ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ, ପାଚିବା ପୂର୍ବରୁ ୧୬ଥର ବଦଳିଥାଏ ରଙ୍ଗ

The Sakala Picture
Published On

ବିହାର: ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ବଜାରରେ ବିଭିନ୍ନ ଆମ୍ବ ଆସିଥାଏ। ଆମ୍ବକୁ ମଧ୍ଯ ଫଳର ରାଜା କୁହାଯାଏ । ଆମ୍ବର ମଧୁରତା ହେତୁ ଡାଇବେଟିସ ରୋଗୀଙ୍କର ଇଚ୍ଛାଥିଲେ ମଧ୍ଯ ଖାଇାବା ପାଇଁ ପଛଘୁଞ୍ଚା ଦେଇଥାନ୍ତି। ବର୍ତ୍ତମାନ ଆଉ ଡରିବାର ନାହିଁ । ଡାଇବେଟିସ ରୋଗୀ ମଧ୍ଯ ଆମ୍ଭ ଖାଇପାରିବେ। ବିହାରର ଜଣେ କୃଷକ ଏକ ସ୍ବତନ୍ତ୍ର ଆମ୍ଭ ଚାଷ କରୁଛନ୍ତି। ଯାହାକୁ ଡାଇବେଟିସ ରୋଗୀ ଖାଇପାରିବେ। ଏହି ଆମ୍ଭ ସୁଗାର ଫ୍ରି। ଏହି ଆମ୍ଭକୁ […]

ବିହାର: ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ବଜାରରେ ବିଭିନ୍ନ ଆମ୍ବ ଆସିଥାଏ। ଆମ୍ବକୁ ମଧ୍ଯ ଫଳର ରାଜା କୁହାଯାଏ । ଆମ୍ବର ମଧୁରତା ହେତୁ ଡାଇବେଟିସ ରୋଗୀଙ୍କର ଇଚ୍ଛାଥିଲେ ମଧ୍ଯ ଖାଇାବା ପାଇଁ ପଛଘୁଞ୍ଚା ଦେଇଥାନ୍ତି। ବର୍ତ୍ତମାନ ଆଉ ଡରିବାର ନାହିଁ । ଡାଇବେଟିସ ରୋଗୀ ମଧ୍ଯ ଆମ୍ଭ ଖାଇପାରିବେ। ବିହାରର ଜଣେ କୃଷକ ଏକ ସ୍ବତନ୍ତ୍ର ଆମ୍ଭ ଚାଷ କରୁଛନ୍ତି। ଯାହାକୁ ଡାଇବେଟିସ ରୋଗୀ ଖାଇପାରିବେ। ଏହି ଆମ୍ଭ ସୁଗାର ଫ୍ରି। ଏହି ଆମ୍ଭକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହି ଆମ୍ଭକୁ ମୁଜାଫରପୁର କୃଷକ ଭୂଷଣ ସିଂହ ଚାଷ କରୁଛନ୍ତି। ଏହାର ରଙ୍ଗ, ଆକୃତି ଓ ଆକାର ସାଧାରଣ ଆମ୍ବଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଆମ୍ବର ନାମ ହେଉଛ ଆମେରିକୀୟ ବିୟୁଟି।

ଆହୁରି ପଢ଼ନ୍ତୁ: "ବିବାହ ପରେ ଝିଅମାନଙ୍କୁ ଏକାକୀ ଛାଡିଦେବା ଭାରତୀୟ ସମାଜର ନିନ୍ଦନୀୟ ପ୍ରଥା": କଙ୍ଗନା ରଣାୱତଙ୍କ ବଡ଼ ବୟାନ

ମୁଜାଫରପୁରର ମୁସାହରୀ ଗ୍ରାମର କୃଷକ ଭୂଷଣ ସିଂହ ପଶ୍ଚିମବଙ୍ଗରୁ ଏହି ଆମ୍ବ ଚାରା ଆଣିଥିଲେ। ସେ ୬ ବର୍ଷ ପୂର୍ବେ ତାଙ୍କ ବଗିଚାରେ ଏହି ବିଶେଷ  ଚାରାକୁ ଲଗାଇଥିଲେ। ଏହି ଗଛ ଦୁଇ ବର୍ଷ ପୂର୍ବେ ଫଳ ଦେବା ଆରମ୍ଭ କରିଥିଲା। କୃଷକ ଭୂଷଣ ସିଂ କହିଛନ୍ତି ଯେ, ଏହି ଆମ୍ବ ଆରମ୍ଭରୁ ପାଚିବା ପର୍ଯ୍ୟନ୍ତ ୧୬ ଥର ରଙ୍ଗ ବଦଳାଇଥାଏ।

ଆହୁରି ପଢ଼ନ୍ତୁ: ୨୦୨୭ ୟୁପି ବିଧାନସଭା ନିର୍ବାଚନ: ସପା-କଂଗ୍ରେସ ମେଣ୍ଟ ନେଇ ସ୍ଥିତି ସ୍ପଷ୍ଟ, 'ସିଟ୍ ନୁହେଁ ବିଜୟ' ଉପରେ ଅଖିଳେଶଙ୍କ ଗୁରୁତ୍ୱ

ଆହୁରି ପଢ଼ନ୍ତୁ: ମୁରାଦାବାଦରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସାଜିଥିବା ପୁତୁରା ସହ ମିଶି ସ୍ୱାମୀଙ୍କୁ କରେଣ୍ଟ ଓ ବିଷ ଦେଇ ହତ୍ୟା କଲା ସ୍ତ୍ରୀ

ସେ ଆହୁରୁ ମଧ୍ଯ କହିଛନ୍ତି ଯେ, ଏହି ଆମ୍ବ ପାଞ୍ଚ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥାଏ। ଜୁଲାଇ ମାସରେ ପାଚିବା ଆରମ୍ଭ ହୋଇଥାଏ। ପାଚିବା ପରେ ଗୋଟିଏ ଆମ୍ବର ଓଜନ ପ୍ରାୟ ଅଧା କିଲୋ ପାଖାପାଖି ହୋଇଥାଏ। ଏହି ଆମ୍ଭ ସୁଗାର ଫ୍ରି, ଯେଉଁଥି ପାଇଁ ବଜାରରେ ମିଳୁଥିବା ଆମ୍ବ ଅପେକ୍ଷା ଏହାର ମିଠା କମ ରହିଥାଏ। ହେଲେ ଏହାର ସ୍ୱାଦ ବହୁତ ଭଲ।

ବର୍ତ୍ତମାନ ଏହି ଆମ୍ଭକୁ ନେଇ ଚର୍ଚ୍ଚା ହେବାପରେ ଏହାର ଚାରାକୁ ନେବାପାଇଁ ଲୋକଙ୍କ ମନରେ ଆଗ୍ରହ ବଢିଛି। ଯିଏ ବି ଏହି ଆମ୍ଭକୁ ଦେଖୁଛି ସେ ଏହାର ଚାରା ମଗୁଥିବା କଥା କହିଛନ୍ତି ଭୂଷଣ ସିଂହ। କିନ୍ତୁ ବିହାରର କୌଣସି ନର୍ସରୀରେ ବର୍ତ୍ତମାନ ଏହି ଆମ୍ଭର ଚାରା ନାହିଁ। କିନ୍ତୁ ଏହାର ନର୍ସରୀ ତିଆରି ଦିଗରେ କାର୍ଯ୍ୟ କରାଯାଉଛି।

26 Jun 2022 By The Sakala

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ, ପାଚିବା ପୂର୍ବରୁ ୧୬ଥର ବଦଳିଥାଏ ରଙ୍ଗ

ବିହାର: ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ବଜାରରେ ବିଭିନ୍ନ ଆମ୍ବ ଆସିଥାଏ। ଆମ୍ବକୁ ମଧ୍ଯ ଫଳର ରାଜା କୁହାଯାଏ । ଆମ୍ବର ମଧୁରତା ହେତୁ ଡାଇବେଟିସ ରୋଗୀଙ୍କର ଇଚ୍ଛାଥିଲେ ମଧ୍ଯ ଖାଇାବା ପାଇଁ ପଛଘୁଞ୍ଚା ଦେଇଥାନ୍ତି। ବର୍ତ୍ତମାନ ଆଉ ଡରିବାର ନାହିଁ । ଡାଇବେଟିସ ରୋଗୀ ମଧ୍ଯ ଆମ୍ଭ ଖାଇପାରିବେ। ବିହାରର ଜଣେ କୃଷକ ଏକ ସ୍ବତନ୍ତ୍ର ଆମ୍ଭ ଚାଷ କରୁଛନ୍ତି। ଯାହାକୁ ଡାଇବେଟିସ ରୋଗୀ ଖାଇପାରିବେ। ଏହି ଆମ୍ଭ ସୁଗାର ଫ୍ରି। ଏହି ଆମ୍ଭକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହି ଆମ୍ଭକୁ ମୁଜାଫରପୁର କୃଷକ ଭୂଷଣ ସିଂହ ଚାଷ କରୁଛନ୍ତି। ଏହାର ରଙ୍ଗ, ଆକୃତି ଓ ଆକାର ସାଧାରଣ ଆମ୍ବଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଆମ୍ବର ନାମ ହେଉଛ ଆମେରିକୀୟ ବିୟୁଟି।

ମୁଜାଫରପୁରର ମୁସାହରୀ ଗ୍ରାମର କୃଷକ ଭୂଷଣ ସିଂହ ପଶ୍ଚିମବଙ୍ଗରୁ ଏହି ଆମ୍ବ ଚାରା ଆଣିଥିଲେ। ସେ ୬ ବର୍ଷ ପୂର୍ବେ ତାଙ୍କ ବଗିଚାରେ ଏହି ବିଶେଷ  ଚାରାକୁ ଲଗାଇଥିଲେ। ଏହି ଗଛ ଦୁଇ ବର୍ଷ ପୂର୍ବେ ଫଳ ଦେବା ଆରମ୍ଭ କରିଥିଲା। କୃଷକ ଭୂଷଣ ସିଂ କହିଛନ୍ତି ଯେ, ଏହି ଆମ୍ବ ଆରମ୍ଭରୁ ପାଚିବା ପର୍ଯ୍ୟନ୍ତ ୧୬ ଥର ରଙ୍ଗ ବଦଳାଇଥାଏ।

ସେ ଆହୁରୁ ମଧ୍ଯ କହିଛନ୍ତି ଯେ, ଏହି ଆମ୍ବ ପାଞ୍ଚ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥାଏ। ଜୁଲାଇ ମାସରେ ପାଚିବା ଆରମ୍ଭ ହୋଇଥାଏ। ପାଚିବା ପରେ ଗୋଟିଏ ଆମ୍ବର ଓଜନ ପ୍ରାୟ ଅଧା କିଲୋ ପାଖାପାଖି ହୋଇଥାଏ। ଏହି ଆମ୍ଭ ସୁଗାର ଫ୍ରି, ଯେଉଁଥି ପାଇଁ ବଜାରରେ ମିଳୁଥିବା ଆମ୍ବ ଅପେକ୍ଷା ଏହାର ମିଠା କମ ରହିଥାଏ। ହେଲେ ଏହାର ସ୍ୱାଦ ବହୁତ ଭଲ।

ବର୍ତ୍ତମାନ ଏହି ଆମ୍ଭକୁ ନେଇ ଚର୍ଚ୍ଚା ହେବାପରେ ଏହାର ଚାରାକୁ ନେବାପାଇଁ ଲୋକଙ୍କ ମନରେ ଆଗ୍ରହ ବଢିଛି। ଯିଏ ବି ଏହି ଆମ୍ଭକୁ ଦେଖୁଛି ସେ ଏହାର ଚାରା ମଗୁଥିବା କଥା କହିଛନ୍ତି ଭୂଷଣ ସିଂହ। କିନ୍ତୁ ବିହାରର କୌଣସି ନର୍ସରୀରେ ବର୍ତ୍ତମାନ ଏହି ଆମ୍ଭର ଚାରା ନାହିଁ। କିନ୍ତୁ ଏହାର ନର୍ସରୀ ତିଆରି ଦିଗରେ କାର୍ଯ୍ୟ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର