ସ୍ୱାଧୀନତା ଦିବସ ପରେଡ ବେଳେ ଆଖିବୁଜା ଗୁଳିମାଡ଼ : ୬ ମୃତ, ୩୬ ଗୁରୁତର,ଅଭିଯୁକ୍ତ ‘ସୁଟର୍‌’ ରୋବୋର୍ଟ କ୍ରିମୋ ଗିରଫ

The Sakala Picture
Published On

ୱାଶିଂଟନ: ସ୍ୱାଧୀନତା ଦିବସ ପରେଡ ବେଳେ ହେଲା ଆଖିବୁଜା ଗୁଳିମାଡ଼ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୬ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ବି ଅଛନ୍ତି। ଏପରି ଅମାନବୀୟ ଘଟଣା ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ହାଇଲାଣ୍ଡ ପାର୍କ ନିକଟରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷୀୟ ରବର୍ଟ କ୍ରିମୋଙ୍କୁ ପୁଲିସ୍‌ ଗିରଫ କରିଦେଇଛି । ଗତକାଲି ଆମେରିକାରେ […]

ୱାଶିଂଟନ: ସ୍ୱାଧୀନତା ଦିବସ ପରେଡ ବେଳେ ହେଲା ଆଖିବୁଜା ଗୁଳିମାଡ଼ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୬ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ବି ଅଛନ୍ତି। ଏପରି ଅମାନବୀୟ ଘଟଣା ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ହାଇଲାଣ୍ଡ ପାର୍କ ନିକଟରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷୀୟ ରବର୍ଟ କ୍ରିମୋଙ୍କୁ ପୁଲିସ୍‌ ଗିରଫ କରିଦେଇଛି । ଗତକାଲି ଆମେରିକାରେ ଘଟିଥିବା ଏହି ଅଘଟଣକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଜୁଲାଇ ୪ ତାରିଖକୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାଧୀନତା ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ନିକଟରେ ମଧ୍ୟ ବେଶ୍‌ ଜାକଜମକର ସହ ଗତକାଲି ସ୍ୱାଧୀନତା ଦିବସ ପରେଡ କାର୍ଯ୍ୟକ୍ରମ ଚାଲିଥିଲା। ପରେଡରେ ବହୁ ଯୁବକଯୁବତୀ ସାମିଲ ହୋଇଥିବା ବେଳେ ରାସ୍ତାର ୨ ପାର୍ଶ୍ୱରେ ଶତାଧିକ ଦେଖଣାହାରୀ ଏହାକୁ ଦେଖୁଥିଲେ। ଏହି ସମୟରେ ହଠାତ୍‌ ଗୁଳି ଶବ୍ଦ ଶୁଣିବାକୁ ମିଳିଲା।

ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କଲା ନେପାଳ: ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ

ଜଣେ ବନ୍ଧୁକଧାରୀ ନିକଟସ୍ଥ ଏକ ଦୋକାନ ଛାତରୁ ପରେଡ ଅଂଶଗ୍ରହଣକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବାକୁ ଲାଗିଲେ। ଗୁଳିମାଡ ପରେ ସେ ଚିତ୍କାର କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି । ଗୁଳି ଶବ୍ଦ ଶୁଣି ପରେଡରେ ଭାଗ ନେଇଥିବା ଲୋକେ ଓ ରାସ୍ତାରେ ବସି ପରେଡ ଦେଖୁଥିବା ଲୋକେ ଚିତ୍କାର କରି ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।ଏହାର ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଗୁଳିକାଣ୍ଡ ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ହାଇଲାଣ୍ଡ ପୁଲିସ ପରେଡକୁ ବନ୍ଦ କରିଦେଇଛି । ପୁଲିସ୍‌ ବିଭିନ୍ନ ଆଡ଼େ ଖୋଜାଖୋଜି କରି ଅଭିଯୁକ୍ତ ରବର୍ଟ କ୍ରିମୋଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି।

05 Jul 2022 By The Sakala

ସ୍ୱାଧୀନତା ଦିବସ ପରେଡ ବେଳେ ଆଖିବୁଜା ଗୁଳିମାଡ଼ : ୬ ମୃତ, ୩୬ ଗୁରୁତର,ଅଭିଯୁକ୍ତ ‘ସୁଟର୍‌’ ରୋବୋର୍ଟ କ୍ରିମୋ ଗିରଫ

ୱାଶିଂଟନ: ସ୍ୱାଧୀନତା ଦିବସ ପରେଡ ବେଳେ ହେଲା ଆଖିବୁଜା ଗୁଳିମାଡ଼ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୬ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ବି ଅଛନ୍ତି। ଏପରି ଅମାନବୀୟ ଘଟଣା ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ହାଇଲାଣ୍ଡ ପାର୍କ ନିକଟରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷୀୟ ରବର୍ଟ କ୍ରିମୋଙ୍କୁ ପୁଲିସ୍‌ ଗିରଫ କରିଦେଇଛି । ଗତକାଲି ଆମେରିକାରେ ଘଟିଥିବା ଏହି ଅଘଟଣକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି ।

ଜୁଲାଇ ୪ ତାରିଖକୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାଧୀନତା ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ନିକଟରେ ମଧ୍ୟ ବେଶ୍‌ ଜାକଜମକର ସହ ଗତକାଲି ସ୍ୱାଧୀନତା ଦିବସ ପରେଡ କାର୍ଯ୍ୟକ୍ରମ ଚାଲିଥିଲା। ପରେଡରେ ବହୁ ଯୁବକଯୁବତୀ ସାମିଲ ହୋଇଥିବା ବେଳେ ରାସ୍ତାର ୨ ପାର୍ଶ୍ୱରେ ଶତାଧିକ ଦେଖଣାହାରୀ ଏହାକୁ ଦେଖୁଥିଲେ। ଏହି ସମୟରେ ହଠାତ୍‌ ଗୁଳି ଶବ୍ଦ ଶୁଣିବାକୁ ମିଳିଲା।

ଜଣେ ବନ୍ଧୁକଧାରୀ ନିକଟସ୍ଥ ଏକ ଦୋକାନ ଛାତରୁ ପରେଡ ଅଂଶଗ୍ରହଣକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବାକୁ ଲାଗିଲେ। ଗୁଳିମାଡ ପରେ ସେ ଚିତ୍କାର କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି । ଗୁଳି ଶବ୍ଦ ଶୁଣି ପରେଡରେ ଭାଗ ନେଇଥିବା ଲୋକେ ଓ ରାସ୍ତାରେ ବସି ପରେଡ ଦେଖୁଥିବା ଲୋକେ ଚିତ୍କାର କରି ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।ଏହାର ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଗୁଳିକାଣ୍ଡ ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ହାଇଲାଣ୍ଡ ପୁଲିସ ପରେଡକୁ ବନ୍ଦ କରିଦେଇଛି । ପୁଲିସ୍‌ ବିଭିନ୍ନ ଆଡ଼େ ଖୋଜାଖୋଜି କରି ଅଭିଯୁକ୍ତ ରବର୍ଟ କ୍ରିମୋଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର