କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଜୁନ୍ ୧୨ରେ ଓଡିଶାରେ ପହଞ୍ଚିବା ସମ୍ଭାବନା

The Sakala Picture
Published On

ନୂଆଦିଲ୍ଲୀ : ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ। ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଗୋଟିଏ […]

ନୂଆଦିଲ୍ଲୀ : ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ।

ଆହୁରି ପଢ଼ନ୍ତୁ: 'ସେ ତାର କର୍ମର ଫଳ ପାଇଛି': ବାରୁଇପୁର ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତ ପ୍ରଭାସର ଏନକାଉଣ୍ଟର ପରେ ମାଆଙ୍କ ପ୍ରତିକ୍ରିୟା

ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଚଳିତ ବର୍ଷ ମେ ୩୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ୫ କ୍ରୁ' ସଦସ୍ୟଙ୍କ ସହ ନିଖୋଜ ହେଲା ପାକିସ୍ତାନୀ କାର୍ଗୋ ବିମାନ

କେରଳର କୋଟାୟାମ ଜିଲ୍ଲାର ଅନେକ ସ୍ଥାନରେ ପ୍ରଥମ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ବେଳେ ଆଜି ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗକୁ ଛୁଇଁବ। ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା: ଦିଲ୍ଲୀ ଓ ହରିୟାଣାରେ ରେଡ୍ ଆଲର୍ଟ ଜାରି

30 May 2024 By The Sakala

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଜୁନ୍ ୧୨ରେ ଓଡିଶାରେ ପହଞ୍ଚିବା ସମ୍ଭାବନା

ନୂଆଦିଲ୍ଲୀ : ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ।

ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଚଳିତ ବର୍ଷ ମେ ୩୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ।

କେରଳର କୋଟାୟାମ ଜିଲ୍ଲାର ଅନେକ ସ୍ଥାନରେ ପ୍ରଥମ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ବେଳେ ଆଜି ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗକୁ ଛୁଇଁବ। ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର