନ୍‌ଲାଇନ୍ ଖେଳର ଅଭ୍ୟାସକୁ ବନ୍ଦ କରିପାରିବେ ନାହିଁ। ବର୍ତ୍ତମାନ, ଅନଲାଇନ୍ ଗେମ୍‌ରୁ ଆୟ ୧୩,୬୦୦ କୋଟି ଟଙ୍କା, ଯାହା ୨୦୨୫ରେ ୨୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦୀଙ୍କ ଏହି ଦାବିକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ଗୁରୁତର ସହ ନେଇଥିଲେ। ସେ ଗୃହରେ ଉପସ୍ଥିତ ଥିବା ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଇନ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ବିବାହ ମଣ୍ଡପରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବର: ହଳଦୀ ଲଗାଇ ଥାନାରେ ପହଞ୍ଚିଲା କନ୍ୟା, ପୋଲିସକୁ କଲା ଏହି ଗୁହାରି

05 Dec 2021 By The Sakala

ରାଜ୍ୟସଭାରେ ସରକାରଙ୍କ ଠାରେ ଦାବି, ଅନ୍‌ଲାଇନ୍ ଗେମ୍‌ ଉପରେ ଟିକସ ଲାଗୁ

ନୂଆଦିଲ୍ଲୀ : ସମ୍ପ୍ରତି ଅନଲାଇନ୍ ଗେମିଂ ସାରା ବିଶ୍ୱରେ ପିଲାମାନଙ୍କ ପାଇଁ ଆକର୍ଷଣ ସାଜିଛି। ଏହା ପିଲାମାନଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଛି। ତେବେ ଏହି ଗେମ୍‌ଗୁଡିକରୁ ଠକେଇର ମାମଲା ମଧ୍ୟ ବାହାରକୁ ଆସୁଛି। ଏହାକୁ ରୋକିବା ପାଇଁ ଅନ୍‌ଲାଇନ୍ ଗେମିଂ ଉପରେ ଭାରତରେ ଟିକସ ଲାଗୁ କରିବାକୁ ଦାବି ଜୋର୍‌ ହୋଇଛି।ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏହି ଦାବି କରିଛନ୍ତି।ଅନଲାଇନ୍ ଗେମ୍‌କୁ ନିୟନ୍ତ୍ରଣ କରିବା ପାଇଁ ଟିକସ ଲାଗୁ କରିବାକୁ ଏବଂ ଆଇନ ପ୍ରଣୟନ କରିବାକୁ ସେ କେନ୍ଦ୍ର ସରକାରଙ୍କଠାରେ ଉଠାଇଛନ୍ତି।

ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମୋଦୀ କହିଛନ୍ତି ଯେ, ଅନଲାଇନ୍ ଗେମ୍ ବହୁତ ଚିନ୍ତାର ବିଷୟ। ଲକ୍ଷ ଲକ୍ଷ ଯୁବକ ଏହାର ଶିକାର ହେଉଛନ୍ତି। କୋଭିଡ -୧୯ ମହାମାରୀ ପୂର୍ବରୁ ପିଲାମାନେ ମୋବାଇଲ୍ ଗେମ୍‌ରେ ପ୍ରତି ସପ୍ତାହରେ ହାରାହାରି ୨.୫ ଘଣ୍ଟା ସମୟ ବିତାଉଥିଲେ। କରୋନା ଲକଡାଉନ୍‌ରେ ପିଲାମାନେ ଅନ୍‌ଲାଇନ୍‌ ଗେମ୍‌ରେ ୫ ଘଣ୍ଟା ପର୍ଯ୍ୟନ୍ତ ସମୟ ବିତାଉଛନ୍ତି। ଆଜି ଦେଶର ୪୩ କୋଟିରୁ ଅଧିକ ଉପଭୋକ୍ତା ଅନଲାଇନ୍ ଗେମ୍ ଖେଳୁଛନ୍ତି। ୨୦୨୫ ସୁଦ୍ଧା ଏହି ସଂଖ୍ୟା ୬୫.୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଶ୍ରୀ ମୋଦୀ କହିଛନ୍ତି ଯେ ଲକ୍‌ଡାଉନ୍‌ ପରେ ଯୁବକମାନଙ୍କ ମଧ୍ୟରେ ଅନଲାଇନ୍ ଗେମ୍‌ର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟ ଯୁବକମାନଙ୍କ ମଧ୍ୟରେ ବଢ଼ୁଥିବା ନିଶାକୁ ନିୟନ୍ତ୍ରଣରେ ରଖିବା ଲାଗି ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏହି ରାଜ୍ୟଗୁଡିକର ସମ୍ପୃକ୍ତ ହାଇକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନଲାଇନ୍ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବ୍ୟାପକ ଢାଞ୍ଚା ସୃଷ୍ଟି କରି ଟିକସ ଆଦାୟ କରିବା ଉଚିତ୍। ଯଦି ଏହା କରା ନ ଯାଏ ତେବେ ଦେଶର କୋଟି କୋଟି ପିଲା ଅନ୍‌ଲାଇନ୍ ଖେଳର ଅଭ୍ୟାସକୁ ବନ୍ଦ କରିପାରିବେ ନାହିଁ। ବର୍ତ୍ତମାନ, ଅନଲାଇନ୍ ଗେମ୍‌ରୁ ଆୟ ୧୩,୬୦୦ କୋଟି ଟଙ୍କା, ଯାହା ୨୦୨୫ରେ ୨୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦୀଙ୍କ ଏହି ଦାବିକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ଗୁରୁତର ସହ ନେଇଥିଲେ। ସେ ଗୃହରେ ଉପସ୍ଥିତ ଥିବା ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଇନ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର