ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ଟ୍ୟାଙ୍କ ବିଧ୍ବଂସୀ ହେଲିନା ମିସାଇଲ୍‌ର ସଫଳ ପରୀକ୍ଷଣ, ଗୋଟିଏ ମିନିଟ୍‌ରେ ଧ୍ୱଂସ କରିଦେବ ଟାର୍ଗେଟ୍

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ଡିଆରଡିଓ ପକ୍ଷରୁ ଆଜି ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ହେଲିନାର ସଫଳ ପରୀକ୍ଷଣ କରାଯାଇଛି । ଯାହା ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି। ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ […]

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ଡିଆରଡିଓ ପକ୍ଷରୁ ଆଜି ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ହେଲିନାର ସଫଳ ପରୀକ୍ଷଣ କରାଯାଇଛି । ଯାହା ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି। ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା ମିଶାଇଲ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ଶତ ପ୍ରତିଶତ ସଫଳ ହୋଇଛି । ଏହି ମିଶାଇଲ କୌଣସି ସମୟରେ ବି ଟାର୍ଗେଟ୍ କୁ ଭେଦ କରିପାରିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ରୁଷିଆରୁ ସମୁଦ୍ର ପଥରେ ଆସୁଥିବା ତୈଳ ଉପରେ କଟକଣା କୋହଳ ଅବଧି ବଢ଼ାଇଲା ଆମେରିକା: ଭାରତ ପାଇଁ ଏହାର ଅର୍ଥ କ'ଣ?

helina

ଆହୁରି ପଢ଼ନ୍ତୁ: ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର: ଇରାନର ଆଇଆରଜିସି ତାଲିମପ୍ରାପ୍ତ ଆତଙ୍କବାଦୀ ଗିରଫ

ହେଲିନାକୁ ତୃତୀୟ ପିଢିର ଆଧୁନିକ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ବୋଲି କୁହାଯାଉଛି । ହେଲିନାରେ ରେଡ୍ ସକର, ଫାୟାର ଏବଂ ଫର୍ଗଟ୍ ଫିଚର୍ସ ରହିଛି । ଏହା ବ୍ୟତିତ ଏହି ମିଶାଇଲର ତୁଳନା ଚୀନ ଆର୍ମୀର ୱାୟର ଗାଇଡେଡ୍ ଏଚଜେ-୮ ଓ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଲେଜର ଗାଇଡେଡ୍ ମିଶାଇଲ ବାରକ୍ୟୁ ସହିତ କରାଯାଇଛି ।helina

ଆହୁରି ପଢ଼ନ୍ତୁ: ଭାରତ ଭୟର ବାତାବରଣକୁ ବରଦାସ୍ତ କରିପାରିବ ନାହିଁ: ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ '୩ଏଫ୍' (3Fs) ଉପରେ ଜୋର ଦେଲେ ନିର୍ମଳା ସୀତାରମଣ

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ବର୍ତ୍ତମାନ ଏହି ମିଶାଇଲକୁ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାରେ ସାମିଲ କରାଯିବ । ପ୍ରତିରକ୍ଷାମନ୍ତ୍ରଣାଳର ତଥ୍ୟ ମୁତାବକ ଗତ ୫ ଦିନ ହେବ ହେଲିନା ମିଶାଇଲକୁ ୭ କିଲୋମିଟରରୁ ଅଧିକ ରେଞ୍ଜରେ ପରୀକ୍ଷଣ କରାଯାଇଛି । ୫ ଥର ପରୀକ୍ଷଣ ପରେ ଏହି ମିଶାଇଲ ଶତ ପ୍ରତିଶତ ଟାର୍ଗେଟ୍ ଭେଦ କରିବାରେ ସଫଳ ହୋଇଥିଲା ବୋଲି କୁହାଯାଇଛି । ପରୀକ୍ଷଣ ହୋଇଥିବା ମିଶାଇଲ ହେଲିନା ବର୍ତ୍ତମାନ ଏଚଏଏଲ୍ ରୁଦ୍ରା ଓ ହାଲକା ଲଢୁଆ ହେଲିକପ୍ଟରରେ ଇଣ୍ଡକ୍ସନ ପାଇଁ ପ୍ରସ୍ତୁତ ହୋଇ ସାରିଛି । ପରୀକ୍ଷଣ ବେଳେ ଏହି ମିଶାଇଲକୁ ଏଏଲଏଚ୍ ଧ୍ରୁବ ହେଲିକପ୍ଟରରେ ଲଞ୍ଚ କରାଯାଇଥିଲା ।Helina

ଏହି କ୍ଷେପଣାସ୍ତ୍ରର ସେନା ସଂସ୍କରଣ (ଆର୍ମି ଭର୍ସନ)କୁ ହେଲିନା ଓ ବାୟୁସେନା ଭର୍ସନକୁ ଧ୍ରୁବାସ୍ତ୍ର ବୋଲି କୁହାଯାଉଛି । ହେଲିନାର ଅର୍ଥ ହେଉଛି ହେଲିକାପ୍ଟର ଲଞ୍ଚଡ୍ ନାଗ୍ । ଏହା ଏକ ଲକ ଅନ ବିଫୋର ଲଞ୍ଚ୍ (ଏଲଓବିଏଲ) ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ ମିସାଇଲ । ଏହାର ଉଭୟ ଟପ ଆଟାକ ଓ ଡାଇରେକ୍ଟ ଆଟାକ କ୍ଷମତା ରହିଛି । ଏଏଲଏସ-ରୁଦ୍ର ହେଲିକାପ୍ଟରରେ ଏକାସମୟରେ ୮ଟି ହେଲିନା ମିସାଇଲ ଖଞ୍ଜି ହେବ ।

19 Feb 2021 By The Sakala

ଟ୍ୟାଙ୍କ ବିଧ୍ବଂସୀ ହେଲିନା ମିସାଇଲ୍‌ର ସଫଳ ପରୀକ୍ଷଣ, ଗୋଟିଏ ମିନିଟ୍‌ରେ ଧ୍ୱଂସ କରିଦେବ ଟାର୍ଗେଟ୍

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ଡିଆରଡିଓ ପକ୍ଷରୁ ଆଜି ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ହେଲିନାର ସଫଳ ପରୀକ୍ଷଣ କରାଯାଇଛି । ଯାହା ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି। ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା ମିଶାଇଲ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ଶତ ପ୍ରତିଶତ ସଫଳ ହୋଇଛି । ଏହି ମିଶାଇଲ କୌଣସି ସମୟରେ ବି ଟାର୍ଗେଟ୍ କୁ ଭେଦ କରିପାରିବ ବୋଲି କୁହାଯାଇଛି ।

helina

ହେଲିନାକୁ ତୃତୀୟ ପିଢିର ଆଧୁନିକ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ବୋଲି କୁହାଯାଉଛି । ହେଲିନାରେ ରେଡ୍ ସକର, ଫାୟାର ଏବଂ ଫର୍ଗଟ୍ ଫିଚର୍ସ ରହିଛି । ଏହା ବ୍ୟତିତ ଏହି ମିଶାଇଲର ତୁଳନା ଚୀନ ଆର୍ମୀର ୱାୟର ଗାଇଡେଡ୍ ଏଚଜେ-୮ ଓ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଲେଜର ଗାଇଡେଡ୍ ମିଶାଇଲ ବାରକ୍ୟୁ ସହିତ କରାଯାଇଛି ।helina

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ବର୍ତ୍ତମାନ ଏହି ମିଶାଇଲକୁ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାରେ ସାମିଲ କରାଯିବ । ପ୍ରତିରକ୍ଷାମନ୍ତ୍ରଣାଳର ତଥ୍ୟ ମୁତାବକ ଗତ ୫ ଦିନ ହେବ ହେଲିନା ମିଶାଇଲକୁ ୭ କିଲୋମିଟରରୁ ଅଧିକ ରେଞ୍ଜରେ ପରୀକ୍ଷଣ କରାଯାଇଛି । ୫ ଥର ପରୀକ୍ଷଣ ପରେ ଏହି ମିଶାଇଲ ଶତ ପ୍ରତିଶତ ଟାର୍ଗେଟ୍ ଭେଦ କରିବାରେ ସଫଳ ହୋଇଥିଲା ବୋଲି କୁହାଯାଇଛି । ପରୀକ୍ଷଣ ହୋଇଥିବା ମିଶାଇଲ ହେଲିନା ବର୍ତ୍ତମାନ ଏଚଏଏଲ୍ ରୁଦ୍ରା ଓ ହାଲକା ଲଢୁଆ ହେଲିକପ୍ଟରରେ ଇଣ୍ଡକ୍ସନ ପାଇଁ ପ୍ରସ୍ତୁତ ହୋଇ ସାରିଛି । ପରୀକ୍ଷଣ ବେଳେ ଏହି ମିଶାଇଲକୁ ଏଏଲଏଚ୍ ଧ୍ରୁବ ହେଲିକପ୍ଟରରେ ଲଞ୍ଚ କରାଯାଇଥିଲା ।Helina

ଏହି କ୍ଷେପଣାସ୍ତ୍ରର ସେନା ସଂସ୍କରଣ (ଆର୍ମି ଭର୍ସନ)କୁ ହେଲିନା ଓ ବାୟୁସେନା ଭର୍ସନକୁ ଧ୍ରୁବାସ୍ତ୍ର ବୋଲି କୁହାଯାଉଛି । ହେଲିନାର ଅର୍ଥ ହେଉଛି ହେଲିକାପ୍ଟର ଲଞ୍ଚଡ୍ ନାଗ୍ । ଏହା ଏକ ଲକ ଅନ ବିଫୋର ଲଞ୍ଚ୍ (ଏଲଓବିଏଲ) ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ ମିସାଇଲ । ଏହାର ଉଭୟ ଟପ ଆଟାକ ଓ ଡାଇରେକ୍ଟ ଆଟାକ କ୍ଷମତା ରହିଛି । ଏଏଲଏସ-ରୁଦ୍ର ହେଲିକାପ୍ଟରରେ ଏକାସମୟରେ ୮ଟି ହେଲିନା ମିସାଇଲ ଖଞ୍ଜି ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର